Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିର ଦିନରେ ଆରମ୍ଭ ହୋଇଥିଲା ଭାରତ ରତ୍ନ ପୁରସ୍କାରଛ କିପରି ଦିଆଯାଉଛି ଏହି ସମ୍ମାନ?
ବିଶେଷ ଖବର

ଆଜିର ଦିନରେ ଆରମ୍ଭ ହୋଇଥିଲା ଭାରତ ରତ୍ନ ପୁରସ୍କାରଛ କିପରି ଦିଆଯାଉଛି ଏହି ସମ୍ମାନ?

January 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୧୯୫୪ ମସିହା ଜାନୁଆରୀ ୨ ତାରିଖ ଆଜିର ଦିନରେ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଭାରତ ରତ୍ନ ପ୍ରତିଷ୍ଠା କରିଥିଲେ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ହେଉଛି ‘ଭାରତ ରତ୍ନ’। କଳା, ସାହିତ୍ୟ, ବିଜ୍ଞାନ, ସମାଜସେବା ଓ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଓ ଅସାଧାରଣ ଅବଦାନ ରଖିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ଏହା ପ୍ରଦାନ କରାଯାଉଛି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଭାରତ ରତ୍ନ ସମ୍ମାନିତ କରିବାର ବ୍ୟବସ୍ଥା କରାଯାଇଥିଲା।

୨୦୧୪ରେ ସଚିନ ତେନ୍ଦୁଲକର କ୍ରୀଡ଼ା କ୍ଷେତ୍ରରେ ଏକମାତ୍ର ଭାରତୀୟଭାବେ ଭାରତ ରତ୍ନ ପାଇଥିଲେ। ପ୍ରତିବର୍ଷ ଭାରତ ରତ୍ନ ପୁରସ୍କାର ଦେବା ବାଧ୍ୟତାମୂଳକ ନୁହେଁ। ଭାରତ ରତ୍ନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ନାମ ସୁପାରିସ କରିଥାନ୍ତି। ଯାହା ପରେ ରାଷ୍ଟ୍ରପତି ସେହି ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରିଥାନ୍ତି। ଏହି ପୁରସ୍କାର ଅଧୀନରେ ପ୍ରାପ୍ତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତିଙ୍କ ସ୍ୱାକ୍ଷରିତ ଏକ ସାର୍ଟିଫିକେଟ୍ ଏବଂ ଏକ ପଦକ ପ୍ରଦାନ କରାଯାଏ। ଏହି ପୁରସ୍କାରରେ କୌଣସି ଆର୍ଥିକ ଅନୁଦାନ ନାହିଁ।

ଭାରତ ରତ୍ନର ଡିଜାଇନ

ପୂର୍ବରୁ ଭାରତ ରତ୍ନର ଡିଜାଇନରେ ୩୫ ମିଲିମିଟର ଗୋଲାକାର ସ୍ୱର୍ଣ୍ଣ ପଦକ ଥିଲା ଏବଂ ଏଥିରେ ସୂର୍ଯ୍ୟ ଚିତ୍ର ଅଙ୍କାଯାଇଥିଲା। ଯାହା ଉପରେ ହିନ୍ଦୀରେ ଭାରତ ରତ୍ନ ଲେଖା ଯାଇଥିଲା ଏବଂ ତଳଭାଗରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ଏକ ଜାତୀୟ ଚିହ୍ନ ଓ ପିଠିରେ ବାକ୍ୟ ଲେଖା ଯାଇଥିଲା। ଏହାପରେ ରତ୍ନପଥର ବଦଳାଇ ତମ୍ବାରେ ନିର୍ମିତ ପିପଳ ପତ୍ର ଉପରେ ପ୍ଲାଟିନମର ଉଜ୍ଜ୍ୱଳ ସୂର୍ଯ୍ୟ ତିଆରି କରାଗଲା। ଏହା ତଳେ ରୁପାରେ ଭାରତ ରତ୍ନ ଲେଖାଯାଇଛି।

