Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଞ୍ଚସ୍ଥ ହେଲା ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ ଜୀବନାଦର୍ଶ ଆଧାରିତ ନାଟକ ‘ରମାଦେବୀ’
ବିଶେଷ ଖବର

ମଞ୍ଚସ୍ଥ ହେଲା ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ ଜୀବନାଦର୍ଶ ଆଧାରିତ ନାଟକ ‘ରମାଦେବୀ’

December 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
DramaFestival
ମଞ୍ଚସ୍ଥ ହେଲା ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ ଜୀବନାଦର୍ଶ ଆଧାରିତ ନାଟକ ‘ରମାଦେବୀ’

ଭୁବନେଶ୍ୱର: ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ରମାଦେବୀ ହେଉଛନ୍ତି ଅନ୍ୟତମ। ରାଜ୍ୟର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସେ ଲବଣ ସତ୍ୟାଗ୍ରହ, ଖଦି ଆନ୍ଦୋଳନ, ବିନୋବା ଭାବେଙ୍କ ଭୂଦାନ ଓ ଗ୍ରାମ ଦାନ ଆନ୍ଦୋଳନରେ ସାମିଲ ହୋଇ ଅନେକବାର କାରାବରଣ କରିଥିଲେ ସୁଦ୍ଧା କେବେ ହାର ମାନି ନଥିଲେ।

ଖାଲି ପାଦରେ ଗାଁ ଗାଁ ବୁଲି ମହିଳାମାନଙ୍କ ମଧ୍ୟରେ ଜାତୀୟତା ପ୍ରୀତି ଜାଗ୍ରତ କରିଥିଲେ। ତାଙ୍କର ବ୍ୟକ୍ତିତ୍ୱ ଓ ଓଜସ୍ୱିନୀ ଭାଷଣରେ ମନ୍ତ୍ରମୁଗ୍ଧ ହୋଇ ହଜାର ହଜାର ନାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜମିଦାର ପରିବାରରୁ ଆସି ମଧ୍ୟ ଭୋଗ ଓ ସୁଖ ତାଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ଏପରିକି ଅସହଯୋଗ ଆନ୍ଦୋଳନରେ ରାଜ୍ୟର ଏକମାତ୍ର ମହିଳା ନେତ୍ରୀ ଭାବେ ସୃଷ୍ଟି କରିଥିଲେ ଉଦାହରଣ। ତାଙ୍କର ଜୀବନୀ ଆଧାରିତ ଏହି ନାଟକର କଥାବସ୍ତୁ ମାଧ୍ୟମରେ ତାଙ୍କ ପ୍ରତି ଜ୍ଞାପନ ହୋଇଛି ଶ୍ରଦ୍ଧାଞ୍ଜଳୀ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ପ୍ରବାଦ ପୁରୁଷ ଓ ସମାଜ ସଂସ୍କାରକ ଜୀବନୀ ଉପରେ ଆଧାରିତ ନାଟକ ଉତ୍ସବର ତୃତୀୟ ସଂସ୍କରଣ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି । ଆଜିର ଚତୁର୍ଥ ସନ୍ଧ୍ୟାରେ ଡ. ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର ମିରର ଥିଏଟର କଳାକାରମାନଙ୍କ ଦ୍ୱାରା ନାଟକ ‘ରମାଦେବୀ’ ମଞ୍ଚସ୍ଥ ହୋଇଛି । ଏଥିରେ ସରସ୍ୱତୀ ପ୍ରଧାନ, ଲକ୍ଷ୍ମୀ ସୋନୀ, ଗୋବିନ୍ଦ ପରିଡ଼ା, ବସନ୍ତ ସେଠୀ, ରଇଜୀତ କୁମାର ପୋଥାଳ, ନରେନ୍ଦ୍ର ନାହାକ ଓ ଅର୍ଜୁନ ଅଭିନୟ କରିଛନ୍ତି ।

ଆଜିର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ, ସଚିବ ଶ୍ରୀ ପ୍ରବୋଧ ରଥ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ନାଟ୍ୟକାର ଶ୍ରୀ ମନୋଜ ପଟ୍ଟନାୟକ, ଶ୍ରୀ ଶୈଳେଶ୍ୱର ନନ୍ଦ, ଶ୍ରୀ ରମାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶଙ୍କର ତ୍ରିପାଠୀଙ୍କ ଶୂନ୍ୟ ପୁରୁଷ, ଶାନ୍ତନୁ ରଥଙ୍କ କବି ସମ୍ରାଟ, ମନ୍ମଥ ଶତପଥୀଙ୍କ ସ୍ୱାଭିମାନୀ ଗଜପତି ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଆସନ୍ତାକାଲି ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହେବ ଆଦିକବି ସାରଳା ଦାସଙ୍କ ଉପରେ ଆଧାରିତ “ଆଦିକବି’’। ଏହାକୁ ନାଟ୍ୟକାର ଶ୍ରୀ ସୀତେଶ ତ୍ରିପାଠୀ ରଚନା କରିଥିବାବେଳେ ଶ୍ରୀ ଦର୍ପ ନାରାୟଣ ସେଠୀ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି। ରଙ୍ଗମ ନାଟ୍ୟସଂସ୍ଥାର କଳାକାରମାନେ ଏଥିରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବେ।

DramaFestival ନାଟକ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକର ଦୁଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

October 9, 2026

ବ୍ରହ୍ମପୁର ଲଜ୍‌ରେ ପୁଲିସ ଚଢ଼ାଉ: ୨ ଯୁବତୀ ଉଦ୍ଧାର, ମାଲିକ ଓ ଗ୍ରାହକଙ୍କୁ ଜେରା

October 9, 2026

ଛତିଶଗଡ଼ରେ ବିସ୍ଫୋରଣ, ୪ ସିଆରପିଏଫ୍‌ ଯବାନ ଆହତ

October 9, 2026

ପୁରୀର ବିକାଶ ପାଇଁ ଆଉ ୧୦୦.୮୩ କୋଟି ; ‘ଅବଢ଼ା’ ଯୋଜନାରେ ବଡ଼ ଅନୁଦାନ

October 9, 2026
Latest News

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

କିଡନୀ ସୁସ୍ଥ ରଖିବାକୁ ଚାହୁଁଛନ୍ତି? ଦୈନନ୍ଦିନ ଜୀବନରେ କରନ୍ତୁ ଏହି ସରଳ ପରିବର୍ତ୍ତନ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026

ଆଜି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନ

October 9, 2026

ଭାରତୀୟ ପାଇଲଟ ସ୍ମିତ୍ ମାଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସାହସିକତା ପୁରସ୍କାର

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.