Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁ ମ୍ୟାରିୟନଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହେବ।

ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତିନି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗ ଦେବେ।

କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମାନ କାମକୁ ସମାନ ଦରମା ଦାବି: ଆନ୍ଦାଳନକୁ ଓହ୍ଲ।ଇବା ଲାଗି ଚେତାବନୀ ଦେଲା ଓଡଶିା ଅମଲା ସଂଘ

ଭୁବନେଶ୍ବର: ଆଜି ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରସ୍ଥିତ ଜୟଦେବ ଭବନ ଠାରେ ସଂଘର ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷ ଅସିତ ବରଣ ସ୍ଵାଇଁ , କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ , ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ସଙ୍ଗଠନ ସମ୍ପାଦକ ଜ୍ଞାନରଞ୍ଜନ ଦାଶ, ପ୍ରାକ୍ତନ ସଭାପତି ଶତୁଘ୍ନ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ସୁଦାମ ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ନେତା ମଞ୍ଚାସୀନ ଥିଲେ। ଏଥିରେ ୩୦ ଟି ଜିଲ୍ଲାର ଅମଲା ସଂଘର ସଭାପତି , ସମ୍ପାଦକ ଏବଂ ୫୦୦ ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ସଭାରେ ପ୍ରଥମେ ସଂଘର ସଭାପତି, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କୁ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରିଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟ ପକ୍ଷରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରି ସରକାର ଅବହେଳିତ କରିଛନ୍ତି ବୋଲି କଟାକ୍ଷ କରିଥିଲେ। ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରଦବଶିକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ ୧୯୦୦ ଗ୍ରେଡ ପେ ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି, ଯାହାଫଳରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ମନରେ ଘୋର ବୈରାଗ ଭାବ ସୃଷ୍ଟି ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ।

ଅମଲା ସଂଘର ସାଧାରଣ ସମ୍ପାଦକ ତାଙ୍କ ଭାଷଣ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ସରକାର ଅମଲାମ।ନଙ୍କ ବେତନ ସମୀକରଣ କରିବାରେ ଟାଳଟୁଳ ନୀତକିୁ ସମାଲୋଚନା କରିଥିଲେ। ବାରମ୍ବାର ଏ ବାବଦରେ ସରକାରଙ୍କ ସହିତ ଆଲୋଚନା କରି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଜାଣିଶୁଣି ନୀରବ ରହିବା ବାସ୍ତବିକ ଦୁଃଖଦାୟକ ବୋଲି ଅବିହିତ କରିଥିଲେ। +୨ ଯୋଗ୍ୟତା ଥାଇ ଅନ୍ୟ ବର୍ଗର କର୍ମଚାରୀମାନଙ୍କୁ ଅଧିକ ବେତନ ଦେଉଥିବାବେଳେ  ସ୍ନାତକ ଯୋଗ୍ୟତା ଥାଇ ଅମଲାମାନଙ୍କୁ ୧୯୦୦ ଗ୍ରେଡ ପେ ଦେବା ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲା ସ୍ତରର ଅମଲା ସରକାରଙ୍କର ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବାରେ ତୃଣମୂଳ ସ୍ତରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାର ଉପଲବ୍ଧି କରି ଜଲ୍ଲିାସ୍ତରୀୟ ଅମଲାମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ଗ୍ରେଡ ପେ ୪୨୦୦/- ପ୍ରଦାନ କରିବାକୁ ବହୁ ବିଧାୟକ ସରକାରଙ୍କୁ ସୁପାରିସ ପତ୍ର କରିଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ଉଦାସୀନ ଅଛନ୍ତି ବୋଲି ବ୍ୟକ୍ତ କରିଥିଲେ।

ଏହି ସଭାରେ ମଞ୍ଚସ୍ଥ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏବଂ ୩୦ ଟି ଜିଲ୍ଲାରୁ ଆସିଥିବା ଓଡଶିା ଅମଲା ସଂଘର ସଭାପତି ଓ ସମ୍ପାଦକ ଆଲୋଚନାରେ ଅଂଶଗ୍ରହଣ କରି ସରକାର, ଯଦି ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ସମୀକରଣ ଶୀଘ୍ର ନ କରନ୍ତି କିମ୍ବା ସମାନ କାମକୁ ସମାନ ଦରମା ପ୍ରଦାନ ନ କରନ୍ତ, ତେବେ ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ୩୦,୦୦୦ ଅମଲା ରାଜଧାନୀଠାରେ ସମାବେଶ ହୋଇ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି,

ଏହାପୂର୍ବରୁ ସମସ୍ତ ଜିଲ୍ଲାର ଅମଲାମାନେ ସେମାନଙ୍କର ଜିଲ୍ଲାପାଳମାନଙ୍କ ଜରିଆରେ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପୂର୍ବକ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ। ତଥାପି ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ବିଧାନସଭା ସମ୍ମୁଖରେ ଅନଶନ ଏବଂ ଆମରଣ ଅନଶନ ଭଳି କଠୋର ଆନ୍ଦୋଳାନାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଘରୋଇ ବସ ମାଲିକ ସଂଘର ଚେତାବନୀ: ଜୁଲାଇ ୧ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ସେବା

