Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘୧୦୦ ଫର୍ମୁଲା’ରୁ ଆରମ୍ଭ କରି ଇଣ୍ଡି ମେଣ୍ଟରେ ଆସନ ବୁଝାମଣା ପର୍ଯ୍ୟନ୍ତ କଂଗ୍ରେସରେ କ’ଣ ଚାଲିଛି?
ବିଶେଷ ଖବର

‘୧୦୦ ଫର୍ମୁଲା’ରୁ ଆରମ୍ଭ କରି ଇଣ୍ଡି ମେଣ୍ଟରେ ଆସନ ବୁଝାମଣା ପର୍ଯ୍ୟନ୍ତ କଂଗ୍ରେସରେ କ’ଣ ଚାଲିଛି?

January 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ଆଗାମୀ କିଛିଦିନ ମଧ୍ୟରେ କଂଗ୍ରେସ ଅତି କମରେ ୧୦୦ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଚାହୁଁଛି। ଏଥିପାଇଁ ଦଳକୁ ଏକ ଲୋକପ୍ରିୟ ପ୍ରାର୍ଥୀଙ୍କ ନାମ ଦରକାର। ଦଳ ଏପରି ନେତା ଖୋଜୁଛି, ଯେଉଁମାନଙ୍କର କେବଳ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତି ନାହିଁ ବରଂ ନିର୍ବାଚନ ଲଢ଼ିବା ପାଇଁ ସମ୍ବଳ ମଧ୍ୟ ସଂଗ୍ରହ କରିପାରିବେ। ଦଳ ପ୍ରଥମେ ଏଭଳି ୧୦୦ ଜଣଙ୍କ ନାମ ସ୍ପଷ୍ଟ କରିବାକୁ ଚାହୁଁଛି। ଏହାବ୍ୟତୀତ କଂଗ୍ରେସ ନିଜର ସବୁଠାରୁ ଶକ୍ତିଶାଳୀ ନେତାଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ।

ପ୍ରାର୍ଥୀଙ୍କ ପାଇଁ ସର୍ଭେ କରୁଛି ଦଳ

ବାସ୍ତବରେ ଦଳ ନିଜର ସୀମିତ ସମ୍ବଳକୁ ବ୍ୟବହାର କରି ଏଥର ସଠିକ ଭାବେ ପ୍ରଚାର କରିବା ସହ ଲୋକଙ୍କ ପାଖରେ ଏହି ବାର୍ତ୍ତାକୁ ପ୍ରଭାବଶାଳୀ ଭାବେ ପହଞ୍ଚାଇବାକୁ ଚାହୁଁଛି। ଏଭଳି ସ୍ଥିତିରେ ଏହି ୧୦୦ ପ୍ରାର୍ଥୀ ଏକାକୀ ନିର୍ବାଚନ ଲଢ଼ିବେ ବୋଲି କଂଗ୍ରେସ ଆଶା ରଖିଛି। ଏହି ୧୦୦ ଜଣଙ୍କ ନାମ ଚୟନ ପାଇଁ ଏକ ସର୍ଭେ ମଧ୍ୟ କରାଯାଉଛି। ଦଳ ଏଭଳି ଏକ ସଂସଦୀୟ ନିର୍ବାଚନମଣ୍ଡଳୀ ଖୋଜିବା ସହ ସର୍ଭେ ଜରିଆରେ ସେଠାରେ ଏଭଳି ପ୍ରାର୍ଥୀଙ୍କୁ ଚିହ୍ନଟ କରୁଛି। ଜାନୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ସର୍ଭେ କାର୍ଯ୍ୟ ଶେଷ ହେବ। ଏହାପରେ ଦଳୀୟ ହାଇକମାଣ୍ଡ ବୈଠକ କରି ଏହି ନାମଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବେ।

