Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ – ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ। ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଶାସନର ପରିବର୍ତ୍ତିତ ପ୍ରକୃତି ବିଷୟରେ ନିଜର ମତ ବ୍ୟକ୍ତ କରିଥିଲେ। ସେ “ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ” ମନ୍ତ୍ର ଉପରେ ଆଧାରିତ ଭାରତର ପରିବର୍ତ୍ତନମୂଳକ ସଂସ୍କାର ଉପରେ ଆଲୋକପାତ କରିଥିଲେ। ଭାରତ କିପରି ସାମଗ୍ରିକ କଲ୍ୟାଣ, ସମାବେଶନ ଏବଂ ସ୍ଥାୟୀତ୍ୱକୁ ଆଗକୁ ବଢ଼ାଇବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ଉପଯୋଗ କରିଛି ସେ ବିଷୟରେ ଭାରତୀୟ ଅଭିଜ୍ଞତା ବାଣ୍ଟିବା ସହ ଶାସନ ପ୍ରତି ମାନବ-କେନ୍ଦ୍ରୀତ ଆଭିମୁଖ୍ୟ ପାଇଁ ଆହ୍ୱାନ ଦେଇଥିଲେ। ଏକ ସମାବେଶୀ ସମାଜ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ ଜନ ଭାଗିଦାରୀ, ଅନ୍ତିମ ସୋପାନରେ ସେବା ଯୋଗାଣ ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଭାରତର ପ୍ରାଥମିକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ୱର ପରସ୍ପର ସହ ଜଡ଼ିତ ପ୍ରକୃତିକୁ ଦୃଷ୍ଟିରେ ରଖି ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ପାଇଁ ସରକାରମାନେ ପରସ୍ପରଠାରୁ ସହଯୋଗ କରିବା ଏବଂ ଶିଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପ୍ରଶାସନକୁ ସମାବେଶୀ, ପ୍ରଯୁକ୍ତି ଆଧାରିତ, ସ୍ୱଚ୍ଛ ଓ ପାରଦର୍ଶୀ ଏବଂ ସବୁଜ ହେବା ସମୟର ଆବଶ୍ୟକତା ବୋଲି ସେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ସରକାରମାନେ ଜନସେବା ପ୍ରତି ସେମାନଙ୍କ ଆଭିମୁଖ୍ୟରେ ସହଜ ଜୀବନଯାପନ, ସହଜ ନ୍ୟାୟ, ସହଜ ଗତିଶୀଳତା, ସହଜ ଅଭିନବତା ଏବଂ ବ୍ୟବସାୟିକ ସୁଗମତାକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟରେ ଭାରତର ଦୃଢ଼ ପ୍ରତିବଦ୍ଧତା ବିଷୟରେ ବର୍ଣ୍ଣନା କରି ସେ ଏକ ସ୍ଥାୟୀ ବିଶ୍ୱ ଗଠନ ପାଇଁ ମିଶନ ଲାଇଫ (ପରିବେଶ ଅନୁକୂଳ ଜୀବନଶୈଳୀ)ରେ ସାମିଲ ହେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ।

ଗତବର୍ଷ ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆହ୍ୱାନର ମୁକାବିଲା କରିବା ଦିଗରେ ନେତୃତ୍ୱ ଭୂମିକା ଗ୍ରହଣ କରିବା ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଦକ୍ଷିଣ ବିଶ୍ୱ ବା ଗ୍ଲୋବାଲ୍ ସାଉଥ୍ ସମ୍ମୁଖୀନ ହେଉଥିବା ବିକାଶ ଚିନ୍ତାକୁ ବିଶ୍ୱ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆଣିବା ପାଇଁ ଭାରତ କରିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ। ବହୁପାକ୍ଷିକ ଅନୁଷ୍ଠାନଗୁଡ଼ିକର ସଂସ୍କାର ପାଇଁ ଆହ୍ୱାନ ଦେଇ ସେ ନିଷ୍ପତ୍ତି ନେବାରେ ଗ୍ଲୋବାଲ ସାଉଥ୍ ପାଇଁ ଅଧିକ ସ୍ୱର ଉତ୍ତୋଳନ କରିବାକୁ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱ ବନ୍ଧୁ ଭାବରେ ନିଜର ଭୂମିକା ଆଧାରରେ ଭାରତ ବିଶ୍ୱ ପ୍ରଗତିରେ ଯୋଗଦାନ ଜାରି ରଖିବ ବୋଲି ସେ ଜୋର୍ ଦେଇ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଇତିହାସ ରଚିଲା ଓଲିଉଡ଼: ଦୁବାଇରେ ପ୍ରଥମଥର ପାଇଁ ଆୟୋଜିତ ହେଲା ୫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୪

