Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କ୍ୟାଚ୍ ଦ ରେନ୍ – ୨୦୨୪ କାର୍ଯ୍ୟକ୍ରମ ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା
ବିଶେଷ ଖବର

କ୍ୟାଚ୍ ଦ ରେନ୍ – ୨୦୨୪ କାର୍ଯ୍ୟକ୍ରମ ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା

June 29, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାଚ୍ ଦ ରେନ୍ - ୨୦୨୪ କାର୍ଯ୍ୟକ୍ରମ ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜଳ ଶକ୍ତି ଅଭିଯାନ-୨୦୨୪ “କ୍ୟାଚ-ଦି-ରେନ୍” ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜଳଶକ୍ତି ଅଭିଯାନର ଥିମ୍ ରହିଛି ‘ନାରୀ ଶକ୍ତି ସେ ଜଳ ଶକ୍ତି’। ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥୀ.ଏସ୍‌, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ସମସ୍ତ ମହାନଗର ନିଗମର କମିଶନରମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଛି। ନଦୀ, ନାଳ ଓ ସମୁଦ୍ରକୁ ଭୂପୃଷ୍ଠରୁ ବର୍ଷା ଜଳ ବୋହିଯିବା ପୂର୍ବରୁ ଜଳର ବିବିଧ ଆବଶ୍ୟକତା ପୂରଣ ପାଇଁ ଭୂତଳ ଜଳ ଭରଣ ଏବଂ ବିଭିନ୍ନ ଉପାୟରେ ଜଳ ସଂରକ୍ଷଣ ବ୍ୟବସ୍ଥାରେ ସଞ୍ଚୟ କରିବାକୁ ଜଳଶକ୍ତି ଅଭିଯାନ ଜାରି ରହିଛି। ୨୦୧୯ ମସିହାରୁ ଏହି ଅଭିଯାନ ସମସ୍ତ ରାଜ୍ୟରେ କାର‌୍ୟ୍ୟକାରୀ ହେଉଛି। ଜଳଶକ୍ତି ଅଭିଯାନ-୫ମ ପର‌୍ୟ୍ୟାୟ ଗତ ୯ ମାର୍ଚ୍ଚ ୨୦୨୪ ରୁ ଆରମ୍ଭ ହୋଇ ଆଗାମୀ ନଭେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ଚାଲୁ ରହିବ।

ଜଳ ଶକ୍ତି ଅଭିଯାନ-୨୦୨୪ ପରିପ୍ରେକ୍ଷୀରେ ଗତକାଲି ଭାରତ ସରକାରଙ୍କର କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବୈଠକରେ ଆଲୋଚନା କରି ଜଳ ସଂରକ୍ଷଣ ସଂପର୍କରେ ବିଭିନ୍ନ କାର‌୍ୟ୍ୟକ୍ରମ ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଓଡ଼ିଶାରେ ଜଳଶକ୍ତି ଅଭିଯାନର ବିଭିନ୍ନ କାର‌୍ୟ୍ୟକ୍ରମ କିପରି ଚାଲିଛି ଓ ଚଳିତ ବର୍ଷାଋତୁ ତଥା ଆଗାମୀ ଦିନରେ କିପରି ପଦକ୍ଷେପ ରହିବ, ସେଥି ନିମନ୍ତେ ବିଭିନ୍ନ ବିଭାଗ ତରଫରୁ କାର‌୍ୟ୍ୟ ଯୋଜନା ପ୍ରସ୍ତୁତ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା।

ଜଳ ସମ୍ପଦ ବିଭାଗ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ , କ୍ରୀଡା ଓ ଯୁବ ସେବା , ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପୁର୍ତ୍ତ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ , ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଚଳିତ ବର୍ଷ କିପରି ଜଳ ସଂରକ୍ଷଣ କାର‌୍ୟ୍ୟକ୍ରମ କରାଯିବା ପାଇଁ କାର‌୍ୟ୍ୟ ଯୋଜନା ରହିଛି, ସେ ସଂପର୍କରେ ଉପସ୍ଥାପନା କରାଯାଇଥିଲା।

ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ଜଳାଶୟଗୁଡିକରୁ ଜବରଦଖଲ ହଟାଇବା, ପଞ୍ଚାୟତ ଘର, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନଗୁଡିକରେ ଜଳ ପରିଚାଳନା କାର୍ଯ୍ୟ କରାଯିବା, କ୍ଷୁଦ୍ର ନଦୀ ଓ ନାଳ ଗୁଡିକର ପୁନରୁଦ୍ଧାର, ଜଳ ଭଣ୍ଡାର ଓ ନଦୀ ଅବବାହିକା ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥା , ବନୀକରଣ, ଜଳଛାୟା ଉନ୍ନୟନ ପ୍ରକଳ୍ପ ଜରିଆରେ ଜଳ ସଂରକ୍ଷଣ, ସରକାରୀ କୋଠାଗୁଡିକରେ ବର୍ଷା ଜଳ ଅମଳ ବ୍ୟବସ୍ଥା , ବର୍ଷାଜଳ ସଂରକ୍ଷଣ ନିମନ୍ତେ ପଞ୍ଚାୟତ ଜନ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସମସ୍ତ ସହଯୋଗୀ ଅନୁଷ୍ଠାନର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି।