ଇଣ୍ଡି ମେଣ୍ଟର ସମସ୍ତ ଦଳ କଂଗ୍ରେସ ଉପରେ କ୍ଷୁବ୍ଧ

ଇଣ୍ଡି ମେଣ୍ଟର ସମସ୍ତ ଦଳ ଆଜିକାଲି କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି। ମେଣ୍ଟର ଶେଷ ବୈଠକରେ ଡିସେମ୍ବର ୩୧ ପୂର୍ବରୁ ସାଧାରଣ ନିର୍ବାଚନ ପାଇଁ ଆସନ ବଣ୍ଟନ ପ୍ରସଙ୍ଗ ସ୍ପଷ୍ଟ କରିବାକୁ ସମସ୍ତ ଆଞ୍ଚଳିକ ଦଳ କଂଗ୍ରେସ ଉପରେ ଚାପ ପକାଇଥିଲ। ଏହାପରେ କଂଗ୍ରେସ ଆକ୍ସନକୁ ଆସିଥିଲା ଏବଂ ପ୍ରତିଦିନ ବୈଠକ ଆରମ୍ଭ ହୋଇଥିଲା। କିନ୍ତୁ ଏଥିରୁ କ’ଣ ହାସଲ ହେଲା ତାହା ଅଧିକାଂଶ ଆଞ୍ଚଳିକ ଦଳ ଜାଣି ନାହାନ୍ତି। ଏକ ଆଞ୍ଚଳିକ ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ନୁଯାୟୀ, ପ୍ରତିଦିନ କଂଗ୍ରେସରେ ବୈଠକ ହେଉଛି ବୋଲି ସେ ଶୁଣିଆସୁଛନ୍ତି, କିନ୍ତୁ ତାଙ୍କ ପାଖରେ ଅଧିକ ସୂଚନା ନାହିଁ। ସେ କହିଛନ୍ତି ଯେ ଆସନ ବଣ୍ଟନ ପାଇଁ କଂଗ୍ରେସ ନେତା ତାଙ୍କ ଦଳ ସହ ଯୋଗାଯୋଗ କରିନାହାଁନ୍ତି।

କେବଳ ନିଜ ଦଳର ମିଟିଂ ମାଧ୍ୟମରେ ସମସ୍ୟାର ସମାଧାନ ହେବ?

ଯଦି କଂଗ୍ରେସ ନିଜ ଦଳର ବୈଠକରେ ଆସନ ବଣ୍ଟନ କଥା କହୁଛି, ତା’ହେଲେ ଏହାର ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ କଂଗ୍ରେସ ଭିତରେ ହିଁ ଦ୍ୱନ୍ଦ୍ୱ ଦେଖାଦେଇଛି। ଏଭଳି ସ୍ଥିତିରେ ଆଞ୍ଚଳିକ ଦଳଗୁଡ଼ିକ କିଛିଦିନ ମଧ୍ୟରେ କଡ଼ା ବାର୍ତ୍ତା ଦେଇପାରନ୍ତି। ଏକ ଆଞ୍ଚଳିକ ଦଳର ନେତା କହିଛନ୍ତି ଯେ ସମୟ ଦ୍ରୁତ ଗତିରେ ଗତି କରୁଛି। ଆଗାମୀ କିଛିଦିନ ମଧ୍ୟରେ ଯଦି କଂଗ୍ରେସର ଠୋସ୍ ଆଲୋଚନା ନ ହୁଏ, ତେବେ ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳ ନିଜ ସ୍ତରରେ ଏକତରଫାଭାବେ ଆସନ ବଣ୍ଟନ ଘୋଷଣା କରିବା ଆରମ୍ଭ କରିବେ। ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ ଅନୁଭବ କରୁଛନ୍ତି ଯେ ମେଣ୍ଟରେ ଅଧିକ ଆସନ ପାଇବା ପାଇଁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯାଇଛି ଏବଂ ଠିକ୍ ସମୟରେ ସବୁକିଛି ସମାଧାନ ହୋଇଯିବ।

ଆସନ ବୁଝାମଣା ଇଣ୍ଡି ମେଣ୍ଟ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.