Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ

August 29, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଘଟିଲେ ଦୁର୍ଘଟଣା ସ୍ଥଳରେ ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ତୁରନ୍ତ ପହଁଚି ସହାୟତା ପ୍ରଦାନର ଆବଶ୍ୟକତା ରହିଛି। ଏଥିପାଇଁ  ଆମ୍ବୁଲାନ୍ସ, ପୁଲିସ୍ ଟିମ୍, ଅଗ୍ନିଶମ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ତଥା ସଂପୃକ୍ତ ସମସ୍ତେ ଯେପରି କ୍ରିୟାଶୀଳ ହୋଇ କମ୍ ସମୟ ମଧ୍ୟରେ ସେଠାରେ ସହାୟତା ପାଇଁ ପହଁଚିବେ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁତ୍ୱାରୋପ କରିଛନ୍ତି। ଫଳରେ ଦୁର୍ଘଟଣାରେ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ।

ଅନ୍ୟପକ୍ଷରେ ଦୁର୍ଘଟଣାକୁ କମାଇବା ପାଇଁ ଦୃଢ ପଦକ୍ଷେପ, ଆନୁଷ୍ଠାନିକ ପରିଚାଳନା ବ୍ୟବସ୍ଥାରେ ଅଧିକ ଉନ୍ନତି ଅଣାଯିବା ନିମନ୍ତେ ପ୍ରସ୍ତାବ ଦେବା ଓ କାର‌୍ୟ୍ୟକାରିତା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି। ବୁଧବାର ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଆହୂତ ସଡ଼କ ସୁରକ୍ଷା ସଂପର୍କିତ  ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବାଣିଜ୍ୟ  ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ୱାଇ.ବି.ଖୁରାନିଆ, କ୍ରୁଟ୍ ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍, ପରିବହନ କମିଶନର ଅମିତାଭ ଠାକୁର, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଅନ୍ୟ ସଂପୃକ୍ତ  ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ସଂପର୍କରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଥିଲେ ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ୱାରା ସଡ଼କ ସୁରକ୍ଷା ନିମନ୍ତେ ୨୦୧୪ ମସିହାରୁ ଏକ  କମିଟି  ଗଠନ କରାଯାଇ ବିଭିନ୍ନ ରାଜ୍ୟରେ ସଡ଼କ ସୁରକ୍ଷା ସଂପର୍କିତ ନିର୍ଦ୍ଦେଶନାମା କାର‌୍ୟ୍ୟକାରୀ କରିବାକୁ ତଦାରଖ କରାଯାଉଛି। ମୁଖ୍ୟତଃ  ଏ ସଂପର୍କିତ ଶିକ୍ଷା, ସଡକ ନିର୍ମାଣରେ ଯାନ୍ତ୍ରିକୀ ଜ୍ଞାନକୌଶଳ, ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଚଢଉ ଏବଂ ଦୁର୍ଘଟଣା ସମୟରେ ଜରୁରୀକାଳୀନ ସହାୟତା ଉପରେ ଗୁରୁତ୍ୱ ଦେଇଛନ୍ତି। ଆମ ରାଜ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ କମିଟିର ନିର୍ଦ୍ଦେଶନାମା ଅନୁପାଳନ କରାଯାଇ ସଡକ ସୁରକ୍ଷା ସମ୍ପର୍କିତ ନିଆଯାଉଥିବା ସମସ୍ତ ପଦକ୍ଷେପ ସଂପର୍କରେ ଶ୍ରୀମତୀ ପାଢୀ ଅବଗତ କରିଥିଲେ। ରାଜ୍ୟ ପରିବହନ କମିଶନର ୨୦୨୨ମସିହାରେ ଓଡ଼ିଶାରେ ସଡ଼କ ସୁରକ୍ଷା ସଂପର୍କିତ କାର‌୍ୟ୍ୟାନୁଷ୍ଠାନ ସଂପର୍କିତ ପ୍ରଦର୍ଶନ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସଡକ ସୁରକ୍ଷା କମିଟି ଉଚ୍ଚ ପ୍ରଦର୍ଶନ କାରୀ ରହିଥିବା ସଂପର୍କରେ   ପ୍ରକାଶ କରିଥିଲେ।