ଭୁବନେଶ୍ୱର: ଘରୋଇ ବସ୍‌ ମାଲିକ ସଂଘ ବଡ ଚେତାବନୀ ଦେଇଛି। ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଜୁଲାଇ ୧ ତାରିଖରୁ ଘରୋଇ ବସ୍‌ ସେବା ବନ୍ଦ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦେଇଛି। ୯ ଦଫା ଦାବି ନେଇ ଘରୋଇ ବସ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଚେତାବନୀ ଦେଇଛି। ଏନେଇ ସଂଘର ସଭାପତି ସୂଚନା ଦେଇଛନ୍ତି।

ସଂଘର କଣ ରହିଛି ପ୍ରମୁଖ ଦାବୀ?:

୧- ବସ୍‌ର ପରମିଟ୍‌ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର ନକରିବା।

୨- ବସ୍‌ ଗୁଡିକୁ ସ୍ଥାୟୀ ପରମିଟ୍‌ ନଦେବା।

୩- କୋଭିଡ୍‌ ସମୟରେ ବସ୍‌ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ ନକରିବା।

୪- ଯାତ୍ରୀବାହୀ ବସ୍‌ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା

୫- ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନଦେବା

ତେବେ ଜୁନ୍‌ ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଯଦି ରାଜ୍ୟ ସରକାର ଏ ସମସ୍ତ ଦାବି ପୂରଣ ନକରନ୍ତି, ତେବେ ରାଜ୍ୟର ୧୪ ହଜାର ଘରୋଇ ବସ୍‌ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜୁଲାଇ ୧ ତାରିଖରୁ ଅଖଚକ ବନ୍ଦ କରିବ ବୋଲି ସଂଘ ସଭାପତି ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲକ୍ଷ୍ମୀପୁର ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ବିଜେପି ସଭାପତି, କାର୍ଯ୍ୟକର୍ତ୍ତାଙ୍କୁ କହିଲେ ଏଭଳି କଥା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂ ଦଳର କର୍ମୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଲୋକଙ୍କ ଭଲପାଇବାରୁ ଜଣେ ନେତା ହୋଇପାରେ। ହେଲେ ଆମେ ଫର୍ଚ୍ୟୁନର ଗାଡି ଦ୍ଵାରା କାହାର ଜୀବନ ନଷ୍ଟ କରିବାକୁ ଆସିନାହେଁ। ସେ କାର୍ଯ୍ଯକର୍ତ୍ତାମାନଙ୍କୁ କହିଥିଲେ ଯେ, କେବଳ ଆପଣଙ୍କର ଆଚରଣ ଦ୍ଵାରା ଭୋଟ୍ ମିଳିବ। ରବିବାର ଦିନ ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି ଯେ, ଆମେ କାହାକୁ ଲୁଟିବା ପାଇଁ ନେତା ହୋଇନାହେଁ।

ସ୍ଵତନ୍ତ୍ର ଦେବ ସିଂଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୧୨ ଘଣ୍ଟା ପଚରାଉଚରା ପରେ ଆଶିଷ ମିଶ୍ରଙ୍କୁ ଗତକାଲି ଗିରଫ କରାଯାଇଛି। ତାଙ୍କୁ ମଧ୍ୟରାତ୍ରି ପରେ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ନ୍ୟାୟିକ ହେପାଜତରେ ଜେଲକୁ ପଠାଯାଇଛି। ନ୍ୟାୟିକ ମାଜିଷ୍ଟ୍ରେଟ ଆଶିଷଙ୍କୁ ଲକ୍ଷ୍ମୀପୁର ଖେରୀ ଜିଲ୍ଲା ଜେଲରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା, ଡିଏମଏଫ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତୃଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଛାତ୍ରନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବିଜେଡି ସୁପ୍ରିମୋ ଛାତ୍ର ନେତାମାନଙ୍କୁ ୩ ଟି ମନ୍ତ୍ର ଦେଇଛନ୍ତି। ନିଜ ଭିତରେ ଥିବା ପ୍ରତିଭାର ବିକାଶ କରିବା, ବାପା ମାଙ୍କ ପ୍ରତି ଦାଇତ୍ୱ ପ୍ରତି ଧ୍ୟାନ ଦେବା ଏବଂ ସମାଜର ଉନ୍ନତି ଆଉ ମଙ୍ଗଳ ପାଇଁ କାମ କରିବା ପାଇଁ ଛତ୍ର ନେତାଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଯୋଗେ ସମ୍ବୋଧିତ କରି ଏହି ମନ୍ତ୍ର ଦେଇଛନ୍ତି।

ସେ ଛାତ୍ରମାନଙ୍କୁ ସାରଥୀ ବୋଲି କହି ଅବିହିତ କରିଛନ୍ତି। ସରକାରଙ୍କ ସବୁ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି।

ସେହିପରି ଏହି କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ଦଳର ସାଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶରେ ଲୋକଙ୍କ ପାଇଁ ଯେଭଳି କାମ କରୁଛନ୍ତି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅ। ଏହା ସହିତ ଦୁର୍ନୀତି ବିରୋଧରେ ଲଢେଇ କର ଏବଂ ଦୁର୍ନୀତି ମୁକ୍ତ ଓଡିଶା ଗଢିବାରେ ପ୍ରାୟାସ କର ବୋଲି ସେ ଛାତ୍ର ନେତାମାନଙ୍କୁ କହିଛନ୍ତି।

ଏହି ବୈଠକରେ ଛାତ୍ର ଜନତା ଦଳର ସଭାପତି, କାର୍ଯ୍ୟକାରୀ ସଭାପତି, ବିଭିନ୍ନ ଜିଲ୍ଲା ସଭାପତି ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଛନ୍ତି।