Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କଠାରୁ ବହୁ ଆଗରେ ମୋଦୀ, ସର୍ଭେ ରିପୋର୍ଟ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କଠାରୁ ବହୁ ଆଗରେ ମୋଦୀ, ସର୍ଭେ ରିପୋର୍ଟ

December 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେପି ହ୍ୟାଟ୍ରିକ୍ କରି ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରିବ। ଏହା ସହ ବିରୋଧୀ ଇଣ୍ଡି ମେଣ୍ଟ ଏହାର ସମସ୍ତ ଶକ୍ତି ପ୍ରୟୋଗ କରି ମୋଦୀଙ୍କୁ ହରାଇବାକୁ ଚେଷ୍ଠା କରିବ। ପ୍ରଧାନମନ୍ତ୍ରୀ ପଦବୀ ପାଇଁ କୌଣସି ନେତାଙ୍କୁ ବିରୋଧୀ ଉପସ୍ଥାପନ କରିନାହାନ୍ତି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ରାହୁଲ ଗାନ୍ଧିଙ୍କୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏହି ପ୍ରସ୍ତୁତି ମଧ୍ୟରେ ସି-ଭୋଟର ଏବିପି ନ୍ୟୁଜ ପାଇଁ ଏକ ସ୍ୱତନ୍ତ୍ର ସର୍ଭେ କରିଛି । ଏଥିରେ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ସେମାନଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡ଼ିବ, ତେବେ ସେମାନେ କାହାକୁ ବାଛିବେ। ଲୋକମାନେ ଏହାର ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି।

ଯଦି ଆପଣଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡିବ, ତେବେ ଆପଣ କାହାକୁ ବାଛିବେ ? ଏହି ପ୍ରଶ୍ନର ଉତ୍ତରରେ ୫୯ ପ୍ରତିଶତ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ସୁଯୋଗ ଦେବେ ବୋଲି କହିଛନ୍ତି। ୩୨ ପ୍ରତିଶତ ଲୋକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବାଛିବେ ବୋଲି କହିଛନ୍ତି। ୪ ପ୍ରତିଶତ ଲୋକ ସେମାନଙ୍କ ମଧ୍ୟରୁ କାହାକୁ ବାଛିବେ ନାହିଁ ବୋଲି କହିଛନ୍ତି। ୫ ପ୍ରତିଶତ ଲୋକ ‘ଜାଣନ୍ତି ନାହିଁ’ରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ‘ପ୍ରବଳ’ ବିଜୟ ଲକ୍ଷ୍ୟରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଦଳର ଭୋଟ ହାର ୧୦ ପ୍ରତିଶତ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଗଠନର ଶୀର୍ଷ ନେତାମାନଙ୍କୁ କହିଛନ୍ତି। ଶନିବାର ଦୁଇଦିନିଆ ବିଚାରବିମର୍ଶ ବୈଠକର ଶେଷ ଦିନରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ଓ ରାଜ୍ୟ ସଭାପତିମାନଙ୍କୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ବିଜେପିର ପ୍ରଦର୍ଶନ ଏପରି ହେବା ଉଚିତ ଯେ ବିରୋଧୀ ଆଶ୍ଚର୍ଯ୍ୟ ହୋଇଯିବେ।

ବିରୋଧୀ ଇଣ୍ଡି ମେଣ୍ଟ ଓ ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେବାର ସମ୍ଭାବନା ରହିଛି। ୨୦୧୯ ନିର୍ବାଚନରେ ଶାସକ ଦଳ ୩୭ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା। ତାଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ପ୍ରାୟ ୪୫ ପ୍ରତିଶତ ଭୋଟ ମିଳିଥିଲା।

ରାହୁଲ ଗାନ୍ଧି ମୋଦି ସରକାରଙ୍କ ନୀତି ବିରୋଧରେ ସବୁଠାରୁ ଅଧିକ ସ୍ୱର ଉତ୍ତୋଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ବିରୋଧୀ ଦଳ ପକ୍ଷରୁ କୌଣସି ଚେହେରା ଘୋଷଣା କରିନାହାନ୍ତି। କିନ୍ତୁ ଏହି ଦୌଡ଼ରେ ରାହୁଲ ଗାନ୍ଧିଙ୍କ ନାଁ ସବୁବେଳେ ରହିଥାଏ। ସେହି ସର୍ଭେରେ ରାହୁଲ ଗାନ୍ଧିଙ୍କ ପ୍ରଦର୍ଶନ ବିଷୟରେ ପଚରାଯିବାରୁ ୩୯ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଥିବା କହିଥିଲେ। ୨୬ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ବହୁତ ସନ୍ତୁଷ୍ଟ ଅଛନ୍ତି। ‘କମ୍ ସନ୍ତୁଷ୍ଟ’ ସଂଖ୍ୟା ହେଉଛି ୨୧ ପ୍ରତିଶତ। ୧୪ ପ୍ରତିଶତ ଲୋକ ‘ମୁଁ ଜାଣେ ନାହିଁ’ ବୋଲି ଉତ୍ତର ଦେଇଥିଲେ।

Election2024 ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

August 21, 2025

ଜର୍ମାନ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ ପରେ ଫ୍ରେଡ୍ରିଚ୍ ମର୍ଜଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 21, 2025

‘ସଂସଦ କାର୍ଯ୍ୟରେ ବାଧା ପାଇଁ କ୍ଷତିପୂରଣ ଦିଅନ୍ତୁ ସାଂସଦ: ଏହି ଲୋକସଭା ସଦସ୍ୟଙ୍କ ଦାବି

August 21, 2025

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025
Latest News

AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

August 21, 2025

ଜର୍ମାନ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ ପରେ ଫ୍ରେଡ୍ରିଚ୍ ମର୍ଜଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 21, 2025

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାଭିତ ହେବ ଟ୍ରେନ ସେବା

August 21, 2025

ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେହ ଅଖଣ୍ଡ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ

August 21, 2025

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.