Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୋ ଅକ୍ଷରୀ ବାକ ସ୍ଵାଧୀନତାର ଅଂଶ ନୁହେଁ, ଏକଥା ଆମର ପ୍ରଗତିଶୀଳ ବୁଦ୍ଧିଜୀବୀମାନେ ବୁଝୁନାହାନ୍ତି କାହିଁକି ??
ବିଶେଷ ଖବର

ଦୋ ଅକ୍ଷରୀ ବାକ ସ୍ଵାଧୀନତାର ଅଂଶ ନୁହେଁ, ଏକଥା ଆମର ପ୍ରଗତିଶୀଳ ବୁଦ୍ଧିଜୀବୀମାନେ ବୁଝୁନାହାନ୍ତି କାହିଁକି ??

December 6, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ସରକାରଙ୍କ ବିରୋଧରେ କହିବା ଓଡିଶା ବିରୋଧୀ ନୁହଁ, ଏକଥା ଆମେ ଜାଣୁ। ଆମେ ଯେଉଁମାନେ ଦୀର୍ଘବର୍ଷ ଧରି ଅଭିବ୍ୟକ୍ତିର ସ୍ଵାଧୀନତା ଓ ମାନବ ଅଧିକାର ସପକ୍ଷରେ ଲେଖି ଆସୁଛୁ, ଅନ୍ତତଃ ଆମେ ଏ ପ୍ରସଙ୍ଗରେ ବେଶ ସଚେତନ। ବିନା କାରଣରେ କାହାର କଥା କହିବାର ସ୍ଵାଧୀନତାକୁ ଯଦି ଅପହରଣ କରାଯାଏ, ତାହେଲେ ତା ବିରୋଧରେ ଆମେ ଠିଆ ହୋଇଛୁ ଓ ଆଗକୁ ମଧ୍ୟ ଠିଆ ହେବୁ। ଏପରିକି ଅପମାନିତ କରିବାର ଅଧିକାର ବା Right to offend  କୁ ମଧ୍ୟ ଆମେ ସ୍ଵୀକାର କରୁ। ମୋର କଥା କହିବାର ସ୍ଵାଧୀନତାରେ ଆଉ କେହି ଅପମାନିତ ମନେ କରୁଛି ଯଦି ସେଟା ତାର ଅଧିକାର ବୋଲି ରାଜନୈତିକ ଭାବରେ ଆମେ ମାନୁଛୁ।  ଯଦିଓ ନୈତିକ ଓ ଆଇନଗତ ଭାବରେ ଏହା ଅପରାଧ। ଦେଶର  ସମ୍ବିଧାନ ଧାରା ୧୯ରେ ନାଗରିକ କୁ ବାକ ଓ ଅଭିବ୍ୟକ୍ତିର ସ୍ଵାଧୀନତା ଦେଇଥିବାବେଳେ ସେଇ ୧୯ (୧) ଧାରାରେ କେତେକ ବିଧି ମୁତାବକ କଟକଣା ମଧ୍ୟ ଲଗାଇଛି। ନୈତିକତା, ଶ୍ଲୀଳତା, ହିଂସା ଉଦ୍ରେକକାରୀ ବକ୍ତବ୍ୟ ଇତ୍ୟାଦି ପ୍ରସଙ୍ଗରେ ସମ୍ବିଧାନ କେତେକ ବିଧି ସଙ୍ଗତ କଟକଣା ଲଗାଯାଇପାରିବ ବୋଲି ସରକାରଙ୍କୁ ଅଧିକାର ଦେଇଛନ୍ତି। ତଥାପି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକର କଥା କହିବାର ଅଧିକାର ଅବାଧ ହେବା ଉଚିତ ବୋଲି ଆମେ ବିଶ୍ଵାସ କରୁ। ହେଲେ କଥା କହିବାର ଅଧିକାର ଭିତରେ ଅନ୍ୟକୁ ଦୋ- ଅକ୍ଷରିରେ ଗାଳି କରିବାର ଅଧିକାର ଅଛି କି? ଇଣ୍ଡିଆନ ପେନାଲ କୋଡର ଧାରା ୨୯୨, ୨୯୩, ୫୦୪ ଓ ୫୦୬ ରେ ସର୍ବସାଧାରଣ ସ୍ଥାନରେ ଦୋ-ଅକ୍ଷରି ବ୍ୟବହାରକୁ ଅପରାଧ ପର୍ୟାୟଭୁକ୍ତ କରାଯାଇଛି। ଏହି ଆଧାରରେ ଆମେ ଓଡିଶା ଓ ଅଭିଜିତ ଆୟାର ମିତ୍ର ପ୍ରସଙ୍ଗର ଆଲୋଚନା କରିପାରିବା।

