Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ ମୋଦିଙ୍କୁ ଟକ୍କର ଦେବ ଇଣ୍ଡି ମେଣ୍ଟ: ବିରୋଧୀ ଦଳର ଉଦ୍ଦେଶ୍ୟ ବଖାଣିଲା କଂଗ୍ରେସ
ବିଶେଷ ଖବର

‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ ମୋଦିଙ୍କୁ ଟକ୍କର ଦେବ ଇଣ୍ଡି ମେଣ୍ଟ: ବିରୋଧୀ ଦଳର ଉଦ୍ଦେଶ୍ୟ ବଖାଣିଲା କଂଗ୍ରେସ

December 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିସେମ୍ବର ୧୯ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ ହେବ। ବୈଠକରେ ମୁଖ୍ୟ ଏଜେଣ୍ଡା ପ୍ରସ୍ତୁତ କରିବା, ଆସନ ବଣ୍ଟନ ଓ ମିଳିତ ରାଲି ଆୟୋଜନ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ରବିବାର ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ବିରୋଧୀ ଦଳ ଇଣ୍ଡି ମେଣ୍ଟର ନେତାମାନଙ୍କର ଚତୁର୍ଥ ବୈଠକ ୧୯ ଡିସେମ୍ବର ୨୦୨୩ ମଙ୍ଗଳବାର ଅପରାହ୍ନ ୩ଟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି। ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅପରପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଲୋକମାନେ ‘ମୋଦୀଙ୍କ ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ୨୦୨୪ରେ ଲୋକମାନେ ପୁଣିଥରେ ତାଙ୍କ ସରକାରକୁ ନିର୍ବାଚିତ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ଏକତା ବଜାୟ ରଖି ବିରୋଧୀ ଦଳଗୁଡ଼ିକ ‘ମୁଁ ନୁହେଁ, ଆମେ’ ସ୍ଲୋଗାନ ଦେଇ ଆଗକୁ ବଢ଼ିବାକୁ ଚାହୁଁଛୁ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ବିକଳ୍ପ ସକାରାତ୍ମକ ଏଜେଣ୍ଡା ପ୍ରସ୍ତୁତ କରିବା ଏବେ ବିରୋଧୀଦଳମାନଙ୍କ ଆଗରେ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ନିର୍ବାଚନ ଫଳାଫଳ ଏହି ପ୍ରଚାରରେ ଉଠାଯାଇଥିବା ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରିବା ନୁହେଁ। ତେବେ ୨୦୨୪ରେ ବିଜେପିକୁ ଟକ୍କର ଦେବା ପାଇଁ ଦଳ ଚିନ୍ତା କରିବ ବୋଲି ସେ ସ୍ୱୀକାର କରିଛନ୍ତି। ମୋଦୀଙ୍କୁ ଟକ୍କର ଦେବା ପାଇଁ ବିରୋଧୀଦଳମାନେ ଯେଉଁ ସମ୍ଭାବ୍ୟ ସ୍ଲୋଗାନ ଉପରେ କାମ କରିବେ, ସେଥିମଧ୍ୟରୁ ‘ମୁଁ ନୁହେଁ ଆମେ’ ଅନ୍ୟତମ ବୋଲି ସେ କହିଛନ୍ତି।

ବିରୋଧୀ ଦଳମାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଇଣ୍ଡି ମେଣ୍ଟ ପାଇଁ ମୁଖ୍ୟ ସକାରାତ୍ମକ ଏଜେଣ୍ଡା ପ୍ରସ୍ତୁତ କରିବା, ଯାହା ସେମାନଙ୍କୁ ବିଜେପିକୁ ଟକ୍କର ଦେବାରେ ସହାୟକ ହେବ ବୋଲି ଦଳୀୟ ନେତା କହିଛନ୍ତି। ଏହି ବୈଠକରେ ବିରୋଧୀ ଦଳମାନେ ଆସନ ବୁଝାମଣା, ମିଳିତ ନିର୍ବାଚନୀ ରାଲି କରିବା ସହ ସେମାନଙ୍କ ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।

ସୂତ୍ରରୁ ପ୍ରକାଶ ଯେ ଇଣ୍ଡି ମେଣ୍ଟ ଜାତିଭିତ୍ତିକ ଗଣନା, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଡିସେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ରହିବେ ଏବଂ ଏହି ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି। ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ କାମ ଚାଲିଛି ବୋଲି ସୂତ୍ରରୁ ପ୍ରକାଶ।

ଇଣ୍ଡି ମେଣ୍ଟ କଂଗ୍ରେସ ବିରୋଧୀ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.