Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ବିଜେପି କାହିଁକି ଆଶ୍ଚର୍ଯ୍ୟ କଲା? ଏଥିରୁ କଂଗ୍ରେସ କ’ଣ ଶିଖିବ?
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ବିଜେପି କାହିଁକି ଆଶ୍ଚର୍ଯ୍ୟ କଲା? ଏଥିରୁ କଂଗ୍ରେସ କ’ଣ ଶିଖିବ?

December 13, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସେମିଫାଇନାଲରେ ବିଜୟୀ ହୋଇ ବିଜେପି ଦ୍ୱିତୀୟ ବାଧା ଅତିକ୍ରମ କରିଛି। ୩ଟି ରାଜ୍ୟରେ ବମ୍ପର ବିଜୟ ପରେ ଦଳ ଏବେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି। ଛତିଶଗଡ଼ରେ ଆଦିବାସୀ ଚେହେରା ବିଷ୍ଣୁ ଦେବ ସାଇଙ୍କୁ ରାଜ୍ୟର କମାଣ୍ଡ ଦିଆଯାଇଛି। ସେହିପରି ମଧ୍ୟପ୍ରଦେଶରେ ଶିବରାଜଙ୍କ ସ୍ଥାନରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ। ଶେଷରେ ମଙ୍ଗଳବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚେହେରାରୁ ପରଦା ହଟିଛି। ବ୍ରାହ୍ମଣ ସମ୍ପ୍ରଦାୟର ସଦସ୍ୟ ଭଜନ ଲାଲ ଶର୍ମାଙ୍କୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ସବୁ ଥର ଭଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହି ତିନିଜଣଙ୍କ ନାମ ଘୋଷଣାରେ ଦଳ ସୋସିଆଲ ଇଞ୍ଜିନିୟରିଂର ପୂରା ଯତ୍ନ ନେଇଛି। ଖାସ୍ କଥା ହେଉଛି ଶିବରାଜ ଓ ବସୁନ୍ଧରାଙ୍କ ଭଳି ହେଭିୱେଟ୍ ପ୍ରାର୍ଥୀଙ୍କୁ ଦଳ ଯେଉଁଭଳିଭାବେ ପ୍ରାର୍ଥୀ ନ କରି ସେମାନଙ୍କୁ ଚୁପ କରାଇଛି ତାହା ପ୍ରଶଂସନୀୟ। ଏଭଳି ସ୍ଥିତିରେ ଦଳ କିପରି ଗୋଷ୍ଠୀକନ୍ଦଳ ଦୂର ହେବ ତାହାର ବାର୍ତ୍ତା ଦେଇଛି। ଏଥିରେ ବିରୋଧୀ ଦଳ, ବିଶେଷ କରି କଂଗ୍ରେସ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଲୁଚି ରହିଛି।

ରାଜ୍ୟରେ ଗୋଷ୍ଠୀକନ୍ଦଳ ନିୟନ୍ତ୍ରଣ

ବିଜେପିର ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ଗୋଟିଏ ଜିନିଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଗୋଷ୍ଠୀକନ୍ଦଳ। ତିନିଟି ଯାକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦଳ ସମୟ ନେଇଥିଲେ ମଧ୍ୟ କୌଣସି ରାଜ୍ୟରେ ଗୋଷ୍ଠୀକନ୍ଦଳର କଥା ନ ଥିଲା। ଏହା ବିଜେପିର ବିଶେଷତ୍ୱ ଯେ ଦଳର ବଡ଼ ବଡ଼ ନେତା ମଧ୍ୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରନ୍ତି। ଏହାର ଉଦାହରଣ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଦେଇପାରେ। ଏଥିରୁ ଜଣାପଡ଼ୁଛି ଯେ ଜଣେ ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ନା କାହିଁକି, ସେ ଦଳଠାରୁ ଅଧିକ ନୁହଁନ୍ତି। ମଧ୍ୟପ୍ରଦେଶର ବିଜୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ସହ ଶିବରାଜ ସିଂ ଚୌହାନଙ୍କ କାମକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଲାଡଲି ବେହନା ଯୋଜନାରୁ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ଦଳକୁ କ୍ଷମତାକୁ ଫେରାଇ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାସତ୍ତ୍ୱେ ଦଳ ତାଙ୍କୁ କମାଣ୍ଡ ଦେଇନାହିଁ। ସେପଟେ ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବା ପରେ ବସୁନ୍ଧରା କ୍ୟାମ୍ପ ବିଧାୟକଙ୍କ ବୈଠକ ନେଇ ଖବର ଆସିଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ଏପରି ନୁହେଁ ଯେ ବିଜେପିରେ କୌଣସି ଗୋଷ୍ଠୀକନ୍ଦଳ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳୀୟ ନେତୃତ୍ୱ ଦଳ ଭିତରେ ଥିବା ଅସନ୍ତୋଷକୁ କିପରି ପରିଚାଳନା କରଛନ୍ତି। କଂଗ୍ରେସ ଅନେକ ରାଜ୍ୟରେ ଗୋଷ୍ଠୀକନ୍ଦଳ ସହ ଲଢ଼େଇ କରୁଛି। ଏହାଦ୍ୱାରା କଂଗ୍ରେସ ବିଜେପିଠାରୁ ଶିକ୍ଷା ନେଇପାରେ।

