Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲାଙ୍ଗୀର ଲୋକସଭା: ୨୬ ବର୍ଷ ହେଲା ଗୋଟିଏ ପରିବାରର ଦୁଇ ପ୍ରତିଦ୍ୱନ୍ଦ୍ୱୀ, କଂଗ୍ରେସରୁ ଅଣ୍ଟା ଭିଡ଼ିଲେଣି ଅଭିନେତା ମନୋଜ ମିଶ୍ର 
ବିଶେଷ ଖବର

ବଲାଙ୍ଗୀର ଲୋକସଭା: ୨୬ ବର୍ଷ ହେଲା ଗୋଟିଏ ପରିବାରର ଦୁଇ ପ୍ରତିଦ୍ୱନ୍ଦ୍ୱୀ, କଂଗ୍ରେସରୁ ଅଣ୍ଟା ଭିଡ଼ିଲେଣି ଅଭିନେତା ମନୋଜ ମିଶ୍ର 

February 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
congress

ଭୁବନେଶ୍ୱର: ୧୯୬୨ ମସିହାରୁ ଗଠିତ ହୋଇଥିବା ବଲାଙ୍ଗୀର ଲୋକସଭା ଆସନରେ ଅନୁଷ୍ଠିତ ୧୫ଟି ନିର୍ବାଚନ ମଧ୍ୟରୁ ରାଜପରିବାରର ସଦସ୍ୟମାନେ ଏଠାରୁ ୭ଥର ଜିତିବା ସହିତ ନିଜର ଦବଦବା ବଜାୟ ରଖିଛନ୍ତି। ବିଶେଷ କରି ୧୯୯୮ ପରଠାରୁ ଏହି ସଂସଦୀୟ କ୍ଷେତ୍ର ବଲାଙ୍ଗୀର ରାଜ ପରିବାରର କବଜାରେ ରହିଛି। ଫଳରେ ରାଜ ପରିବାର ବାହାରର ସାଧାରଣ ଲୋକ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇପାରୁନାହାନ୍ତି। ଏହି ଆସନରେ କଂଗ୍ରେସ ୪ଥର ବିଜୟୀ ହୋଇଥିଲାବେଳେ ବିଜେପି ମଧ୍ୟ ୪ଥର ବିଜୟୀ ହୋଇଛି। ବିଜେଡି ଏଠାରୁ ମାତ୍ର ଦୁଇଥର ବିଜୟୀ ହୋଇଛି। ଏହି ଆସନରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେଉଥିଲାବେଳେ ରାଜ ପରିବାରର କେହି ଜଣେ ବିଜୟୀ ହୋଇଥାନ୍ତି।

ବିଗତ ୩ଟି ନିର୍ବାଚନରେ ବିଜେଡି ଦୁଇଥର ବିଜୟୀ ହୋଇଥିଲାବେଳେ ବିଜେପି ଥରେ ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ୨୦୦୯ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦୯ରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏଠାରୁ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କୁ ୯୦ ହଜାରରୁ ଅଧିକ ଭୋଟରେ ହରାଇ ଥିଲେ। ସେହି ବର୍ଷ ବିଜେପି ପ୍ରାର୍ଥୀ ତଥା ୨୦୦୪ର ସାଂସଦ ସଂଗୀତା ସିଂହଦେଓ ତୃତୀୟ ସ୍ଥାନକୁ ଚାଲିଯାଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓଙ୍କୁ ୧ଲକ୍ଷ ୪ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଏହାପରେ ୨୦୧୯ରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓଙ୍କଠାରୁ ୧୯ ହଜାରରୁ ଅଧିକ ଭୋଟରେ ପରାସ୍ତ ହେଇଥିଲେ।

୨୦୧୯ ପରଠାରୁ ବଲାଙ୍ଗୀର ରାଜ ପରିବାରର ସଦସ୍ୟମାନେ ବିଜେଡି ନେତୃତ୍ୱରେ ସୁ ନଜରରେ ନାହାନ୍ତି। ଏହାସତ୍ତ୍ୱେ ବି ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେଡି ପାଖରେ ଲୋକପ୍ରିୟ ନେତା ନାହାନ୍ତି। ଏହି ନିର୍ବାଚନ ମଣ୍ଡଳୀଟି ସୁବର୍ଣ୍ଣପୁର ଜିଲ୍ଲାର ବୀରମିତ୍ରପୁର, ସୋନପୁର, ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର, ପାଟଣାଗଡ଼, କଣ୍ଟାବାଞ୍ଝି ଓ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ। ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ମନ୍ତ୍ରିମଣ୍ଡଳରେ ଜଣେ ବରିଷ୍ଠ ମନ୍ତ୍ରୀ ହୋଇଥିଲେ ବି ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହେବାକୁ ସମଗ୍ର ଅଞ୍ଚଳରେ ସେତିକି ଲୋକପ୍ରିୟ ନୁହଁନ୍ତି। ତେଣୁ ବିଜେଡି ପୁଣିଥରେ ବଲାଙ୍ଗୀର ରାଜ ପରିବାରର ସଦସ୍ୟ କଳିକେଶ ନାରାୟଣ ସିଂହଦେଓଙ୍କୁ ପ୍ରାର୍ଥୀ କରିବା ଛଡ଼ା ଅନ୍ୟଗତି ନାହିଁ।

