Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ୱ ମୃତ୍ତିକା ଦିବସରେ ମୃତ୍ତିକା ସ୍ୱାସ୍ଥ୍ୟର ସୁପରିଚାଳନା ଦ୍ୱାରା ସୁସ୍ଥ ପୃଥିବୀ ଗଠନ ସମ୍ଭବ ବାର୍ତ୍ତା
ବିଶେଷ ଖବର

ବିଶ୍ୱ ମୃତ୍ତିକା ଦିବସରେ ମୃତ୍ତିକା ସ୍ୱାସ୍ଥ୍ୟର ସୁପରିଚାଳନା ଦ୍ୱାରା ସୁସ୍ଥ ପୃଥିବୀ ଗଠନ ସମ୍ଭବ ବାର୍ତ୍ତା

December 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ମୃତ୍ତିକା ଦିବସ ପାଳିତ, ମୃତ୍ତିକା ସ୍ୱାସ୍ଥ୍ୟର ସୁପରିଚାଳନା ଦ୍ୱାରା ସୁସ୍ଥ ପୃଥିବୀ ଗଠନ ସମ୍ଭବ ବାର୍ତ୍ତା

ଭୁବନେଶ୍ୱର: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ମୃତ୍ତିକା ସ୍ୱାସ୍ଥ୍ୟର ସୁପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉତ୍ପାଦନକ୍ଷମ ଉତ୍ତମ ମୃତ୍ତିକାରୁ ଉତ୍ତମ ଉଦ୍ଭିଦଜଗତ ଓ କୃଷି କାର୍ଯ୍ୟ ହୋଇପାରିବ ଏବଂ ଉତ୍ତମ ମାନର ଖାଦ୍ୟଶସ୍ୟ ଉତ୍ପାଦନ ହେବ ଯାହା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହେବ। ଆମେ ସୁସ୍ଥ ହେଲେ ପୃଥିବର ସୁସ୍ଥ ରହିପାରିବ।

ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟ ପାଇଁ ପରମ୍ପରାଗତ କୃଷି ଓ ଆଧୁନିକ କୃଷି ମଧ୍ୟରେ ଏକ ସମନ୍ୱୟ ଆଣିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ପାଢ଼ୀ କହିଲେ ଯେ ମୃତ୍ତିକା ଦିବସ ପାଳନ ଆମ ଜୀବନରେ ସୁସ୍ଥ ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇଥାଏ। ମୃତ୍ତିକା ପରୀକ୍ଷା ତଥା ଜୈବିକ କୃଷି ପ୍ରଣାଳି ବ୍ୟବହାର ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ ଓ ଦୀର୍ଘକାଳୀନ ଫସଲର ଅଭିବୃଦ୍ଧି ହୋଇଥାଏ।

ଏହି ପୃଷ୍ଠଭୂମିରେ ମାଟିର ସ୍ୱାସ୍ଥ୍ୟର ପୁନରୁଦ୍ଧାର ନିମନ୍ତେ ଏକ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି, ଯାହାକି ନିରନ୍ତର ଫସଲ ଉତ୍ପାଦନ ଦିଗରେ ସହାୟକ ହୋଇପାରିବ। ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ସମେତ ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ, ମିଲେଟ୍‌ ମିଶନ ଆଦି ଅନେକ ଫଳପ୍ରଦ କାର୍ଯ୍ୟକ୍ରମ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ।

