Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୪ ପୂର୍ବରୁ କଂଗ୍ରେସରେ ବଡ଼ ଧରଣର ଅଦଳବଦଳ, ଛତିଶଗଡ଼ ଦାୟିତ୍ୱରେ ସଚିନ
ବିଶେଷ ଖବର

୨୦୨୪ ପୂର୍ବରୁ କଂଗ୍ରେସରେ ବଡ଼ ଧରଣର ଅଦଳବଦଳ, ଛତିଶଗଡ଼ ଦାୟିତ୍ୱରେ ସଚିନ

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୪ ପୂର୍ବରୁ କଂଗ୍ରେସରେ ବଡ଼ ଧରଣର ଅଦଳବଦଳ, ଛତିଶଗଡ଼ ଦାୟିତ୍ୱରେ ସଚିନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବଡ଼ ଧରଣର ଅଦଳବଦଳ କରିଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୟୁପି କଂଗ୍ରେସର ଏଆଇସିସି ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି। ଏହାବ୍ୟତୀତ ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ରମେଶ ଚେନ୍ନିଥାଲାଙ୍କୁ ଏଆଇସିସି ମହାରାଷ୍ଟ୍ର ପ୍ରଭାରୀ କରାଯାଇଛି।

ଅବିନାଶ ପାଣ୍ଡେଙ୍କୁ ୟୁପି କଂଗ୍ରେସ ସାଧାରଣ ସମ୍ପାଦକ ପଦ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରା ବିନା କୌଣସି ବିଭାଗରେ ସାଧାରଣ ସମ୍ପାଦକ ପଦରେ ରହିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ତାଙ୍କ ଦଳରେ ଏହି ବଡ଼ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ସେ ୧୨ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି।

ଏମାନଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ନାମ ହେଉଛି ପ୍ରିୟଙ୍କା ଗାନ୍ଧି ଭଦ୍ରା। ତାଙ୍କୁ ମହାସଚିବଭାବେ ବଜାୟ ରଖାଯାଇଛି। କିନ୍ତୁ ବର୍ତ୍ତମାନ ତାଙ୍କୁ କୌଣସି ରାଜ୍ୟ କିମ୍ବା ଅନ୍ୟ କୌଣସି ଦାୟିତ୍ୱ ଦିଆଯାଇନାହିଁ। ଗତ ପାଞ୍ଚବର୍ଷ ଧରି ସେ ଉତ୍ତରପ୍ରଦେଶର ପ୍ରଭାରୀ ଭୂମିକାରେ ଅଭିନୟ କରୁଥିଲେ।

ପ୍ରିୟଙ୍କା ଗାନ୍ଧିଙ୍କ ସ୍ଥାନରେ ଦଳର ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେଙ୍କୁ ଉତ୍ତରପ୍ରଦେଶର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଡ. ଅଜୟ କୁମାରଙ୍କୁ ଓଡ଼ିଶା ଦାୟିତ୍ୱ ସମେତ ତାମିଲନାଡ଼ୁ ଓ ପଣ୍ଡିଚେରୀର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।

ଯୁବବର୍ଗଙ୍କ ଉପରେ କଂଗ୍ରେସର ଫୋକସ ବଢ଼ିଲା

କଂଗ୍ରେସର ଏହି ପରିବର୍ତ୍ତନ ଏପରି ସମୟରେ କରାଯାଇଛି ଯେତେବେଳେ ଛୋଟ ବଡ଼ ସମସ୍ତ ରାଜନୈତିକ ଦଳ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସେପଟେ ବିରୋଧୀ ଇଣ୍ଡି ମେଣ୍ଟର ସହଯୋଗୀ ଦଳମଧ୍ୟରେ ଆସନ ବଣ୍ଟନ ପ୍ରକ୍ରିୟା ତୀବ୍ର ହେବାରେ ଲାଗିଛି। ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନରୁ ଶିକ୍ଷା ନେଇ କଂଗ୍ରେସ ଯୁବ ଓ ନୂଆ ଚେହେରାଙ୍କୁ ପ୍ରାଥମିକତା ଦେବାରେ ବ୍ୟସ୍ତ ରହିଛି ।

ନିକଟରେ ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦର ପରିଣାମ ଭୋଗିବାକୁ ପଡ଼ିଥିଲା। ଲୋକସଭା ନିର୍ବାଚନ ପୂର୍ବରୁ ଦଳ ଯେକୌଣସି ପ୍ରକାର ଆଭ୍ୟନ୍ତରୀଣ କନ୍ଦଳକୁ ଶେଷ କରିବାକୁ ଚାହୁଁଛି। ଛତିଶଗଡ଼ କଂଗ୍ରେସର ପ୍ରଭାରୀଭାବେ ସଚିନ ପାଇଲଟଙ୍କ ନିଯୁକ୍ତିକୁ ଏହା ସହ ଯୋଡ଼ାଯାଉଛି।

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସାଧାରଣ ସମ୍ପାଦକ ଓ ଛତିଶଗଡ଼ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ସମ୍ପାଦକ କୁମାରୀ ଶୈଳଜାଙ୍କୁ ଛତିଶଗଡ଼ରୁ ହଟାଇ ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସୁଖଜିନ୍ଦର ସିଂ ରନ୍ଧାୱା ରାଜସ୍ଥାନର ଦାୟିତ୍ୱରେ ରହିବେ।

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କାହିଁକି ଦାୟିତ୍ୱରୁ ମୁକ୍ତ କରାଗଲା ?

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୟୁପି କଂଗ୍ରେସ ପ୍ରଭାରୀ ପଦରୁ ମୁକ୍ତ କରିବାର ସ୍ପଷ୍ଟ କାରଣ ରହିଛି। ତାଙ୍କୁ ଦଳର ଷ୍ଟାର ପ୍ରଚାରକଭାବେ ପ୍ରାର୍ଥୀ କରାଯିବ। ଲୋକସଭା ନିର୍ବାଚନ ପ୍ରଚାରରେ ସେ ରାଲି କରିବାର ସମ୍ଭାବନା ରହିଛି।

କଂଗ୍ରେସ ସାଂସଦ ସୟଦ ନସିର ହୁସେନଙ୍କୁ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ନେତା ପ୍ରଣବ ଝାଙ୍କୁ ଏଆଇସିସି ସମ୍ପାଦକ, ଯୋଗାଯୋଗ ପ୍ରଭାରୀଭାବେ ନିଯୁକ୍ତ କରିଛନ୍ତି।

ବେଣୁଗୋପାଳ ସଂଗଠନ ସାଧାରଣ ସମ୍ପାଦକଭାବେ ଦାୟିତ୍ୱ ତୁଲାଇବେ। ସେହିପରି ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଦଳର ଯୋଗାଯୋଗ ବିଭାଗ ଦାୟିତ୍ୱରେ ରହିବେ। ଅଜୟ ମାକେନ ଦଳର କୋଷାଧ୍ୟକ୍ଷ ଭୂମିକାରେ ରହିବେ। ତାଙ୍କ ସହ ଦୁଇ ନେତା ମିଲିନ୍ଦ ଦେଓରା ଓ ବିଜୟ ଇନ୍ଦ୍ର ସିଂଲାଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

ରଣଦୀପ ସିଂ ସୁରଜେୱାଲାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏବେ ସେ କେବଳ କର୍ଣ୍ଣାଟକ ଦାୟିତ୍ୱରେ ରହିବେ। ତାଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟପ୍ରଦେଶ ପ୍ରଭାରୀଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

AICC Congress କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.