Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ: ଆଳୁ ଏବଂ ପୋଲାଭରମ ସମସ୍ୟା ଉପରେ ଜାଣନ୍ତୁ କ’ଣ କହିଲେ? 
ବିଶେଷ ଖବର

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ: ଆଳୁ ଏବଂ ପୋଲାଭରମ ସମସ୍ୟା ଉପରେ ଜାଣନ୍ତୁ କ’ଣ କହିଲେ? 

July 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ସଫଳତାରେ ଖୁସିବ୍ୟକ୍ତ କରି ବିମାନ ବନ୍ଦରରେ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଗଣମାଧ୍ୟମକୁ ଦିଲ୍ଲୀ ଗସ୍ତ ସଂପର୍କରେ ମତାମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗ ଦେଇ ମୁଁ ଓଡିଶାର ବିକାଶ ପାଇଁ ଯାହାସବୁ ଗୁରୁତ୍ବପୂର୍ଣ୍ଣ ସେ ସଂପର୍କରେ ଦାବୀ ଉପସ୍ଥାପିତ କରିଛି। ୨୦୩୬ ପାଇଁ ଆସନ୍ତା ୧୨ ବର୍ଷ ମଧ୍ୟରୁ ପ୍ରଥମ ୫ ବର୍ଷରେ ଆମ ପାଇଁ ଗୁରୁଦାୟିତ୍ବ ରହିଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ଓଡିଶା ପ୍ରଥମ ଗୁରୁତ୍ବ ବହନ କରୁଛି। ଡବଲ ଇଞ୍ଜିନର ଯେଉଁ ବଗି କଥା କୁହାଯାଉଛି, ସେଥିରେ ମଧ୍ୟ ଓଡିଶା ହେବ ପ୍ରଥମ ବଗି। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ବ ଦେଉଛନ୍ତି। ତେଣୁ ନୀତି ଆୟୋଗ ବୈଠକରେ ମୁଁ ଯେଉଁସବୁ ପ୍ରସ୍ତାବ ଦେଇଛି, ସେଗୁଡିକ କାର୍ଯ୍ୟକାରୀ ହେବ ଏବଂ ଆଗାମୀ ୫ ବର୍ଷରେ ଓଡିଶାରେ ନିଶ୍ଚିତଭାବେ ବିରାଟ ପରିବର୍ତ୍ତନ ଆସିବ। ଓଡିଶାର ବିକାଶ ପାଇଁ ୪୮୦ କିଲୋମିଟର ବେଳାଭୂମିର ବିକାଶ, ବନ୍ଦରଭିତ୍ତିକ ଶିଳ୍ପ, ପର୍ଯ୍ୟଟନର ବିକାଶ, ଆଇଟି କ୍ଷେତ୍ରର ବିକାଶ, ଜନଜାତି ମାନଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଳୁ ସମସ୍ୟା ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ଚିଠି ଲେଖିବାରେ ବିଶ୍ବାସ କରେ ନାହିଁ। ଦିଲ୍ଲୀରେ ମୁଁ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି। ଆଲୋଚନା ସମୟରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ। ପରିସ୍ଥିତି ସ୍ବଭାବିକ ହେବା ଆରମ୍ଭ କରିଛି। ଖୁବଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୋଲାଭରମ ଉପରେ ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ନୀତି ଆୟୋଗ ବୈଠକ ମଧ୍ୟରେ ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ଆଲୋଚନା କରିଛି। ପୋଲାଭରମ ଉପରେ ଆମର ଯାହାସବୁ ଦାବୀ ରହିଛି, ସେ କଥା ଆମେ ଦୋହରାଇଥିଲୁ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ମୁଁ ପ୍ରସ୍ତାବ ଦେଇଛି ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସେ ପ୍ରସ୍ତାବରେ ରାଜି ଅଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ସେ ଓଡିଶା ଭବନରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଓଡିଶା କ୍ୟାଡରର ଅଧିକାରୀ ଏବଂ ଅନ୍ୟ କ୍ୟାଡର ଓ ରାଜ୍ୟରେ କାମ କରୁଥିବା ଓଡିଆ ଅଧିକାରୀ ମାନଙ୍କ ସହିତ ଏକ ବିକଶିତ ଓଡିଶା ଗଠନ ସଂପର୍କରେ ଆଲୋଚନା କରିଛି । ପ୍ରଧାନମନ୍ତ୍ରୀଙ୍କ ଟିମ୍‌ ଇଣ୍ଡିଆ ପରି ଏକ ଟିମ୍‌ ଓଡିଶା ଗଠନ କରି, ଓଡିଶାର ବିକାଶ ପାଇଁ ସମସ୍ତେ ଓଡିଶାକୁ ସାହାଯ୍ୟ କରିବାକୁ ମୁଁ ଅନୁରୋଧ କରିଛି । କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାର ପ୍ରସ୍ତାବ ଗୁଡିକର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ସେମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

bhubaneswar delhi mohan charan majhi potato
Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.