Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କିଏ ଏହି ଅଶ୍ବିନୀ ବୈଷ୍ଣବ ଯିଏ ବିଜେଡି ଓ ବିଜେପିକୁ ଗୋଟିଏ ଘାଟର ପାଣି ପିଆଇବାରେ ସମର୍ଥ?
ବିଶେଷ ଖବର

କିଏ ଏହି ଅଶ୍ବିନୀ ବୈଷ୍ଣବ ଯିଏ ବିଜେଡି ଓ ବିଜେପିକୁ ଗୋଟିଏ ଘାଟର ପାଣି ପିଆଇବାରେ ସମର୍ଥ?

June 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେଦାର ମିଶ୍ର 
ଅଶ୍ବିନୀ କୁମାର ବୈଷ୍ଣବ, ଏ ନାଁଟି ସହିତ ଓଡିଶା ରାଜନୀତିର କିଛି ବିଶେଷ ସମ୍ପର୍କ ରହିଛି କି? ହଠାତ ୨୧, ଜୁନ ସନ୍ଧ୍ୟା ୬.୧୫ ସମୟରେ ଭାରତୀୟ ଜନତା ପାର୍ଟିର ବୈଧାନିକ ଟୁଇଟରରେ ଘୋଷଣା କରାଗଲା ଯେ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ଦଳ ଓଡିଶାର ରାଜ୍ୟସଭା ଉପ ନିର୍ବାଚନରେ ପ୍ରାର୍ଥୀ ଭାବରେ ମନୋନୀତ କରୁଛି। ତାର ଠିକ ୧୫ ମିନିଟ ପରେ ଓଡିଶା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜେଡ଼ିର ତିନିଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ, ଯେଉଁଥିରେ ଶ୍ରୀ ବୈଷ୍ଣବଙ୍କ ନାମ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ତାର ଅଳ୍ପ ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ସ୍ପଷ୍ଟୀକରଣ ଦେଲେ ଯେ ଶ୍ରୀ ବୈଷ୍ଣବ ବିଜେପିର ପ୍ରାର୍ଥୀ ଓ ତାଙ୍କୁ ବିଜେଡି ସମର୍ଥନ କରିବ। ଏହି ଘୋଷଣା ଓଡିଶା ରାଜନୀତିରେ ଅନେକ ସମୀକରଣକୁ ହଠାତ ଓଲଟ ପାଲଟ କରିଦେଲା। ବିଜେଡି ଓ ବିଜେପି ପରଷ୍ପରର ଶତ୍ରୁ ତାଲିକାରୁ ଉତ୍ତୁରି ପରମ ମିତ୍ର ପାଲଟିଗଲେ। ମୁଖ୍ୟମନ୍ତ୍ରୀ ନିଜ ଘୋଷଣାରେ କହିଥିଲେ ଯେ, ଅଶ୍ବିନୀ କୁମାର ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ଓଡିଶା ଲାଗି ଭଲ କାମ କରିଛନ୍ତି।
ତେବେ ଅଶ୍ଵିନୀଙ୍କ ପରିଚୟ କଣ କେବଳ ସେତିକି? ତାଙ୍କୁ ସମର୍ଥନ କରିବାକୁ ଦୁଇ ଶତ୍ରୁ ପକ୍ଷ ହଠାତ ହାତ ମିଳାଇବାର କାରଣ କଣ? ସଂଖ୍ୟା ଗଣିତରେ ଓଡିଶାରୁ ବିଜେପିକୁ ଗୋଟିଏ ମଧ୍ୟ ଆସନ ମିଳିବାର ସମ୍ଭାବନା ନଥିବା ବେଳେ ବିଜେଡି ଯାଚି ହୋଇ ବିଜେପିକୁ ଗୋଟେ ଆସନ ଛାଡିଦେଲା କାହିଁକି? ଯଦି ବିଜେଡି ବିଜେପି ଭିତରେ ମେଣ୍ଟ ହେବାର ଥିଲା ତାହେଲେ ବିଜେପି ନିଜର ଜଣେ ରାଜନୈତିକ ନେତାଙ୍କୁ ନବାଛି, ଅଶ୍ବିନୀ ବୈଷ୍ଣବଙ୍କୁ ବାଛିଲା କାହିଁକି? ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗରେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ଅଶ୍ବିନୀ ବୈଷ୍ଣବ ବିଜେପିର ରାଜ୍ୟସଭା ଟିକଟ ପାଇଲେ କେମିତି? କିଏ ଏହି ଅଶ୍ବିନୀ ବୈଷ୍ଣବ? କଣ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା? ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରିପାରିବାର କ୍ଷମତା ତାଙ୍କ ପାଖରେ ଆସିଲା କେମିତି?
