Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀକାନ୍ତ ଜେନା କଂଗ୍ରେସରେ ରହିଲେ ଯେତିକି କ୍ଷତି, ଗଲେ ବି ସେତିକି କ୍ଷତି
ବିଶେଷ ଖବର

ଶ୍ରୀକାନ୍ତ ଜେନା କଂଗ୍ରେସରେ ରହିଲେ ଯେତିକି କ୍ଷତି, ଗଲେ ବି ସେତିକି କ୍ଷତି

December 10, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୌଣସି ନେତା ଯଦି ଦଳ ଛାଡନ୍ତି, ତାହେଲେ ସ୍ଵାଭାବିକ ଭାବରେ ସେ ଦଳରେ ଗୋଟେ ପ୍ରକାର ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ଆଉ ନେତା ଜଣକ ଯଦି ପୂର୍ବତନ କେନ୍ଦ୍ରମନ୍ତ୍ରୀ ହୋଇଥାନ୍ତି, ତାହେଲେ ସେ ଶୂନ୍ୟତା ଆହୁରି ବ୍ୟାପକ ହେବାକଥା। ଆଜି ଯେତେବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କଂଗ୍ରେସ ର ସବୁ କମିଟିରୁ ଇସ୍ତଫା ଦେବାକଥା କହୁଛନ୍ତି, ସେତେବେଳେ କଂଗ୍ରେସ ଦଳ ଭିତରେ ଶୂନ୍ୟତା ନାହିଁ,ବରଂ ଉତ୍ସାହ ଅଛି। କଂଗ୍ରେସ ଭିତରେ ବହୁତ ନେତା ଓ କର୍ମୀ ଅଛନ୍ତି ଯେଉଁମାନେ ଶ୍ରୀକାନ୍ତ ଦଳରେ ରହନ୍ତୁ ବୋଲି ଚାହୁଁଛନ୍ତି।ଓଡିଶା କଂଗ୍ରେସ ଶ୍ରୀକାନ୍ତଙ୍କ ଅନୁପସ୍ଥିତିରେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ବୋଲି ଜଣେ ପୂର୍ବତନ ବିଧାୟକ ଆମକୁ କହିଛନ୍ତି। ତେବେ ବାସ୍ତବତା ଦୃଷ୍ଟିରୁ କଥାଟି ଏତେ ଶଜା ନୁହେଁ। ଶ୍ରୀକାନ୍ତ ଦଳରେ ଥାଇ ଦଳର ଯେତିକି କ୍ଷତି କରୁଛନ୍ତି, ଦଳ ଛାଡିଲେ ମଧ୍ୟ ସେ ଠିକ ସେତିକି କ୍ଷତି କରିବେ। ଯେଉଁ ସମୟରେ ଶ୍ରୀକାନ୍ତ ନିଜର ବିଦ୍ରୋହୀ ଚେହେରା ନେଇ ଲୋକଙ୍କ ସାମ୍ନା କୁ ଆସିଛନ୍ତି, ସେ ସମୟକୁ ସେ ବେଶ ଚତୁରତାର ସହ ବାଛିଛନ୍ତି। ଦଳରୁ ତାଙ୍କୁ ବିଦା କରିଦେଲେ ମଧ୍ୟ ସେ ଓଡିଶା କଂଗ୍ରେସ ପାଇଁ ଏମିତି ଏକ ବିଧା ଦେଇକି ଯେବେ, ଯାହାର ବ୍ୟଥା ଦଳକୁ ୨୦୧୯ ନିର୍ବାଚନରେ ଭୋଗିବାକୁ ପଡିବ।