ଭୁବନେଶ୍ଵର: ଓଲିଉଡ଼ ଇଣ୍ଡଷ୍ଟ୍ରି ଇତିହାସ ରଚିଛି। ପ୍ରଥମଥର ପାଇଁ ଦୁବାଇରେ ୫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୪ ଆୟୋଜିତ ହୋଇଛି। ଆରଆର ଇଭେଣ୍ଟ୍ସ ଆଣ୍ଡ ସିନେ ପ୍ରଡ଼କ୍ସନ ପକ୍ଷରୁ ଦେଶ ବାହାରେ ତଥା ଦୁବାଇରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହୋଇଛି।

ଏହି ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଦୁବାଇର ଶେଖ ରସିଦ ଅଡିଟୋରିଅମରେ ଜାନୁଆରୀ ତେର ତାରିଖ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା।

ଓଡ଼ିଶାର ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ, ସଂଗୀତ ନିର୍ଦେଶକ ଓ ସଂଳାପ ଲେଖକ ପ୍ରଶାନ୍ତ ନନ୍ଦଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଫିଲ୍ମ ଭାବେ ପୁଷ୍କରା, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁଷ୍କରା ଫିଲ୍ମ ପାଇଁ ଶୁଭ୍ରାଂଶୁ, ଶ୍ରେଷ୍ଠ ପ୍ରଯୋଜକ ଭାବେ ପୁଷ୍କରା ଫିଲ୍ମ ପାଇଁ ରମେଶ ବାରିକଙ୍କୁ ସମ୍ମାନିତ କରାଯାଇଥିଲା।

ଏମରଜିଙ୍ଗ ଫିଲ୍ମ ମେକର ଭାବେ ପ୍ରିତମ ସାହୁଙ୍କୁ ବିଶେଷ ସମ୍ମାନିତ କରାଯାଇଥିଲା।

ଜୁରୀ ମନୋନୀତ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ତାପସ ସରଘରିଆ ଓ ପପୁଲାର ନିର୍ଦ୍ଦେଶକ ଭାବେ ଅଶୋକ ପତିଙ୍କୁ ପ୍ରଦାନ କରାଯାଇଥିଲା।

ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ପ୍ରଯୋଜକ ଭାବେ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ନିର୍ଦ୍ଦେଶକ ଭାବେ ଅଶ୍ବିନୀ ତ୍ରିପାଠୀଙ୍କୁ ସେହି ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା।

ଶ୍ରେଷ୍ଠ ଅଭିନେତା ଭାବରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପୁଷ୍କରା ଫିଲ୍ମ ପାଇଁ ପୁରସ୍କୃତ କରାଯାଇଥିଲା।

ପୁନମ ମିଶ୍ରଙ୍କୁ କଟକ -ଶେଷରୁ ଆରମ୍ଭ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ କରାଯାଇଥିଲା।

ଶିବାନୀ ସଂଗୀତାଙ୍କୁ ମାଲ୍ୟାଗିରି ଚଳଚ୍ଚିତ୍ର ପାଇଁ ଜୁରୀ ମନୋନୀତ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ପୁରସ୍କୃତ କରାଯାଇଥିଲା।

ଅଭିନେତା ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ବେଷ୍ଟ ପରଫରମର ଭାବେ ସମ୍ମାନିତ କରାଯାଇଥିଲା।

