Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପିତ, ଦେଲେ ପୁରସ୍କାର
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପିତ, ଦେଲେ ପୁରସ୍କାର

January 30, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପାଣି ପଞ୍ଚାୟତ ପକ୍ଷ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପିତ, ଦେଲେ ପୁରସ୍କାର

ଭୁବନେଶ୍ବର: ଆଜି ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ। ଆପଣ ମାନେ ଜଳର ଉଚିତ୍ ବ୍ୟବହାର କରନ୍ତୁ। ଜଳର ସଂରକ୍ଷଣ ଓ ପୁର୍ନବ୍ୟବହାର ପାଇଁ ଚେଷ୍ଟା କରନ୍ତୁ। ଫସଲର ବିବିଧକରଣ(diversification) କରନ୍ତୁ।

ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରନ୍ତୁ। ଏହା ଦ୍ୱାରା ଅଧିକ ଅମଳ କରି ଆପଣମାନେ କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଅଗ୍ରଣୀ କରିପାରିବେ ବୋଲି ସେ କହିଥିଲେ ।

ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ଆମ ଚାଷୀ ଭାଇଭଉଣୀମାନଙ୍କୁ ପାଣି ଉପରେ ଅଧିକାର ଦେଇଛି। ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି। ପାଣି ପଞ୍ଚାୟତ ଦ୍ୱାରା ସେମାନେ ପାଣିର ସଠିକ୍‌ ଉପଯୋଗ କରିବା ସହିତ ଏକାଠି ହୋଇ କାମ କରିବାର ଇଚ୍ଛା ଶକ୍ତି ଓ ଦକ୍ଷତା ମଧ୍ୟ ବଢିଛି। ପାଣି ପଞ୍ଚାୟତର ସୁବିନିଯୋଗରେ ଆଜି ରାଜ୍ୟର ଚାଷୀମାନେ ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ ।

ଚାଷୀଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥଲେ ଯେ ଆଜି ଓଡିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହେଲାଣି। ଏବେ ଏହା ଆଉ ଏକ କାର୍ଯ୍ୟକ୍ରମ ନୁହେଁ, ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଏଥିରେ ମେଗା ଲିପ୍ଟକୁ ସାମିଲ କରାଯାଇଛି ଓ ମା’ମାନେ ଯେପରି ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗ ଦେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପାଣି ପଞ୍ଚାୟତରେ ମା’ମାନେ ବହୁତ ଭଲ କାମ କରୁଛନ୍ତି ବୋଲି କହି ସେ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି ମଧ୍ୟ କହିଥିଲେ ଯେ ଆମର ଚାଷୀଭାଇମାନେ ହେଉଛନ୍ତି ଆମର ଶକ୍ତି। ସେମାନଙ୍କ ଶକ୍ତି ବଢ଼ିଲେ ଓଡ଼ିଶାର ଶକ୍ତି ବଢିବ। ଚାଷୀ ମାନଙ୍କ ଉନ୍ନତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କ ଜମିକୁ ପର୍ଯ୍ୟାପ୍ତ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