ବିଭିନ୍ନ ଜିଲ୍ଲାରେ କିପରି ବୈଜ୍ଞାନିକ ଉପାୟରେ ଜଳସଂରକ୍ଷଣ କରାଯାଇ ପାରିବ, ସେଥିପାଇଁ ଜଳ ସଂରକ୍ଷଣ ଯୋଜନା ଜଳ ଶକ୍ତି ଅଭିଯାନ ପୋର୍ଟାଲ ଓ୍ୱେବ୍ ସାଇଟରେ ଅପଲୋଡ କରାଯାଉଛି । ଜନସାଧାରଣଙ୍କୁ ଜଳସଂରକ୍ଷଣ ସମ୍ପର୍କିତ ସୂଚନା ପାଇଁ ସମସ୍ତ ଜିଳ୍ଲାରେ ‘ଜଳଶକ୍ତି କେନ୍ଦ୍ର’ କାର୍ଯ୍ୟକାରୀ ହେଉଛି।ଏହି କେନ୍ଦ୍ର ଯେପରି ଠିକ୍ ଭାବରେ କାକାରୀ ହେବ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ସହାୟତା ପ୍ରଦାନ କରିବ ଏ ଦିଗରେ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳ ସଂପଦ ବିଭାଗ ଶ୍ରୀମତୀ ଗର୍ଗ ମଧ୍ୟ ଜଳ ଶକ୍ତି ଅଭିଯାନ-୨୦୨୪ ର ରାଜ୍ୟ ନୋଡାଲ ଅଧିକାରୀ ରହିଛନ୍ତି। ବିଭିନ୍ନ ଜଳଭଣ୍ଡାରରେ ଜଳ ସଂରକ୍ଷଣ ସମେତ ଜଳ ସଂପଦ ବିଭାଗ ତରଫରୁ ଅନ୍ତଃନଦୀ ଜଳାଶୟ, ‘ଛାତ’ ଯୋଜନାରେ ବର୍ଷା ଜଳ ସଂଚୟ ପ୍ରକଳ୍ପ, ‘ଅରୁଆ’ ଯୋଜନାରେ ଭୂତଳ ଜଳ ଭରଣ ଓ ଭୂତଳ ପାଇପ୍ ଲାଇନ୍ ବ୍ୟବସ୍ଥାରେ ଜଳ ସେଚନ ଓ ଜଳ ପରିବହନ ଆଦି ବ୍ୟବସ୍ଥା କାର‌୍ୟ୍ୟକାରୀ କରାଯାଉଛି।

ଅନ୍ୟ ସମସ୍ତ ସଂପୃକ୍ତ ବିଭାଗ ତରଫରୁ ନିଜ ନିଜ ବିଭାଗ ଦ୍ୱାରା କାର‌୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ବ୍ୟବସ୍ଥାରେ ଜଳ ସଂରକ୍ଷଣ ଓ ଜଳସଂରକ୍ଷଣ ଯୋଜନା ସଂପର୍କରେ ଉପସ୍ଥାପନ କରାଯାଇଥିଲା। ଜଳସଂପଦ ବିଭାଗ ତରଫରୁ ଏହି ଅଭିଯାନର ସମନ୍ୱୟ ପାଇଁ ସବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସା) ଶ୍ରୀ ଲିଙ୍ଗରାଜ ଗୌଡ଼ ନୋଡାଲ ଅଧିକାରୀ ରହିଥିବା ବେଳେ ଅନ୍ୟ ସମସ୍ତ ସଂପୃକ୍ତ ବିଭାଗର ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ସମନ୍ୱୟ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି।

ପ୍ରକାଶ ଥାଉକି, ଜଳ ଶକ୍ତି ଅଭିଯାନରେ ପୂର୍ବ ବର୍ଷଗୁଡ଼ିକ ପରି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟରେ ରହିଛି (୧) ଜଳ ସଂରକ୍ଷଣ ଏବଂ ବର୍ଷା ଜଳ ସଂରକ୍ଷଣ; (୨) ସମସ୍ତ ଜଳାଶୟଗୁଡ଼ିକର ଗଣନା, ଭୂ-ଟ୍ୟାଗିଂ ଏବଂ ତାଲିକା ପ୍ରସ୍ତୁତ କରିବା; ଏହାକୁ ଆଧାର କରି ଜଳ ସଂରକ୍ଷଣ ପାଇଁ ବୈଜ୍ଞାନିକ ଯୋଜନା ପ୍ରସ୍ତୁତି; (୩) ସମସ୍ତ ଜିଲ୍ଲାରେ ଜଳ ଶକ୍ତି କେନ୍ଦ୍ର ପ୍ରତିଷ୍ଠା; (୪) ବ୍ୟାପକ ବୃକ୍ଷରୋପଣ; ଏବଂ (୫) ଜନ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ।

ଅନୁ ଗର୍ଗ କ୍ୟାଚ୍ ଦ ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.