ଏଭରଗ୍ରୀନ ସୁପରଷ୍ଟାର ଭାବେ ଅର୍ଚ୍ଚିତାଙ୍କୁ ମିଳିଥିଲା ଭବ୍ୟ ସମ୍ମାନ।

ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଡେବ୍ୟୁଡାଣ୍ଟ ଅଭିନେତ୍ରୀ ଭାବେ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କୁ ଲଭ ଇନ ଲଣ୍ଡନ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଏମରଜିଙ୍ଗ ଅଭିନେତ୍ରୀ ଭାବରେ ଅନୁରାଧା ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଅନ୍ୟ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ ପ୍ରଦ୍ୟୁମ୍ନ ଲେଙ୍କା, ଶ୍ରୀତମ ଦାସ, ସୁବାଶିଷ ଶର୍ମା, ପପୁ ପମ ପମ, ତ୍ରିଭୁବନ ପଣ୍ଡା, ରିୟା ଦେ, ଉଷାଶୀ ମିଶ୍ର, ପୁଷ୍ପା ପଣ୍ଡା, ନମ୍ରତା ଥାପ୍ପା, ପାର୍ଥ ସାରଥୀ ରାୟ ଓ ସମ୍ବିତ ଆଚାର୍ଯ୍ୟ।

ଅନ୍ୟ ବିଶେଷ କାଟେଗୋରୀ ମାନଙ୍କରେ ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀ,
ଡି. ଓ. ପି. ଫଲଗୁ ଶତପଥୀଙ୍କୁ ଦିଆ ଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜୁରୀଙ୍କ ପସନ୍ଦ ଶ୍ରେଷ୍ଠ ଫିଲ୍ମ ପାଇଁ କଟକ -ଶେଷରୁ ଆରମ୍ଭ, ସତ୍ୟ ଘଟଣା ଉପରେ ଆଧାରିତ ସିନେମା ମାଇଣ୍ଡ ଗେମକୁ ଦିୟା ଯାଇଥିଲା।

ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଅଭିଜିତ ମଜୁମଦାର, ଅସଦ ନିଜାମ ଙ୍କୁ ମଧ୍ୟ ଏହି ଅବସରରେ ସେମାନଙ୍କ ଶ୍ରେଷ୍ଠ ସଂଗୀତ ଗୁଡିକ ପାଇଁ ସମ୍ମାନିତ କରାଯାଇଥିଲା।

ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ କୁଲଦୀପ, ସ୍ୱୟଂ ପାଢ଼ୀ, ଅନ୍ତରା,ଜ୍ୟୋତିର୍ମୟୀ, ଦିପ୍ତୀରେଖା ଓ କ୍ରିଷ୍ଣା ବେଉରା ଙ୍କୁ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ବିଦ୍ୟୁତ ସେଠିଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ ଅଭିନେତ୍ରୀ ଅଲିଭ୍ୟା ମୁଖାର୍ଜୀ ଏବଂ ଭୋଜପୁରୀ ଅଭିନେତ୍ରୀ ଅନ୍ତରା ଗୁପ୍ତାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ଜୁରୀ ଦାଇତ୍ୱରେ ଥିଲେ ଓଡ଼ିଶାର ପ୍ରସିଦ୍ଧ ସିନେ ଲେଖକ ଡ଼. ରଜନୀ ରଞ୍ଜନ ଏବଂ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ।

ଦେଶ ବାହାରେ ଏପରି ଏକ ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ ପ୍ରଥମ ଥର ପାଇଁ ହୋଇଛି ବୋଲି ପୁରସ୍କୃତ ହୋଇଥିବା କଳାକାର ମାନେ ମତବ୍ୟକ୍ତ କରିଥିଲେ।

ଉକ୍ତ ଚଳଚ୍ଚିତ୍ର ମହୋତ୍ସବ ପାଇଁ OSUAE ଓଡିଶା ସମାଜ ସହଯୋଗ କରିଥିଲେ। ଆରଆର ଇଭେଣ୍ଟ୍ସ ଆଣ୍ଡ ସିନେ ପ୍ରଡ଼କ୍ସନର ମୁଖ୍ୟ ରମେଶ ବାରିକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ।

ଓଡିଶା ଫିଲ୍ମ ଜଗତରୁ ଆୟୋଜକ ରମେଶ ବାରିକଙ୍କୁ ଏଥିପାଇଁ ମିଳିଛି ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା।

