Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୁଧବାର ହେବାକୁ ଥିବା ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ମମତା ବାନାର୍ଜୀ
ବିଶେଷ ଖବର

ବୁଧବାର ହେବାକୁ ଥିବା ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ମମତା ବାନାର୍ଜୀ

December 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିସେମ୍ବର ୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡି ମେଣ୍ଟର ବୈଠକ ବିଷୟରେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର କହିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉତ୍ତରବଙ୍ଗରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେ କହିଛନ୍ତି, ଇଣ୍ଡି ମେଣ୍ଟ ବୈଠକ ବିଷୟରେ ମୁଁ ଜାଣେ ନାହିଁ। ବୈଠକ ବିଷୟରେ କେହି ମୋତେ କହିନଥିଲେ କି ଫୋନ ଆସିନାହିଁ। କୌଣସି ସୂଚନା ମଧ୍ୟ ନାହିଁ। ଡିସେମ୍ବର ୬ରୁ ୭ ତାରିଖ ପର୍ଯ୍ୟନ୍ତ ଉତ୍ତରବଙ୍ଗରେ ମୋର କାର୍ଯ୍ୟକ୍ରମ ରହିଛି। ମୁଁ ଅନ୍ୟ ଯୋଜନା କରିଥିଲି। ବର୍ତ୍ତମାନ ଯଦି ସେମାନେ ମୋତେ ଡାକନ୍ତି, ତେବେ ମୁଁ ଯୋଜନା କିପରି ପରିବର୍ତ୍ତନ କରିବି। ଯଦି ସେମାନେ ମୋତେ କହିଥାନ୍ତେ ତେବେ ମୁଁ ଯାଇଥାନ୍ତି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

ମମତା ବାନାର୍ଜୀ ଉତ୍ତରବଙ୍ଗରେ ଏକ କାର୍ଯ୍ୟକ୍ରମ ଥିବାରୁ ଏହି ବୈଠକରେ ଯୋଗ ଦେବେ ନାହିଁ। ତେବେ ଡିସେମ୍ବର ୬ରେ ହେବାକୁ ଥିବା ବୈଠକ ପାଇଁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଯେଉଁ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ସହ ଯୋଗାଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ଟିଏମସି ମଧ୍ୟ ରହିଛି ବୋଲି ପୂର୍ବରୁ ଖବର ଆସିଥିଲା।

ରବିବାର ସକାଳେ ନିର୍ବାଚନ ଫଳାଫଳ କଂଗ୍ରେସକୁ ପଛରେ ପକାଇବା ପରେ ଏହି ବୈଠକ ଡକାଯାଇଥିଲା। ଇଣ୍ଡିଆ ହେଉଛି ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱରେ ବଡ଼ ବଡ଼ ରାଜନୈତିକ ଦଳର ଏକ ମେଣ୍ଟ। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଟକ୍କର ଦେବା ପାଇଁ ଏହା ଗଠନ କରାଯାଇଛି। ଚଳିତ ବର୍ଷ ଜୁଲାଇ ମାସରେ ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ଦଳ ବୈଠକରେ ଏହାକୁ ଗଠନ କରାଯାଇଥିଲା।

ମିଳିତ ବିରୋଧୀ ଦଳର ସ୍ଲୋଗାନ ହେଉଛି ‘ୟୁନାଇଟେଡ୍ ୱି ଷ୍ଟାଣ୍ଡ’। ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହୋଇଥିବା ୫ଟି ରାଜ୍ୟମଧ୍ୟରୁ ୩ଟିରେ ବିଜେପିର ବିପୁଳ ପ୍ରଦର୍ଶନ ମଧ୍ୟରେ ଏହି ସଦ୍ୟତମ ଇଣ୍ଡି ମେଣ୍ଟ ବୈଠକ ଅନୁଷ୍ଠିତ ହେଉଛି।

ବିଜେପି ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସକୁ ପରାସ୍ତ କରିବା ସହ ମଧ୍ୟପ୍ରଦେଶରେ ମଧ୍ୟ ସହଜ ସଂଖ୍ୟାଗରିଷ୍ଠତା ସହ କ୍ଷମତା ବଜାୟ ରଖିଛି। ତେବେ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହଟାଇଦେଇଛି କଂଗ୍ରେସ।

ଇଣ୍ଡି ମେଣ୍ଟ କଂଗ୍ରେସ ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ମମତା ବାନାର୍ଜୀ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.