Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହୋଇପାରେ: କୁମାରସ୍ୱାମୀ
ବିଶେଷ ଖବର

କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହୋଇପାରେ: କୁମାରସ୍ୱାମୀ

December 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହୋଇପାରେ ବୋଲି ଜେଡିଏସ ନେତା ଏଚ. ଡି କୁମାରସ୍ୱାମୀ ରବିବାର ଦାବି କରିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ ୫୦ରୁ ୬୦ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି। ଏଥିପାଇଁ ବିଜେପି ନେତାଙ୍କ ସହ ଆଲୋଚନା ଚାଲିଛି।

କର୍ଣ୍ଣାଟକରେ ହୋଇପାରେ ମହାରାଷ୍ଟ୍ର ଭଳି ସ୍ଥିତି

କର୍ଣ୍ଣାଟକରେ ଯେକୌଣସି ସମୟରେ ମହାରାଷ୍ଟ୍ର ଭଳି କିଛି ହୋଇପାରେ ବୋଲି ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ରାଜ୍ୟ ସଭାପତି ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନର ରାଜନୈତିକ ବାତାବରଣକୁ ଦେଖିଲେ କିଛି ବି ହୋଇପାରେ।

କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ ଠାକ ନାହିଁ

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଜେଡିଏସ ନେତା କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ସରକାରରେ ସବୁକିଛି ଠିକ ନାହିଁ। ଏହି ସରକାର କେବେ ଭାଙ୍ଗିବ ମୁଁ ଜାଣେ ନାହିଁ। ଜଣେ ପ୍ରଭାବଶାଳୀ ମନ୍ତ୍ରୀ ତାଙ୍କ ବିରୋଧରେ ମାମଲାରୁ ବର୍ତ୍ତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ କେନ୍ଦ୍ର ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ଯେଉଁଥିରେ ଖସିଯିବାର କୌଣସି ସମ୍ଭାବନା ନାହିଁ।

ନେତାଙ୍କ ନାମ ପଚାରିବାରୁ କୁମାରସ୍ୱାମୀ କହିଛନ୍ତି ଯେ, ଛୋଟ ନେତାଙ୍କଠାରୁ ଏଭଳି ପଦକ୍ଷେପ ଆଶା କରାଯାଇପାରିବ ନାହିଁ। କେବଳ ପ୍ରଭାବଶାଳୀ ବ୍ୟକ୍ତି ହିଁ ଏଭଳି କାର୍ଯ୍ୟ କରିପାରିବେ।

କଂଗ୍ରେସ ସରକାର କର୍ଣ୍ଣାଟକ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026
Latest News

ଭୁବନେଶ୍ୱରରେ କାର୍‌ର ସିରିଜ୍ ଦୁର୍ଘଟଣା, ୭ ବାଇକ୍‌କୁ ଧକ୍କା; ୩ ଆହତ

October 12, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମିନି କୁପର ଧକ୍କାରେ ୩ ମୃତ

October 12, 2026

ଷ୍ଟାରଲିଙ୍କକୁ ନେଇ ଭାରତରେ ସସପେନ୍ସ! ଲାଇସେନ୍ସ ମିଳିବାରେ ବିଳମ୍ବ ପଛରେ କ’ଣ କାରଣ?

October 12, 2026

ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ

October 12, 2026

UPI Payment Charges: ବଡ଼ ବ୍ୟବସାୟୀଙ୍କୁ ଲାଗିପାରେ MDR ଫି, EMI ପେମେଣ୍ଟକୁ ମିଳିପାରେ ଛାଡ଼!

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.