ଜଳସମ୍ପଦ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5T ଉପକ୍ରମରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ଗୁଡିକରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି ଏବଂ ଠିକ୍‌ ସମୟରେ କାମ ଶେଷ କରାଯାଉଛି। କମାଣ୍ଡ ଏରିଆର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଆନ୍ତରିକତା ଯୋଗୁ ଆଜି ସବୁ କ୍ଷେତ୍ରରେ ରୂପାନ୍ତର ଆସିଛି। କୃଷି ଓ ଜଳସେଚନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିଛି । ପାଣି ପଞ୍ଚାୟତ ଜରିଆରେ ଚାଷୀମାନେ ଜଳର ସଦୁପଯୋଗ କରି ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସେମାନଙ୍କର ଅନୁଭୁତି ବର୍ଣ୍ଣନା କରି ଜଗତସିଂହପୁର ମା’ ବାଟମଙ୍ଗଳା ପାଣି ପଞ୍ଚାୟତର ସଭାପତି ଶ୍ରୀମତୀ ମମତା ଦାସ ଏବଂ ଗଞ୍ଜାମ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପାଣି ପଞ୍ଚାୟତର ସଂପାଦକ ଶ୍ରୀ ମଦନ ମୋହନ ବିଶ୍ୱାଳ କହିଥିଲେ ଯେ ପାଣି ପଞ୍ଚାୟତ ଯୋଗୁ ଆମେ ପାଣିର ଉଚିତ ବ୍ୟବହାର କରିପାରୁଛୁ । ଏପରିକି ସ୍ୱଳ୍ପ ବୃଷ୍ଟି ସମୟରେ ଭଲ ଫସଲ କରିପାରୁଛୁ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପାଣି ପଞ୍ଚାୟତର ପ୍ରୋଟୋଟାଇପ୍‌ ର ଶୁଭାରମ୍ଭ କରିବା ସହିତ ସେଚ ସହଭାଗିତା ୨.୦ ଶୀର୍ଷକ ଏକ କଫି ଟେବଲ ପୁସ୍ତକ ଉନ୍‌ମୋଚନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପାଣି ପଞ୍ଚାୟତ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ଓ ଶ୍ରେଷ୍ଠ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟର ୫୦ଟି ଶ୍ରେଷ୍ଠ ପାଣି ପଞ୍ଚାୟତକୁ ୫୦ ହଜାର ଟଙ୍କା ଲେଖାଏଁ, ୩୦ଟି ଜିଲ୍ଲାର ୩୦ ଜଣ ଶ୍ରେଷ୍ଠ କୃଷକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ୫୦୦ ଏବଂ ୫ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ଜଗତସିଂହପୁରର ମା’ ବାଟମଙ୍ଗଳା ପାଣି ପଞ୍ଚାୟତ, ଶ୍ରେଷ୍ଠ ଚାଷୀ ଭାବେ ମାଲକାନଗିରିର ପୂର୍ଣ୍ଣିମା ହାଲଦାର, ଶ୍ରେଷ୍ଠ ଛାତ୍ରୀ ଭାବେ କେନ୍ଦ୍ରାପଡାର ମନସ୍ୱୀ ଦାସ, ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୋଟେରୁ ଜଳସେଚନ ପ୍ରକଳ୍ପ ଓ ଶ୍ରେଷ୍ଠ ଅଧିକାରୀ ଭାବେ ଚିକିଟି ମାଇନର ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନୀତା ଜେନା ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ଯେ ପାଣି ପଞ୍ଚାୟତ ଗୁଡିକ ରାଜ୍ୟରେ ୧୩ ହଜାର କିଲୋମିଟର Field Channel କରିପାରିଛନ୍ତି । ଏହା ଦ୍ୱାରା ୧୩ ଲକ୍ଷ ହେକ୍ଟର ଚାଷ ଜମିରେ ଶୃଙ୍ଖଳିତ ଜଳ ପରିଚାଳନା କରାଯାଇପାରୁଛି । ପାଣି ପଞ୍ଚାୟତ ପକ୍ଷ ପାଳନ ସମ୍ପର୍କରେ ସେ ବିସ୍ତୃତ ବିବରଣୀ ଦେଇଥିଲେ । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ପାଣି ପଞ୍ଚାୟତ ପକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ

July 24, 2025

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025
Latest News

ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ, ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କଲା ECB

July 24, 2025

ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡ଼ିବେ ରିଷଭ ପନ୍ତ?, ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ

July 24, 2025

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

July 24, 2025

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ: ଚେସ୍ ରେ ରଚିଲେ ଇତିହାସ

July 24, 2025

ୟୁପିରେ ଧର୍ମାନ୍ତରୀକରଣ ମାମଲା: ଛାଙ୍ଗୁରଙ୍କୁ ସାହାଯ୍ୟ କରିଥିବା ଇନ୍ସପେକ୍ଟର ଅବଦୁର ରେହମାନ ନିଲମ୍ବିତ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.