Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନ ଧରି ଉପବାସ ରହି ତଳେ ଶୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିଶେଷ ଖବର

ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନ ଧରି ଉପବାସ ରହି ତଳେ ଶୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

January 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
RamMandir

ନୂଆଦିଲ୍ଲୀ: ଅଯୋଦ୍ଧା ରାମମନ୍ଦିରରେ ରାମଲଲା ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ଉପବାସ ରହିଥିଲେ। ଏହିପରି ଏକ ଖବର ଆଜି ପ୍ରତିଷ୍ଠା ଉତ୍ସବରେ କହିଛନ୍ତି ରାମମନ୍ଦିରର ସେବକ ଗୋବିନ୍ଦ ଦେବ ଗିରି। ସେ କହିଛନ୍ତି ଯେ, ମୋଦିଙ୍କୁ ୩ ଦିନ ଉପବାସ ରହିବା ପାଇଁ କୁହାଯାଇଥିଲା। ହେଲେ ସେ ପୁରା ୧୧ ଦିନ ଧରି ନିଷ୍ଠାର ସହ ଉପବାସ ରହିଲେ।

ରାମଲଲା ପ୍ରାଣ ପ୍ରତିଷ୍ଠା ପରେ ଆୟୋଜିତ ଏକ ସଭାରେ ଗିରି କହିଛନ୍ତି ଯେ, ଏହି ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ଠା ରହିଛି। ସେ ୨୦ ଦିନ ପୂର୍ବରୁ ପ୍ରାଣପ୍ରତିଷ୍ଠା ପାଇଁ କଣ ବ୍ରତ କରିବାକୁ ପଡିବ ତାହାର ତାଲିକା ଦେବାକୁ ଆମକୁ କହିଥିଲେ। ସେହି ଅନୁସାରେ ଆମେ ତାଙ୍କୁ ଏକ ତାଲିକା ପ୍ରଦାନ କରିଥିଲୁ। ସେଥିପେ ୧୧ ଦିନ ଧରି ବ୍ରତ ପାଳନ କରିବାକୁ ପଡିବ ବୋଲି କୁହାଯାଇଥିଲା।

ଏଥିରେ ୧୧ ଦିନରୁ ୮ ଦିନ ଏକଓଳା ଭୋଜନ ଏବଂ ଶେଷ ତିନିଦିନ ଉପବାସ କରିବା ପାଇଁ କୁହାଯାଇଥିଲା। ଏଥିସହିତ ୩ ଦିନ ତଳେ ବା ଭୂମିରେ ଶୋଇବା ପାଇଁ ମଧ୍ୟ କୁହାଯାଇଥିଲା। ହେଲେ ମୋଦି ପୁରା ୧୧ ଦିନ ଧରି ଉପବାସ ରହିଲେ। ଆଉ ୧୧ ଦିନ ଧରି ସେ ତଳେ ଶୋଇଲେ।

ସେହିପରି ତାଙ୍କୁ ଏହି ୧୧ ଦିନ ବିଦେଶ ଭ୍ରମଣ ପାଇଁ ମଧ୍ୟ ମନା କରାଯାଇଥିଲା। ସେହି ଅନୁସାରେ ସେ ବିଦେଶ ଭ୍ରମଣ ମଧ୍ୟ କରି ନାହାଁନ୍ତି। ହେଲେ ଆଶ୍ଚର‌୍ୟ୍ୟର କଥା ସେ ଏହି ଦିନରେ ଦେଶର ପ୍ରମୁଖ ମନ୍ଦିର ଦର୍ଶନ କରି ଆସିଛନ୍ତି। ସେ ଦେଶରୁ ପ୍ରମୁଖ ମନ୍ଦିରରୁ ଶକ୍ତି ଆଣି ଆଜି ଏହିଠାରେ ଏକତ୍ର କରିଛନ୍ତି ବୋଲି ଗିରି ତାଙ୍କ ଭାଷଣରେ କହିଥିଲେ।

ସେ ପୁଣି କହିଥିଲେ ଯେ, ଦେଶର ଜଣେ ନେତା ଏପରି ନିଷ୍ଠାରେ ରହିବେ ବୋଲି ଆମେ କେବେ ଭାବି ନ ଥିଲୁ। ଏହାପରେ ଗିରି ପ୍ରଧାନମନ୍ତ୍ରୀଙ୍କୁ ଚରଣାମୃତ ଖୁଆଇ ତାଙ୍କର ଉପବାସ ଭଙ୍ଗ କରାଇଥିଲେ।

ସେହିପରି ଆରଏସଏସ ର ମୁଖ୍ୟ ମୋହନ ଭାଗବତ ମଧ୍ୟ ମୋଦିଙ୍କ ନିଷ୍ଠାକୁ ସ୍ବୀକାର କରିଥିଲେ। ସେ କହିଥିଲେ ଯେ, ମୁଁ ମୋଦିଙ୍କୁ ବହୁ ପୂର୍ବରୁ ଜାଣିଛି। ତାଙ୍କ ସହିତ ସଂପର୍କ ରହିଛି। ସେତେବେଳୁ ମୁଁ ଜାଣିଛି ଯେ, ସେ ଜଣେ ତପସ୍ବୀ।

ନିଷ୍ଠାର ସହିତ ପୂଜାପାଠ କରିବା ଗୁଣ ତାଙ୍କର ପୂର୍ବରୁ ରହିଛି। ଆଜି ଏତେ ବଡ କାମ ଯେତେବେଳେ ହେଉଛି ସେ ସେହିପରି ନିଷ୍ଠାରେ କାହିଁକି ରହିବେ ନାହିଁ ବୋଲି ଭାଗବତ କହିଥିଲେ।

ayodhya ayodhyamandir narendramodi rammandir ରାମମନ୍ଦିର ରାମଲଲା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Latest News

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.