ନୂଆ ଚେହେରାରେ ନାହିଁ ଆଣ୍ଟି ଇନକମ୍ବେନ୍ସି ଲହର

ବିଜେପିର ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଆଣ୍ଟି-ଇନକମ୍ବେନ୍ସିର ମୁକାବିଲା କରିବା। କ୍ଷମତାରେ ଥିବା ରାଜ୍ୟଗୁଡ଼ିକରେ ଆଣ୍ଟି-ଇନକମ୍ବେନ୍ସି ଲହରର ମୁକାବିଲା ପାଇଁ ବିଜେପି ହାଇକମାଣ୍ଡ ମୁହଁ ବଦଳାଇବାକୁ ଆଦୌ ଦ୍ୱିଧା କରୁନାହାନ୍ତି। ରାଜ୍ୟ ମୁଖ୍ୟ ପରିବର୍ତ୍ତନ ହେଉ ଅବା ନିର୍ବାଚନ ପୂର୍ବରୁ ବର୍ତ୍ତମାନର ବିଧାୟକଙ୍କ ଟିକେଟ କାଟିବା ହେଉ ସବୁଥିରେ କଂଗ୍ରେସଠାରୁ ଆଗରେ ରହିଛି ବିସଜେପି। ଉତ୍ତରାଖଣ୍ଡଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ଏଭଳି ଅନେକ ଉଦାହରଣ ରହିଛି ଯେଉଁଠି ନିର୍ବାଚନ ପୂର୍ବରୁ ଦଳ ସରକାର ବିରୋଧୀ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ବଦଳାଇ ଦେଇଛି।

ଅପରପକ୍ଷରେ ଏଥର ଛତିଶଗଡ଼ରେ ବାଘେଲଙ୍କ ନେତୃତ୍ୱରେ ନିର୍ବାଚନକୁ ନେଇ ଦିଲ୍ଲୀରୁ ଛତିଶଗଡ଼ ପର୍ଯ୍ୟନ୍ତ କଂଗ୍ରେସ ଭିତରେ ମତଭେଦ ଦେଖାଦେଇଥିଲା। ଶେଷରେ ହାଇକମାଣ୍ଡ ରିସ୍କ ନେବାରୁ ଦୂରେଇ ରହିଥିଲେ। ଭୂପେଶ ବଘେଲଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା। ଛତିଶଗଡ଼ର ଫଳାଫଳ ସମସ୍ତଙ୍କ ସାମ୍ନାରେ ରହିଛି। ତେବେ ନିର୍ବାଚନ ପରାଜୟର ଏକମାତ୍ର କାରଣ ଚେହେରା ନୁହେଁ, ବରଂ ଏହା ନିଶ୍ଚିତଭାବେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ବିଜେପି ତିନିଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନିର୍ବାଚନ ଲଢ଼ିଥିଲା ଏବଂ ଚମତ୍କାର ବିଜୟ ମଧ୍ୟ ହାସଲ କରିଥିଲା।

