Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦ ଭବନରେ ସୁରକ୍ଷା ତ୍ରୁଟି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ କଡ଼ା: ଦୋଷୀଙ୍କ କ’ଣ ହେବ ?
ବିଶେଷ ଖବର

ସଂସଦ ଭବନରେ ସୁରକ୍ଷା ତ୍ରୁଟି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ କଡ଼ା: ଦୋଷୀଙ୍କ କ’ଣ ହେବ ?

December 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଂସଦ ଭବନରେ ସୁରକ୍ଷା ତ୍ରୁଟି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ କଡ଼ା: ଦୋଷୀଙ୍କ କ'ଣ ହେବ ?

ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହି ପ୍ରସଙ୍ଗରେ ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତ୍ରୁଟିକୁ ଅତ୍ୟନ୍ତ ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ ଏହାର ଗଭୀର ତଦନ୍ତ କଥା କହିଛନ୍ତି। ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଜାଣିବା ଜରୁରୀ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ ପ୍ରକାଶ କରାଯିବା ଉଚିତ।

ଏହା ପଛରେ କିଏ ଅଛି ?

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ତ୍ରୁଟିର ଗଭୀର ତଦନ୍ତ କରାଯିବା ଉଚିତ ଯାହାଦ୍ୱାରା ଏହି ଆକ୍ରମଣ ପଛର ପ୍ରକୃତ ଉଦ୍ଦେଶ୍ୟ ଏବଂ ଏହା ପଛରେ କାହାର ହାତ ଅଛି ତାହା ଜଣାପଡ଼ିବ । ଏକ ସାକ୍ଷାତ୍‍କାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିବାଦ କରିବାର କୌଣସି ଆବଶ୍ୟକତା ନାହିଁ । ଏହି ପ୍ରସଙ୍ଗର ସଠିକ ଏବଂ ଗଭୀର ଅନୁସନ୍ଧାନ ହେବା ଉଚିତ।

ଏହି ଆକ୍ରମଣକୁ ଅଣଦେଖା କରାଯିବା ଉଚିତ ନୁହେଁ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଂସଦରେ ସୁରକ୍ଷା ତ୍ରୁଟି ଘଟଣା ଅତ୍ୟନ୍ତ ଭୁଲ। ଏହାକୁ ଅତି ଗମ୍ଭୀରତାର ସହ ନେବାର ଆବଶ୍ୟକତା ରହିଛି, ଏହାକୁ ଅଣଦେଖା କରାଯିବା ଉଚିତ ନୁହେଁ। ଏହି ଘଟଣା ପରେ ବାଚସ୍ପତି ସୁରକ୍ଷା ନେଇ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।ଏଜେନ୍ସିମାନେ ଆକ୍ରମଣର ତଦନ୍ତ କରୁଛନ୍ତି। ତଦନ୍ତକାରୀ ସଂସ୍ଥା ଅତ୍ୟନ୍ତ ଗମ୍ଭୀରତାର ସହ ଏହାର ତଦନ୍ତ କରୁଛି ଏବଂ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ (ଡିସେମ୍ବର ୧୩)ରେ ଦୁଇଜଣ ଲୋକ କ୍ୟାନିଷ୍ଟର ନେଇ ଲୋକସଭାରେ ପ୍ରବେଶ କରିଥିଲେ। ସେଠାରେ ଉପସ୍ଥିତ ସାଂସଦମାନେ ସେମାନଙ୍କୁ ଧରିଥିଲେ ମଧ୍ୟ ଦୁଇଜଣ ଗୃହ ଭିତରେ କ୍ୟାନିଷ୍ଟର ଖୋଲିଥିଲେ, ଯାହା ସମଗ୍ର ଲୋକସଭାକୁ ହଳଦିଆ-ହଳଦିଆ ଧୂଆଁରେ ଭରି ଦେଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଧରିବା ଜରୁରୀ ଯାହାଦ୍ୱାରା ଏହା ପଛର ଉଦ୍ଦେଶ୍ୟ ଜଣାପଡ଼ିବ। ଏଭଳି ଘଟଣାକୁ ସାମୂହିକ ନିନ୍ଦା କରାଯିବା ସହ ସାମୂହିକ ସମାଧାନର ମଧ୍ୟ ଆବଶ୍ୟକତା ରହିଛି। ଏହି ମାମଲାରେ ଉଭୟ ପକ୍ଷ ଅଭିଯୋଗ କରିବା ଓ ପ୍ରତ୍ୟାରୋପ କରିବାର କୌଣସି ଆବଶ୍ୟକତା ନାହିଁ।

ଡିସେମ୍ବର ୧୩ ତାରିଖରେ କ’ଣ ଘଟିଲା ?

୨୦୨୩ ଡିସେମ୍ବର ୧୩ ରେ ସଂସଦ ଆକ୍ରମଣର ବାର୍ଷିକୀ ଅବସରରେ ମନୋରଞ୍ଜନ ଓ ସାଗର ନାମକ ଜଣେ ବ୍ୟକ୍ତି ଲୋକସଭାର ତିନୋଟି ସୁରକ୍ଷା ବଳୟ ଭାଙ୍ଗି ଗୃହରେ ପହଞ୍ଚିଥିଲେ। ଏହାବ୍ୟତୀତ ସମୟ ସିନ୍ଦେ ଓ ନୀଲମ ନାମକ ସଂସଦ ବାହାରେ ସ୍ଲୋଗାନ ଦେବା ସହ କ୍ୟାନିଷ୍ଠରରୁ ଧୂଆଁ ବିସ୍ତାର କରୁଥିଲେ। ଏହି ୪ ଜଣଙ୍କୁ ସୁରକ୍ଷାବାହିନୀ ଧରିଥିଲା। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଲଳିତ ଝା ମଧ୍ୟ ପୁଲିସ ହେପାଜତରେ ରହିଛି।

ସଂସଦ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026

ଟାଟା ମ୍ୟାଜିକ୍‌କୁ ପିଟିଲା ଟ୍ରକ୍‌, ଘଟଣାସ୍ଥଳରେ ୬ ମୃତ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.