Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଟଫଣ୍ଡ ଚୋର ଏବେ ଓଡିଶା ବିଜେପିର ପୋଷ୍ଟର ବଏ: ବିଜେଡି
ବିଶେଷ ଖବର

ଚିଟଫଣ୍ଡ ଚୋର ଏବେ ଓଡିଶା ବିଜେପିର ପୋଷ୍ଟର ବଏ: ବିଜେଡି

May 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୋଚନୀୟ ପରାଜୟ ହେଉଥିବା ଜାଣି ଓଡିଶା ବିଜେପି ନେତାମାନେ ବିଚଳିତ ହୋଇପଡିଥିବାରୁ ସେମାନେ କ’ଣ କହୁଛନ୍ତି ଆଉ କ’ଣ କରୁଛନ୍ତି ତାହା ବୁଝିପାରୁନାହାନ୍ତି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝୀ।

ଶ୍ରୀ ବକ୍ସିପାତ୍ର ଓ ଡକ୍ଟର ମାଝି ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟଫଣ୍ଡ ଚୋର କହି ଓଡିଶା ବିଜେପିର ସବୁ ନେତା ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ଲାଂଛନା ଦେଉଥିଲେ, ତାଙ୍କୁ ଫୁଲମାଳ ପକାଇ ଦଳକୁ ସ୍ୱାଗତ କରି ନିର୍ବାଚନ ଲଢିବାକୁ ଟିକେଟ ଦେଇଛି ଓଡିଶା ବିଜେପି। ବର୍ଷ ବର୍ଷ ଧରି ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିବା ନେତାଙ୍କୁ ଅଣଦେଖା କରି ଚିଟଫଣ୍ଡ ଚୋରକୁ ଓଡିଶା ବିଜେପି ପୋଷ୍ଟର ବଏ ସଜାଇଥିଲା। ଯିଏ ନିଜ ନିର୍ବାଚନ ମଣ୍ଡଳୀର ଶହ ଶହ ଗରିବ ବେକାର ଯୁବକଙ୍କୁ ଚାକିରୀ ଦେବା ନାଁରେ ଲୁଟିଥିଲା ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡିଶା ବିଜେପିରେ ଚିଟ୍‌ଫଣ୍ଡ ଚୋର, ଚାକିରି ପାଇଁ ଗରିବ ଯୁବକଙ୍କୁ ଲୁଟିଥିବା ନେତା, ଗୁଣ୍ଡା, ଅନୁସୁଚିତ ଜାତି ଓ ଜନଜାତିଙ୍କ ଜମି ଲୁଟିଥିବା ମାଫିଆ, ବିଦେଶରେ କଳାଧନ ଠୁଳ କରିଥିବା ନେତା, ନାରୀ ନିର୍ଯ୍ୟାତନାକାରୀ ଭର୍ତ୍ତି ହୋଇଅଛନ୍ତି। ଓଡିଶା ବିଜେପି ନେତାମାନେ ଚିଟଫଣ୍ଡ ଓ ଅନ୍ୟ ପ୍ରସଙ୍ଗରେ କହିବା ଆଗରୁ ପ୍ରଥମେ ଏଭଳି ନେତାଙ୍କୁ ଦଳରୁ ବାଦ୍ ଦିଅନ୍ତୁ । ତାପରେ ଏ ବିଷୟରେ ଗଣମାଧ୍ୟମ ସାମ୍ନାରେ ଆସି ବକ୍ତବ୍ୟ ରଖନ୍ତୁ। ଏମାନଙ୍କୁ ଲାଜ ଲାଗିବା ଦରକାର। ଓଡିଶାବାସୀ ସବୁ ଦେଖୁଛନ୍ତି ସେଥିପାଇଁ ଏମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି।

ଯେତେବେଳେ ଓଡିଶା ବିଜେପିର ଦୟନୀୟ ସ୍ଥିତି ଆସିଯାଏ, ସେମାନେ ଅନେକ କଥା ଗଣମାଧ୍ୟମ ସାମ୍ନାରେ ଆସି ମନଇଛା ଗପିଥାନ୍ତି। ନହେଲେ ସେମାନଙ୍କର ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରୀ ଚାଲିବ ବା କେମିତି? ଆଜିର ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ଜଣାପଡୁଥିଲା, ଓଡିଶା ବିଜେପି ନେତା କେତେ ବିବ୍ରତ ଅବସ୍ଥାରେ ଅଛନ୍ତି। ୨୦୧୯ ତୁଳନାରେ ଏକ ଲଜ୍ଜାଜନକ ପରାଜୟ ବରଣ କରୁଥିବାରୁ ସେମାନଙ୍କର ମୁହଁରେ ହସ ଲିଭିଗଲାଣି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

BJD BJP eci election 2024 Lok Sabha Election Odisha
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.