Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଁ ୨୦ ବର୍ଷଧରି ଅପମାନ ସହି ଆସୁଛି, ଉପରାଷ୍ଟ୍ରପତିଙ୍କୁ ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ମୁଁ ୨୦ ବର୍ଷଧରି ଅପମାନ ସହି ଆସୁଛି, ଉପରାଷ୍ଟ୍ରପତିଙ୍କୁ ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

December 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Modi
ମୁଁ ୨୦ ବର୍ଷଧରି ଅପମାନ ସହି ଆସୁଛି, ଉପରାଷ୍ଟ୍ରପତିଙ୍କୁ ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁଁ ଦୀର୍ଘ ୨୦ ବର୍ଷ ଧରି ଅପମାନ ସହି ଆସୁଛି। ମୋତେ ବି ବହୁତ ଯନ୍ତ୍ରଣା ଦିଆଯାଉଛି। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟେଲିଫୋନ କରି ଏପରି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେତିକି ନୁହେଁ ସେ କହିଛନ୍ତି ଯେ, ସଂସଦ ଭବନ ପରି ଏକ ପବିତ୍ର ସ୍ଥାନରେ ମାନ୍ୟବର ସାଂସଦ ସାମ୍ବିଧିକ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିବା ଠିକ ନୁହେଁ।

ଗତକାଲି ସଂସଦ ଭବନରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ଭାବଭଙ୍ଗିକୁ ଥଟ୍ଟା କରି ଅଭିନୟ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ରାହୁଳ ଗାନ୍ଧି ସେଠାରେ ଛିଡା ହୋଇ ନିଜ ମୋବାଇଲରେ ରେକର୍ଡିଂ କରୁଥିଲେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ମହଲରେ ସଂସଦ ଭବନରେ ଏପରି କାର୍ଯ୍ୟକୁ ନିନ୍ଦା କରାଯାଉଛି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି ଉପରାଷ୍ଟ୍ରପତିଙ୍କୁ ଟେଲିଫୋନରେ କଥା ହୋଇଥିଲେ। ଏହାକୁ ଆଜି ଉପରାଷ୍ଟ୍ରପତି ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ଘଟଣାକୁ ପ୍ରକାଶ କରିଛନ୍ତି। ଯାହାକୁ ବିଭିନ୍ନ ମହଲରେ ଉପରାଷ୍ଟ୍ରପତିଙ୍କୁ ସମର୍ଥନ କରାଯାଇଛି। ବିଜେପି ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ପୋଷ୍ଟରେ ନିଜର ମତାମତ ରଖିଛନ୍ତି।

ତେବେ ପ୍ରଧାନମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତି କଣ ଉତ୍ତର ଦେଲେ ତାହା ମଧ୍ୟ ସେ ଉଲ୍ଲେଖ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଲି ଯେ, କେତେଜଣଙ୍କ ଥଟ୍ଟାପରିହାସ ମୋତେ ମୋ କର୍ତ୍ତବ୍ୟ ଓ ଆମ ସମ୍ବିଧାନକୁ ମହନୀୟ କରିଥିବା ନୀତିକୁ ବଜାୟ ରଖିବାରେ ବାଧା ଦେଇ ପାରିବ ନାହିଁ। ମୁଁ ଆନ୍ତରିକ ଭାବେ ସମ୍ବିଧାନର ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ। କୌଣସି ଅପମାନ ମୋତେ ଏଥିରୁ ବିଚ୍ୟୁତ କରିପାରିବ ନାହିଁ।

ସାଂସଦମାନଙ୍କୁ ନିଲମ୍ବନ ପ୍ରତିବାଦରେ ଗତକାଲି ସଂସଦ ଭବନର ମକର ଦ୍ବାରରେ ବିରୋଧୀ ଦଳର ସଦସ୍ୟମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜି ଉପରାଷ୍ଟ୍ରପତିଙ୍କ ଭାବଭଙ୍ଗିକୁ ଥଟ୍ଟା ପରିହାସ କରି ଅଭିନୟ କରିଥିଲେ। ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ହେଲେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

narendra modi Vice President କଲ୍ୟାଣ ବାନାର୍ଜି ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.