Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାସିକ ତିନିଶହ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା, ଏହା ଗରିବଙ୍କ ଲାଗି ଉପହାସ ନୁହେଁ କି ନବୀନ ବାବୁ??
ବିଶେଷ ଖବର

ମାସିକ ତିନିଶହ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା, ଏହା ଗରିବଙ୍କ ଲାଗି ଉପହାସ ନୁହେଁ କି ନବୀନ ବାବୁ??

June 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡିଶା ବ୍ୟତୀତ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ସମାଜର ଅବହେଳିତ ଶ୍ରେଣୀ ଯଥା- ଅସହାୟ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ବଢୁଥିବା ବେଳେ ଓଡିଶାରେ ଏହା ମାତ୍ର ୩୦୦ ଟଙ୍କାରେ ସୀମିତ ରହିଛି। ମାତ୍ର ୩୦୦ ଟଙ୍କାର ଭତ୍ତା ପାଇ ଜଣେ ବୁଢାଲୋକ ଜୀବନ ଧାରଣ କରିବ କେମିତି? ଏ ପ୍ରସଙ୍ଗରେ ଓଡିଶା ଓଡିଶା ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖାଯାଇଛି। ରାଜ୍ୟର ସାମାଜିକ ଅସହାୟ ବର୍ଗଙ୍କ ଲାଗି ରହିଥିବା ବିଭିନ୍ନ ଭତ୍ତା ଯୋଜନାରେ ଅର୍ଥରାଶି ବୃଦ୍ଧି କରିବା ଲାଗି ସଂଗଠନ ଦାବି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଅନେକ ଗୁଡିଏ ଗରିବ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଉଥିବା ବେଳେ ଏ ପ୍ରସଙ୍ଗରେ ଅଧିକ ଚିନ୍ତା କରିବା ନିହାତି ଜରୁରୀ। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର କହିବା ମୁତାବକ- ଗଲା ୨୦୦୮ ରୁ ୨୦୧୮ ମସିହା ଭିତରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ ୩୦୦ ରୁ ୫୦୦ ଟଙ୍କା ଟଙ୍କାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ଦଶ ବର୍ଷ ମଧ୍ୟରେ ବିଧାନସଭା ସଦସ୍ୟଙ୍କ ମାସିକ ଦରମା ପାଞ୍ଚଗୁଣା ବୃଦ୍ଧି ଘଟି ସାରିଲାଣି । ଷଷ୍ଠ ଓ ସପ୍ତମ ବେତନ କମିଶନ ଲାଗୁ ହେବା ଫଳରେ ସରକାରୀ ଅଫିସରଙ୍କ ଦରମା ଅନ୍ୟୁନ ଚାରିଗୁଣା ବୃଦ୍ଧି ଘଟି ସାରିଲାଣି।୨୦୦୮ମସିହା ଠାରୁ ଦରଦାମ ବୃଦ୍ଧି ଘଟି ଶହେ ଟଙ୍କାର ଜିନିଷଟି ଅନ୍ୟୁନ  ଟଙ୍କାରେ ପହଞ୍ଚିଲାଣି। ଅଥଚ ଆମର ଭତ୍ତା ମାସକୁ ସେହି  ମଧ୍ୟରେ ସୀମିତ ରହିଯାଇଛି । ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦୟତା ଆମକୁ କଷ୍ଟ ଦେଉଛି।’

