Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ ବୁଝାମଣା ନେଇ ଫର୍ମୁଲା ପ୍ରସ୍ତୁତ ହେଉଥିବାବେଳେ କଂଗ୍ରେସ-ଆପ୍‌ର ବାକ୍ ଯୁଦ୍ଧ
ବିଶେଷ ଖବର

ଆସନ ବୁଝାମଣା ନେଇ ଫର୍ମୁଲା ପ୍ରସ୍ତୁତ ହେଉଥିବାବେଳେ କଂଗ୍ରେସ-ଆପ୍‌ର ବାକ୍ ଯୁଦ୍ଧ

January 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡି ମେଣ୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ପଟେ ଆସନ ବଣ୍ଟନ ଫର୍ମୁଲା ବାହାର କରାଯାଉଥିବାବେଳେ ଅନ୍ୟପକ୍ଷରେ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପରସ୍ପର ସହ ତୀବ୍ର ବାକ୍ ଯୁଦ୍ଧରେ ଲିପ୍ତ ଅଛନ୍ତି। ଯାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ଏଭଳି ବିଚ୍ଛିନ୍ନ ମେଣ୍ଟ ବିଜେପିକୁ ଚ୍ୟାଲେଞ୍ଜ କରିପାରିବ କି? ଏହି ଚ୍ୟାଲେଞ୍ଜ କେତେ ଶକ୍ତିଶାଳୀ ହେବ? ଯଦି ଏହା ଅନୁମାନ କରାଯାଏ ଯେ ଇଣ୍ଡି ମେଣ୍ଟ ମିଳିତଭାବେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଧୂଳିସାତ କରିବ, ତେବେ ଦେଶକୁ ମୁଣ୍ଡ ବିନା ସ୍ଥିର ସରକାର ମିଳିବାର ଗ୍ୟାରେଣ୍ଟି କ’ଣ? ଏଭଳି ପ୍ରଶ୍ନ ଉଠିବା ନିଶ୍ଚିତ। ବିଶେଷ କରି କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ଏହି ସନ୍ଦେହ ସୃଷ୍ଟି ହୋଇଛି । ଏନଡିଏ ମେଣ୍ଟର ଏହି ଦୁଇ ଦଳ ପରସ୍ପରକୁ କଡ଼ା ସମାଲୋଚନା କରୁଛନ୍ତି। ସେମାନଙ୍କ ପାରସ୍ପରିକ ସଂଘର୍ଷକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବାର କାରଣ ଯେ କେହି ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆସନ ବଣ୍ଟନକୁ ନେଇ ଆଲୋଚନା ହେଉଛି

ଆସନ ବଣ୍ଟନରେ ବିରୋଧୀ ଇଣ୍ଡି ମେଣ୍ଟ ଆଉ ଏକ ପାଦ ଆଗେଇ ଚାଲିଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହା ବିରୋଧୀ ଦଳଗୁଡ଼ିକ ସମ୍ମୁଖୀନ ହେଉଥିବା ସବୁଠାରୁ ଜଟିଳ ପ୍ରସଙ୍ଗ । ଗଣମାଧ୍ୟମରେ ଆସୁଥିବା ଖବର ଅନୁଯାୟୀ କଂଗ୍ରେସ ଇଣ୍ଡି ମେଣ୍ଟ ପାଇଁ ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ କରିଛି । ବୁଧବାର ଏହାର ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଦାନ କରାଯିବ । ୯ଟି ରାଜ୍ୟରେ କଂଗ୍ରେସ ମେଣ୍ଟ କରିବାକୁ ଯାଉଛି ବୋଲି କୁହାଯାଉଛି । କଂଗ୍ରେସ ଯେଉଁ ସବୁ ରାଜ୍ୟରେ ସହଯୋଗୀ ଦଳସହ ମେଣ୍ଟ କରିପାରେ ସେଗୁଡ଼ିକ ହେଲା ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର, ଜମ୍ମୁ-କଶ୍ମୀର, କେରଳ ଓ ତାମିଲନାଡୁ । ପଞ୍ଜାବରେ ମେଣ୍ଟ ହେବାର ସମ୍ଭାବନା ବହୁତ କମ୍ । ଦିଲ୍ଲୀ ଓ ପଞ୍ଜାବରେ ଆପ୍ କ୍ଷମତାରେ ରହିଛି ।

