Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଦିଆଗଲା ବିଭିନ୍ନ ସହାୟତା
ବିଶେଷ ଖବର

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଦିଆଗଲା ବିଭିନ୍ନ ସହାୟତା

December 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଦିଆଗଲା ବିଭିନ୍ନ ସହାୟତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ଭିନ୍ନକ୍ଷମ ଆଇନସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ବିଦ୍ୟୁତ ରଞ୍ଜନ ଶତପଥୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ଭିନ୍ନକ୍ଷମମାନଙ୍କୁ ଏହି ଦିବସ ପାଳନର ବାର୍ତ୍ତା ପ୍ରଦାନ କରାଯିବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମଧୁବାବୁ ପେନ୍‌ସନ୍‌ ଯୋଜନା ଅନ୍ତର୍ଗତ ୨୮ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ, ୨୧ ଜଣଙ୍କୁ ବିବାହ ସହାୟତା, ୧୦ଟି ହ୍ୱିଲ୍‌ଚେୟାର, ୫ଟି ଟ୍ରାଇ-ସାଇକେଲ, ଗୋଟିଏ ଲାପ୍‌ଟପ୍‌, ଜଣଙ୍କୁ ବାଣୀଶ୍ରୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିରେ ବହୁ ଭିନ୍ନକ୍ଷମ ଏବଂ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ପ୍ରତାପ ପାତ୍ର, ଆଇନ ସଚିବ ମାନସ ରଞ୍ଜନ ବାରିକ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ସଦସ୍ୟ ସଚିବ ସୁଦୀପ୍ତ ଆଚାର୍ଯ୍ୟ, ଉପସଚିବ ସ୍ମୃତି ରଞ୍ଜନ ମହାପାତ୍ର ଏବଂ ସହସଚିବ ସୃଜନ ସାରସ୍ୱତ, ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କ, ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱର ଡିସିପି ପ୍ରତୀକ୍‌ ସିଂ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ୱର ବିଡିଓ ସାଗର ପାଳଙ୍କ ସମେତ ବହୁ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁଲିସ ପ୍ରଶାସନ ଯୋଗଦେଇଥିଲେ।

ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ୧୮ଟି ଷ୍ଟଲ ଖୋଲା ଯାଇଥିବାବେଳେ ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ସହାୟତାର ବିଧିବ୍ୟବସ୍ଥା ସଂପର୍କରେ ସୂଚନା ଦିଆଯାଇଥିଲା। ଶେଷରେ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୌଦାମିନି ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.