ଅଭିଜିତ ଆୟାର ମିତ୍ର କିଛି କରିନାହାନ୍ତି, ସେ କେବଳ କୋଣାର୍କକୁ ନେଇ କିଛି ମଜାକଥା କହିଥିଲେ ବୋଲି ଏକ ଭ୍ରାନ୍ତ ଧାରଣା ପ୍ରଚାର କରାଯାଇଥିଲା। ଏ ପ୍ରକାର ପ୍ରଚାରର ନେତୃତ୍ୱ ନେଇଥିଲେ ଆମ ଦେଶର ସବୁଠୁ ପ୍ରଗତିଶୀଳ ବୁଦ୍ଧିଜୀବୀ ଗୋଷ୍ଠୀ ଯେଉଁମାନଙ୍କୁ ଅଭିଜିତ ଆୟାର ଦେଶଦ୍ରୋହୀ ବୋଲି କହିଆସିଛନ୍ତି। ବୁଦ୍ଧିଜୀବୀଙ୍କ ଏ ପ୍ରକାର ଉଦାରତା ଆମ ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ। ହେଲେ ଏ ପ୍ରସଙ୍ଗରେ ଗୋଟେ ଜାତିକୁ ଗାଳି କରିବାର ଓ ସର୍ବ ସାଧାରଣରେ ଦୋକ୍ଷରି ଶବ୍ଦ ବ୍ୟବହାର କରିବାର ଅଧିକାରକୁ ସମର୍ଥନ କରିବା ସବୁଠୁ ଦୁର୍ଭାଗ୍ୟଜନକ। ସବୁଠୁ ମଜାକଥା ହେଉଛି, ଯେଉଁ ବୈଜୟନ୍ତ ପଣ୍ଡାଙ୍କ ସହିତ ଆସି ଅଭିଜିତ ଏ ପ୍ରକାର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲେ, ସେ ନିଜେ ଏହି ପ୍ରସଙ୍ଗରେ ୨୦ଥର ନିଜର ବୟାନ ବଦଳାଇଛନ୍ତି। ପ୍ରଥମେ ଅଭିଜିତ ବୈଜୟନ୍ତଙ୍କ ବନ୍ଧୁ ଥିଲେ, ତାପରେ ସେ ବନ୍ଧୁତାକୁ ଅସ୍ଵୀକାର କଲେ, ପୁଣି କିଛିଦିନ ପରେ ଅଭିଜିତଙ୍କ ଗିରଫଦାରିକୁ ନିଜ ଟେଲିଭିଜନ ଚ୍ୟାନେଲରେ ପ୍ରଶଂସା କଲେ ଓ ସର୍ବଶେଷରେ ଏଥିପାଇଁ ଓଡିଶା ସରକାରକୁ ଫାଶିଷ୍ଟ ବୋଲି କହିଲେ। ଅଭିଜିତଙ୍କ ଜାମିନ ଖାରଜ କରି ସେ ଜେଲରେ ରହିବା ଯୋଗ୍ୟ ବୋଲି କହିଥିବା ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ବି ଏଥିପାଇଁ ଫାଶିଷ୍ଟ ବୋଲି କୁହାଯିବ କି ନାଇଁ, ସେ କଥା ଅବଶ୍ୟ ବୈଜୟନ୍ତ ବାବୁ କହିନାହାନ୍ତି।

 

ଏହି ଘଟଣାରେ ଜାତୀୟ ସ୍ତରରେ ଜନୈକ ନିର୍ଦ୍ଦିଷ୍ଟ ବଙ୍ଗାଳୀ ସମ୍ପାଦକ ପ୍ରଚାର ମୁଖିଆର ଦାୟିତ୍ଵ ତୁଲାଇଥିଲେ। ଅଭିଜିତଙ୍କ ସବୁକଥାକୁ ସମର୍ଥନ କରି ସେ ବାବୁ ଜେଲ ଯିବାକୁ ପ୍ରସ୍ତୁତ ବୋଲି କହିଥିଲେ ମଧ୍ୟ, ସେ ଜେଲରେ ରହିବାକୁ ମଧ୍ୟ ଅଯୋଗ୍ୟ ଓ ତାଙ୍କ କଥାର କୌଣସି ମୂଲ୍ୟ ନାହିଁ ବୋଲି ଓଡିଶାର ଜଣ ସାଧାରଣ ପ୍ରମାଣିତ କରିଦେଲେ। ଏହି ପ୍ରସଙ୍ଗରେ ଲୋକଙ୍କ ମନରେ ରହିଥିବା କ୍ରୋଧ, ବିଧାନସଭାର ମର୍ଯାଦା ଓ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶାବଳୀକୁ ମାନି ଓଡିଶା ସରକାର କାମ କରିଛନ୍ତି। ତଥାପି ରାଜନୈତିକ ଅସୂୟା କାରଣରୁ ଏହି ଘଟଣାରେ କେବଳ ଓଡିଶା ସରକାର ନୁହଁ, ବରଂ ପୁରା ଓଡ଼ିଶାକୁ ବଦନାମ କରିବାର ଷଡଯନ୍ତ୍ର ଚାଲିଥିଲା। ଓଡିଶାରେ ରହି ଓଡିଶା ବିରୋଧରେ ନିରନ୍ତର ଲେଖିଚାଲିଥିବା ଏହି ବଙ୍ଗାଳୀ ସାମ୍ବାଦିକ ଓ ତାଙ୍କର କେତେଜଣ ନିର୍ଦ୍ଦିଷ୍ଟ ଅନୁଗାମୀ ଏ ବିଷୟରେ ରୀତିମତ ଏକ ଅପମାନ ଦେବାଭଳି ଅଭିଯାନରେ ମାତିଥିଲେ।  ଅଭିଜିତଙ୍କ ସବୁ ଅପରାଧକୁ ଢାଙ୍କି ତାଙ୍କୁ ବାକ ସ୍ଵାଧୀନତାର ନାୟକ କରିବାକୁ ଚାହୁଁଥିବା ଏ ବାବୁ ମାନେ କିଏ, ସେକଥା ଏବେ ସ୍ପଷ୍ଟ ହୋଇଯାଇଛି।

