Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ମଇଦାନରେ ଝିଅ
ବିଶେଷ ଖବର

ନିର୍ବାଚନ ମଇଦାନରେ ଝିଅ

March 20, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦେଶର ରାଜନୀତି ଏବେ ଏମିତି ହୋଇଛି ଯେଉଁଠି ଗୋଟିଏ ପରେ ଗୋଟିଏ ପିଢ଼ି ରାଜନୀତିରେ ପ୍ରବେଶ କରୁଛନ୍ତି। ପୂର୍ବରୁ ବରିଷ୍ଠ ନେତାଙ୍କ ପୁଅମାନେ ପରିବାରର ରାଜନୀତିକୁ ସମ୍ଭାଳୁ ଥିଲେ। ଏବେ ଝିଅମାନେ ମଧ୍ୟ ପଛରେ ନାହାନ୍ତି। ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ରାଜନେତାମାନଙ୍କର ଅନେକ ଯୁବ ଓ ଶିକ୍ଷିତ ଝିଅ ନିଜ ପିତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି।

ଦନ୍ତ ଚିକିତ୍ସକରୁ ରାଜନେତା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ ଟିକେଟ ପାଇଁ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ଲିପିକା ୨୦୨୨ରେ ପାପଡ଼ାହାଣ୍ଡି ଅଞ୍ଚଳରୁ ଜିଲ୍ଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ। ୩୦ ବର୍ଷୀୟା ଦନ୍ତ ଚିକିତ୍ସକ ଲିପିକା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳରୁ ଟିକେଟ ପାଇବା ନେଇ ଆଶାବାଦୀ ଅଛନ୍ତି। ଦଳର ବରିଷ୍ଠ ନେତାମାନେ ଗତ ଦୁଇବର୍ଷର ରିପୋର୍ଟ କାର୍ଡରୁ ମୋର ପ୍ରାର୍ଥୀତ୍ୱ ବିଷୟରେ ନିଷ୍ପତ୍ତି ନେବେ ବୋଲି ଲିପିକା କହିଛନ୍ତି।

ଆଇନ, ଏମବିଏ ଶିକ୍ଷା ପରେ ରାଜନୈତିକ ବାଟ ବାଛିଲେ ଶୁଭଶ୍ରୀ

ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ମିଶ୍ର ଲୋକଙ୍କୁ ଭେଟି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ କହିବା ଅନୁସାରେ ଯେହେତୁ ମୋ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ତେଣୁ ଲୋକମାନେ ଯେପରି ତାଙ୍କ ଅନୁପସ୍ଥିତି ଅନୁଭବ ନ କରିବେ ସେଥିପାଇଁ ମୁଁ ଚେଷ୍ଟା କରୁଛି। ମୁଁ ଯେତେବେଳେ ଲୋକଙ୍କୁ ଭେଟିବାକୁ ଯାଇଥାଏ ଏବଂ ସମସ୍ତଙ୍କ ପାଖରେ କହିବାକୁ ଅନେକ କଥା ଥାଏ, ସେତେବେଳେ ମୁଁ ସେହି ସଂଯୋଗକୁ ଅନୁଭବ କରିପାରୁଛି ବୋଲି ଶୁଭଶ୍ରୀ କହିଛନ୍ତି। ଶୁଭଶ୍ରୀ ଜଣେ ଆଇନ ଓ ଏମବିଏ ସ୍ନାତକ। ନିକଟରେ ସେ ବ୍ୟାଙ୍କ ଚାକିରି ଛାଡ଼ିଛନ୍ତି।

ଡାକ୍ତରରୁ ରାଜନେତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଦେବସ୍ମିତା ଶର୍ମା ନିଜ ଅଞ୍ଚଳରେ ହୋର୍ଡିଂ ଓ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବୃତ୍ତିରେ ଡାକ୍ତର ଥିବା ଦେବସ୍ମିତା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି। ଦେବସ୍ମିତା ଶର୍ମା କହିଛନ୍ତି, କଂଗ୍ରେସ ଶାସକ ଦଳକୁ କଡ଼ା ଟକ୍କର ଦେବ ଏବଂ ଏହି ଅଞ୍ଚଳ ଗସ୍ତରୁ ମୁଁ ପାୱାର ଫ୍ୟାକ୍ଟରକୁ ବୁଝିପାରୁଛି, ଯାହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନାତୁଣୀ

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଲାଲତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ମଧ୍ୟ ସେହି ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ଓଡ଼ିଶାରେ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ପ୍ରଥମ ବିଦ୍ରୋହ (୧୮୧୭) ପୂର୍ବ ଭାରତରେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନାତୁଣୀ ହେଉଚନ୍ତି ବ୍ରହ୍ମଗିରିର ଉପାସନା ମହାପାତ୍ର। ସେ ଭୁବନେଶ୍ୱର ଓ କଟକର ଦୁଇଟି ଘରୋଇ ବିଦ୍ୟାଳୟରେ ପାଠ ପଢ଼ିବା ପରେ ୨୦୧୫ମସିହାରୁ ମୁମ୍ବାଇର ସୋଫିଆ କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ।

ନବ ଦାସଙ୍କ ପରେ ଝିଅ ଦିପାଳୀ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ତଥା ଝାରସୁଗୁଡ଼ାର ବିଜେଡି ବିଧାୟକ ଦୀପାଳି ଦାସ ମଧ୍ୟ ସମାନ ଧାଡ଼ିରେ ଅଛନ୍ତି। ୨୦୨୩ ଜାନୁଆରି ୨୯ ତାରିଖରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଦୀପାଳି ଦାସଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା। ନବଦାସ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ବାପାଙ୍କ ଦେହାନ୍ତ ପରେ ଦୀପାଲି ରାଜନୀତିକୁ ଓହ୍ଲାଇଥିଲେ। ସେ ମୁମ୍ବାଇର କେସି କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ। ୨୦୨୦ରେ ସେ ସ୍ପେନର ବାର୍ସିଲୋନାସ୍ଥିତ ଇୟୁ ବିଜନେସ ସ୍କୁଲରୁ ଏମବିଏ ଶେଷ କରିଛନ୍ତି।

ବାପାଙ୍କ ଉତ୍ତରାଧିକାରୀ ବର୍ଷା

ବର୍ଷା ସିଂ ବରିହା ପଦ୍ମପୁରରୁ ବିଧାୟକ ଅଛନ୍ତି। ସେ ବିଜେଡିର ବିଧାୟକ। ପିତା ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ୨୦୨୨ ଡିସେମ୍ବର ୫ତାରିଖରେ ବର୍ଷା ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଏବଂ ଉପନିର୍ବାଚନ ଜିତିଥିଲେ। ଏହି ନିର୍ବାଚନରେ ବର୍ଷା ୧,୨୦,୮୦୭ ଖଣ୍ଡ ଭୋଟ ପାଇ ୪୨,୬୭୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଓଡ଼ିଶା ବିଧାନ ସଭାର ପୂର୍ବତନ ସଦସ୍ୟ ରମାରଂଜନ ବଳିଆରସିଂହଙ୍କ ପୁତ୍ରବଧୂ।

Barsha Singh Bariha Dipali Das election 2024 Lok Sabha Election
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାର ରାଜ୍ୟସଭା ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ସତ୍ୟବ୍ରତ ରାଉତ ରିଟର୍ଣିଂ ଅଫିସର

June 1, 2026

Major Fire in Cuttack: କଟକରେ ଭୟଙ୍କର ଅଗ୍ନିକାଣ୍ଡ, ପାଞ୍ଚ ଘଣ୍ଟା ଧରି ଆୟତ ହୋଇପାରୁ ନାହିଁ ନିଆଁ

June 1, 2026

ପୋଲିସ ମାଡରେ ଯୁବକ ମୃତ୍ୟୁ !

June 1, 2026

ଚଳନ୍ତା ଆମ୍ବୁଲାନ୍ସ ରେ ନିଆଁ

June 1, 2026
Latest News

ମମତା ବାନାର୍ଜୀଙ୍କ ପାଇଁ ଖରାପ ଖବର?: ବୈଠକରେ ଯୋଗଦେଲେ ନାହିଁ ୬୦ ଟିଏମସି ବିଧାୟକ

June 1, 2026

ଇସଲାମ ଧର୍ମ ଛାଡି ସନାତନ ଧର୍ମ ଗ୍ରହଣ କଲେ ମହମ୍ମଦ ଅହସାନ: ଆଇନଗତ ଅନୁମତି ଦେଲେ କୋର୍ଟ

June 1, 2026

Five New Judges Join SC: ସୁପ୍ରିମକୋର୍ଟକୁ ମିଳିଲା ପାଞ୍ଚ ନୂଆ ବିଚାରପତି, ଜାଣନ୍ତୁ କିଏ

June 1, 2026

ସିଏରା କାର ସମେତ ଅନେକ ପୁରସ୍କାର ଜିତିଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ମୋଟ ରାଶି

June 1, 2026

ଓଡିଶାର ରାଜ୍ୟସଭା ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ସତ୍ୟବ୍ରତ ରାଉତ ରିଟର୍ଣିଂ ଅଫିସର

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.