Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଗାମୀ ନିର୍ବାଚନରେ ବିଜେପି ୪୦୦ ଆସନ ଜିତିପାରେ: କଂଗ୍ରେସ ନେତା ସାମ୍ ପିତ୍ରୋଦା
ବିଶେଷ ଖବର

ଆଗାମୀ ନିର୍ବାଚନରେ ବିଜେପି ୪୦୦ ଆସନ ଜିତିପାରେ: କଂଗ୍ରେସ ନେତା ସାମ୍ ପିତ୍ରୋଦା

December 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ
"ଘର ପରି ପାକିସ୍ତାନ": ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଯଦି ଇଭିଏମ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇପାରେ ବୋଲି କଂଗ୍ରେସର ବରିଷ୍ଠ ନେତା ସାମ୍ ପିତ୍ରୋଦା କହିଛନ୍ତି। ଗୁରୁବାର ଦିନ ସାମ୍ ପିଟ୍ରୋଡା କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ। ଭୋଟରଙ୍କୁ ପ୍ରତ୍ୟେକ ଭୋଟରେ ଭିଭିପାଟ୍ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ଏକ ସାକ୍ଷାତ୍‍କାରରେ ପିତ୍ରୋଦା କହିଛନ୍ତି ଯେ ପ୍ରଥମେ ମୁଁ ନିର୍ବାଚନ କମିଶନଙ୍କୁ ଏ ବିଷୟରେ କିଛି କରିବାକୁ ଅପେକ୍ଷା କରିଥିଲି, କିନ୍ତୁ ଯେତେବେଳେ କିଛି ହେଲା ନାହିଁ, ମୁଁ ଏହା ବିରୋଧରେ କହିବାକୁ ସ୍ଥିର କଲି। ନିର୍ବାଚନ ଆୟୋଗ ସବୁବେଳେ ଇଭିଏମକୁ ନେଇ ଥିବା ଆଶଙ୍କାକୁ ଖାରଜ କରି ଆସୁଛନ୍ତି। କଂଗ୍ରେସ ସମେତ କିଛି ବିରୋଧୀ ନେତା ବାରମ୍ବାର ଇଭିଏମରେ ହେରଫେର ପ୍ରସଙ୍ଗ ଉଠାଇ ଆସୁଛନ୍ତି।

ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ପୁଣି ଥରେ ଇଭିଏମକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିଲେ। ଶତ ପ୍ରତିଶତ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ଓ ଭୋଟରଙ୍କୁ ସ୍ଲିପ୍ ଦେବାକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଦାବି କରି ଆସୁଛନ୍ତି। ପିତ୍ରୋଦା ଆହୁରି ମଧ୍ୟ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ସେ ନିକଟରେ ଦେଇଥିବା ମନ୍ତବ୍ୟକୁ ବିକୃତ କରି ଉପସ୍ଥାପନ କରାଯାଇଛି। ସେ କହିଛନ୍ତି ଯେ ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ ଏବଂ ଏହାକୁ ରାଜନୀତି ସହିତ ମିଶ୍ରଣ କରାଯିବା ଉଚିତ ନୁହେଁ। ସମଗ୍ର ଦେଶ ରାମ ମନ୍ଦିର ଉପରେ ଅଟକି ରହିଥିବାରୁ ସେ ବ୍ୟଥିତ ହେଉଛନ୍ତି ବୋଲି ସେ କହିଛନ୍ତି।

ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଣିପୁରରୁ ମୁମ୍ବାଇ ଅଭିମୁଖେ ହେବାକୁ ଥିବା ଭାରତ ନ୍ୟାୟ ଯାତ୍ରା ସମ୍ପର୍କରେ ପିତ୍ରୋଦା କହିଛନ୍ତି, ଆଗାମୀ ନିର୍ବାଚନ ଭାରତର ଭବିଷ୍ୟତ ସ୍ଥିର କରିବ, ଆମେ କେଉଁ ପ୍ରକାର ରାଷ୍ଟ୍ର ଗଠନ କରିବାକୁ ଚାହୁଁଛୁ ? ଆପଣ କ’ଣ ଏପରି ଏକ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛନ୍ତି ଯାହା ସମସ୍ତ ଧର୍ମକୁ ସମ୍ମାନ ଦିଏ, ଆମର ଅନୁଷ୍ଠାନର ସ୍ୱୟଂଶାସିତତା ଅଛି, ଯାହା ଆମ ନାଗରିକ ସମାଜକୁ କାର୍ଯ୍ୟ କରିବାକୁ ଅନୁମତି ଦିଏ, କିମ୍ବା ଆପଣ ଗୋଟିଏ ଧର୍ମର ସର୍ବୋଚ୍ଚତା ଆଧାରରେ ଏକ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛନ୍ତି?

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର କାର୍ଯ୍ୟକାରିତାକୁ ନେଇ ଚିନ୍ତା ପ୍ରକଟ କରି ପିଟ୍ରୋଦା ଏକ ଏନଜିଓ ରିପୋର୍ଟକୁ ଉଦାହରଣ ଦେଇଛନ୍ତି। ମୁଁ ଭାବୁଛି ଏହି ରିପୋର୍ଟ ଆଧାରରେ ବିଶ୍ୱାସର ଅଭାବ ରହିଛି ଏବଂ ନିର୍ବାଚନ ଆୟୋଗ ବିଶ୍ୱାସ ପୁନରୁଦ୍ଧାର ପାଇଁ ଉତ୍ତର ଦେବା ଉଚିତ ବୋଲି ସେ କହିଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଗଣତନ୍ତ୍ର ବିଚ୍ଛିନ୍ନ ହୋଇଛି ଏବଂ ଆମେ ଅତ୍ୟଧିକ ଏକଛତ୍ରବାଦୀ ହୋଇଯାଉଛୁ।

ଇଭିଏମ କଂଗ୍ରେସ ନେତା ବିଜେପି ଲୋକସଭା ନିର୍ବାଚନ ସାମ୍ ପିତ୍ରୋଦା
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀ ଘୋଷଣା ଗୃହୀତ ହେବା ସହ ସମ୍ପନ୍ନ ହେଲା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬

February 22, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Latest News

ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

February 22, 2026

“ଜାଇକା” ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

February 22, 2026

ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

February 22, 2026

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ମାଛ ଧରା: ଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ପାଇଲେ ପ୍ରବେଶ ପାସ୍

February 22, 2026

ଇକୋ ରିଟ୍ରିଟ୍‍ ପରିଚାଳନା ପାଇଁ ଦୁଇଟି ସଂସ୍ଥାକୁ ଦିଆଯିବ ୩୦ କୋଟିିିି ଟଙ୍କା

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.