Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏମପି ପାଇଁ କ’ଣ ଥିଲା ପିଏମ ମୋଦି ଏବଂ ଶାହାଙ୍କ ସ୍ୱତନ୍ତ୍ର ଯୋଜନା?
ବିଶେଷ ଖବର

ଏମପି ପାଇଁ କ’ଣ ଥିଲା ପିଏମ ମୋଦି ଏବଂ ଶାହାଙ୍କ ସ୍ୱତନ୍ତ୍ର ଯୋଜନା?

November 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲା ବିଜେପି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟପ୍ରଦେଶ ନିର୍ବାଚନରେ ସକ୍ରିୟ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଲଗାତାର ରାଜ୍ୟ ଗସ୍ତ କରି ପ୍ରତ୍ୟେକ ଜିଲ୍ଲାର ସମୀକ୍ଷା କରୁଥିଲେ। ଏହି କାରଣରୁ ଏଥର ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଜେପି ନିଜର ପ୍ରଥମ ତାଲିକା ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶରେ ରାଲି ଏବଂ ସଭା ମଧ୍ୟ କରିଛନ୍ତି। ବିଜେପି ଏଥର ମଧ୍ୟପ୍ରଦେଶରେ ୫୧ ପ୍ରତିଶତ ଭୋଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ବିଜେପି ନେତାମାନେ ୫୯୪ ଟି ନିର୍ବାଚନୀ ସଭା କରିଛନ୍ତି

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ଜେପି ନଡ୍ଡା ଏବଂ ଶିବରାଜ ସିଂ ଚୌହାନଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ୫୯୪ ଟି ନିର୍ବାଚନୀ ସଭା ଏବଂ ରୋଡ୍ ସୋ କରିଛନ୍ତି। ୫୧ ପ୍ରତିଶତ ଭୋଟ୍ ପାଇବା ପାଇଁ ବୁଥ୍ ସ୍ତରରେ ରଣନୀତି ପ୍ରସ୍ତୁତ କରିଥିଲା ବିଜେପି। ରାଜ୍ୟରେ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଟି ବୈଠକ କରିଥିଲେ। ଅମିତ ଶାହା ୨୧, ଜେପି ନଡ୍ଡା ୧୪, ରାଜନାଥ ସିଂହ ୧୨, ନୀତିନ ଗଡ଼କରୀ ୩, ଶିବରାଜ ସିଂହ ଚୌହାନ ୧୬୫, ଯୋଗୀ ଆଦିତ୍ୟନାଥ ୧ ରାଲି କରିଥିଲେ। ଏତଦ୍ ବ୍ୟତୀତ ଭୂପେନ୍ଦ୍ର ଯାଦବ ୭, ଭିଡି ଶର୍ମା ୫୫, ନରେନ୍ଦ୍ର ସିଂହ ତୋମାର ୩୮, ଜ୍ୟୋତିରାଦିତ୍ୟ ସିନ୍ଧିଆ ୮୦, ପ୍ରହ୍ଲାଦ ପଟେଲ ୪୦ ଓ ହେମନ୍ତ ବିଶ୍ୱ ଶର୍ମା ୧୫ଟି ରାଲି କରିଥିଲେ। ରାଜ୍ୟର ବରିଷ୍ଠ ନେତାମାନେ ମଧ୍ୟ ସ୍ଥାନୀୟ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ବିଧାନସଭା ନିର୍ବାଚନରେ ଜୋରଦାର ଝାଳ ବୁହାଉଥିଲେ।

କାହିଁକି ୫୧ ପ୍ରତିଶତ ଭୋଟ୍?

ବାସ୍ତବରେ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପିକୁ ୪୧ ପ୍ରତିଶତ ଭୋଟ୍ ମିଳିଥିଲା। ସେହିପରି ଆସନ ବିଷୟରେ କହିବାକୁ ଗଲେ ବିଜେପିକୁ ୧୦୯ ଟି ଆସନ ମିଳିଥିଲା। ଏହାପରେ ବିଜେପି ଏଥର ଭୋଟ୍ ପ୍ରତିଶତ ୧୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା। ଭୋଟ୍ ପ୍ରତିଶତ ୧୦ ପ୍ରତିଶତ ବଢ଼ାଇବା ପାଇଁ ବିଜେପି ବୁଥ୍ ସ୍ତର ପର୍ଯ୍ୟନ୍ତ ରଣନୀତି ପ୍ରସ୍ତୁତ କରିଥିଲା। ବିଧାନସଭା ନିର୍ବାଚନରେ ମଧ୍ୟ ଏହି ରଣନୀତି ଦେଖିବାକୁ ମିଳିଥିଲା। ତେବେ ଦଳର ୫୧ ପ୍ରତିଶତ ଭୋଟ୍ ସ୍ୱପ୍ନ ପୂରଣ ହେବ କି ନାହିଁ ତାହା ଡିସେମ୍ବର ୩ରେ ସ୍ପଷ୍ଟ ହେବ।

କେନ୍ଦ୍ର ଗୃହମନ୍ତ୍ରୀ ବିଜେପି ବିଧାନସଭା ନିର୍ବାଚନ ମଧ୍ୟପ୍ରଦେଶ ମୋଦି-ଶାହା ସ୍ୱତନ୍ତ୍ର ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026
Latest News

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.