Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାୟବରେଲି ଆସନ ଛାଡ଼ିବେ କି ସୋନିଆ ଗାନ୍ଧି?: ଏହି ଠାରେ ନିର୍ବାଚନ ଲଢିବାକୁ କଂଗ୍ରେସର ସଂକଳ୍ପ ପାରିତ
ବିଶେଷ ଖବର

ରାୟବରେଲି ଆସନ ଛାଡ଼ିବେ କି ସୋନିଆ ଗାନ୍ଧି?: ଏହି ଠାରେ ନିର୍ବାଚନ ଲଢିବାକୁ କଂଗ୍ରେସର ସଂକଳ୍ପ ପାରିତ

January 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୋନିଆ ଗାନ୍ଧୀ
ହଠାତ୍ ଖରାପ ହେଲା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ତେଲେଙ୍ଗାନା କଂଗ୍ରେସ ସୋନିଆ ଗାନ୍ଧିଙ୍କୁ ନେଇ ଏକ ସଂକଳ୍ପ ପାରିତ କରିଛି। ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନେଇ କଂଗ୍ରେସ ଏକ ସଂକଳ୍ପ ପାରିତ କରିଛି। ଏହାପରେ ସୋନିଆ ଗାନ୍ଧି ରାୟବରେଲି ଆସନ ଛାଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି।

ସୋନିଆ ଗାନ୍ଧି ତେଲେଙ୍ଗାନାର ମେଡ଼କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିଛନ୍ତି। କଂଗ୍ରେସ ନେତ୍ରୀ ମଧୁୟାକ୍ଷୀ ଗୌଡ଼ କହିଛନ୍ତି ଯେ ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ଆମେ ସଂକଳ୍ପ ପାରିତ କରିଛୁ। ତାଙ୍କ ଲଢ଼େଇ ସମଗ୍ର ଦକ୍ଷିଣ ଭାରତରେ ଦଳପାଇଁ ଲାଭଦାୟକ ହେବ।

ରାୟବରେଲି ଆସନରୁ କେତେଥର ଜିତିଛନ୍ତି ସୋନିଆ?

ସୋନିଆ ଗାନ୍ଧି ବର୍ତ୍ତମାନ ରାୟବରେଲିରୁ ସାଂସଦ ଅଛନ୍ତି। ରାୟବରେଲି ଆସନ କଂଗ୍ରେସର ଗଡ଼ ପାଲଟିଛି। ଗତ ୪ଟି ନିର୍ବାଚନରେ ସୋନିଆ ଏଠାରୁ ବିଜୟୀ ହୋଇଛନ୍ତି। ପ୍ରତି ନିର୍ବାଚନରେ ତାଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି। ଏହି ଆସନ ଐତିହାସିକଭାବେ କଂଗ୍ରେସ ହାତରେ ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ହୋଇଥିବା ୧୭ଟି ଲୋକସଭା ନିର୍ବାଚନ ମଧ୍ୟରୁ ୩ଟି ନିର୍ବାଚନକୁ ବାଦ୍ ଦେଲେ ଏହି ଆସନ ପ୍ରତିଥର କଂଗ୍ରେସ ପାଖରେ ରହିଛି। ଦେଶର ୭୨ ବର୍ଷର ନିର୍ବାଚନୀ ଇତିହାସରେ ଉତ୍ତରପ୍ରଦେଶର ରାଏବରେଲି ଆସନ ୬୬ ବର୍ଷ ଧରି କଂଗ୍ରେସ ସହିତ ରହିଛି।

ରାୟବରେଲିରୁ କିଏ ଲଢିବ ?

ତେଲେଙ୍ଗାନା କଂଗ୍ରେସର ଏହି ପ୍ରସ୍ତାବକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ପ୍ରଶ୍ନ ଉଠୁଛି ଯଦି ସୋନିଆ ଗାନ୍ଧି ରାୟବରେଲି ଆସନ ଛାଡ଼ିବେ ତେବେ ଏଠାରୁ କିଏ ନିର୍ବାଚନ ମଇଦାନକୁ ଓହ୍ଲାଇବ? ଏହି ଆସନ ଗାନ୍ଧୀ ପରିବାରର ଗଡ଼ ହୋଇଥିବାରୁ ଏଠାରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

କଂଗ୍ରେସ ତେଲେଙ୍ଗାନା ପ୍ରିୟଙ୍କା ଗାନ୍ଧି ରାଜନୈତିକ ହଟଚମଟ ଲୋକସଭା ନିର୍ବାଚନ ସଂକଳ୍ପ ପାରିତ ସୋନିଆ ଗାନ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.