Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶୀଘ୍ର କରନ୍ତୁ ଏହି ସହଜ ଉପାୟ, ୧୭ ରେ ମିଳିବ “ସୁଭଦ୍ରା” ଯୋଜନାର ପ୍ରଥମ କିସ୍ତି
ବିଶେଷ ଖବର

ଶୀଘ୍ର କରନ୍ତୁ ଏହି ସହଜ ଉପାୟ, ୧୭ ରେ ମିଳିବ “ସୁଭଦ୍ରା” ଯୋଜନାର ପ୍ରଥମ କିସ୍ତି

September 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ୨୧ ରୁ ୬୦ ବର୍ଷ ବୟସର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ପରିବର୍ତ୍ତନଶୀଳ ସାମାଜିକ ସୁରକ୍ଷା ପଦକ୍ଷେପ ସ୍ୱରୂପ ଓଡିଶା ସରକାର “ସୁଭଦ୍ରା” ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀ ପାଞ୍ଚ ବର୍ଷରେ ୫୦୦୦୦ ଟଙ୍କା ପାଇବେ। ଏହି ଟଙ୍କା ବର୍ଷକୁ ୫୦୦୦ ଲେଖାଏଁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ ଯାହାର ପ୍ରଥମ କିସ୍ତି ୧୭ ସେପ୍ଟେମ୍ବର ୨୦୨୪ ରେ ଆକାଉଣ୍ଟରେ ଜମା ହେବ।

ଓଡିଶା ଡାକ ପରିମଣ୍ଡଳ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଜରିଆରେ ଏହି ସେବାକୁ ଯୋଗାଇବ। ସମସ୍ତ ୮୯୧୨ ଡାକ ଘର ଆକ୍ସେସ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଏବଂ ୯୫୦୦ ଡାକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ର ବିସ୍ତୃତ ପରିସୀମା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ନିର୍ଭରଯୋଗ୍ୟ ତଥା ସହଜ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ।

ଡାକ ଘର ଗୁଡିକ ପୂର୍ବରୁ CMKISAN, MNREGA, SC & ST ଛାତ୍ରବୃତ୍ତି ଏବଂ ଶ୍ରମିକ କଲ୍ୟାଣ ଭଳି ବିଭିନ୍ନ କେନ୍ଦ୍ର ତଥା ରାଜ୍ୟ ସରକାରୀ ଯୋଜନା ପାଇଁ ଆଇପିପିବି ମାଧ୍ୟମରେ Direct Benefit Transfer (DBT) ସେବା ପ୍ରଦାନ କରୁଛନ୍ତି।

ଓଡିଶାରେ ୨୯ ଲକ୍ଷ ନାଗରିକଙ୍କୁ DBT ମାଧ୍ୟମରେ ୧୮୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଧାର ସହ ମୋବାଇଲ୍ ନମ୍ବର ସଂଯୋଗ ସୁବିଧା ୬୫ ଲକ୍ଷ ନାଗରିକ ପାଇ ପାରିଛନ୍ତି। ଆଧାର ସେବାକୁ ସୁଗମ କରିବା ପାଇଁ ଓଡିଶାର ୩୫ ଟି ପ୍ରଧାନ ଡାକ ଘର ମାନଙ୍କରେ ଥିବା ଆଧାର ସେବା କେନ୍ଦ୍ର ଗୁଡିକ ନିରବଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶାର ଡାକଘରଗୁଡ଼ିକ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ DBT ସେବା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।  ପୋଷ୍ଟମ୍ୟାନ ମାନେ ହିତାଧିକାରୀଙ୍କ ଘରେ ପହଂଚି ଅର୍ଥ ବିତରଣ କରିବାର ସହଜ ବ୍ୟବସ୍ଥା କରାଯାଇଅଛି। ଗ୍ରାହକଙ୍କୁ ଏହି ସୁବିଧା ସୁଯୋଗ ନେବାକୁ ସଚେତନ କରିବା ପାଇଁ ଓଡିଶା ଡାକ ପରିମଣ୍ଡଳ ସବୁ ଜିଲ୍ଲାରେ ଡିଜିଟାଲ ସାକ୍ଷରତା ଅଭିଯାନ ଚଳାଉଛି।

ଜନସାଧାରଣ IPPB ଜରିଆରେ ନିମ୍ନଲିଖିତ ସେବା ଗୁଡିକ ପାଇ ପାରିବେ:-

୧- ତତକ୍ଷଣାତ୍ ସଞ୍ଚୟ ଖାତା: କେବଳ ମୋବାଇଲ୍ ଏବଂ ଆଧାର ନମ୍ବର ମାଧ୍ୟମରେ ଖୋଲା ଯାଇପାରିବ।

୨- ଆଧାର- ମୋବାଇଲ୍ ନମ୍ବର ସଂଯୋଗ ସେବା: ନିରବଛିନ୍ନ ଭାବରେ DBT ସୁବିଧା ସୁନିଶ୍ଚିତ କରିବା।

୩- ସ୍ପେସିଆଲ ପ୍ରିମିୟମ୍ ଆକାଉଣ୍ଟ୍: ୨୦୧ ଟଙ୍କା ମୂଲ୍ୟରେ ଉପଲବ୍ଧ।

୪- ବ୍ୟକ୍ତିଗତ ଦୁର୍ଘଟଣା ବୀମା: ୫୯୯ ଟଙ୍କାରେ ବାର୍ଷିକ ୧୦ ଲକ୍ଷ ଦୁର୍ଘଟଣା ଜନିତ ବୀମା ଉପଲବ୍ଧ।

DBT IPPB mnrega ଶ୍ରମିକ କଲ୍ୟାଣ ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026
Latest News

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026

ଟ୍ରମ୍ଫଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କଲା ଇରାନ ସମର୍ଥିତ ଇରାକୀ ଆତଙ୍କବାଦୀ ସଂଗଠନ

July 17, 2026

ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ATS: ଚାଞ୍ଚଲ୍ୟକର ଖୁଲାସା

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.