Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଗଜିଟ ପୋଲ; ବିଜେପି ଡଙ୍ଗା ବୁଡିବାର ସଙ୍କେତ ଦେଉଛି କି ?
ବିଶେଷ ଖବର

ଏଗଜିଟ ପୋଲ; ବିଜେପି ଡଙ୍ଗା ବୁଡିବାର ସଙ୍କେତ ଦେଉଛି କି ?

December 8, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏଗଜିଟ ପୋଲ ଏଗଜାକ୍ଟ ପୋଲ ନୁହେଁ, ନିହାତି ସତକଥା। ନିର୍ବାଚନ ପରେ ପରେ ଅନେକ ଭବିଷ୍ୟବାଣୀ ହୁଏ, ଯାହାକି ବାସ୍ତବ ଫଳାଫଳ ବେଳକୁ ଭୁଲ ସାବ୍ୟସ୍ତ ହୋଇଥାଏ। ଆଜି ପାଞ୍ଚଟି ରାଜ୍ୟ ଯଥା- ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଯେଉଁ ଏଗଜିଟ ପୋଲ ର ଫଳାଫଳ ଆସିଛି, ସେଥିରୁ ଗୋଟିଏ ସଙ୍କେତ ମିଳୁଛି। କଂଗ୍ରେସ ଏବେ ନିଜର ପ୍ରଭାବ ବଢାଇବାରେ ସଫଳ ହୋଇଥିବାବେଳେ ବିଜେପିର ପ୍ରଭାବ ଢେର କମିଛି। ଯେତେବେଳେ ବିଜେପି କୌଣସି ରାଜ୍ୟରେ ହାରିଯାଏ ସେଠି ପରାଜୟର ଶ୍ରେୟ ସ୍ଥାନୀୟ ନେତାଙ୍କ ମୁଣ୍ଡରେ ଢାଳି ଦିଆଯାଏ। କିନ୍ତୁ ବିଜୟର ଶ୍ରେୟ ନେବାକୁ ସବୁବେଳେ ବିଜେପି ର ଏକକ ଅଧିପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଏକଛତ୍ର ସେନାପତି ଅମିତ ଶାହ ସବୁବେଳେ ଆଗେଇ ଆସନ୍ତି। ପରାଜୟ କର୍ମୀଙ୍କର ଓ ବିଜୟ ନେତାଙ୍କର ବୋଲି କଂଗ୍ରେସର ଯେଉଁ ପୁରୁଣା ପରମ୍ପରା ରହିଥିଲା, ତାକୁ ବିଜେପି ଏବେ ଆପଣାର କରିସାରିଛି। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିର ପ୍ରଦର୍ଶନ ଖରାପ ହେବା ପଛରେ ସ୍ଥାନୀୟ ନେତୃତ୍ଵ ଦାୟୀ ବୋଲି ବିଜେପିର ସାଧାରଣ ସମ୍ପାଦକ ଜିଭିଏଲ ନରସିଂହ ରାଓ କହିସାରିଲେଣି। ଅର୍ଥାତ ଯଦି ପରାଜୟ ହୁଏ, ଏଥିଲାଗି ଦାୟୀହେବେ ଶିବରାଜ ସିଂ ଚୌହାନ ଏବଂ ବସୁନ୍ଧରା ରାଜେ ସିନ୍ଧିଆ। କିନ୍ତୁ ବିଜୟ ହେଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଣ୍ଡ ଉପରେ ଗୋଲାପ ଫୁଲର ପାଖୁଡା ବର୍ଷା ହେବ।

ଯଦି ଏଗଜିଟ ପୋଲର ଆକଳନ କୁ ଆମେ ଦେଖିବା, ସେଥିରୁ ରାଜସ୍ଥାନରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇ ସରକାର ଗଢୁଥିବାର ସୂଚନା ମିଳୁଛି। ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଓ ବିଜେପି ଭିତରେ କଣ୍ଟକିତ ମୁକାବିଲାର କଥା କୁହାଯାଇଛି। ହେଲେ ଭୋଟ ସେୟାରର ବିଶ୍ଳେଷଣ କଲେ ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ସହଜ ମନେହେଉଛି। ସମାନ ସ୍ଥିତି ଛତିଶଗଡରେ ମଧ୍ୟ ରହିଛି। ତେଲେଙ୍ଗାନାରେ ହୁଏତ ଟିଆରଏସ ର ସରକାର ହୋଇପାରେ କିନ୍ତୁ, ସେଠି ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସର ସ୍ଥିତି ବେଶ ଭଲ ରହିବ। ମିଜୋରାମରେ କଂଗ୍ରେସ ଓ ମିଜୋ ଫ୍ରଣ୍ଟ ଭିତରେ କଡା ମୁକାବିଲାରୁ କିଏ ଜିତିବ ଅନୁମାନ କରିବା ସହଜ ନୁହେଁ।

ତେବେ ଯେତିକି ତଥ୍ୟ ଓ ପରିସଙ୍ଖ୍ୟାନ ଏଗଜିଟ ପୋଲରୁ ମିଳୁଛି, ସେଥିରେ କଂଗ୍ରେସ ପାଇଁ ଅନେକ ଉତ୍ସାହର ବାର୍ତ୍ତା ରହିଛି। ଏହି ପାଞ୍ଚୋଟି ରାଜ୍ୟକୁ ଆମେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବର କ୍ଷେତ୍ର ପ୍ରସ୍ତୁତି ବୋଲି ମଧ୍ୟ କହିପାରିବା। ଅନେକ ଏହାକୁ ଏକପ୍ରକାର ସେମି ଫାଇନାଲ ବୋଲି କହିଛନ୍ତି। ଆଉ ତିନିମାସ ପରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସେତେବେଳେ ବିଜେପିର ଗଡ ଭାବରେ ପରିଚିତ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପିର ପରାଜୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପାଇଁ ବଡ ମୁଣ୍ଡ ବିନ୍ଧାର କାରଣ ହେବ। ୨୦୧୪ ଲୋକସଭା ନିର୍ବାଚନରେ ରାଜସ୍ଥାନରେ ୨୫ ରୁ ୨୫ ଆସନ ବିଜେପି ହାତକୁ ଯାଇଥିଲା। ମଧ୍ୟପ୍ରଦେଶରେ ୨୯ ରୁ ୨୭ ଓ ଛତିଶଗଡରେ ୧୦ ରୁ ୧୦ ଆସନ ବିଜେପି ପାଇଥିଲା। ଏ ନିର୍ବାଚନରୁ ଯାହା ସଙ୍କେତ ମିଳୁଛି, ୨୦୧୯ ବେଳକୁ ଏହି ସଂଖ୍ୟା ଅଧାରୁ ଅଧିକ କମିଯାଇପାରେ। ଉତ୍ତର ଭାରତରେ ୨୦୧୪ ବେଳକୁ ଯେଉଁ ପ୍ରଚଣ୍ଡ କଂଗ୍ରେସ ବିରୋଧୀ ହାୱା ପ୍ରବାହିତ ହେଉଥିଲା (ଏହାକୁ ଚତୁରତାର ସହିତ ବିଜେପି ମୋଦୀ ହାୱା ବୋଲି କହିଆସୁଛି)ତାହା ଏବେ ଅପସରି ଯାଇଛି। ଉତ୍ତର ଭାରତରେ କଂଗ୍ରେସ ଶକ୍ତିଶାଳୀ ହେବାର ଅର୍ଥ ହେଉଛି, ୨୦୧୯ ରେ ମୋଦୀ ଶାସନର ଅବସାନ ସମୟ ଆସି ଯାଇଛି।

ବିଜେପି ତରଫରୁ ଅତି ମାତ୍ରାରେ କଂଗ୍ରେସକୁ ଗାଳି ଗୁଲଜ କରିବାର ସୁଫଳ ଏବେ କଂଗ୍ରେସକୁ ମିଳିଛି। ଏମିତି ବି ଗୁଜରାଟ ଓ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ବେଶ ଭଲ ରହିଛି। ଉତ୍ତର ଭାରତରେ କଂଗ୍ରେସର ଉତ୍ଥାନ ହେଉଥିବାବେଳେ ବିଜେପି ଦକ୍ଷିଣ କିମ୍ବା ପୂର୍ବ ଭାରତୀୟ ରାଜ୍ୟ ଗୁଡିକରେ ଉଧେଇ ପାରୁନାହିଁ। ଓଡିଶା ଏବଂ ପଶ୍ଚିମ ବଙ୍ଗରେ ଆଜି ମଧ୍ୟ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ ନିଜ ଦୂର୍ଗ ସୁରକ୍ଷିତ ରଖିଛନ୍ତି। ଅନ୍ୟ ଦିଗରେ ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ସହିତ ସମାଜବାଦୀ ପାର୍ଟିର ବୁଝାମଣା ବିଜେପିର ୨୦୧୯ ସ୍ଵପ୍ନରେ ପାଣି ଢାଳି ଦେଉଛି। ଏମିତି ଏକ ପରିସ୍ଥିତିରେ ଆସନ୍ତା ୧୧ ତାରିଖର ଫଳାଫଳ ଯଦି ଏଗଜିଟ ପୋଲ ଅନୁସାରେ ସତ ହୁଏ, ତାହେଲେ ୨୦୧୯ ରେ ନରେନ୍ଦ୍ର ମୋଦୀଙ୍କ ବିଦାୟର ଅବଗଣନା ସେଦିନଠୁ ଆରମ୍ଭ ହେବ ବୋଲି କହିବା ଅତ୍ୟୁକ୍ତି ହେବନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Latest News

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.