ଗୋଟେ ଖରାପ ଜୋକ ଲାଗି ୪୨ ଦିନ ଜେଲରେ ରଖିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଯେଉଁ ପ୍ରଚାର ଚାଲିଥିଲା, ତାର ଉତ୍ତର ଦେଇ ବିଶିଷ୍ଟ ସାମ୍ବାଦିକା ରୂପା ସୁବ୍ରମନ୍ୟମ ଲେଖିଛନ୍ତି- ଏକ ଇସ୍ଲାମିକ ସଂଗଠନ ବିରୋଧରେ କହି କମଲେଶ ତିୱାରୀ ୨ ବର୍ଷ , ଆଉ ଜଣକର ଫେସବୁକ ପୋଷ୍ଟ ଶେୟାର କରି ଜିତେନ୍ଦ୍ର କୁମାର ୮୬ ଦିନ, ଫେସବୁକରେ ବିଜେପି ଓ ଗଙ୍ଗା-ଯମୁନାକୁ ସମାଲୋଚନା କରି ଜାକିର ଅଲି ୪୨ ଦିନ ଜେଲରେ ରହିଛନ୍ତି। ଏମାନଙ୍କ ପଛରେ କେହି କ୍ଷମତାଶାଳୀ ଲୋକ ନଥିଲେ। ଅସଲ କଥା ହେଉଛି ଆମ ବ୍ୟବସ୍ଥାଟି ଖରାପ ଓ ଏହାକୁ କେହି ସଜାଡିବାକୁ ଚାହୁଁ ନାହାନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ସୁବ୍ରମନ୍ୟମ ସ୍ଵାମୀ। ୫, ଡିସେମ୍ବର ଦିନ ୩.୩୯ ରେ ନିଜର ଏକ ଟୁଇଟରେ ସ୍ଵାମୀ ଲେଖିଛନ୍ତି-“ ଭାରତର ମୁଖ୍ୟ ବିଚାରପତି ଅଭିଜିତଙ୍କ ଓକିଲଙ୍କୁ ଅଭିଜିତ ଜେଲରେ ରହିବା ଉଚିତ ବୋଲି କଡା ଭାଷାରେ କହିବା ସତ୍ତ୍ୱେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାର ହୃଦୟ ଓ ଓଡିଶା ବିଧାସଭାର ବିଜ୍ଞତା କାରଣରୁ ଅଭିଜିତଙ୍କ ବିରୋଧରେ ରହିଥିବା ସବୁ ମାମଲା ପ୍ରତ୍ୟାହୃତ ହୋଇଛି। ଅଭିଜିତ ବୁଝିବା ଉଚିତ ଯେ ଦୋ ଅକ୍ଷରି ର ବ୍ୟବହାର ସଂସ୍କାର ନୁହେଁ। “ ଏତେକ ଲେଖିଥିବା ସୁବ୍ରମନ୍ୟମ ସ୍ଵାମୀ ଯଦି ନବୀନ ଭକ୍ତ ହୋଇଥିବେ ବା ବିଜେପିରେ ରହି ବିଜେଡ଼ିର ଗୁଣ ଗାଇବାକୁ ଠିକା ନେଇଥିବେ , ତେବେ ଆମେ ନାଚାର! ଆମ ଜାଣିବାରେ ଅଭିଜିତଙ୍କ ପରିବାର ସହିତ ସୁବ୍ରମନ୍ୟମ ସ୍ବାମୀଙ୍କର ଘନିଷ୍ଠତା ରହିଛି। ତେଣୁ ତାଙ୍କ ମତର ଗୁରୁତ୍ଵ ଏ କ୍ଷେତ୍ରରେ ଅଧିକ ଗ୍ରହଣୀୟ।

ଏଥିରୁ ଆମର ଓଡିଆ ବିରୋଧୀ ବଙ୍ଗାଳୀ ସାମ୍ବାଦିକ ଜଣକ କିଛି ବୁଝିଥିବେ ବୋଲି ଆମେ ଆଶା କରିବୁ!!

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହ ଖେଳିବା ପାଇଁ ପାକିସ୍ତାନର ତିନୋଟି ଦାବି: ରାଜି ହେବ କି ବିସିସିଆଇ?

February 9, 2026

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026
Latest News

ଭାରତ ସହ ଖେଳିବା ପାଇଁ ପାକିସ୍ତାନର ତିନୋଟି ଦାବି: ରାଜି ହେବ କି ବିସିସିଆଇ?

February 9, 2026

ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

February 9, 2026

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.