ଦଳକୁ ସଂଗଠିତ କରିବାକୁ ବର୍ତ୍ତମାନ ପ୍ରଦେଶ କଂଗ୍ରେସ ସଭାପତି ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି,ସେଠି ପ୍ରତି ପଦକ୍ଷେପରେ କେଁ ପୂରେଇବା ଶ୍ରୀକାନ୍ତଙ୍କ ପ୍ରଥମ କାମ ଥିଲା। ମୂଳରୁ ଶ୍ରୀକାନ୍ତ ନିରଞ୍ଜନ ସଭାପତି ନହୁଅନ୍ତୁ ବୋଲି ଚାହୁଁଥିଲେ। କିନ୍ତୁ ଘଟଣାକ୍ରମେ କଂଗ୍ରେସ ସଭାପତି ନିରଞ୍ଜନଙ୍କୁ ଓଡିଶା ଦାୟିତ୍ଵ ଦେବାପରେ ଏହାକୁ ଶ୍ରୀକାନ୍ତ ଗ୍ରହଣ କରିପାରିନଥିଲେ। ନିରଞ୍ଜନ ସଭାପତି ହେବାର ପ୍ରଥମ ସପ୍ତାହରୁ ହିଁ ଶ୍ରୀକାନ୍ତ ନିଜ ଚକ୍ରାନ୍ତ ଆରମ୍ଭ କରିଦେଇଥିଲେ। ଏହା କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା।ଏଠି କହିରଖିବା ଉଚିତ ହେବ ଯେ ଶ୍ରୀକାନ୍ତ ଜେନା ଦୀର୍ଘବର୍ଷ ଧରି ଅଣ କଂଗ୍ରେସ ରାଜନୀତିରେ ରହି ଆସିଥିଲେ। କଂଗ୍ରେସରେ ଯୋଗ ଦେଇ ସେ ସାଂସଦ ଓ ୟୁପିଏ ସରକାରରେ ମନ୍ତ୍ରୀ ହେବାପରେ ମଧ୍ୟ ତାଙ୍କୁ କଂଗ୍ରେସ ଭିତରେ ନିଜଲୋକର ମର୍ୟାଦା  ମିଳିନାହିଁ। କଂଗ୍ରେସ ଭିତରେ ଅଣକଂଗ୍ରେସୀ ହୋଇ ସେ ରହିଛନ୍ତି। ତେଣୁ କଂଗ୍ରେସ ଭିତରେ ଥିବା ପାରମ୍ପରିକ ନେତୃତ୍ୱ ସହିତ କେବେ ତାଙ୍କର ପଡିନାହିଁ। ପଟ୍ଟନାୟକ ପରିବାର ଇ ଓଡିଶା ଦୁର୍ଗତିର କାରଣ ବୋଲି ଶ୍ରୀକାନ୍ତ ବାରମ୍ବାର କହିଆସିଛନ୍ତି। ନିରଞ୍ଜନ ସଭାପତି ହେବାପରେ ଗଣମାଧ୍ୟମରେ ଶ୍ରୀକାନ୍ତ ସିଧାସଳଖ ଭାବରେ ନିରଞ୍ଜନଙ୍କୁ ଆକ୍ରମଣ କରିବା ଆରମ୍ଭ କଲେ ଓ ପରିଶେଷରେ ଖଣି ଦୁର୍ନୀତି ସହିତ ନିରଞ୍ଜନଙ୍କ ସଂପୃକ୍ତି ରହିଛି ବୋଲି ଲୋକଙ୍କ ପାଖରେ ଏକ ବାର୍ତ୍ତା ପହଞ୍ଚାଇଲେ।

ଏକଥା ସତ ଯେ ନିରଞ୍ଜନ ବାବୁ ନିଜେ ଆଉ ଖଣି ବ୍ୟବସାୟରେ ନାହାନ୍ତି, କିନ୍ତୁ ତାଙ୍କ ପରିବାର ହାତରେ ଓଡିଶାର ପ୍ରମୁଖ ଖଣି ବ୍ୟବସାୟ ରହିଛି। ଏହି ପ୍ରସଙ୍ଗରେ ଯେତେ ସଫେଇ ଦେଲେ ମଧ୍ୟ ଖଣି ଓ ପଟ୍ଟନାୟକ ପରିବାରର ସଂପୃକ୍ତି ବିଷୟରେ ଏକ ଜନମତ ତିଆରି କରିବା ସହଜ କଥା। ଶ୍ରୀକାନ୍ତ ପରୋକ୍ଷ ଭାବରେ ବର୍ତ୍ତମାନର କଂଗ୍ରେସ ନେତୃତ୍ୱ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି। କଂଗ୍ରେସ କର୍ମୀ ଏ କଥା କୁ ବିଶ୍ଵାସ କରନ୍ତୁ କି ନକରନ୍ତୁ, ସାଧାରଣ ଲୋକ ମନରେ ଏହାକୁ ନେଇ ଚର୍ଚ୍ଚା ହେବା ସ୍ଵାଭାବିକ। ଏ ପ୍ରକାର ବାର୍ତ୍ତା କଂଗ୍ରେସ ପାଇଁ ଏକ ବଡ ମୁଣ୍ଡବିନ୍ଧା ର କାରଣ ହୋଇସାରିଛି।