Categories
ଆଜିର ଖବର ଖେଳ ଜାତୀୟ ଖବର

ନିର୍ବାଚନ ଯୋଗୁଁ ବିଦେଶରେ ଅନୁଷ୍ଠିତ ହେବ କି ୨୦୨୪ ଆଇପିଏଲ?, ଜାଣନ୍ତୁ କଣ କହିଲେ ବିସିସିଆଇ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଯଦି ଚଳିତ ବର୍ଷ ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି, ତେବେ ବିଦେଶୀ ମାଟିରେ ଆଇପିଏଲ୍ ଆୟୋଜିତ ହେବ କି? ବାସ୍ତବରେ, ଏହା ପୂର୍ବରୁ, ଲୋକସଭା ନିର୍ବାଚନ ୨୦୧୯ ରେ କେବଳ ଭାରତରେ ଆଇପିଏଲ୍ ଆୟୋଜିତ ହୋଇଥିଲା। କିନ୍ତୁ ଆଇପିଏଲ୍ ୨୦୦୯ ଏବଂ ୨୦୧୪ ବିଦେଶୀ ମାଟିରେ ଆୟୋଜିତ ହୋଇଥିଲା। ଆଇପିଏଲ୍ ୨୦୧୪ ଦୁବାଇରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକାରେ ୨୦୦୯ ଆଇପିଏଲ୍ ଅନୁଷ୍ଠିତ ହୋଇଥିବାବେଳେ ଏଥର କ’ଣ ହେବ? ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଇନସାଇଡସ୍ପୋର୍ଟ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ, ଆଇପିଏଲ୍ ୨୦୨୪ ସିଜନ୍ ଭାରତୀୟ ମାଟିରେ କିମ୍ବା ବିଦେଶୀ ମାଟିରେ ଖେଳାଯିବ କି ନାହିଁ … ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆମେ ସରକାରଙ୍କ ସହ ଆଲୋଚନା କରିବୁ, ଏହା ପରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ, ଭାରତ ସରକାରଙ୍କ ସହ ଆମର ଆଲୋଚନା ଚାଲିଛି। ତେଣୁ ଆଇପିଏଲ ୨୦୨୪ ସଂସ୍କରଣ ଭାରତୀୟ ମାଟିରେ ଖେଳାଯିବ କି ନାହିଁ ତାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ଥିର କରିବ।

ଏହା ବ୍ୟତୀତ ରାଜୀବ ଶୁକ୍ଲା ମହିଳା ପ୍ରିମିୟର ଲିଗ୍ ସ୍ଥାନ ଉପରେ ନିଜର ମତ ରଖିଥିଲେ। ସେ କହିଛନ୍ତି ଯେ, ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସିଜିନର ମ୍ୟାଚ୍ ବାଙ୍ଗାଲୋର ଏବଂ ଦିଲ୍ଲୀରେ ଖେଳାଯିବ। ଅର୍ଥାତ୍ ଏହି ସିଜିନରେ ମ୍ୟାଚ୍ କେବଳ ୨ ଟି ସ୍ଥାନରେ ଅନୁଷ୍ଠିତ ହେବ। ମହିଳା ପ୍ରିମିୟର ଲିଗ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ରାଜୀବ ଶୁକ୍ଲା କହିଛନ୍ତି। ଡବ୍ଲୁପିଏଲ୍ ମ୍ୟାଚ୍ ର ଅଧା ବାଙ୍ଗାଲୋରରେ ଏବଂ ଅଧା ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥି ସହିତ, ବିଶ୍ୱାସ କରାଯାଏ ଯେ IPL ୨୦୨୪ ସଂସକର୍ନ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇପାରେ। ତେବେ ଏ ସମ୍ପର୍କରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Categories
ଆଜିର ଖବର

