Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଶାସନିକ ସେବା ଅଧିକାରୀଙ୍କ ସହିତ କାହିଁକି ଆଲୋଚନା କଲେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ
ବିଶେଷ ଖବର

ପ୍ରଶାସନିକ ସେବା ଅଧିକାରୀଙ୍କ ସହିତ କାହିଁକି ଆଲୋଚନା କଲେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ

January 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍କୁଲ
ଖୋର୍ଦ୍ଧା ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ୱେବିନାର ସିରିଜ ଗତ ସେପେଫମ୍ବର ମାସଠାରୁ ଆଭାସୀ ମାଧ୍ୟମରେ ଆୟୋଜନ କରାଯାଉଅଛି।

ଏହି କାର୍ଯ୍ୟକ୍ରମ ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୩୧ଟି ଧନ୍ଦାମୂଳକ ଓ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଗ୍‌ଦର୍ଶନ ଦିଆଯାଉଛି।

ଏହି ଅଧିବେଶନରେ ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କ ସହିତ କଥାବାର୍ତ୍ତା ଶୀର୍ଷକ ଆଲୋଚନା କରାଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସମୀର ଜେନା ଓ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ – ଦୁଇଜଣ ନବନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗ ଦେଇଥିଲେ।

ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଜିର ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଏହି ବୃତ୍ତି ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଅତିଥିମାନଙ୍କଠାରୁ ବୁଝିବା ପାଇଁ ପରାମର୍ଶ ଦେଇଥିଲେ। ଆଇଡେଣ୍ଟୀଟି ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ସିଙ୍ଘଲାଲ ଏହି ଅଧିବେସନକୁ ପରିଚାଳନା କରିଥିଲେ।

ଏହି ଅଧିବେଶନରେ ମୁଖ୍ୟ ଅତିଥିମାନେ ନିଜ ପ୍ରଚେଷ୍ଟା ଓ ଅଭିଜ୍ଞତା ଆଧାରରେ, ଏହି ବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ବୃତ୍ତି ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ କିପରି ପ୍ରସ୍ତୁତି ଆରମ୍ଭ କରିବେ, ଏହାର ସର୍ବୋତ୍ତମ ସମୟ, ପାଠପଢା ମାଧ୍ୟମ, ଅଧ୍ୟୟନ ସାମଗ୍ରୀ, ଆବଶ୍ୟକ କୌଶଳ, ସମୟ ପରିଚାଳନା, କୋଚିଂର ଆବଶ୍ୟକତା, ସାଧାରଣଜ୍ଞାନ ପାଇଁ ପ୍ରସ୍ତୁତି, ପରୀକ୍ଷା ପଦକ୍ଷେପ, ଆବଶ୍ୟକ ମାର୍କ, ସମୟ ଚାପକୁ ନିୟନ୍ତ୍ରଣ କରିବାର ଉପାୟ, ପ୍ରସ୍ତୁତି ସମୟରେ ଆହ୍ୱାନଗୁଡିକ କିପରି ଥାଏ ଓ ସେଗୁଡିକ କିପରି ଦୂରୀଭୂତ କରିବେ ସେ ନେଇ ଟିପ୍ସ ପ୍ରଦାନ କରିଥିଲେ।

ସେହିପରି ସାକ୍ଷାତକାର ଯୋଗ୍ୟତାଗୁଡିକ କ’ଣ ଏବଂ ପ୍ରତିଯୋଗିତାରେ ବିଫଳତାର ଭୟକୁ କିପରି ମୁକାବିଲା କରିବେ, ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କପାଇଁ ପରୀକ୍ଷା ପ୍ରୟାସ ସଂଖ୍ୟା (attempt for civil services exam) ଏବଂ ବୟସ ସୀମା, ସାମ୍ପ୍ରତିକ ଘଟଣାବଳୀ ସମ୍ବନ୍ଧୀୟ ତଥ୍ୟ କିପରି ପାଇବେ, କେତେ ଘଣ୍ଟାର ଅଧ୍ୟୟନ ଆବଶ୍ୟକ, ସାକ୍ଷାତକାରକୁ କିପରି ସଫଳ କରିବେ, ଜଣେ ପ୍ରଶାସନିକ ସେବା ଅଧିକାରୀଙ୍କ ଦାୟିତ୍ୱଗୁଡିକ କ’ଣ ହୋଇଥାଏ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।

ପରିଶେଷରେ ଏହି ଅତିଥିଦ୍ୱୟ ଛାତ୍ରଛାତ୍ରୀଙ୍କ ନିମନ୍ତେ କେତୋଟି ସଫଳତାର ସୂତ୍ର କହିଥିଲେ ଯେ, ପିତାମାତାଙ୍କ ସମର୍ଥନ, ଦୃଢ ଇଚ୍ଛାଶକ୍ତି, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଧୈର୍ଯ୍ୟ, ଅଧ୍ୟୟନରେ ସ୍ଥିରତା ଇତ୍ୟାଦି। ଏହିଗୁଡିକ ଛାତ୍ରଛାତ୍ରୀମାନଙ୍କର ସ୍ୱପ୍ନର କ୍ୟାରିୟରକୁ ବାସ୍ତବରେ ପରିଣତ କରିବା ପାଇଁ ନିଶ୍ଚୟ ସହାୟକ ହେବ।

ଶ୍ରୀମତୀ ରଞ୍ଜିତା ମେରୀ ନାୟକ, ଉପ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି, ୟୁନିସେଫ, ଆଇଡେଣ୍ଟୀଟି ଫାଉଣ୍ଡେସନ, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଶାସନିକ ଅଧିକାରୀ ସ୍କୁଲ ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026
Latest News

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.