ଶୋଚନୀୟ ପରାଜୟ ଭୟରେ ଜୟନାରାୟଣଙ୍କର ବାଚଳାମୀ ବଢିଯାଇଛି: ରୋହିତ୍ ପୂଜାରୀ

Published: Jan 11, 2024, 7:14 am IST

ଭୁବନେଶ୍ୱର: ସଭିଏଁ ଜାଣିଛନ୍ତି ଜୟନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। କଲିକତାରେ ଚିକିତ୍ସିତ ହେଉଥିଲେ। ନିର୍ବାଚନ ଆସିବାରୁ, ଚିକିତ୍ସା ଅଧାରୁ ପଳାଇ ଆସିଛନ୍ତି। ଅପରାଧିକ କାର୍ଯ୍ୟକଳାପ ପାଇଁ ଅତ୍ୟନ୍ତ ବଦନାମ ହୋଇଥିବା ଶ୍ରୀଯୁକ୍ତ ମିଶ୍ର ବେଶ୍ ଭଲ ଭାବେ ଜାଣିଛନ୍ତି ଆଗାମୀ ନିର୍ବାଚନରେ ସେ ବହୁତ ଖରାପ ଭାବେ ହାରିବେ। ସେଥିପାଇଁ ଚାନ୍ଦା ଯୋଗାଡ କରିବାକୁ ଖଣି ବ୍ୟବସାୟୀଙ୍କୁ ବ୍ଲାକମେଲ କରିବା ଭଳି ହୀନ ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ବିଜେଡି ବିଧାୟକ ରୋହିତ୍ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ଶ୍ରୀଯୁକ୍ତ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ନ ଶୋଚନୀୟ ପରାଜୟ ଭୟରେ ଶ୍ରୀଯୁକ୍ତ ମିଶ୍ରଙ୍କର ବାଚଳାମୀ ଏବେ ପୁଣି ବଢିଯାଇଛି। ସେଥିପାଇଁ ଆକାଶରୁ ତୋଳିଆଣି ଫାଲ୍‌ତୁ କଥା କହିବାର ଧାରା ଆରମ୍ଭ କରିଛନ୍ତି। ସଚେତନ ସମ୍ବଲପୁରବାସୀ ସବୁ ଜାଣିଛନ୍ତି, କେହି ତାଙ୍କ ମିଛର ଜାଲରେ ପଡିବେନି ବୋଲି କଡା ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀଯୁକ୍ତ ପୂଜାରୀ।

Related posts