Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମିଲିନ୍ଦ ଦେଓରାଙ୍କ ଇସ୍ତଫା ଦେବାର ସମୟ ନିର୍ଦ୍ଧାରଣ କରିଛନ୍ତି ମୋଦି: ଜୟରାମ ରମେଶ
ବିଶେଷ ଖବର

ମିଲିନ୍ଦ ଦେଓରାଙ୍କ ଇସ୍ତଫା ଦେବାର ସମୟ ନିର୍ଦ୍ଧାରଣ କରିଛନ୍ତି ମୋଦି: ଜୟରାମ ରମେଶ

January 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜୟରାମ ରମେଶ
'ମୋଦିଙ୍କ କୂଟନୀତିକୁ କଠୋର ଆଘାତ': ଆମେରିକା-ଇରାନ ଯୁଦ୍ଧବିରତି ପରେ କଂଗ୍ରେସର ଆକ୍ରମଣ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓରା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ମିଲିନ୍ଦ ଦେଓରା ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା ମୁରଲୀ ଦେଓରାଙ୍କ ପୁଅ। ମିଲିନ୍ଦ ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେବେ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି- ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହୋଇଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛି। ଏହା ସହ ଦଳ ସହ ମୋ ପରିବାରର ୫୫ ବର୍ଷର ସମ୍ପର୍କର ଅନ୍ତ ଘଟିଛି। ଶନିବାର ମିଲିନ୍ଦଙ୍କ ଦଳ ଛାଡ଼ିବା ଖବର ଗଣମାଧ୍ୟମରେ ଆସିବା ପରେ ସେ କହିଥିଲେ ଯେ ସେ ଏପରି କିଛି କରୁନାହାଁନ୍ତି।

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମିଲିନ୍ଦ ଦେଓରାଙ୍କ ଇସ୍ତଫା ସମୟ ନିର୍ଦ୍ଧାରଣ କରିଛନ୍ତି। ତାଙ୍କ ପିତା ମୁରଲୀ ଦେଓରା ଜଣେ ବଡ଼ କଂଗ୍ରେସ ନେତା ଥିଲେ। ସେ ସବୁ ଦଳର ବନ୍ଧୁ ଥିଲେ, କିନ୍ତୁ ସେ କଂଗ୍ରେସର ଜଣେ ଦୃଢ଼ ନେତା ଥିଲେ।

ଇସ୍ତଫା ପରେ ସିଦ୍ଧିବିନାୟକ ମନ୍ଦିରଯାଇଥିଲେ ମିଲିନ୍ଦ

କଂଗ୍ରେସରୁ ଇସ୍ତଫା ଦେବା ପରେ ମିଲିନ୍ଦ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଦେଓରା କଂଗ୍ରେସ ଛାଡ଼ିବାର ୩ଟି କାରଣ

ମିଲିନ୍ଦ ଦେଓରା ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ନେତା ମୁରଲୀ ଦେଓରାଙ୍କ ପୁଅ। ମୁରଲୀ ଦେଓରା କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ। ମୁମ୍ବାଇ ଦକ୍ଷିଣ ଆସନରେ ସବୁବେଳେ କଂଗ୍ରେସ ବିଜୟୀ ହୋଇଆସୁଛି ଏବଂ ଦେଓରା ପରିବାର ବହୁ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ଅଛନ୍ତି। କିନ୍ତୁ ଏହି ଆସନରୁ ସାଂସଦ ହେଉଛନ୍ତି ଉଦ୍ଧବ ଗୋଷ୍ଠୀର ନେତା ଅରବିନ୍ଦ ସାୱନ୍ତ। ସାୱନ୍ତ ଏହି ଆସନରୁ ଦୁଇଥର ନିର୍ବାଚିତ ହୋଇଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡି ମେଣ୍ଟରେ ଆସନ ବଣ୍ଟନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମେଣ୍ଟରେ ଉଦ୍ଧବ ଗୋଷ୍ଠୀର ଦଳ ଶିବସେନା (ୟୁବିଟି) ମଧ୍ୟ ସାମିଲ ରହିଛି। ସେମାନଙ୍କ ନେତା ଅରବିନ୍ଦ ସାୱନ୍ତ ଏହି ଆସନରୁ ଦୁଇଥର ବିଜୟୀ ହୋଇଛନ୍ତି। ଏଭଳି ସ୍ଥିତିରେ ଉଦ୍ଧବ ଏହି ଆସନ କଂଗ୍ରେସକୁ ଦେବାକୁ ଚାହୁଁନଥିଲେ। ମେଣ୍ଟ ଯୋଗୁଁ ମିଲିନ୍ଦ ଦେଓରାଙ୍କୁ କଂଗ୍ରେସରୁ ଟିକେଟ ମିଳିବ ନାହିଁ ବୋଲି ରଣନୀତିଜ୍ଞମାନେ ବିଶ୍ୱାସ କରୁଛନ୍ତି।