ଆପ୍ ଓ କଂଗ୍ରେସ ମଧ୍ୟରେ ବଢୁଛି ଫାଟ

ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ନ ହେବାର ସମ୍ଭାବନା ଆକଳନ କରିବା ଅତ୍ୟନ୍ତ କଷ୍ଟକର ନୁହେଁ। ଗତ କିଛିଦିନ ହେବ ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ଯେଉଁଭଳି ବୟାନ ଦେଉଛନ୍ତି, ସେଥିରୁ ଭିତରର ସ୍ଥିତି ଅନୁମାନ କରାଯାଇପାରିବ। ସୋମବାର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କରି ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ କଂଗ୍ରେସ ନେତାମାନେ ମେଣ୍ଟ ବିରୋଧରେ ଅଛନ୍ତି। ଯଦି ପଞ୍ଜାବରେ ଏଭଳି ମେଣ୍ଟ କରି ନିର୍ବାଚନ ଲଢ଼ାଯାଏ, ତେବେ ପଞ୍ଜାବରୁ କଂଗ୍ରେସ ନିପାତ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ମାନ କହିଥିଲେ ଯେ ଖୁବଶୀଘ୍ର ପଞ୍ଜାବ ଏବଂ ଦିଲ୍ଲୀର ମା’ ମାନେ ସେମାନଙ୍କ ପିଲାମାନଙ୍କୁ ଏହି କାହାଣୀ କହିବେ – ‘ଏକ ଥି କଂଗ୍ରେସ’।

ଆପ୍‌କୁ ଜବାବ ଦେଉଛନ୍ତି କଂଗ୍ରେସ ନେତା

ପଞ୍ଜାବ ସିଏମ ମାନଙ୍କ ଏହି ବୟାନ ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଙ୍ଗଳବାର କହିଛନ୍ତି ଯେ ଆପ୍ ଏକ ବଡ଼ ମେଣ୍ଟକୁ ଆସିବାର ଉପାୟ ବୁଝିପାରୁନାହିଁ। ଆଗାମୀ ଦିନରେ ତିହାର ଜେଲରେ ଏକ ପାର୍ଟି ବସିଥିଲା ବୋଲି ମା’ ମାନେ ମଧ୍ୟ କହିବେ। ସନ୍ଦୀପ ଦୀକ୍ଷିତ ପ୍ରଶ୍ନ କରିଛନ୍ତି, କେଉଁ ଦଳର ୪୦ ପ୍ରତିଶତ ନେତୃତ୍ୱ ଜେଲରେ ଅଛନ୍ତି ଏବଂ ବାକିମାନେ ଯିବାକୁ ପ୍ରସ୍ତୁତ ଅଛନ୍ତି? ସନ୍ଦୀପ ଦୀକ୍ଷିତ କହିଛନ୍ତି ଯେ ଆପ୍‌ର ଏକ ସମସ୍ୟା ଅଛି। ଏଥିରେ ଏମିତି ନେତା ନାହାନ୍ତି ଯିଏ କି ସର୍ବସାଧାରଣ ମଞ୍ଚରେ ସହଜରେ ରାଜନୀତିକୁ ବାର୍ତ୍ତାଳାପ କରିପାରିବେ। ଆପ୍ ନେତାମାନେ ଏହା ବୁଝିପାରୁନାହାନ୍ତି। ଏଥିରେ ସେମାନଙ୍କର ମଧ୍ୟ ଦୋଷ ନାହିଁ। ସେମାନଙ୍କର ସେଭଳି କୌଣସି ପରମ୍ପରା ନାହିଁ।

ଆସନ ବୁଝାମଣା ଇଣ୍ଡି ମେଣ୍ଟ କଂଗ୍ରେସ ବାକ୍ ଯୁଦ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.