Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ଡାକ ମାଧ୍ୟମରେ ପ୍ରଦାନ କରାଗଲା ରାଷ୍ଟ୍ରପତିଙ୍କ ଆଟ ହୋମ ପାର୍ଟି ର ନିମନ୍ତ୍ରଣ ପତ୍ର
ବିଶେଷ ଖବର

ଏଥର ଡାକ ମାଧ୍ୟମରେ ପ୍ରଦାନ କରାଗଲା ରାଷ୍ଟ୍ରପତିଙ୍କ ଆଟ ହୋମ ପାର୍ଟି ର ନିମନ୍ତ୍ରଣ ପତ୍ର

August 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଥର ଡାକ ମାଧ୍ୟମରେ ପ୍ରଦାନ କରାଗଲା ରାଷ୍ଟ୍ରପତିଙ୍କ ଆଟ ହୋମ ପାର୍ଟି ର ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ୨୦୨୪ ମସିହା ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ମର୍ଯ୍ୟାଦାପୂର୍ଣ୍ଣ “ଏଟ୍ ହୋମ୍ ରିସେପସନ୍” ବା ” ଆବାସରେ ଅଭ୍ୟର୍ଥନା” କାର୍ଯ୍ୟକ୍ରମର ନିମନ୍ତ୍ରଣପତ୍ର ଯତ୍ନର ସହ ବିତରଣ କରିବ ଓଡ଼ିଶା ଡାକ ପରିମଣ୍ଡଳ। ଏହି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୫, ୨୦୨୪ ତାରିଖରେ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଛି।

ଏହିସବୁ ନିମନ୍ତ୍ରଣ ପତ୍ର ଗୁଡ଼ିକର ସର୍ବୋଚ୍ଚ ଗୁରୁତ୍ଵକୁ ଉପଲବ୍ଧି କରି ସଠିକ୍ ଓ ସଯତ୍ନ ବିତରଣକୁ ସୁନିଶ୍ଚିତ କରିବାକୁ ଓଡ଼ିଶା ଡାକ ପରିମଣ୍ଡଳ ପ୍ରତିବଦ୍ଧ ଅଟେ। ଏଥିପାଇଁ ଉତ୍ସର୍ଗୀକୃତ ଦଳ ଏହି ମର୍ଯ୍ୟାଦାଜନକ କାର୍ଯ୍ୟକୁ ସମ୍ପନ୍ନ କରିବା ପାଈଁ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରତିଟି ନିମନ୍ତ୍ରଣ ପତ୍ରକୁ ଠିକଣାଧାରୀ/ ପ୍ରାପ୍ତେଷୁଙ୍କ ନିକଟରେ ଅକ୍ଷୁର୍ଣ୍ଣ ଓ ସମୟ ସୀମା ଭିତରେ ପହଞ୍ଚେଇବାକୁ ସୁନିଶ୍ଚିତ କରାଇବା ପାଇଁ ଡାକ ବିଭାଗ ପ୍ରତିଶୃତି ପ୍ରଦାନ କରିଛି।

ପ୍ରଥମ ଥର ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତମ ବ୍ୟକ୍ତି ବିଶେଷ ଏପରିକି ସାଧାରଣ ନାଗରିକ, ଯେଉଁ ମାନେ ନିଜସ୍ୱ କ୍ଷେତ୍ରରେ ଅସାଧାରଣ ଅବଦାନ ଦେଇଛନ୍ତି, ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଅଛି। ଏହା ମଧ୍ୟରେ ସାମିଲ ଅଛନ୍ତି ଡାକ୍ତର, ଆୟୁଷ ଚିକିତ୍ସା ଅଧ୍ୟବସାୟୀ, କୃଷି ବିଶେଷଜ୍ଞ, ଶକ୍ତି ସଂରକ୍ଷଣ ଚାମ୍ପିୟନ୍/ ବିଜେତା ଏବଂ ବିଭିନ୍ନ ସରକାରୀ ଯୋଜନା ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱନିଧି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା  ଓ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀ।

ଏହି ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ମାନେ ଅତୁଳନୀୟ ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଛନ୍ତି ଏବଂ ଏହି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବା ବିଷୟ ଦେଶର ସେମାନଙ୍କ ପ୍ରତି ରହିଥିବା କୃତଜ୍ଞତା ଓ ସ୍ଵୀକୃତିକୁ ରେଖାଙ୍କିତ କରିବ। ପ୍ରତ୍ୟେକ ନିମନ୍ତ୍ରଣକୁ ଯଥୋଚିତ ସମ୍ମାନ ଓ ସଶ୍ରମ ସହିତ ନିୟନ୍ତ୍ରଣ କରି ଏହି ସମ୍ମାନକୁ ପହଞ୍ଚାଇବାରେ ଓଡ଼ିଶା ଡାକ ପରିମଣ୍ଡଳ ନିଷ୍ପତି କରିଛି।

IndependanceDay ଅଗଷ୍ଟ ୧୫ ସ୍ବାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ସୋଆ ଏସ୍‌ପିଏସ୍‌ରେ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ

September 26, 2026

ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ

September 26, 2026
Latest News

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ସୋଆ ଏସ୍‌ପିଏସ୍‌ରେ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ

September 26, 2026

ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ

September 26, 2026

‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.