Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ବିଧାୟକ ଦଳ ଯଦି ଭାଙ୍ଗିଯାଏ, ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ!!
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ବିଧାୟକ ଦଳ ଯଦି ଭାଙ୍ଗିଯାଏ, ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ!!

June 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏବେ ଏବେ ଗୋଟେ ଖବର ଉଡିବୁଲୁଛି ଯେ ଓଡିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ପାଞ୍ଚଜଣ ସଦସ୍ୟ ଅନ୍ୟ ଦଳକୁ ଚାଲି ଯାଇପାରନ୍ତି। ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ୨୦୧୯ ହେଉଛି କଂଗ୍ରେସର ସବୁଠୁ ଖରାପ ପ୍ରଦର୍ଶନ। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ରାଜ୍ୟର ଶାସନ ସମ୍ଭାଳିଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିବା ଓ ୧୪୭ ଟି ଆସନରୁ ୧୦୦ରୁ ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ତୃତୀୟ ସ୍ଥାନରେ ରହିବା କିମ୍ବା ଅମାନତ ହରାଇବା ଭଳି ଅବସ୍ଥା କେବେ ସୃଷ୍ଟି ହୋଇନଥିଲା। ବିଧାନସଭାରେ ମାତ୍ର ୯ ଟି ଆସନରେ କଂଗ୍ରେସ ଜିତିଥିବା ବେଳେ ବର୍ତ୍ତମାନ ସେଥିରୁ ପାଞ୍ଚଜଣ ବିଧାୟକ ବିଜେଡିରେ ମିଶିଯିବାକୁ ଉଦ୍ୟମ କରୁଛନ୍ତି ବୋଲି ଖବର ଆସୁଛି।ବିଧାନସଭାରେ ବିଜେଡ଼ିର ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ଅଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଜ୍ୟସଭାର ସବୁ ଆସନ ଜିଣିବାକୁ ହେଲେ ବିଜେଡ଼ିକୁ କିଛି କଂଗ୍ରେସ ବିଧାୟକଙ୍କ ସମର୍ଥନ ଲୋଡା। ସେହିପରି ବିଜେପି ମଧ୍ୟ କଂଗ୍ରେସ ବିଧାୟକଙ୍କ ଉପରେ ଆଖି ରଖିଛି। ଯଦି କିଛି କଂଗ୍ରେସ ବିଧାୟକ ବିଜେପିରେ ମିଶିଯାଆନ୍ତି, ତାହେଲେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଯିବ।

ବର୍ତ୍ତମାନ ବିଜେଡ଼ିର ଚାରିଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଦସ୍ୟଥିବା ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ସ୍ଥାନ ପୂରଣ ଲାଗି ଯଥାଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଜଣ ରାଜ୍ୟସଭା ସଦସ୍ୟଙ୍କୁ ସହଜରେ ନିର୍ବାଚିତ କରିପାରିବ। ଚତୁର୍ଥ ସଦସ୍ୟ ନିର୍ବାଚିତ କରାଇବାକୁ ହେଲେ ବିଜେଡ଼ିକୁ ଆଉ ୮ ଜଣ ବାହାର ସଦସ୍ୟଙ୍କ ସମର୍ଥନ ନିହାତି ଜରୁରୀ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୯ଜଣ, ସିପିଆଇଏମ ଓ ସ୍ଵାଧୀନର ଜଣେ ଲେଖାଏଁ ସଦସ୍ୟ ନିର୍ଣ୍ଣାୟକ ଭୂମିକା ନେବେ। ତେବେ କଂଗ୍ରେସ ବିଧାୟକ ଦଳକୁ ଭାଙ୍ଗି ସବୁଦିନ ଲାଗି ନିଜର ପକ୍ଷ ମଜବୁତ କରିବାକୁ ଏବେ ବିଜେଡି ଓ ବିଜେପି ଉଦ୍ୟମ ଆରମ୍ଭ କରିଛନ୍ତି।