ସାଧାରଣ ଭାବରେ ଦେଖିଲେ ଅଶ୍ବିନୀ କୁମାର ବୈଷ୍ଣବ ଜଣେ ପୂର୍ବତନ ଆଇଏଏସ ଅଧିକାରୀ ଯିଏ କି କିଛି ଦିନ କଟକ ଜିଲ୍ଲାପାଳ ଭାବରେ କାମ କରିଥିଲେ। ଏହା ସହିତ କେନ୍ଦ୍ରୀୟ ଡେପୁଟେସନ ରେ ଥିବା ସମୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅତଳ ବିହାରୀ ବାଜପାୟୀଙ୍କ ସହକାରୀ ସଚିବ ମଧ୍ୟ ଥିଲେ। ତେବେ ତାଙ୍କ ପରିଚୟ କଣ କେବଳ ଏତିକି? ତାଙ୍କ ବିଷୟରେ ଖୋଳତାଡ କଲାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସୁଛି, ଯାହା ଓଡିଶାବାସୀ ଜାଣିବା ନିତାନ୍ତ ଜରୁରୀ। ବିଶିଷ୍ଟ ଖଣି ବ୍ୟବସାୟୀ ବି। ପ୍ରଭାକରନଙ୍କ ସହିତ ବୈଷ୍ଣବଙ୍କ ସମ୍ପର୍କ ରହିଛି ନା ନାହିଁ? ଏହାର ଉତ୍ତର ଭାରତ ସରକାରଙ୍କ କର୍ପୋରେଟ ମନ୍ତ୍ରଣାଳୟର ୱେବ ସାଇଟରୁ ଅତି ସହଜରେ ମିଳିଯିବ। ମନ୍ତଣାଳୟର ନିର୍ଦ୍ଦେଶକ ପରିଚିତି ନମ୍ବର ଅନୁଯାୟୀ ଅଶ୍ବିନୀ କୁମାର ବୈଷ୍ଣବଙ୍କ DIN ହେଉଛି ୦୭୩୧୦୦୯୫ ଓ ଏହି ତଥ୍ୟ ଅନୁଯାୟୀ ସେ ତିନୋଟି କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି। ପ୍ରଥମ କମ୍ପାନୀ ତ୍ରିବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡ ର ପଞ୍ଜୀକୃତ ଅଫିସ ପ୍ରଭାକରନଙ୍କ ଯୋଡା ସ୍ଥିତ ତ୍ରିବେଣୀ ଆର୍ଥ ମୋଭର୍ସ ରହିଛି। ୨୦୦ କୋଟିର ପୁଞ୍ଜି ଥିବା ଏହି କମ୍ପାନୀ ମୂଳତଃ ଖଣି ବ୍ୟବସାୟ ସହ ସମ୍ପୃକ୍ତ। ଏହି କମ୍ପାନୀର ସେୟାର ରହିଥିବା ଅନ୍ୟ ଏକ କମ୍ପାନୀ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ ରେ ମଧ୍ୟ ଅଶ୍ବିନୀ ନିର୍ଦ୍ଦେଶକ ରହିଛନ୍ତି। ବ୍ରାହ୍ମଣୀ ପେଲେଟ୍ସ ଲିଃ ର ଅଫିସ ଭୁବନେଶ୍ବରର ଇପିକଲ ହାଉସ ରେ ରହିଛି। ଅଶ୍ବିନୀ ନିର୍ଦ୍ଦେଶକ ଥିବା ଆଉ ଏକ କମ୍ପାନୀ ହେଉଛି ଆଡଲର ଇଣ୍ଡଷ୍ଟ୍ରିଆଲ ସର୍ଭିସେସ ପ୍ରା.ଲିଃ. । ଏହି କମ୍ପାନୀ ଦିଲ୍ଲୀରେ ନିଜର ଅଫିସ ଥିବା ଦର୍ଶାଇଛି। ଏହି କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି ସୁନିତା ବୈଷ୍ଣବ, ଅଶ୍ବିନୀ କୁମାର ବୈଷ୍ଣବ ଓ ତାନ୍ୟା ବୈଷ୍ଣବ। ଏମାନଙ୍କର ପାରିବାରିକ ସମ୍ପର୍କ କଣ ସେ କଥା ଅନୁସନ୍ଧାନ ସାପେକ୍ଷ। ଶେଷ କମ୍ପାନୀରେ ନିର୍ଦ୍ଦେଶକ ଥିବା ସୁନିତା ବୈଷ୍ଣବ ଅନ୍ୟ ତିନୋଟି କମ୍ପାନୀରେ ନିର୍ଦ୍ଦେଶକ ରହିଛନ୍ତି।
ଏହି ତଥ୍ୟ ଆଧାରରେ ତ୍ରିବେଣୀ ଆର୍ଥ ମୁଭର୍ସ ସହିତ ଅଶ୍ବିନୀ ବୈଷ୍ଣବଙ୍କ ବ୍ୟାବସାୟିକ ସମ୍ପର୍କ ଅତ୍ୟନ୍ତ ସ୍ପଷ୍ଟ। ନିର୍ବାଚନ ସମୟରେ ବିଜେପି ବିଜେଡିକୁ ତ୍ରିବେଣୀ ଆର୍ଥ ମୁଭର୍ସ ର ସହଯୋଗୀ ବୋଲି କହି କଟୁ ସମାଲୋଚନା କରୁଥିଲା। ତେବେ ଆଜି ହଠାତ ସେଇ କମ୍ପାନୀର ଅନ୍ୟତମ ଘନିଷ୍ଠ ସହଯୋଗୀଙ୍କୁ ଟିକଟ ଦେବା ଓ ତାଙ୍କୁ ଜିତାଇବାକୁ ଖୋଦ ପ୍ରଧାନମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିବା ପଛରେ କି କାରଣ ରହିଛି? ରାଜନୀତିରେ ଖଣି ବେପାରୀ ଓ ଆଇଏଏସ ଅଫିସରଙ୍କ ମଧୁଚନ୍ଦ୍ରିକା ବିଷୟରେ ବହୁ ଗୋପନ କାହାଣୀ ରହିଛି। ଏ କାହାଣୀ ସେ ଭିତରୁ ଅନ୍ୟତମ ନୁହଁ ତ! ଖଣି ମାଫିଆ ବୋଲି ଗୋଟେ ସମୟରେ ବିଜେପି ଯାହାଙ୍କୁ ଗାଳି କରୁଥିଲା ଆଜି ତାଙ୍କୁ ନେଇ ଦୋଳି ଖେଳିବାର କାରଣ, ରାଜ୍ୟ ବିଜେପି ନେତାଏ ସ୍ପଷ୍ଟ କରିବେ କି?
BJD BJP candidate rajyasabha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.