Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
ବିଶେଷ ଖବର

ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

February 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ – ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ। ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଶାସନର ପରିବର୍ତ୍ତିତ ପ୍ରକୃତି ବିଷୟରେ ନିଜର ମତ ବ୍ୟକ୍ତ କରିଥିଲେ। ସେ “ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ” ମନ୍ତ୍ର ଉପରେ ଆଧାରିତ ଭାରତର ପରିବର୍ତ୍ତନମୂଳକ ସଂସ୍କାର ଉପରେ ଆଲୋକପାତ କରିଥିଲେ। ଭାରତ କିପରି ସାମଗ୍ରିକ କଲ୍ୟାଣ, ସମାବେଶନ ଏବଂ ସ୍ଥାୟୀତ୍ୱକୁ ଆଗକୁ ବଢ଼ାଇବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ଉପଯୋଗ କରିଛି ସେ ବିଷୟରେ ଭାରତୀୟ ଅଭିଜ୍ଞତା ବାଣ୍ଟିବା ସହ ଶାସନ ପ୍ରତି ମାନବ-କେନ୍ଦ୍ରୀତ ଆଭିମୁଖ୍ୟ ପାଇଁ ଆହ୍ୱାନ ଦେଇଥିଲେ। ଏକ ସମାବେଶୀ ସମାଜ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ ଜନ ଭାଗିଦାରୀ, ଅନ୍ତିମ ସୋପାନରେ ସେବା ଯୋଗାଣ ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଭାରତର ପ୍ରାଥମିକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ୱର ପରସ୍ପର ସହ ଜଡ଼ିତ ପ୍ରକୃତିକୁ ଦୃଷ୍ଟିରେ ରଖି ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ପାଇଁ ସରକାରମାନେ ପରସ୍ପରଠାରୁ ସହଯୋଗ କରିବା ଏବଂ ଶିଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପ୍ରଶାସନକୁ ସମାବେଶୀ, ପ୍ରଯୁକ୍ତି ଆଧାରିତ, ସ୍ୱଚ୍ଛ ଓ ପାରଦର୍ଶୀ ଏବଂ ସବୁଜ ହେବା ସମୟର ଆବଶ୍ୟକତା ବୋଲି ସେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ସରକାରମାନେ ଜନସେବା ପ୍ରତି ସେମାନଙ୍କ ଆଭିମୁଖ୍ୟରେ ସହଜ ଜୀବନଯାପନ, ସହଜ ନ୍ୟାୟ, ସହଜ ଗତିଶୀଳତା, ସହଜ ଅଭିନବତା ଏବଂ ବ୍ୟବସାୟିକ ସୁଗମତାକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟରେ ଭାରତର ଦୃଢ଼ ପ୍ରତିବଦ୍ଧତା ବିଷୟରେ ବର୍ଣ୍ଣନା କରି ସେ ଏକ ସ୍ଥାୟୀ ବିଶ୍ୱ ଗଠନ ପାଇଁ ମିଶନ ଲାଇଫ (ପରିବେଶ ଅନୁକୂଳ ଜୀବନଶୈଳୀ)ରେ ସାମିଲ ହେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ।

ଗତବର୍ଷ ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆହ୍ୱାନର ମୁକାବିଲା କରିବା ଦିଗରେ ନେତୃତ୍ୱ ଭୂମିକା ଗ୍ରହଣ କରିବା ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଦକ୍ଷିଣ ବିଶ୍ୱ ବା ଗ୍ଲୋବାଲ୍ ସାଉଥ୍ ସମ୍ମୁଖୀନ ହେଉଥିବା ବିକାଶ ଚିନ୍ତାକୁ ବିଶ୍ୱ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆଣିବା ପାଇଁ ଭାରତ କରିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ। ବହୁପାକ୍ଷିକ ଅନୁଷ୍ଠାନଗୁଡ଼ିକର ସଂସ୍କାର ପାଇଁ ଆହ୍ୱାନ ଦେଇ ସେ ନିଷ୍ପତ୍ତି ନେବାରେ ଗ୍ଲୋବାଲ ସାଉଥ୍ ପାଇଁ ଅଧିକ ସ୍ୱର ଉତ୍ତୋଳନ କରିବାକୁ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱ ବନ୍ଧୁ ଭାବରେ ନିଜର ଭୂମିକା ଆଧାରରେ ଭାରତ ବିଶ୍ୱ ପ୍ରଗତିରେ ଯୋଗଦାନ ଜାରି ରଖିବ ବୋଲି ସେ ଜୋର୍ ଦେଇ କହିଥିଲେ।

dubai narendra modi
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.