ଜାତିଗତ ସମୀକରଣ ପରିଚାଳନା କରୁଛି ବିଜେପି

୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଦଳ ଅନେକ ରାଜ୍ୟରେ ସରକାର ମଧ୍ୟ ଗଠନ କରିଛି। ଏଥିରେ ୟୁପି, ଗୁଜରାଟ, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଅନ୍ତର୍ଭୁକ୍ତ। ବିଜେପିକୁ ପ୍ରଥମେ ଉଚ୍ଚ ଜାତିର ଦଳଭାବେ ବିବେଚନା କରାଯାଉଥିଲା। ତେବେ ଦଳ ଏବେ ନିଜର ପାରମ୍ପରିକ ପରିଚୟଠାରୁ ଆଗକୁ ବଢ଼ିବାରେ ଲାଗିଛି। ବିଜେପିକୁ ଆଉ କେବଳ ଉଚ୍ଚ ଜାତି କିମ୍ବା ବୈଶ୍ୟଙ୍କ ଦଳ କୁହାଯାଇପାରିବ ନାହିଁ। ଓବିସିଙ୍କ ସହ ଦଳ ଦଳିତ ଓ ଆଦିବାସୀ ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଛି। ଖାସ୍ କଥା ହେଉଛି ଦଳରେ ଓବିସି ସମ୍ପ୍ରଦାୟକୁ ଏବେ କ୍ୟାବିନେଟ୍, କେନ୍ଦ୍ରୀୟ ନିର୍ବାଚନ କମିଟି ସହିତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଓବିସି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିହାର ଓ ହରିୟାଣାରେ ଦଳ ଯଥାକ୍ରମେ ନିତ୍ୟାନନ୍ଦ ରାୟ ଓ ରାଓ ଇନ୍ଦ୍ରଜିତ ସିଂହଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛି। ସେହିପରି ହରିୟାଣାର ସୁଧା ଯାଦବ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ଭୁପେନ୍ଦ୍ର ଯାଦବ ଓ ଅନ୍ନପୂର୍ଣ୍ଣା ଦେବୀଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ହଂସରାଜ ଗଙ୍ଗାରାମ ଅହିରଙ୍କୁ ଦଳ ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷଭାବେ ନିଯୁକ୍ତ କରିଛି। ନିକଟରେ ବିଜେପି ମଧ୍ୟ ଛତିଶଗଡ଼ରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଇଛି।

ଏହିପରି ଭାବେ ଜାତିଗତ ସମୀକରଣକୁ ନିସଜ ସପକ୍ଷରେ ସନ୍ତୁଳନ କରିବା ବିଜେପିର ଏକ ବଡ଼ ବୈଶିଷ୍ଟ୍ୟ। ସେହିପରି ଜାତିଗତ ସମୀକରଣ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ବିଜେପିଠାରୁ ପଛରେ ରହିଛି। ଖାସ୍ କଥା ହେଉଛି କଂଗ୍ରେସର ପାରମ୍ପରିକ ବ୍ରାହ୍ମଣ ଓ ଦଳିତ ଭୋଟରମାନେ ଦଳଠାରୁ ଦୂରେଇ ଯାଇଛନ୍ତି, ମୁସଲମାନ ଭୋଟରମାନେ ମଧ୍ୟ ଧୀରେ ଧୀରେ ଏଥିରୁ ନିଜକୁ ଦୂରେଇ ନେଉଛନ୍ତି।

କିଛି ନୂଆ କରୁଥିବା ଦଳ

ଗତ ଏକ ଦଶନ୍ଧି ମଧ୍ୟରେ ବିଜେପିର ଭାବମୂର୍ତ୍ତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନିଜ ନିଷ୍ପତ୍ତିରେ ଅପ୍ରତ୍ୟାଶିତ ହେବା ଦଳର ଅଭ୍ୟାସରେ ପରିଣତ ହୋଇଛି। ଦଳର ଭାବମୂର୍ତ୍ତି ଏପରି ହୋଇଛି ଯେ ଲୋକମାନେ ସବୁବେଳେ ଅନୁଭବ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ କିଛି ଅପ୍ରତ୍ୟାଶିତ ନିଷ୍ପତ୍ତି ନେବେ। ସରକାରଠାରୁ ଆରମ୍ଭ କରି ଦଳ ପର୍ଯ୍ୟନ୍ତ ଦଳ ପକ୍ଷରୁ ଏଭଳି ଅନେକ ନିଷ୍ପତ୍ତି ନିଆଯାଇଥାଏ ଯାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। ବିଧାନସଭା ନିର୍ବାଚନରେ ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ଦଳର ନିଷ୍ପତ୍ତି ଏଥର ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛି। ଦଳ ଏଥର ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ସେଥିମଧ୍ୟରୁ ୧୨ ଜଣ ସାଂସଦ ବିଜୟୀ ହୋଇଛନ୍ତି। ଛତିଶଗଡ଼ରେ ୪ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ ବିଜୟୀ ହୋଇଛନ୍ତି। ରାଜସ୍ଥାନରେ ଦଳ କେବଳ ସାଂସଦଙ୍କୁ ବିଧାନସଭା ନିର୍ବାଚନ ଲଢ଼ାଇ ନ ଥିଲା ବରଂ ଦିୟା କୁମାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରିଛି। ଖାସ୍ କଥା ହେଉଛି ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାରେ ଦଳ ଆଦୌ ପଛଘୁଞ୍ଚା ଦେଉନାହିଁ। ଦଳର ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଚିନ୍ତାଧାରା ଅତ୍ୟନ୍ତ ସ୍ପଷ୍ଟ।

କଂଗ୍ରେସ ବିଜେପି ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ମାରୁତି ସୁଜୁକିର ଆସିଲା ପ୍ରଥମ ବୈଦ୍ୟୁତିକ ଯାନ ‘ଇ ଭିଟାରା’, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

August 24, 2025
Latest News

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

August 25, 2025

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.