ଶ୍ରୀକାନ୍ତ ନିଜର ସବୁଠୁ ବଡ ଅସ୍ତ୍ର ଭାବରେ ଜାତି ଓ ପଛୁଆ ବର୍ଗ କାର୍ଡ ଖେଳିଛନ୍ତି। ଯଦିଓ ଓଡିଶା ରାଜନୀତିରେ ଜାତି ଏକ ପ୍ରମୁଖ ପ୍ରସଙ୍ଗ ନୁହେଁ, କିନ୍ତୁ ୮-୧୦% ଭୋଟ ଆଜି ମଧ୍ୟ ଜାତି କୁ ଆଧାର କରି ରହିଛି। ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ପ୍ରସଙ୍ଗ ଉଠାଇ ଶ୍ରୀକାନ୍ତ କହିବାକୁ ଚାହିଁଛନ୍ତି ଯେ କଂଗ୍ରେସ ହେଉଛି ମୂଳତଃ ଉଚ୍ଚ ଜାତି ଓ ବର୍ଗଙ୍କ ଦଳ। ଯେତେବେଳେ ଦଳର ଜଣେ ତୁଙ୍ଗ ନେତା କଂଗ୍ରେସ ନେତୃତ୍ବକୁ ଦୁର୍ନୀତିଗ୍ରସ୍ତ ଓ ଉଚ୍ଚ ବର୍ଗଙ୍କ ଦଳ ବୋଲି କହୁଛନ୍ତି, ସେଠି ସାଧାରଣ ଲୋକ ସେ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା କେମିତି?

ଦଳ ଭିତରେ ରହି ଏ ଦୁଇଟି ପ୍ରସଙ୍ଗରେ ଶ୍ରୀକାନ୍ତ କଂଗ୍ରେସର ଗୋଛି କାଟି ସାରିଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ଯେ ବିଜେଡି ଓ ବିଜେପି କୁ କଡା ଟକ୍କର ଦେବା ଅବସ୍ଥାରେ ଅଛି, ଏକଥା କେହି ବିଶ୍ଵାସ କରୁନାହାନ୍ତି। କିନ୍ତୁ ନିରଞ୍ଜନଙ୍କ ଅନୁଭବୀ ନେତୃତ୍ୱ କଂଗ୍ରେସର ପ୍ରତିଷ୍ଠା ବଜାୟ ରଖିବାରେ ସଫଳ ହେବ ବୋଲି ଅନେକ ଭାବୁଥିଲେ। ଶ୍ରୀକାନ୍ତ ଜେନା ଦଳ ଭିତରେ ରହି ସେ ସମ୍ଭାବନା ଉପରେ ପାଣି ପକେଇ ଦେଇଛନ୍ତି। ଶ୍ରୀକାନ୍ତଙ୍କୁ ନେଇ କଂଗ୍ରେସର ଅବସ୍ଥା ବର୍ତ୍ତମାନ ବେଙ୍ଗ ଗିଳିଥିବା କିମ୍ବଦନ୍ତୀର ସାପ ପରି। ନା ବେଙ୍ଗକୁ ଗିଳି ହେଉଛି ନା ବେଙ୍ଗକୁ ଓକାଳି ହେଉଛି। ଶ୍ରୀକାନ୍ତ ଜେନା କଂଗ୍ରେସ ଭିତରେ ରହିଲେ ଯେତିକି କ୍ଷତି, କଂଗ୍ରେସ ବାହାରକୁ ଗଲେ ବି ସେତିକି କ୍ଷତି। ତେବେ ଅନେକ କଂଗ୍ରେସ କର୍ମୀ ଭାବୁଛନ୍ତି, ଯାହାହେଲେ ହେଉ ପଛେ, କଂଗ୍ରେସରୁ ଶ୍ରୀକାନ୍ତଙ୍କ ଚକ୍ରାନ୍ତ ସବୁଦିନ ପାଇଁ ବିଦା ହେଉ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Latest News

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.