Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲି ରାଜ୍ୟରେ ଶୁଭାରମ୍ଭ ହେବ ବିଜେପି ର “ସଦସ୍ୟତା ଅଭିଯାନ-୨୦୨୪”
ବିଶେଷ ଖବର

ଆସନ୍ତାକାଲି ରାଜ୍ୟରେ ଶୁଭାରମ୍ଭ ହେବ ବିଜେପି ର “ସଦସ୍ୟତା ଅଭିଯାନ-୨୦୨୪”

September 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟ ଏକ ରାଷ୍ଟ୍ରୀୟ ପାର୍ଟି। ଏହି ଦଳ ରାଷ୍ଟ୍ରର ଚିନ୍ତାଧାରା ଉପରେ ପର୍ଯ୍ୟବେଷିତ। ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ। ସଂପୂର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟିର ମୁଳ ମନ୍ତ୍ର ହେଉଛି “ସେବା ହିଁ ସଂଗଠନ” ଏବଂ ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା। ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ।

ସଦସ୍ୟତା ଅଭିଯାନ -୨୦୨୪ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଆଜି ରାଷ୍ଟ୍ରୀୟ ସ୍ତରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି ଏବଂ ଦିଲ୍ଲୀ କାର୍ଯ୍ୟାଳୟଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଜୀ ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଏହି ଅଭିଯାନ ଶୁଭାରମ୍ଭ ହୋଇଛି।

ସେହିପରି ଆସନ୍ତା କାଲି ୩ ତାରିଖ ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀ ଯୋଗ ଦେବେ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କୁ ସାମିଲ କରାଯିବ। ଏହାପରେ ଏହି ଅଭିଯାନ ଅଧିକ ବ୍ୟାପକ କରାଯିବ। ଅନ୍ ଲାଇନ: ମିସ୍ କଲ (୮୮୦୦୦୦୨୦୨୪), ନମୋ ଆପ୍‌, କ୍ୟୁଆର କୋର୍ଡ ଏବଂ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ।

ଏହି ଅଭିଯାନରେ ସମାଜର ସବୁବର୍ଗର ଓ ସବୁସ୍ତରର ଲୋକ ଏଥିରେ ସାମିଲ ହୋଇପାରିବେ। ସହଜ ଓ ସୁବିଧାରେ କିପରି ସଦସ୍ୟତା ଗ୍ରହଣ କରାଯାଇପାରିବ ସେନେଇ ବ୍ୟବସ୍ଥା କରାଯାଇଛି। ଏହି ଅଭିଯାନ ପାଇଁ ଏକ ରାଜ୍ୟଠାରୁ ଆରମ୍ଭ କରି ପ୍ରତ୍ୟେକ ଜିଲ୍ଲା, ମଣ୍ଡଳ ଓ ବୁଥସ୍ତରରେ ଟିମ ଗଠନ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ସଦସ୍ୟତା ଅଭିଯାନକୁ ସଫଳ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ସଦସ୍ୟତା ଅଭିଯାନ – ୨୦୨୪ ପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଗତ ମାସ ୨୦ ତାରିଖରେ ରାଜ୍ୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହେବା ପରେ ଜିଲ୍ଲା ଓ ମଣ୍ଡଳସ୍ତରରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଘର ଘର ଯାଇ ସଦସ୍ୟତା ଅଭିଯାନରେ ସାମିଲ ହେବେ। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଆସ୍ଥାପ୍ରକଟ କରିଥିôବାରୁ ବିଜେପି ଏଥର ରାଜ୍ୟରେ ଏକାକୀ ସରକାର ଗଠନ କରିବାରେ ସକ୍ଷମ ହୋଇଛି। ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ସଦସ୍ୟ ହେବା ପାଇଁ ଏହି ମହା ଅଭିଯାନରେ ସାମିଲ ହୋଇ ସଦସ୍ୟ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଆହ୍ୱାନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସଦସ୍ୟତା ଅଭିଯାନର ରାଜ୍ୟ ସଂଯୋଜକ ରଞ୍ଜନ ପଟେଲ, ସହ ସଂଯୋଜକ ଅଶୋକ କୁମାର ମିଶ୍ର ଏବଂ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ରାଷ୍ଟ୍ରୀୟ ପାର୍ଟି ସଦସ୍ୟତା ଅଭିଯାନ-୨୦୨୪
Share. Facebook Twitter LinkedIn Email WhatsApp Copy Link

Related Posts

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025
Latest News

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.