ଦୁବାଇ ଓ୍ବାର୍ଲ୍ଡ ଏକ୍ସପୋରେ ଅଂଶଗ୍ରହଣ କରିବ ଇସ୍ରାଏଲ୍‌

୨୦୨୦ରେ ୟୁନାଇଟେଡ ଆରବ ଏମିରେଟ୍ସରେ ଅଂଶଗ୍ରହଣ କରିବାକୁ ଯାଉଛି ଇସ୍ରାଏଲ୍‌। ଗୁରୁବାର ଇସ୍ରାଏଲ୍‌ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏହି ବିଷୟରେ ସୂଚନା ଦେଇଛନ୍ତି। ନିଜ ଦେଶର ବିକଶିତ ବୈଷୟିକ ତଥ୍ୟ ଅନ୍ୟ ରାଷ୍ଟ୍ର ସହିତ ବାଣ୍ଟିବା ପାଇଁ ଏହା ପ୍ରକୃଷ୍ଟ ମାଧ୍ୟମ ବୋଲି ଇସ୍ରାଏଲ୍‌ ପକ୍ଷରୁ କୁହାଯାଇଛି। ଇସ୍ରାଏଲ୍‌ ପାନୀୟ ଜଳ, ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ବାସ୍ଥ୍ୟଗତ ବୈଷୟିକ କୌଶଳ ଏହି ଏକ୍ସପୋରେ ପ୍ରଦର୍ଶନ କରିବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ ଟ୍ବିଟ୍‌ କରି କହିଛନ୍ତି, ଏହି ଏକ୍ସପୋ ଦ୍ବାରା ବିଶ୍ବ ସମୁଦାୟରେ ଇସ୍ରାଏଲ୍ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିବ। ଗଲ୍ଫ ରାଷ୍ଟ୍ରଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ନେତନ୍ୟାହୁଙ୍କ ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି। ନିକଟରେ ଓମାନ ଗସ୍ତ କରିବା ସହିତ ବାହାରିନ୍‌ ସହିତ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେଇଥିଲେ ନେତନ୍ୟାହୁ।

Categories
ବିଶେଷ ଖବର

ଦୁବାଇରେ ରାହୁଲ ଗାନ୍ଧୀ, ଜଣେ ଓଡିଆ ସାମ୍ବାଦିକର ବ୍ୟକ୍ତିଗତ ଅନୁଭବ

ସୁଧାଶ୍ରୀ ଦାଶ

କହିବା ଆଗରୁ ଦେଖିବା ଦରକାର।  ଗତ ୧୧ ତାରିଖରେ ଓଡ଼ିଶା ସମାଜ, ୟୁଏଇ  ପକ୍ଷରୁ ଦୁବାଇରେ ବାର୍ଷିକ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମୁଁ, ମୋ ପରିବାର ସହ  ଏଥିରେ ଯୋଗ ଦେଇଥିଲି । ଅନ୍ୟ ଓଡ଼ିଆ ପରିବାରଙ୍କ ସହ ଦିନଟି ଖୁବ୍‌ ହସ ଖୁସିରେ ବିତିଥିଲା । ପ୍ରବାସରେ ରହି ଓଡ଼ିଆମାନଙ୍କ ସହ ଦିନଟିଏ ବିତେଇବାକୁ କାହାକୁ ବା ଭଲ ନ ଲାଗିବ । ତେବେ ଅତ୍ୟଧିକ ଖେଳକୁଦ ଯୋଗୁଁ ଶରୀରର ଯନ୍ତ୍ରଣା ଆରମ୍ଭ ହେଉଥାଏ । ସନ୍ଧ୍ୟା ସୁଦ୍ଧା ମୁଁ ପୂରା ଥକି ସାରିଥାଏ । ଠିକ୍‌ ଏହି ସମୟରେ ମୋର ଜଣେ ପରିଚିତ ପାଖରେ ଆସି ଛିଡା ହେଲେ ଓ ପଚାରିଲେ ‘ତୁମେ ମୋ ସହ ଦୁବାଇ ଷ୍ଟାଡ଼ିୟମ୍‌ ଯିବାକୁ ଚାହିଁବ କି ?’ ମୁଁ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିବାରୁ ହଠାତ୍‌ ମନା କରିପାରିଲି ନାହିଁ ।

