ଘରୋଇ ବସ ମାଲିକ ସଂଘର ଚେତାବନୀ: ଜୁଲାଇ ୧ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ସେବା

Published: Jun 12, 2022, 11:57 am IST

ଭୁବନେଶ୍ୱର: ଘରୋଇ ବସ୍‌ ମାଲିକ ସଂଘ ବଡ ଚେତାବନୀ ଦେଇଛି। ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଜୁଲାଇ ୧ ତାରିଖରୁ ଘରୋଇ ବସ୍‌ ସେବା ବନ୍ଦ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦେଇଛି। ୯ ଦଫା ଦାବି ନେଇ ଘରୋଇ ବସ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଚେତାବନୀ ଦେଇଛି। ଏନେଇ ସଂଘର ସଭାପତି ସୂଚନା ଦେଇଛନ୍ତି।

ସଂଘର କଣ ରହିଛି ପ୍ରମୁଖ ଦାବୀ?:

୧- ବସ୍‌ର ପରମିଟ୍‌ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର ନକରିବା।

୨- ବସ୍‌ ଗୁଡିକୁ ସ୍ଥାୟୀ ପରମିଟ୍‌ ନଦେବା।

୩- କୋଭିଡ୍‌ ସମୟରେ ବସ୍‌ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ ନକରିବା।

୪- ଯାତ୍ରୀବାହୀ ବସ୍‌ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା

୫- ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନଦେବା

ତେବେ ଜୁନ୍‌ ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଯଦି ରାଜ୍ୟ ସରକାର ଏ ସମସ୍ତ ଦାବି ପୂରଣ ନକରନ୍ତି, ତେବେ ରାଜ୍ୟର ୧୪ ହଜାର ଘରୋଇ ବସ୍‌ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜୁଲାଇ ୧ ତାରିଖରୁ ଅଖଚକ ବନ୍ଦ କରିବ ବୋଲି ସଂଘ ସଭାପତି ଚେତାବନୀ ଦେଇଛନ୍ତି।

Related posts