କଂଗ୍ରେସକୁ ବିଭିନ୍ନ ରାଜ୍ୟରେ ଭାଙ୍ଗିବା ଲାଗି ବିଜେପି ତରଫରୁ ଗତ କିଛି ମାସ ହେଲା ଉଦ୍ୟମ ଜାରି ରହିଛି। ଗୋଆ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଅନେକ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଉଛନ୍ତି। ପଶ୍ଚିମବଙ୍ଗରେ କିଛି ତୃଣମୂଳ ଓ ବାମପନ୍ଥୀ ବିଧାୟକଙ୍କୁ ବିଜେପି ନିଜ ଶିବିରକୁ ଆଣିପାରିଛି। ତେଲେଙ୍ଗାନାରେ ୧୨ ଜଣ କଂଗ୍ରେସ ବିଧାୟକ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ସାରା ଦେଶରେ କଂଗ୍ରେସ ବିଧାୟକଙ୍କ ଦଳ ଡିଆଁ ଚାଲିଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାପରେ ଏବେ ଜାତୀୟ ସ୍ତରରେ କଂଗ୍ରେସ ଏକ ପ୍ରକାର ଦିଶାଶୂନ୍ୟ ଅବସ୍ଥାରେ ପହଞ୍ଚିଛି। ଏପରିକି ଦଳ ସରକାର ଥିବା ପଞ୍ଜାବ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକମାନେ ସ୍ଥାନୀୟ ନେତୃତ୍ଵ ବିରୋଧରେ ମେଳି ବାନ୍ଧି ବିଜେପିର ଏଜେଣ୍ଡାକୁ ଆଗକୁ ବଢାଉଛନ୍ତି।

ଓଡିଶାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ବାନ୍ଧି ରଖିବାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି କେତେଦୂର ସକ୍ଷମ ହେବେ, ତାହା ସମୟ କହିବ। ତେବେ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ନିଜ ଛୋଟିଆ ବିଧାୟକ ଦଳକୁ ଯେ ବଞ୍ଚାଇ ପାରିବ ସେ ଭରସା ଆଉ ନାହିଁ। ଉଭୟ ବିଜେଡି ଓ ବିଜେପି ଶିବିରରୁ ଏମାନଙ୍କୁ ନିଜ ପକ୍ଷକୁ ଟାଣିବା ଲାଗି ସୁଚିନ୍ତିତ ରଣନୀତି ରହିଛି। ଟଙ୍କା ଥଳି ସହିତ ପଦବୀର ପ୍ରଲୋଭନ ରହିଛି। କଂଗ୍ରେସ ଭିତରେ ରହି ମାଟି କାମୁଡି ପଡି ରହିବା ଅପେକ୍ଷା ମଉକା ଦେଖି ଚଉକା ମାରିବାକୁ କିଛି କଂଗ୍ରେସ ବିଧାୟକ ଚାହୁଁଛନ୍ତି। କଂଗ୍ରେସରେ ରହିଲେ ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାର ବୋଲି ଏବେ ଏକ ସ୍ପଷ୍ଟ ଧାରଣା କଂଗ୍ରେସ ନେତାମାନଙ୍କର ହେଲାଣି। ଗୋଷ୍ଠୀ କନ୍ଦଳ ଓ ଗୋଡ ଟଣାଟଣି ରାଜନୀତି ରୁ କଂଗ୍ରେସକୁ ମୁକ୍ତି ମିଳୁନାହିଁ। କେନ୍ଦ୍ର ଓ ରାଜ୍ୟରେ କ୍ଷମତାଠୁ ଦୀର୍ଘ ବର୍ଷ ଦୂରରେ ରହି କଂଗ୍ରେସର ମନୋବଳ ଭାଙ୍ଗି ଯାଇଛି। କ୍ଷମତା ଲାଗି ଛଟପଟ ଅନେକ କଂଗ୍ରେସ ବିଧାୟକ ଏବେ ଆଉ ଦଳରେ ରହି ନିଜର ଶକ୍ତି ଓ ସାମର୍ଥ୍ୟ ଅପଚୟ କରିବାକୁ ଚାହୁଁନାହାନ୍ତି।

ସେହି ଦୃଷ୍ଟିରୁ ଆସନ୍ତା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଦଳରେ ବିଭାଜନ ଲାଗି ଉଦ୍ୟମ ସଫଳ ହେବାର ଢେର ସମ୍ଭାବନା ରହିଛି।

assembly cong congmla kedarmishra odishanews rajyasabha
Share. Facebook Twitter LinkedIn Email WhatsApp Copy Link

Related Posts

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026
Latest News

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.