ବିଜେଡି ଗଢିଲା ସମାନ୍ତରାଳ ମନ୍ତ୍ରୀମଣ୍ଡଳ, ନଜର ରଖିବା ପାଇଁ ପଚାଶ ବିଧାୟକଙ୍କୁ ଦିଆଗଲା ପଚାଶ ବିଭାଗ

Published: Jul 17, 2024, 6:09 pm IST

ଭୁବନେଶ୍ବର: ଆଜି ବିଜେଡି ସମାନ୍ତରଳାରେ ଗଠନ କରିଛି ଏକ ଛାୟା ମନ୍ତ୍ରୀ ମଣ୍ଡଳ। ସେମାନେ ମନ୍ତ୍ରୀ ପଦବାଚ୍ୟ ହେବେ ନାହିଁ, ହେଲେ ସେମାନେ ସେହି ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବେ। ଏ ନେଇ ଆଜି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ପ୍ରକାଶ ପାଇଛି ନାମ ତାଲିକା। ଏହି ତାଲିକାରେ ବିଜେଡିର ପଚାଶ ଜଣ ବିଧାୟକଙ୍କୁ ଦିଆଯାଇଛି ବିଭିନ୍ନ ବିଭାଗ। ସେମାନେ ହେଲେ

ଏ ସଂପର୍କରେ ବିରୋଧୀ ଦଳର ନେତାଙ୍କ ତରଫରୁ ଯେଉଁ ବିବୃତି ଦିଆଯାଇଛି ତାହା ହେଲା, ‘ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥ ର ଜାଗ୍ରତ ପ୍ରହରୀ। ବିଧାନସଭା ରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି।

ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭା ରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ଓଡିଶ ବାସୀଙ୍କ ହକ ତଥା ଜନସାଧାରଣ ଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖୁବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ର 50 ଜଣ ନିର୍ବାଚିତ ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ବିଧାନସଭା ରେ ବିରୋଧୀ ବିଜୁ ଜନତା ଦଳ କୁ ଅଧିକ ଦକ୍ଷତା ର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି।

ବିଜେଡିର ଏପରି ପଦକ୍ଷେପକୁ ଦଳ ତରଫରୁ ସ୍ବାଗତ କରାଯାଇଛି। ଆସନ୍ତା ବିଧାନସଭାରେ ଏହି ନେତାମାନେ ସେମାନଙ୍କ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବା ସହିତ ପ୍ରଶ୍ନ କରିବେ। ପ୍ରଥମ ଥର ପାଇଁ ଓଡିଶା ରାଜନୀତିରେ ବିରୋଧୀ ଦଳର ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Related posts