ବଦଳିଲେ କଟକ ଭୁବନେଶ୍ବର ପୋଲିସ କମିଶନର, ଆଇପିଏସ ସ୍ତରରେ ଅଦଳବଦଳ

Published: Jan 24, 2024, 9:18 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ସେହି ଅନୁସାରେ କଟକ ଭୁବନେଶ୍ବର ପୋଲିସ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶିଙ୍କର ବଦଳି ହୋଇଛି। ତାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ବଦଳରେ ସଂଜୀବ ପଣ୍ଡାଙ୍କୁ ପୋଲିସ କମିଶନର କରାଯାଇଛି।

ସେହିପରି ଅନ୍ୟ ବରିଷ୍ଠ ସ୍ତରରେ ଯେଉଁ ବଦଳି ହୋଇଛି ତାହା ହେଲା

୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର
୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ
୩) ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ
୪) ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି
୫) ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି
୬) ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଂଜ ଆଇଜି
୭) ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି
୮) ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍‌ପି
୯) ମଡକର ସନ୍ଦୀପ ସଂପଦ- ଢ଼େଙ୍କାନାଳ ଏସ୍‌ପି
୧୦) ବିବେକାନନ୍ଦ ଶର୍ମା – ହେଡକ୍ୱାର୍ଟର ଏଆଇଜି
୧୧) ଜ୍ଞାନରଞ୍ଜନ ମହାପାତ୍ର – ସ୍ପେଶାଲ ବ୍ରାଞ୍ଚ ଏସ୍‌ପି
୧୨) ଅମରେଶ ପଣ୍ଡା – ପୋଲିସ ମୁଖ୍ୟାଳୟ ଏଆଇଜି
୧୩) ପି.କେ ମିଶ୍ର – ରାଉରକେଲା ରେଲୱେ ଏସ୍‌ପି
୧୪) ରାମ ପ୍ରସାଦ ସାହୁ – ଦେବଗଡ଼ ଏସ୍‌ପି
୧୫) ହରିଶ ବି.ସି – ରାୟଗଡ଼ା ଏସ୍‌ପି
୧୬) ୟସପ୍ରତାପ ଶ୍ରୀମଲ – ସୋନପୁର ଏସ୍‌ପି
୧୭) କନୱର ବିଶାଲ ସିଂହ – କଟକ ଡିସିପି

Related posts