ବଲାଙ୍ଗୀର ଲୋକସଭା ଆସନରୁ ୪ଥର ବିଜୟଲାଭ କରିଥିବା ସଂଗୀତା ସିଂହଦେଓ ବର୍ତ୍ତମାନ ସାଂସଦ ଅଛନ୍ତି। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଥିବାବେଳେ ସେ ୧୯୯୮, ୧୯୯୯ ଓ ୨୦୦୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। ୨୦୦୯, ୨୦୧୪ରେ ଏଠାରୁ ହାରିଯାଥଇଲେ। କିନ୍ତୁ ୨୦୧୯ରେ ସେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କୁ ହରାଇ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେପି ଗତ ବିଧାନସଭାରେ ନିର୍ବାଚନରେ ଭଲ ସଫଳତା ପାଇଥିଲେ ହେଁ ବଲାଙ୍ଗୀର ଜିଲ୍ଲାରେ ବିଫଳ ହୋଇଥିଲା। ପାଟଣାଗଡ଼ ବିଧାନସଭା ଆସନରେ ତାଙ୍କ ସ୍ୱାମୀ କନକବର୍ଦ୍ଧନ ସିଂହଦେଓ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ୫ଥର ନିର୍ବାଚିତ ହୋଇଥିଲେ ହେଁ ୨୦୧୯ରେ ବିଜେଡିର ଜଣେ ନବାଗତ ପ୍ରାର୍ଥୀ ସରୋଜ ମେହେରଙ୍କଠାରୁ ହାରିଯାଇଛନ୍ତି। ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ସଫଳତା ହାସଲ କରିବାକୁ ଜିଲ୍ଲାରେ ବିଜେପିରେ ଅନ୍ୟ କୌଣସି ନେତା ନାହାନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେପି ପୁଣିଥରେ ସଂଗୀତା ସିଂହଦେଓଙ୍କୁ ପ୍ରାର୍ଥୀ କରିପାରେ।

ଏହି ଆସନରୁ କଂଗ୍ରେସ ୪ଥର ବିଜୟୀ ହୋଇଛି। ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ ୧୯୯୧ ଓ ୧୯୯୬ରେ ଏଠାରୁ ବିଜୟୀ ହୋଇଥିଲେ। କିନ୍ତୁ ବିଗତ ୩ଟି ନିର୍ବାଚନରେ ୨୦୧୪ରେ ନିର୍ବାଚନ ଲଢ଼ି ୨ ଲକ୍ଷରୁ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ୨୦୧୯ରେ ସେ ପ୍ରାର୍ଥୀ ହୋଇନଥିଲେ। ତେଣୁ ଆଗାମୀ ନିର୍ବାଚନରେ ସେ ଏଠାରୁ ପ୍ରାର୍ଥୀ ହୋଇନପାରନ୍ତି ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି। ନିକଟରେ କଂଗ୍ରେସରେ ଯୋଗଦେଇଥିବା ଅଭିନେତା ମନୋଜ ମିଶ୍ର ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଜନସମ୍ପର୍କ ଯୋଡ଼ିବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀରୁ ପୂର୍ବରୁ ପିସିସି ସଭାପତି ପ୍ରତିଦ୍ୱନ୍ଦ୍ୱୀତା କରି ସଫଳତା ପାଇଥିବାରୁ ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଏଆଇସିସି ଯାହା ନିଷ୍ପତ୍ତି ନେବ ଦଳର କର୍ମୀମୀନେ ତାହା ମାନିବା ପରମ୍ପରା କଂଗ୍ରେସର ଥିବାରୁ କିଏ ପ୍ରାର୍ଥୀ ହେବ କହିବା ମୁସ୍କିଲ।

ବିଗତ ୩ଟି ନିର୍ବାଚନରୁ ଯେଉଁ ଟ୍ରେଣ୍ଡ ଦେଖିବାକୁ ମିଳୁଛି, ତାହା ହେଲା ବଲାଙ୍ଗୀର ଲୋକସଭା ଆସନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। କେବଳ କଂଗ୍ରେସ ଛାଡ଼ିଦେଲେ ବିଜେଡି ଓ ବିଜେପିର ପୂର୍ବର ପ୍ରାର୍ଥୀ ପୁଣିଥରେ ଆଗାମୀ ନିର୍ବାଚନରେ ସାମ୍ନାସାମ୍ନି ହେବେ।

lokasabha election Manoj Mishra
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଦୁଇ ଦିନିଆ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ 

March 1, 2026
Latest News

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.