ଉତ୍ସବରେ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଚିତ୍ରା ଅରୁମୁଗମ୍‌ କହିଲେ ଯେ ସୁସ୍ଥ ମାଟି ସଫଳ କୃଷିର ଆଧାର। ପରିବେଶରୁ ଉପୁଜୁଥିବା ଅଙ୍ଗାରକାମ୍ଳର କିଛି ଅଂଶକୁ ମାଟି ଶୋଷି ନେଇଥାଏ। ତେଣୁ ମୃତ୍ତିକାର ଅବକ୍ଷୟକୁ ରୋକିବା ଆବଶ୍ୟକ। ଗୋଟିଏ ଚାମଚ ମୃତ୍ତିକାରେ ଯେତେ ଅଣୁକୀଟାଣୁ ଅଛନ୍ତି ତାହା ପୃଥିବୀର ଜନସଂଖ୍ୟାଠାରୁ ମଧ୍ୟ ଅଧିକ। ଏହି ଦୃଷ୍ଟିରୁ ମୃତ୍ତିକାର ଅବକ୍ଷୟ ନିମନ୍ତେ ଜନସେଚତନତା ଅତ୍ୟନ୍ତ ଜରୁରୀ ବୋଲି ସ୍ୱତନ୍ତ୍ର ଶାସନ ସଚିବ କହିଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ ମୃତ୍ତିକା ଓ ଜଳବାୟୁ ଆଧାରରେ ଓଡ଼ିଶାରେ ଦଶଟି ଆଗ୍ରୋ-କ୍ଲାଇମେଟିକ୍‌ ଅଞ୍ଚଳ ରହିଛି। ମୃତ୍ତିକାର ସ୍ୱାସ୍ଥ୍ୟ ଦିଗରେ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଅନେକ କାର୍ଯ୍ୟକ୍ରମ କରାଯାଉଥିବାବେଳେ ମୃତ୍ତିକାର ଅମ୍ଳ ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଦ୍ମଶ୍ରୀ ଡ. ସାବରମତୀ କହିଲେ ଯେ ପ୍ରାକ୍‌ ବୈଦିକ କାଳରୁ ମଣିଷ ମାଟିର ଗୁରୁତ୍ୱ ଉପଲବ୍ଧି କରିଆସିଛି। ମୃତ୍ତିକାର ସୁପରିଚାଳନା ଅଭାବରୁ ମୃତ୍ତିକାର କ୍ଷୟ ହେବା ଯୋଗୁ ଅତୀତରେ ଅନେକ ସଭ୍ୟତା ଲୋପ ପାଇଯାଇଛି। ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସୁପରିଚାଳନା ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି ହେବା ଉପରେ ଡ. ସାବରମତୀ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ ଯେ ଜନସଚେତନତା ସୃଷ୍ଟି ନିମନ୍ତେ ପ୍ରତିବର୍ଷ ଡିସେମ୍ବର ୫ ତାରିଖ ଦିନ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସର ବିଷୟବସ୍ତୁ ‘ମାଟି ଓ ଜଳ ଜୀବନର ଉତ୍ସ’ ରହିଛି, ଯେଉଁଥିରେ ଜୀବନ ପାଇଁ ମାଟି ଓ ଜଳର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଉତ୍ସବ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଚାଷୀମାନେ ଅଧିକୃତ କୃଷି ବୈଜ୍ଞାନିକ କିମ୍ବା କୃଷି ଅଧିକାରୀମାନଙ୍କଠାରୁ ପ୍ରେସ୍‌କି୍ରପସନ୍‌ ଆଣି କୀଟନାଶକ କିଣିବା ଏବଂ ସୁରକ୍ଷିତ ବ୍ୟବହାର ସମ୍ବଳିତ ନିୟମାବଳୀ ଆଧାରିତ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏଥି ସହିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଆୟୋଜିତ ବିିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଷୟିକ ଅଧିବେଶନରେ ମୃତ୍ତିକାର ସ୍ୱାସ୍ଥ୍ୟ ପରିଚାଳନା ନେଇ ବୈଜ୍ଞାନିକ ଓ ଆଧୁନିକ ପଦ୍ଧତି ସଂପର୍କରେ କୃଷି ବିଶେଷଜ୍ଞମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ କୃଷିଭବନ ପରିସରରେ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ ହୋଇଥିଲା। ଉତ୍ସବରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026

ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ

January 18, 2026

ସୁମିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ: ୪୮ ଘଣ୍ଟା ଦୌଡ଼ି ଅତିକ୍ରମ କରିଥିଲେ ୨୦୨ କିମି ଦୂରତା

January 18, 2026

୨୦୨୭ ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା ବୈଠକ

January 18, 2026
Latest News

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026

ପ୍ରୟାଗରାଜରେ ମୌନୀ ଅମାବାସ୍ୟା: ହେଲିକପ୍ଟର ହେଲା ପୁଷ୍ପ ବର୍ଷା

January 18, 2026

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.