Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ପାରିତ ହେଲା ରାଜନୈତିକ ଚିଠା
ବିଶେଷ ଖବର

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ପାରିତ ହେଲା ରାଜନୈତିକ ଚିଠା

July 20, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ/ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏକାକୀ ଭାବରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିଛି। ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ଏହି କାର୍ଯ୍ୟକାରିଣୀରେ ୫ଟି ପ୍ରସ୍ତାବ ଉପରେ ମୋହର ମରାଯାଇଥିଲା। ବିଜେପି ପ୍ରତି ଜନତାଙ୍କ ଯେଉଁ ବିଶ୍ୱାସ ରହିଛି ତାହା ଅତୁଟ ରଖିବୁ। ଓଡ଼ିଶାବାସୀ ଶାସନଭାର ବିଜେପିକୁ ସମର୍ପଣ କରିଛନ୍ତି। ଓଡିଶାରେ କିଭଳି ବିଜେପି ସରକାର ଗଠନ କରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀୟ ନେତୃବୃନ୍ଦମାନେ କାର୍ଯ୍ୟକର୍ତାମାନଙ୍କୁ ସହଭାଗିତା ଓ ପ୍ରେରଣା ଦେଇଥିଲେ।

୨୦୨୪ ଲୋକସଭା ନିର୍ବାଚନରେ ଓଡିଶାରେ ବିଜେପିର ବିଜୟ ଆଜି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ୨୧ରୁ ୨୦ଟି ଆସନ ଜିତି ବିଜେପି ରେକର୍ଡ ସୃଷ୍ଟି କରିଛି। ବିଜେପି ସରକାର ଗଠନରେ କେନ୍ଦ୍ରୀୟ ନେତୃବୃନ୍ଦ ଅତ୍ୟନ୍ତ ପରିଶ୍ରମ କରିଥିଲେ। ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ରୀୟ ନେତୃବୃନ୍ଦ ତଥା ଓଡ଼ିଶାବାସୀ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବରିଷ୍ଠ ନେତା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ଆଜି ପୁରୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି ଯେ, ସନ୍ତୁଳିତ ଓ ସମତୁଳ ବିକାଶ ଉପରେ କାର୍ଯ୍ୟକାରିଣୀରେ ଗୁରୁତ୍ୱ ଦିଆଯିବା ସହ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଶାସନ ପାଇଁ କାର୍ଯ୍ୟକର୍ତାମାନେ ସଂକଳ୍ପ ନେଇଛନ୍ତି। ୨୦୩୬ ମସିହାକୁ ଆଖି ଆଗରେ ରଖି ୧୨ବର୍ଷର ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ତୃଣମୂଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ୧୨ ହଜାର ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ୨୪ଞ୍ଚ୭ କାମ କରିବେ। ବିକଶିତ ଓଡ଼ିଶା ପାଇଁ ୧୨ବର୍ଷର ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ୨୦୩୬ ସୁଦ୍ଧା “ଆଧୁନିକ ଓଡ଼ିଶା, ବିକଶିତ ଓଡ଼ିଶା” ଗଠନ ପାଇଁ ଦଳ ଲକ୍ଷ୍ୟ ରଖିଛି । ୧୯୩୬ ମସିହାରେ ଓଡ଼ିଶାପ୍ରଦେଶ ଗଠନ ହୋଇଥିଲା।

୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତି ପାଳନ କରିବ, ସେତେବେଳେ ବିକଶିତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବାର ସଂକଳ୍ପ ନିଆଯାଇଛି ଏହି କାର୍ଯ୍ୟକାରିଣୀରେ। ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ୧୨ବର୍ଷ ଲାଗିଥିଲା। ୧୨ ଶହ ବଢ଼େଇ ୧୨ବର୍ଷର ଅକ୍ଳାନ୍ତ ପରିଶ୍ରମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ ସେମିତି ଆମ ଦଳ ଓଡ଼ିଶାର ବିକାଶ ପାଇଁ ୧୨ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ତୃଣମୂଳ ସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତା “ନୂଆ ଓଡ଼ିଶା ଏବଂ ଆଧୁନିକ ଓଡ଼ିଶା” ଗଠନ କରିବେ। ୧୦୦ବର୍ଷ ପୂର୍ତି ଉପଲକ୍ଷେ ବିକଶିତ ଓ ଆଧୁନିକ ଓଡ଼ିଶା ଗଠନ ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂକଳ୍ପ ନିଆଯାଇଛି।