ତେବେ ଷ୍ଟାଡିୟମ୍‌ ଯିବାର କାରଣ ପଚାରିବାରୁ ସେ କହିଲେ, ‘ରାହୁଲ୍‌ ଗାନ୍ଧୀ ଆଜି ଦୁବାଇବାସୀଙ୍କୁ ସମ୍ବୋଧିତ କରିବେ । ମନରେ ଉତ୍କଣ୍ଠା ଜାଗ୍ରତ ହେଲା । ତେବେ, ଉତ୍କଣ୍ଠା, ଭାଷଣରୁ ଅଧିକ ସେହି ପରିବେଶ ଦେଖିବା ପାଇଁ ଥିଲା । ଯିବ ଆଗରୁ ଜଣେ ମୋତେ କହିଲେ, ‘ତତେ ଆଉ କେହି ମିଳିଲେନି ଯେ ତୁ ରାହୁଲ୍‌ ଗାନ୍ଧୀକୁ ଶୁଣିବାକୁ ଯାଉଛୁ !’ ସେହି ସମୟରେ ମୋ ମନର ଉତ୍କଣ୍ଠାକୁ ବୁଝାଇବାର ସୁଯୋଗକୁ ମୁଁ ହାତଛଡ଼ା କଲି ନାହିଁ । ମୁଁ କହିଲି, ‘ଅନେକ ଠକ ଓ ଭଣ୍ଡ ନେତାଙ୍କୁ ଶୁଣିଛି । ଆଉ ଜଣଙ୍କୁ ଶୁଣିବାରେ ଅସୁବିଧା କଣ ?

ତେବେ ମନ ଭିତରେ ଥିବା ସମସ୍ତ ଶଙ୍କା ଓ ଆଶଙ୍କା ଦୂରେଇଗଲା । ଯେତେବେଳେ ଆମ ଗାଡ଼ି ଷ୍ଟାଡିୟମ ଥୁ ୨ କିମି ଦୂରରୁ ଧୀମେଇ ଗଲା । ଲୋକ ପାଗଳଙ୍କ ପରି ଷ୍ଟାଡ଼ିୟମ୍‌ ଆକୁ ଧାଉଁଥା’ନ୍ତି । ରାସ୍ତକଡ଼ରେ କାର୍‌ ପାର୍କ କରି, ଛୋଟ ପିଲାଙ୍କ ହାତ ଧରି ଲୋକେ ଚାଲି ଚାଲି ଯିବାକୁ ପଛଉ ନଥା’ନ୍ତି । ମୁଁ ସେସବୁ ଦେଖିକି ଅବାକ୍‌ ହେଇଗଲି । ଯେତେ ଆଗକୁ ଯାଉଥାଏ । ଲୋକଙ୍କ ସେତେ ବେଶୀ ଭିଡ଼ ଦେଖୁଥାଏ । ହଜାର ହଜାର ସଂଖ୍ୟାରେ ଲୋକ ଯେମିତି ତାଙ୍କ ପ୍ରିୟ ନେତାଙ୍କୁ ଶୁଣିବାକୁ ଯାଉଥା’ନ୍ତି । ତେବେ ଆମ ଗାଡ଼ିରେ ଭିଭିଆଇପି ପାସ୍‌ ଥିବାରୁ ଆମେ ଶୀଘ୍ର ଷ୍ଟାଡ଼ିୟମ୍‌ରେ ପହଞ୍ଚିଗଲୁ ।