ଭାରତ ରତ୍ନ ପୁରସ୍କାର ବିଜେତାଙ୍କ ତାଲିକା

ନାମ- ବର୍ଷ

ପ୍ରଣବ ମୁଖାର୍ଜୀ- ୨୦୧୯
ଭୂପେନ ହଜାରିକା- ୨୦୧୯
ନାନାଜୀ ଦେଶମୁଖ- ୨୦୧୯
ମଦନ ମୋହନ ମାଲବ୍ୟ- ୨୦୧୫
ଅଟଳ ବିହାରୀ ବାଜପେୟୀ- ୨୦୧୫
ସଚିନ ତେନ୍ଦୁଲକର- ୨୦୧୪
ସିଏନଆର ରାଓ- ୨୦୧୪
ପଣ୍ଡିତ ଭୀମସେନ ଯୋଶୀ- ୨୦୦୮
ଲତା ଦୀନାନାଥ ମଙ୍ଗେସକର- ୨୦୦୧
ଉସ୍ତାଦ ବିସ୍ମିଲ୍ଲା ଖାଁ- ୨୦୦୧
ପ୍ରଫେସର ଅମର୍ତ୍ୟ ସେନ- ୧୯୯୯
ଲୋକପ୍ରିୟ ଗୋପୀନାଥ ବୋର୍ଦୋଲୋଇ- ୧୯୯୯
ଲୋକନାୟକ ଜୟପ୍ରକାଶ ନାରାୟଣ- ୧୯୯୯
ପଣ୍ଡିତ ରବିଶଙ୍କର- ୧୯୯୯
ଚିଦାମ୍ବରମ ସୁବ୍ରମଣ୍ୟମ- ୧୯୯୮
ମଦୁରାଇ ଶାନମୁଖାବାଡିଭୁ ସୁବୁଲକ୍ଷ୍ମୀ- ୧୯୯୮
ଡ. ଅବୁଲ ପାକିର ଜୈନୁଲାବଦିନ ଅବଦୁଲ କଲାମ- ୧୯୯୭
ଅରୁଣା ଆସଫ ଅଲ୍ଲୀ- ୧୯୯୭
ଗୁଲଜାରୀ ଲାଲ ନନ୍ଦା- ୧୯୯୭
ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟା- ୧୯୯୨
ମୌଲାନା ଅବୁଲ କଲାମ ଆଜାଦ- ୧୯୯୨
ସତ୍ୟଜିତ ରାୟ- ୧୯୯୨
ରାଜୀବ ଗାନ୍ଧୀ- ୧୯୯୧
ସର୍ଦ୍ଦାର ବଲ୍ଲଭଭାଇ ପଟେଲ- ୧୯୯୧
ଡ. ଭୀମରାଓ ରାମଜୀ ଆମ୍ବେଦକର- ୧୯୯୦
ନେଲସନ ରୋଲିହଲା ମଣ୍ଡେଲା- ୧୯୯୦
ମାରୁଦୁର ଗୋପାଲନ ରାମଚନ୍ଦ୍ରନ- ୧୯୮୮
ଖାନ୍ ଅବଦୁଲ ଗଫର ଖାଁ- ୧୯୮୭
ଆଚାର୍ଯ୍ୟ ବିନୋବା ଭାବେ- ୧୯୮୩
ମଦର ଟେରେସା- ୧୯୮୦
କୁମାରସ୍ୱାମୀ କାମରାଜ- ୧୯୭୬
ବରାହଗିରି ଭେଙ୍କଟ ଗିରି- ୧୯୭୫
ଇନ୍ଦିରା ଗାନ୍ଧୀ- ୧୯୭୧
ଲାଲ ବାହାଦୁର ଶାସ୍ତ୍ରୀ- ୧୯୬୬
ଡ. ପାଣ୍ଡୁରଙ୍ଗ ବାମନ କେନ୍- ୧୯୬୩
ଜାକିର ହୁସେନ- ୧୯୬୩
ରାଜେନ୍ଦ୍ର ପ୍ରସାଦ -୧୯୬୨
ବିଧାନ ଚନ୍ଦ୍ର ରାୟ- ୧୯୬୧
ପୁରୁଷୋତ୍ତମ ଦାସ ଟଣ୍ଡନ- ୧୯୬୧
ଧୋଣ୍ଡେ କେଶବ କର୍ଭେ- ୧୯୫୮
ଗୋବିନ୍ଦ ବଲ୍ଲଭ ପନ୍ତ- ୧୯୫୭
ଭଗବାନ ଦାସ- ୧୯୫୫
ଜବାହରଲାଲ ନେହେରୁ- ୧୯୫୫
ମୋକ୍ଷଗୁଣ୍ଡମ ବିବେଶ୍ୱରୟା- ୧୯୫୫
ଡ. ଚକ୍ରବର୍ତ୍ତୀ ରାଜଗୋପାଳଚାରୀ- ୧୯୫୪
ଚନ୍ଦ୍ରଶେଖର ଭେଙ୍କଟ ରମଣ- ୧୯୫୪
ସର୍ବପଲ୍ଲୀ ରାଧାକ୍ରିଷ୍ଣନ- ୧୯୫୪

ଭାରତ ରତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026
Latest News

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.