ଆଜିର ବୃଦ୍ଧ ବୃଦ୍ଧାଙ୍କ ଭିତରେ ଅନେକ ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ଗ୍ରାମ୍ୟ କଳାକାର, କ୍ଷୁଦ୍ର ଚାଷୀ, ଖଣି ଶ୍ରମିକ, କ୍ଷୁଦ୍ର ଦୋକାନୀ, ଛୋଟ ବ୍ୟବସାୟୀ ଓ ବୁଣାକାର ଅଛନ୍ତି ଯେଉଁମାନେ ଏହି ସମାଜର ଉନ୍ନତି ଲାଗି ନିଜର ଯୁବ ସମୟ ଦେଇଛନ୍ତି। ଅର୍ଥନୀତିରେ ପେନସନର ସୁବିଧା ରହିଲା କାରଣ ଜଣେ ବ୍ୟକ୍ତି ରାଷ୍ଟ୍ର ନିର୍ମାଣରେ ନିଜର ଯୁବା ସମୟ ସଂପୂର୍ଣ୍ଣ ଭାବରେ ଦେଲା ପରେ ତାହାର ବାର୍ଦ୍ଧକ୍ୟ ସମୟରେ ତାହାର ପ୍ରତିପୋଷଣ ଦାୟିତ୍ଵ ସରକାରଙ୍କର। ସେଥିପାଇଁ ସମ୍ବିଧାନର ଧାରା ୪୭ରେ ପ୍ରାବଧାନ ରହିଲା ଯେ ପ୍ରତ୍ୟେକ ନାଗରିକ ଯେ ଭଳି ପୁଷ୍ଟିକର ଖାଦ୍ୟ ପାଇପାରିବେ, ଜୀବନର ମାନରେ ବୃଦ୍ଧି ଘଟିବା ସହିତ ସ୍ୱାସ୍ଥ୍ୟର ବିକାଶ ଯେପରି ଘଟିବ ସେଥିଲାଗି ସରକାର ପ୍ରାଥମିକତା ଦେବେ। ମାତ୍ର ଆପଣଙ୍କ ସରକାର ସମ୍ବିଧାନ ଦେଇଥିବା ଦାୟିତ୍ଵ ଠିକରେ ପାଳନ କରୁ ନାହିଁ ।

ଯେଉଁଠି ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗନାରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ମାସିକ ୧୦୦୦ ଟଙ୍କା ଓ ଭିନ୍ନକ୍ଷମ ଭତ୍ତା ୧୫୦୦ ଟଙ୍କା, ପଶ୍ଚିମ ବଙ୍ଗରେ ସମସ୍ତ ଭତ୍ତା ମାସିକ ୭୫୦ ଟଙ୍କା, ହରିୟାନାରେ ମାସିକ ୧୨୦୦ ଟଙ୍କା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ୧୦୦୦ ଟଙ୍କା, ଦିଲ୍ଲୀରେ ଏହା ମାସକୁ ୨୦୦୦ ଟଙ୍କା ଇତ୍ୟାଦି ଥିଲା ବେଳେ ଓଡିଶାରେ ଏହା ୫୦୦ ଟଙ୍କା ମଧ୍ୟରେ ସୀମିତ ରହିଛି । ପଡୋଶୀ ତଥା ଅନ୍ୟାନ୍ୟ ରାଜ୍ୟଗୁଡିକରେ ଏହି ଭତ୍ତାର ପରିମାଣ ଯଥେଷ୍ଟ ଅଧିକ ରହିଥିବା ବେଳେ ଆମ ରାଜ୍ୟରେ ଏହା ଅତ୍ୟନ୍ତ ଦୟନୀୟ ଲାଗୁଛି। ତୁରନ୍ତ ଏହାର ପରିବର୍ତ୍ତନ କରିବାକୁ ସଂଗଠନ ତରଫରୁ ଚାରୋଟି ନିର୍ଦ୍ଦିଷ୍ଟ ଦାବି ସରକାରଙ୍କ ପାଖରେ ରଖାଯାଇଛି।

୧) ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଅନ୍ୟୁନ  ମାସକୁ ୨୦୦୦ ଟଙ୍କା ଦେବାର ପ୍ରାବଧାନ କରାଯିବା ସହିତ ବାର୍ଦ୍ଧକ୍ୟ ଭତ୍ତା ପାଇବାର ବୟସ ସୀମା ୫୫ ବର୍ଷ ରଖାଯାଉ।

୨) ସରକାରୀ କର୍ମଚାରୀଙ୍କ ପେନସନ କ୍ଷେତ୍ରରେ ପ୍ରତି ୬ ମାସରେ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାକୁ ମୁଦ୍ରାସ୍ଫୀତି ଅନୁସାରେ ବୃଦ୍ଧି କରାଯାଉ।

୩) ସ୍ୱାସ୍ଥ୍ୟ ବିଭାଗର ଘରୋଇକରଣକୁ ବନ୍ଦ କରାଯାଉ ଓ ଅବହେଳିତ ବର୍ଗ ଯେପରି ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ଦିଗରେ ଧ୍ୟାନ ଦିଆଯାଉ ।

୪) ସମାଜର ବିଭିନ୍ନ କାରଣ ହେତୁ ଅବହେଳିତ ହେଉଥିବା ମହିଳା, ଏକୁଟିଆ ଥିବା ମହିଳା ଓ କିନ୍ନର ମାନଙ୍କୁ ଏହି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉ ।

ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ସମ୍ବେଦନଶୀଳତାର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବା ନିତାନ୍ତ ଜରୁରୀ।

 

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.