ବୈଠକରେ ବିଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣା ସଂପର୍କିତ  ଏତ ତୁଳନାତ୍ମକ  ଦୃଷ୍ଟିପାତ  କରାଯାଇଥିଲା। ରାଜ୍ୟରେ ବର୍ଷକୁ ପ୍ରାୟ ୫ ହଜାର ଓ ଦିନକୁ ପ୍ରାୟ ୧୬ ଜଣଙ୍କର ସଡ଼କ ଦୁର୍ଘଟଣାରେ  ପ୍ରାଣହାନୀ ଘଟୁଛି। ଦୁର୍ଘଟଣାରେ ଜାତୀୟ ମୃତ୍ୟୁ ସଂଖ୍ୟା ହାର ୩୭ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୪୭ ପ୍ରତିଶତ  ରହିଛି। ୨୦୨୩ ମସିହାରେ ଗ୍ରାମାଞ୍ଚଳରେ ଅଧିକ ଦୁର୍ଘଟଣା (୬୩.୧%) ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୬୭.୭% ରହିଥିଲା। ସେହିପରି ସହରାଞ୍ଚଳରେ ଦୁର୍ଘଟଣା ସଂଖ୍ୟା ୩୬.୯% ଥିବାବେଳେ ମୃତ୍ୟୁ ସଂଖ୍ୟା ୩୨.୩% ରହିଥିଲା। ଚଳିତ ବର୍ଷ ୨୦୨୪ ଜାନୁଆରୀରୁ ମଇ ମାସ ସୁଦ୍ଧା ୫୩୬୦ ଦୁର୍ଘଟଣା ଘଟି ୨୬୫୭ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ  ଘଟିଛି। ପ୍ରାୟ ୬୩ ପ୍ରତିଶତ ମୃତ୍ୟୁ ହେଲମେଟ୍ ପିନ୍ଧି ନଥିବା ଯୋଗୁଁ  ଘଟିଛି। ଅନ୍ୟ ବିଭିନ୍ନ ଦୁର୍ଘଟଣାର କାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଅସାବଧାନତା ଏବଂ ବେପରବାୟ ଭାବେ ଗାଡିଚାଳନା, ଗାଡିଚାଳକ(ଡ୍ରାଇଭର)ଙ୍କ ବଦଳରେ ଲାଇସେନ୍ସ ନଥିବା ହେଲପରଙ୍କ  ଦ୍ୱାରା  ଗାଡି ଚାଳନା, ନିଶାସକ୍ତ ହୋଇ ଗାଡିଚାଳନାରୁ ଦୁର୍ଘଟଣା ଘଟୁଛି। ବେଆଇନ ଭାବେ ରାସ୍ତା କଡରେ ଗାଡି ପାର୍କିଂ ଯୋଗୁ ଯାନବାହନ ଚାଳନାରେ ବ୍ୟାଘାତ ଘଟି ଦୁର୍ଘଟଣା ହେଉଛି। ବିଭିନ୍ନ ନିର୍ମାଣ ଜୋନରେ ବର୍ଜ୍ୟବସ୍ତୁ ରାସ୍ତାକଡରେ ଅବ୍ୟବସ୍ଥିତ ଭାବେ ପଡିରହିବା କାରଣରୁ ଏବଂ  ନିର୍ମାଣ ସ୍ଥଳରେ   ସୂଚନା ସଂକେତ (ମେନ୍  ଆର୍ଟ ୱାର୍କ) ନଲାଗିବା ଫଳରେ ଦୁର୍ଘଟଣା ଘଟୁଛି।

ଅନ୍ୟ ପକ୍ଷରେ  ପ୍ରତି ଛକ ଜାଗା ଜଙ୍କସନ ସ୍ଥାନରେ ସତର୍କ ସୂଚନା ଲଗାଯିବାକୁ ନିଶ୍ଚିତ କରାଯିବା,  ହାଇମାଷ୍ଟ ଆଲୋକ ବ୍ୟବସ୍ଥା କରାଯିବା, ସଡ଼କ କର୍ତ୍ତୃପକ୍ଷ ରାସ୍ତା ଉନ୍ନତି କରଣରେ ଇଜିନିଅରିଂ ଜ୍ଞାନ  କୌଶଳ ପ୍ରୟୋଗରେ  ଉନ୍ନତି, ଇଣ୍ଟେଲିଜେନ୍ସ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମ୍ଏସ), ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ  ସିଷ୍ଟମ (ଆଇଇଏମଏସ୍) ବ୍ୟବସ୍ଥା ଜରିଆରେ ବୈଷୟିକ ଜ୍ଞାନ କୌଶଳକୁ  ସମନ୍ୱିତ  କରିବା,  ପୋଲିସ ସହାୟତାରେ ଚଢ଼ାଉକୁ କଡାକଡି କରାଯିବା, ପ୍ରତି ପୁଲିସ୍ ଷ୍ଟେସନରେ ସଡକ ସୁରକ୍ଷା ଅଧିକାରୀ ପଦନାମିତ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ସଡକ ସୁରକ୍ଷା ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପ୍ ଙ୍କ ଦାବିର ପର୍ଦ୍ଦାଫାସ କଲେ ପାକ୍ ବିଶେଷଜ୍ଞ: ଭାରତର ଅପରେସନ୍ ସିନ୍ଦୂର ଉପରେ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

July 21, 2025

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025

‘ଶଶି ଥରୁରଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯିବ ନାହିଁ’: କଂଗ୍ରେସ ନେତା କେ ମୁରଲୀଧରନ

July 21, 2025

ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ: ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଆକ୍ରମଣ କରିବେ ବିରୋଧୀ ଦଳ

July 21, 2025
Latest News

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025

ଟ୍ରମ୍ପ୍ ଙ୍କ ଦାବିର ପର୍ଦ୍ଦାଫାସ କଲେ ପାକ୍ ବିଶେଷଜ୍ଞ: ଭାରତର ଅପରେସନ୍ ସିନ୍ଦୂର ଉପରେ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

July 21, 2025

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025

ସେୟାର ବଜାରରେ ଲାଗିଲା ଲଟେରୀ! ଗୋଟିଏ ଦିନରେ ୭୯ କୋଟି ପାଇଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.