Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଡ ଠାକୁର ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣା: ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ବଡ ଠାକୁର ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣା: ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

July 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବଡ ଠାକୁରଙ୍କ ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣା ଏବେ ସାରା ବିଶ୍ଵରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲାରୁ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ବଡ ଅଘଟଣା ଘଟିଲା ବୋଲି କୁହାଯାଉଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହିକ୍ରମରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ମଧ୍ୟ ଏହି ଅଘଟଣ ଉପରେ ଦୁଃଖ ପ୍ରକାଶ କରିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବିଷ୍ୟତରେ ଏଭଳି ଅଘଟଣ ଯେଭଳି ନଘଟିବ, ସେଥିପାଇଁ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ଚିଠିର ଉତ୍ତର ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଜଗତର ନାଥ କେବଳ ଓଡିଆ ଜାତିର ଅସ୍ମିତାର ପ୍ରତୀକ ନୁହନ୍ତି, ସେ ସାରା ଜଗତ ଅର୍ଥାତ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ମିଳିତ ସମାହାର ଏବଂ ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ।

ଚଳିତ ବର୍ଷ ବଡ ଠାକୁରଙ୍କ ଆଡପ ମଣ୍ଡପ ବିଜେ ବେଳେ ଯେଉଁ ଅଘଟଣ ଘଟିଲା, ସେଥିରେ ସାରା ଜଗତ ଦୁଃଖିତ। ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ଵାଭାବିକ। ମୁଁ ମଧ୍ୟ ଗଭୀର ଭାବେ ମର୍ମାହାତ।

ଏଭଳି ଅଘଟଣ ଘଟିବା ମାତ୍ରେ ମୁଁ ତୁରନ୍ତ ଉପ-ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ପୁରୀ ଯିବାକୁ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନଘଟିବ, ସେଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛି।

ଏସମ୍ବନ୍ଧରେ ଆପଣ ମୋ ପାଖକୁ ଲେଖିଥିବା ଚିଠିକୁ ମୁଁ ଗୁରୁତ୍ବର ସହ ପାଠ କରିଛି। ଆମେ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ଓ ଗୁଣ୍ଡିଚା ଯାତ୍ରା ସଠିକ ଭାବେ ସମ୍ପନ୍ନ କରିବା। ଆପଣଙ୍କର ପରାମର୍ଶ ସବୁବେଳେ ମୋ ପାଇଁ ସମ୍ମାନର ସହ ଗ୍ରହଣୀୟ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ବଡ ଠାକୁରଙ୍କ ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଚିଠିରେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଅସ୍ଥିତାର ପ୍ରତୀକ। ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ସେ ହେଉଛନ୍ତି ଏ ଜାତିର ମଉଡମଣି। ଜଗତର ନାଥ ଜଗନ୍ନାଥ। ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି। ସାରା ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥାଏ। ଏତଦ୍ ବ୍ୟତୀତ ଟିଭି ଓ ସେସିଆଲ ମିଡିଆ ଜରିଆରେ ସାରା ବିଶ୍ଵର କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସଂଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଥାନ୍ତି।

ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ। ତାଙ୍କର ପହଣ୍ଡି ବେଳେ ଏଭଳି ଅଘଟଣ ଅଶୃତପୂର୍ବ। ଚାରମାଳରେ ପହଣ୍ଡି ସମୟରେ ବଡଠାକୁର ମୁହଁ ମାଡି ପଡିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେଏଭଳି ଘଟଣା କେବେ ଘଟି ନ ଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲାନାହିଁ। ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି।

ନବୀନ ପଟ୍ଟନାୟକ ବଡ ଠାକୁର ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.