Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିତ୍ରକଳାର ପ୍ରସାର ପାଇଁ ଅଭିନବ ପ୍ରୟାସ, ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ
ବିଶେଷ ଖବର

ଚିତ୍ରକଳାର ପ୍ରସାର ପାଇଁ ଅଭିନବ ପ୍ରୟାସ, ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ

November 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜ୍ୟରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଉକ୍ତ ପ୍ରଦର୍ଶନୀର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମାନିତ ଅତିଥି ରୂପେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ଏକାଡେମୀର ସଚିବ ଡ. ପଞ୍ଚାନନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀ ଆସନ୍ତା ଡିସେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ବା ପ୍ରମୁଖ ସହରରେ ଆୟୋଜନ କରାଯିବ । ଓଡ଼ିଶାର ଖ୍ୟାତନାମା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ତଥା ଶିଳ୍ପୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏପରି ପ୍ରୟାସ କରାଯାଉଛି। ପ୍ରକାଶ ଥାଉ କି ୧୨୦ଟି ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀଙ୍କର କଳାକୃତି ରାଜ୍ୟର ୩୦ ଟି ଜିଲ୍ଲାର ସଦର ମହକୁମା ବା ପ୍ରମୁଖ ସହରରେ ପ୍ରଦର୍ଶିତ ହେବ।

ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ମୁରଲୀଧର ଟାଲି, ଗୋକୁଳ ବିହାରୀ ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର, ଅସିତ ମୁଖାର୍ଜୀ, ବନବିହାରୀ ପରିଡ଼ା, ହରିଶଚନ୍ଦ୍ର ସିହ୍ନାବାବୁ, ଲଲାଟ ମୋହନ ପଟ୍ଟନାୟକ, ଲକ୍ଷ୍ମୀଧର ଦାସ, ଶିବ ପାଣିଗ୍ରାହୀ, ବିନୋଦ ରାଉତରାୟ, ଚନ୍ଦ୍ରଶେଖର ରାଓ, ଡି. ଏନ. ରାଓ, ଦିନନାଥ ପାଠୀ, ବରିଷ୍ଠ ଚିତ୍ରଶିଳ୍ପୀ ପଦ୍ମନାଭ ବେହେରା, ଯତୀନ ଦାସ, ରାମହାରୀ ଜେନା, ଅମର ଜେନା, ବିପିନ ବିହାରୀ ମାର୍ଥା, ବଳଦେବ ମହାରଥା, ଚକ୍ରଧର ବେହେରା, ମୀନକେତନ ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର କାନୁନଗୋ, ମହେନ୍ଦ୍ର ପ୍ରସାଦ ମହାପାତ୍ର, ତରକାନ୍ତ ପରିଡ଼ା, ସଂଗୀତା ପଟ୍ଟନାୟକ, ଭାଗବତ ମହାରଣା, ବିଜୟ ପରିଡ଼ା, ବୃନ୍ଦାବନ ମହାରଣା, ଦୀପ୍ତି ପ୍ରକାଶ ମହାନ୍ତି, ଗୌରାଙ୍ଗ ବାରିକୀ, ରବି ନାରାୟଣ ରଥ, ପ୍ରସନ୍ନ କୁମାର ସାହୁ, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଗୋପାଳ କାନୁନଗୋ, ଯତୀନ ଦାସ, ଦୁର୍ଗାପ୍ରସାଦ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ସ୍ଥାନ ପାଇଛି ।

ଉକ୍ତ ପ୍ରଦର୍ଶନୀ ପ୍ରତ୍ୟେକ ଜିଲ୍ଲାରେ ୩ ଦିନ ଧରି ଅନୁଷ୍ଠିତ ହେବ। ଏହାକୁ ସାଧାରଣ ଜନତା, ଶିଳ୍ପୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀବୃନ୍ଦ ଦେଖିବାର ସୁଯୋଗ ପାଇପାରିବେ। ଏହି ଅବସରରେ କଳାକୃତିଗୁଡ଼ିକୁ ନେଇ ୩ ଟି ସୁସଜିତ ଗାଡି ସଂସ୍କୃତି ଭବନ ପରିସରରୁ ବିଭିନ୍ନ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସୂଚନା ଓ ଲୋକସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିଳ୍ପୀ, ନିମନ୍ତ୍ରିତ ଅତିଥି, ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

April 11, 2026

PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

April 11, 2026
Latest News

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.