Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁବାଇରେ ରାହୁଲ ଗାନ୍ଧୀ, ଜଣେ ଓଡିଆ ସାମ୍ବାଦିକର ବ୍ୟକ୍ତିଗତ ଅନୁଭବ
ବିଶେଷ ଖବର

ଦୁବାଇରେ ରାହୁଲ ଗାନ୍ଧୀ, ଜଣେ ଓଡିଆ ସାମ୍ବାଦିକର ବ୍ୟକ୍ତିଗତ ଅନୁଭବ

January 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁଧାଶ୍ରୀ ଦାଶ

କହିବା ଆଗରୁ ଦେଖିବା ଦରକାର।  ଗତ ୧୧ ତାରିଖରେ ଓଡ଼ିଶା ସମାଜ, ୟୁଏଇ  ପକ୍ଷରୁ ଦୁବାଇରେ ବାର୍ଷିକ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମୁଁ, ମୋ ପରିବାର ସହ  ଏଥିରେ ଯୋଗ ଦେଇଥିଲି । ଅନ୍ୟ ଓଡ଼ିଆ ପରିବାରଙ୍କ ସହ ଦିନଟି ଖୁବ୍‌ ହସ ଖୁସିରେ ବିତିଥିଲା । ପ୍ରବାସରେ ରହି ଓଡ଼ିଆମାନଙ୍କ ସହ ଦିନଟିଏ ବିତେଇବାକୁ କାହାକୁ ବା ଭଲ ନ ଲାଗିବ । ତେବେ ଅତ୍ୟଧିକ ଖେଳକୁଦ ଯୋଗୁଁ ଶରୀରର ଯନ୍ତ୍ରଣା ଆରମ୍ଭ ହେଉଥାଏ । ସନ୍ଧ୍ୟା ସୁଦ୍ଧା ମୁଁ ପୂରା ଥକି ସାରିଥାଏ । ଠିକ୍‌ ଏହି ସମୟରେ ମୋର ଜଣେ ପରିଚିତ ପାଖରେ ଆସି ଛିଡା ହେଲେ ଓ ପଚାରିଲେ ‘ତୁମେ ମୋ ସହ ଦୁବାଇ ଷ୍ଟାଡ଼ିୟମ୍‌ ଯିବାକୁ ଚାହିଁବ କି ?’ ମୁଁ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିବାରୁ ହଠାତ୍‌ ମନା କରିପାରିଲି ନାହିଁ ।

ତେବେ ଷ୍ଟାଡିୟମ୍‌ ଯିବାର କାରଣ ପଚାରିବାରୁ ସେ କହିଲେ, ‘ରାହୁଲ୍‌ ଗାନ୍ଧୀ ଆଜି ଦୁବାଇବାସୀଙ୍କୁ ସମ୍ବୋଧିତ କରିବେ । ମନରେ ଉତ୍କଣ୍ଠା ଜାଗ୍ରତ ହେଲା । ତେବେ, ଉତ୍କଣ୍ଠା, ଭାଷଣରୁ ଅଧିକ ସେହି ପରିବେଶ ଦେଖିବା ପାଇଁ ଥିଲା । ଯିବ ଆଗରୁ ଜଣେ ମୋତେ କହିଲେ, ‘ତତେ ଆଉ କେହି ମିଳିଲେନି ଯେ ତୁ ରାହୁଲ୍‌ ଗାନ୍ଧୀକୁ ଶୁଣିବାକୁ ଯାଉଛୁ !’ ସେହି ସମୟରେ ମୋ ମନର ଉତ୍କଣ୍ଠାକୁ ବୁଝାଇବାର ସୁଯୋଗକୁ ମୁଁ ହାତଛଡ଼ା କଲି ନାହିଁ । ମୁଁ କହିଲି, ‘ଅନେକ ଠକ ଓ ଭଣ୍ଡ ନେତାଙ୍କୁ ଶୁଣିଛି । ଆଉ ଜଣଙ୍କୁ ଶୁଣିବାରେ ଅସୁବିଧା କଣ ?

ତେବେ ମନ ଭିତରେ ଥିବା ସମସ୍ତ ଶଙ୍କା ଓ ଆଶଙ୍କା ଦୂରେଇଗଲା । ଯେତେବେଳେ ଆମ ଗାଡ଼ି ଷ୍ଟାଡିୟମ ଥୁ ୨ କିମି ଦୂରରୁ ଧୀମେଇ ଗଲା । ଲୋକ ପାଗଳଙ୍କ ପରି ଷ୍ଟାଡ଼ିୟମ୍‌ ଆକୁ ଧାଉଁଥା’ନ୍ତି । ରାସ୍ତକଡ଼ରେ କାର୍‌ ପାର୍କ କରି, ଛୋଟ ପିଲାଙ୍କ ହାତ ଧରି ଲୋକେ ଚାଲି ଚାଲି ଯିବାକୁ ପଛଉ ନଥା’ନ୍ତି । ମୁଁ ସେସବୁ ଦେଖିକି ଅବାକ୍‌ ହେଇଗଲି । ଯେତେ ଆଗକୁ ଯାଉଥାଏ । ଲୋକଙ୍କ ସେତେ ବେଶୀ ଭିଡ଼ ଦେଖୁଥାଏ । ହଜାର ହଜାର ସଂଖ୍ୟାରେ ଲୋକ ଯେମିତି ତାଙ୍କ ପ୍ରିୟ ନେତାଙ୍କୁ ଶୁଣିବାକୁ ଯାଉଥା’ନ୍ତି । ତେବେ ଆମ ଗାଡ଼ିରେ ଭିଭିଆଇପି ପାସ୍‌ ଥିବାରୁ ଆମେ ଶୀଘ୍ର ଷ୍ଟାଡ଼ିୟମ୍‌ରେ ପହଞ୍ଚିଗଲୁ ।