ଷ୍ଟାଡିୟମ୍‌ ପୂରା ସୈନ୍ୟ ଛାଉଣୀରେ ପରିଣତ ହୋଇସାରିଥିଲା । ଆଉ ଗାଡ଼ିରୁ ଓହ୍ଲେଇବା ମାତ୍ରେ ମୁଁ ଅବାକ୍‌ ହୋଇଯାଉଥିଲି । ଲୋକଙ୍କ ଉତ୍ସାହ ଓ ଆଶା ସ୍ପଷ୍ଟ ରୂପେ ବାରିହୋଇଯାଉଥିଲା । ମହିଳାମାନେ ଛୋଟ ଛୁଆଙ୍କୁ କୋଳରେ ଧରି ଷ୍ଟାଡ଼ିଅମ୍‌ ଭିତରକୁ ଯିବାର ଦୃଶ୍ୟ ମତେ ଅଭିଭୂତ କରୁଥିଲା । ମନ ଭିତରେ ଭାବୁଥିଲି, ଜଣେ ନେତାଙ୍କ ଉପରେ ଲୋକଙ୍କ ଏତେ ଭରସା ଥାଇପାରେ? ଷ୍ଟାଡ଼ିୟମ୍‌କୁ ପଶିଲା ମାତ୍ରେ ମୋ ଆଖି ଯେମିତି ଖୋଲା ରହିଗଲା । ୪୦,୦୦୦ ଲୋକଙ୍କ ସ୍ବର ମୋତେ ବଧିର କରୁଥିଲା । ମୁଁ ସତରେ ଅବାକ୍‌ ହୋଇ ସାରିଥିଲି । ମୁଁ ଖାଲି ମୁଣ୍ଡ ବୁଲେଇ ଚାରିଆଡ଼େ ଷ୍ଟାଡ଼ିୟମ୍‌କୁ ଦେଖୁଥିଲି । କିଛି କହିପାରୁ ନଥାଏ, ହେଲେ ବୁଝୁଥାଏ ଲୋକଙ୍କ ଆଶା ଓ ସ୍ବପ୍ନକୁ ।

ଜଣେ ନେତାଙ୍କୁ ଶୁଣିବା ପାଇଁ ୪୦,୦୦୦ ଭାରତୀୟ ଆଜି ଏକାଠି । ଚାରିଆଡ଼େ କେବଳ ତ୍ରିରଙ୍ଗା ପତକା । ଗର୍ବ ଅନୁଭବ କଲି ଜାତୀୟ ପତାକାକୁ ଦେଖି । ସଂଗେ ସଂଗେ ମୋବାଇଲ୍‌ କାଢି କିଛିଟା ଫଟୋ ନେଲି । ମୋ ପାଇଁ ଏହା ଥିଲା ପ୍ରଥମ ଅନୁଭୂତି । କିଛି ସମୟର ଅପେକ୍ଷା ପରେ ରାହୁଲ୍‌ ଗାନ୍ଧି ଷ୍ଟେଜ୍‌ ଉପରକୁ ଆସିଥିଲେ । ପୂରା ଷ୍ଟାଡ଼ିୟମ୍‌ ଯେମିତି ଉଠୁଥାଏ ପଡୁଥାଏ । ମୁଁ ସେସବୁ ଭିତରେ ହଜିଯାଇଥାଏ । ହଜାର ହଜାର ଲୋକଙ୍କୁ ନିୟନ୍ତ୍ରଣ  କରିବା ପାଇଁ ଶହ ଶହ ପୋଲିସ୍‌ । ପ୍ରାୟ ଅଧଘଣ୍ଟାର ଭାଷଣ ଓ ପ୍ରତିଶୃତି ପରେ ରାହୁଲ୍‌ ଗାନ୍ଧି ଚାଲିଯାଇଥିଲେ କିନ୍ତୁ ଲୋକଙ୍କୁ ଷ୍ଟାଡିୟମରୁ ବାହାରିବାକୁ ୪ ଘଣ୍ଟା ଲାଗିଥିଲା । ଅନେକ ଥର ଶୁଣିଛି, ଏ ନେତା ଭଲ, ସେ ନେତା ଖରାପ । ଏ ସରକାର ଦୁର୍ନୀତିଗ୍ରସ୍ତ, ସେ ସରକାର ଭଲ । ଏଇ ନେତାଙ୍କ ଭାଷଣରେ ଦମ୍‌ । ସେ ନେତାଙ୍କ ଭାଷଣ ଫମ୍ପା । ତେବେ ସେଦିନର ଦୃଶ୍ୟ ଦେଖି ମନେହେଲା ‘କହିବା ଆଗରୁ ଦେଖିବା ଦରକାର ।’ ନେତାଙ୍କ ଉପରେ ଲୋକ ଆସ୍ଥା କମି ଥାଇପାରେ କିନ୍ତୁ ମରି ନାହିଁ ।