ବିଜେପି ଦଳ ଏବଂ ସରକାର ଓଡ଼ିଶାବାସୀଙ୍କ ପାଇଁ ୨୪ଞ୍ଚ୭ କାର୍ଯ୍ୟ କରିବ। ନୂଆ ଓଡିଶା, ଆଧୁନିକ ଓଡିଶା, ଆତ୍ମନିର୍ଭରଶୀଳ ଓଡ଼ିଶା, ବିକଶିତ ଓ କ୍ଷୁଧା ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ସରକାର କାମ ଆରମ୍ଭ କରିଦେଇଛି। ସରକାର ଗଠନ କରିବାର ଅଳ୍ପ ଦିନ ମଧ୍ୟରେ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମୋହର ମାରିଛି। ବିଜେପି ସରକାର ମାସକ ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ତାଲା ଖୋଲିବା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିର ତୃଟି ନହେବା, ଶ୍ରମିକଙ୍କ ପାରିଶ୍ରମିକ, ଚାଷୀଙ୍କୁ ଧାନ କ୍ୱଂଇଟାଲ ସର୍ବନିମ୍ନ ମୂଲ୍ୟ ୩୧ଶହ ଟଙ୍କା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

କଂଗ୍ରେସର ଆଚରଣ, ଉଚ୍ଚାରଣ ବାରମ୍ବାର ଭାରତ ବର୍ଷକୁ ବ୍ୟର୍ôଥତ କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁହଁ ଖୋଲିଲେ ସର୍ବଦା ନକରାତ୍ମକ କଥା ହିଁ କହିଥାନ୍ତି। ରାହୁଲ ଗାନ୍ଧି ହିନ୍ଦୁ ସମାଜକୁ ହିଂସ୍ର କହିବା ବକ୍ତବ୍ୟକୁ କାର୍ଯ୍ୟକାରିଣୀରେ ନିନ୍ଦା କରାଯାଇଛି। ସେହିପରି କଂଗ୍ରେସ ଗଣତନ୍ତ୍ରକୁ ପ୍ରତ୍ୟେକ ମୁହୂର୍ତରେ ହତ୍ୟା କରୁଥିଲା। ଏନେଇ ୨୫ ଜୁନକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆମ ଦଳ ନିଷ୍ପତି ନେଇଛି। ଗଣତନ୍ତ୍ରକୁ ହତ୍ୟା କରିଥିବା ଲୋକମାନେ ଆଜି ଗଣତନ୍ତ୍ରର ବାର୍ତାବହ ହେବା ପାଇଁ ଚେଷ୍ଟା କରୁଛନ୍ତି। ଏଥିଲାଗି ୨୫ ଜୁନକୁ ସରକାରୀ ସ୍ତରରେ “ସମ୍ବିଧାନ ହତ୍ୟା ଦିବସ” ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଏହି ନିଷ୍ପତିକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ସେହିପରି ନିର୍ବାଚନ ସମୟରେ ବିଜେପି ଓଡ଼ିଶାର ଅସ୍ମିତାକୁ ମୂଳ ପ୍ରସଙ୍ଗ କରିଥିଲା। ଅସ୍ମିତା କଥା କହିଲେ ଓଡିଶାର ଇତିହାସ ମନେ ପଡେ। ରାଜ୍ୟ ତଥା ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟ ପାଇଁ ଯେଉଁ ମହାନ ବ୍ୟକ୍ତିମାନେ ନିଜର ପ୍ରାଣ ଉତ୍ସର୍ଗ କରିଛନ୍ତି ତାଙ୍କୁ ମଧ୍ୟ କାର୍ଯ୍ୟକାରିଣୀରେ ସ୍ମରଣ କରାଯାଇଥିଲା। ବିଜେଡି ୨୫ ବର୍ଷ ଶାସନରେ ଓଡ଼ିଶାର ଅସ୍ମିତା ଉପରେ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ତେବେ ଓଡ଼ିଶା ଅସ୍ମିତାକୁ ଆଗାମୀ ଦିନରେ ରକ୍ଷା କରିବା ସହ ଆହୁରି ରୁଦ୍ଧିମନ୍ତ କରି ବିଶ୍ୱଦରବାରରେ କିଭଳି ପଂହଚିବ ସେ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଏହି କାର୍ଯ୍ୟକାରିଣୀରେ ଦୁର୍ନୀତିମୁକ୍ତ ସରକାର ପାଇଁ ସଂକଳ୍ପ ନିଆଯାଇଛି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ ଚାଲିବ ସରକାର। ବିଜେଡି ସରକାର ୫-ଟି ନାଁରେ ବର୍ଷକୁ ୫୦ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟ୍ କରିଛି। ପୃଥିବୀରେ ତଥା ଭାରତ ବର୍ଷରେ ଖୋଲା ସୂର୍ଯ୍ୟାଲୋକରେ ଡକାୟତି କରିବାର ଏନ୍ତୁଡିଶାଳା ପାଲଟିଥିଲା ଓଡିଶା। ତେଣୁ ଦୁର୍ନୀତିମୁକ୍ତ, ସ୍ୱଚ୍ଛ, ନିର୍ମଳ, ଲୋକାଭିମୁଖୀ, ସାଧାରଣ ଲୋକଙ୍କ ସହଭାଗିତା ଓ ସେମାନଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କିମାରୁଛି ସେ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ, ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ କଭଳି ପହଂଚିବ ସେ ନେଇ ଅହରଣ ଉଦ୍ୟମ କରିବା ସହ କାର୍ଯ୍ୟ କରିବ ବିଜେପି ସରକାର ସଂକଳ୍ପ ନେଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଏବେ ଓଡ଼ିଶାରେ ବିଜେପି ସରକାର ଗଢ଼ିଛି। କିନ୍ତୁ ଏହାପୂର୍ବରୁ ମଧ୍ୟ ଓଡ଼ିଶାକୁ କେବେ ଅଣଦେଖା କରିନି କେନ୍ଦ୍ର ସରକାର। ଆର୍ଥିକ ପ୍ୟାକେଜ୍ ସହ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି ବିଜେପି । ଓଡ଼ିଶାର ସନ୍ତୁଳିତ ବିକାଶ ପାଇଁ ମୋହନ ସରକାର କାର୍ଯ୍ୟ କରିବ।

ଏଥିସହ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ତଥା ସାମ୍ବାଦିକ ମାନଙ୍କ ଓଡ଼ିଶାର ପ୍ରଗତି ପାଇଁ କାର୍ଯ୍ୟ କରୁଥିବାରୁ ଭୂୟଶୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପୂଜାରୀ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶ୍ରୀ ଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

September 14, 2025

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

September 14, 2025

କେନ୍ଦ୍ର କୃଷିମନ୍ତ୍ରୀଙ୍କ ନେତୃତ୍ୱରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

September 14, 2025
Latest News

ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

September 14, 2025

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

GST ହ୍ରାସ ପରେ Hero Glamour କେତେ ଶସ୍ତା ହେବ? କିଣିବା ପୂର୍ବରୁ ଜାଣନ୍ତୁ ବିବରଣୀ

September 14, 2025

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

September 14, 2025

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.