ଷ୍ଟାଡିୟମ୍‌ ପୂରା ସୈନ୍ୟ ଛାଉଣୀରେ ପରିଣତ ହୋଇସାରିଥିଲା । ଆଉ ଗାଡ଼ିରୁ ଓହ୍ଲେଇବା ମାତ୍ରେ ମୁଁ ଅବାକ୍‌ ହୋଇଯାଉଥିଲି । ଲୋକଙ୍କ ଉତ୍ସାହ ଓ ଆଶା ସ୍ପଷ୍ଟ ରୂପେ ବାରିହୋଇଯାଉଥିଲା । ମହିଳାମାନେ ଛୋଟ ଛୁଆଙ୍କୁ କୋଳରେ ଧରି ଷ୍ଟାଡ଼ିଅମ୍‌ ଭିତରକୁ ଯିବାର ଦୃଶ୍ୟ ମତେ ଅଭିଭୂତ କରୁଥିଲା । ମନ ଭିତରେ ଭାବୁଥିଲି, ଜଣେ ନେତାଙ୍କ ଉପରେ ଲୋକଙ୍କ ଏତେ ଭରସା ଥାଇପାରେ? ଷ୍ଟାଡ଼ିୟମ୍‌କୁ ପଶିଲା ମାତ୍ରେ ମୋ ଆଖି ଯେମିତି ଖୋଲା ରହିଗଲା । ୪୦,୦୦୦ ଲୋକଙ୍କ ସ୍ବର ମୋତେ ବଧିର କରୁଥିଲା । ମୁଁ ସତରେ ଅବାକ୍‌ ହୋଇ ସାରିଥିଲି । ମୁଁ ଖାଲି ମୁଣ୍ଡ ବୁଲେଇ ଚାରିଆଡ଼େ ଷ୍ଟାଡ଼ିୟମ୍‌କୁ ଦେଖୁଥିଲି । କିଛି କହିପାରୁ ନଥାଏ, ହେଲେ ବୁଝୁଥାଏ ଲୋକଙ୍କ ଆଶା ଓ ସ୍ବପ୍ନକୁ ।

ଜଣେ ନେତାଙ୍କୁ ଶୁଣିବା ପାଇଁ ୪୦,୦୦୦ ଭାରତୀୟ ଆଜି ଏକାଠି । ଚାରିଆଡ଼େ କେବଳ ତ୍ରିରଙ୍ଗା ପତକା । ଗର୍ବ ଅନୁଭବ କଲି ଜାତୀୟ ପତାକାକୁ ଦେଖି । ସଂଗେ ସଂଗେ ମୋବାଇଲ୍‌ କାଢି କିଛିଟା ଫଟୋ ନେଲି । ମୋ ପାଇଁ ଏହା ଥିଲା ପ୍ରଥମ ଅନୁଭୂତି । କିଛି ସମୟର ଅପେକ୍ଷା ପରେ ରାହୁଲ୍‌ ଗାନ୍ଧି ଷ୍ଟେଜ୍‌ ଉପରକୁ ଆସିଥିଲେ । ପୂରା ଷ୍ଟାଡ଼ିୟମ୍‌ ଯେମିତି ଉଠୁଥାଏ ପଡୁଥାଏ । ମୁଁ ସେସବୁ ଭିତରେ ହଜିଯାଇଥାଏ । ହଜାର ହଜାର ଲୋକଙ୍କୁ ନିୟନ୍ତ୍ରଣ  କରିବା ପାଇଁ ଶହ ଶହ ପୋଲିସ୍‌ । ପ୍ରାୟ ଅଧଘଣ୍ଟାର ଭାଷଣ ଓ ପ୍ରତିଶୃତି ପରେ ରାହୁଲ୍‌ ଗାନ୍ଧି ଚାଲିଯାଇଥିଲେ କିନ୍ତୁ ଲୋକଙ୍କୁ ଷ୍ଟାଡିୟମରୁ ବାହାରିବାକୁ ୪ ଘଣ୍ଟା ଲାଗିଥିଲା । ଅନେକ ଥର ଶୁଣିଛି, ଏ ନେତା ଭଲ, ସେ ନେତା ଖରାପ । ଏ ସରକାର ଦୁର୍ନୀତିଗ୍ରସ୍ତ, ସେ ସରକାର ଭଲ । ଏଇ ନେତାଙ୍କ ଭାଷଣରେ ଦମ୍‌ । ସେ ନେତାଙ୍କ ଭାଷଣ ଫମ୍ପା । ତେବେ ସେଦିନର ଦୃଶ୍ୟ ଦେଖି ମନେହେଲା ‘କହିବା ଆଗରୁ ଦେଖିବା ଦରକାର ।’ ନେତାଙ୍କ ଉପରେ ଲୋକ ଆସ୍ଥା କମି ଥାଇପାରେ କିନ୍ତୁ ମରି ନାହିଁ ।

 

dubai sudhashree thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 11, 2026
Latest News

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

ଭାରତୀୟ ଆଇଟି ଶିଳ୍ପ ଏବେ “ସେବା ରୂପେ ଏଆଇ” ଆଡ଼କୁ ଗତି କରିବା ଜରୁରୀ: ଅଶ୍ୱିନୀ ବୈଷ୍ଣବ

July 12, 2026

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 12, 2026

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.