ଜାନୁଆରୀ ୧୨ ତାରିଖ ଶୁକ୍ରବାର ଗରଓ୍ଵାରେ କ୍ଲବ ଓ ମୁମ୍ବାଇ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଓରା ଏହି ଦୁଇଟି ବୈଠକରେ ଯୋଗ ଦେଇନଥିଲେ। ଦଳର ଅନେକ ନେତା ତାଙ୍କ ପାଖକୁ ଆସି ତାଙ୍କୁ ବୈଠକରେ ଯୋଗ ଦେବାକୁ କହିଥିଲେ, କିନ୍ତୁ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ସେବେଠାରୁ ସେ କଂଗ୍ରେସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା।

ମିଲିନ୍ଦ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଚାହୁଁଥିଲେ: ଜୟରାମ ରମେଶ

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଦକ୍ଷିଣ ମୁମ୍ବାଇ ଲୋକସଭା ଆସନ ପାଇଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ଦାବି ଉପରେ ଦେଓରା ଶୁକ୍ରବାର ମୋ ସହ ଫୋନରେ କଥା ବାର୍ତ୍ତା କରିଥିଲେ ଏବଂ ଅନୁରୋଧ କରିଥିଲେ ଯେ ସେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ମିଲିନ୍ଦ ଦେଓରା ଏବଂ ତାଙ୍କ ପିତା ମୁରଲୀ ଦେଓରା ଉଭୟ ମୁମ୍ବାଇ ଦକ୍ଷିଣରୁ ସାଂସଦ ଥିଲେ।

ମିଲିନ୍ଦ ଦେଓରା ଶୁକ୍ରବାର ସକାଳ ୮ଟା ୫୨ମିନିଟରେ ମୋତେ ମେସେଜ କରିଥିଲେ ଏବଂ ତା’ପରେ ଅପରାହ୍ନ ୨ଟା ୪୭ମିନିଟରେ ମୁଁ ଉତ୍ତର ଦେଇଥିଲି – ଆପଣ ଦଳ ଛାଡ଼ିବାକୁ ଯୋଜନା କରୁଛନ୍ତି କି? ଅପରାହ୍ନ ୨ଟା ୪୮ମିନିଟରେ ତାଙ୍କ ବାର୍ତ୍ତା ଆସିଲା- ତୁମ ସହ କଥା ହେବା କ’ଣ ସମ୍ଭବ ନୁହେଁ? ମୁଁ କହିଲି ମୁଁ ତୁମକୁ ଡାକିବି ଏବଂ ୩:୪୦ରେ ମୁଁ ତାଙ୍କ ସହ କଥା ହେଲି।

ରମେଶ ଅଭିଯୋଗ କରିଛନ୍ତି ଯେ ବୋଧହୁଏ ଏହା ଏକ ଛଳନା ଥିଲା ଏବଂ ସେ ଯିବାକୁ ମନ ସ୍ଥିର କରିସାରିଥିଲେ। ତାଙ୍କ ଦଳ ଛାଡ଼ିବା ଘୋଷଣାର ସମୟ ପ୍ରଧାନମନ୍ତ୍ରୀ ସ୍ପଷ୍ଟଭାବେ ନିର୍ଦ୍ଧାରଣ କରିଛନ୍ତି। ରମେଶ ଆହୁରି ମଧ୍ୟ କହିଛନ୍ତି- କିଏ ମିଲିନ୍ଦ… ମୁଁ ତାଙ୍କ ବାପା ମୁରଲୀ ଦେଓରାଙ୍କୁ ଜାଣିଥିଲି।

Congress election 2024 Jairam Ramesh Milind Deora Shiv sena ଜୟରାମ ରମେଶ
Share. Facebook Twitter LinkedIn Email WhatsApp Copy Link

Related Posts

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026

ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ: ଏକ ବର୍ଷ ମଧ୍ୟରେ ହେବ ଦ୍ୱିତୀୟ ଗସ୍ତ

May 19, 2026

ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ: ରୋହିତ ଏବଂ ବିରାଟ ସାମିଲ

May 19, 2026
Latest News

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.