Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ବରର ଆନନ୍ଦବନ ସହ ବିଭିନ୍ନ ପାର୍କ କଲେ ପରିଦର୍ଶନ
ବିଶେଷ ଖବର

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ବରର ଆନନ୍ଦବନ ସହ ବିଭିନ୍ନ ପାର୍କ କଲେ ପରିଦର୍ଶନ

July 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ବରର ଆନନ୍ଦବନ ସହ ବିଭିନ୍ନ ପାର୍କ କଲେ ପରିଦର୍ଶନ

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ ସିଲଭିକଲ୍ଚର ଗାର୍ଡେନ୍, କଳିଙ୍ଗ ନଗରର ଡ. ଏପିଜେ ଅବଦୁଲ କଲାମ ପାର୍କ ଏବଂ କଳିଙ୍ଗ ନଗରର କେ-୭ରେ ଥିବା ୱେଷ୍ଟ ଟୁ ଆର୍ଟ ପାର୍କ ପରିଦର୍ଶନ କରିଥିଲେ।

ଭୁବନେଶ୍ୱରର ପ୍ରମୁଖ ସହରାଞ୍ଚଳ ଫରେଷ୍ଟ ପାର୍କ ଆନନ୍ଦବନରେ ମନ୍ତ୍ରୀ ସମୟ ଅତିବାହିତ କରିଥିଲେ। ସ୍ୱର୍ଣ୍ଣ ଚମ୍ପା ଚାରା ରୋପଣ କରିବା ସହ ଖୋଲା ପାଠାଗାର, ଆମ୍ଫିଥିଏଟର, ପାର୍କିଂ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ। ସ୍ଥାନୀୟ ଜୀବିକାକୁ ସମର୍ଥନ କରିବା ପାଇଁ ସେ ଆନନ୍ଦବନ ମଧ୍ୟରେ ଏକ ଫୁଲ ବଗିଚା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମଗ୍ର ସହରରେ ଅନୁରୂପ ପାର୍କ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

୮୯.୦୫ ଏକର ପରିମିତ ଏହି ଆନନ୍ଦବନରେ ପର୍ଯ୍ୟାପ୍ତ ପାର୍କିଂ, ବେଞ୍ଚ, ଗଜେବୋ, ବର୍ଷା ଆଶ୍ରୟସ୍ଥଳୀ, ପିଲାଙ୍କ ଖେଳ ପଡ଼ିଆ, ସର୍ବସାଧାରଣ ସୁବିଧା ସମେତ ବିଭିନ୍ନ ସୁବିଧା ସୁଯୋଗ ରହିଛି।

କେ-୭, କଳିଙ୍ଗ ନଗରରେ ଥିବା ୱେଷ୍ଟ ଟୁ ଆର୍ଟ ପାର୍କରେ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଢ଼େ ୪ ଏକର ପରିମିତ ଏହି ପାର୍କରେ ରୋଲ୍ ବଲ୍, ସ୍କେଟିଂ ଓ ବାସ୍କେଟବଲ୍ ଭଳି କ୍ରୀଡ଼ା ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ ଏଥିରେ ଫୁଲ ଶଯ୍ୟା ପଥ, ବିଭିନ୍ନ ଲ୍ୟାଣ୍ଡସ୍କେପିଂ ଉପାଦାନ ଏବଂ ମୂର୍ତ୍ତି ଅନ୍ତର୍ଭୁକ୍ତ ହେବ। ବିଡିଏ ପକ୍ଷରୁ ଏହି ପାର୍କର ବିକାଶ କରାଯାଉଛି।

ଡ. ଏପି.ଜେ ଅବଦୁଲ କଲାମ ପାର୍କ ପରିଦର୍ଶନ ସମୟରେ ମନ୍ତ୍ରୀ ଅଧିକାରୀମାନଙ୍କୁ ବର୍ତ୍ତମାନ ଚାଲିଥିବା ପୁନଃବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ବିଡିଏ ଓ ବନ ବିଭାଗ ପକ୍ଷରୁ ବିକଶିତ ହେଉଥିବା ରାଜ୍ୟ ସିଲଭିକଲ୍ଚର ଗାର୍ଡେନରେ ଚାଲିଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରି ଜନସାଧାରଣଙ୍କ ପାଇଁ ଏହି ସୁବିଧା ଖୋଲିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କୃଷ୍ଣଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.