Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ରହ୍ମପୁରରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନରେ ଯୋଗ ଦେଇ କଣ କହିଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ବ୍ରହ୍ମପୁରରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନରେ ଯୋଗ ଦେଇ କଣ କହିଲେ ମୁଖ୍ୟମନ୍ତ୍ରୀ

September 15, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁରରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନରେ ଯୋଗ ଦେଇ କଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ଟାଟା ନଗର ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦଘାଟନ କରିଛନ୍ତି। ଏ ନେଇ ବ୍ରହ୍ମପୁରର ଷ୍ଟେସନରେ ଏକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗଦେଇ ଏହି ଟ୍ରେନକୁ ସ୍ବାଗତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଯାହା କହିଥିଲେ ତାହା ହେଲା..

ମୋର ପ୍ରିୟ ଭାଇ ଭଉଣୀ ମାନେ ତଥା ବ୍ରହ୍ମପୁର ସହରର ମୋର ବନ୍ଧୁମାନଙ୍କୁ ଆଜିର ଏହି ଶୁଭ ଅବସରରେ ଅନେକ ଅନେକ ଶୁଭେଚ୍ଛା ।

ଆଜି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଜୀ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଅବସରରେ ଆପଣମାନଙ୍କ ମଧ୍ୟରେ ଏଠାରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି |

ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱର ଅଗ୍ରଣୀ ବିକଶିତ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିଛି ଏବଂ ଦେଶରେ ବିକାଶର ଏକ ନୂଆ ଲହରି ଆରମ୍ଭ ହୋଇଛି। ମୋଦୀଜୀଙ୍କ ନେତୃତ୍ୱରେ ଆମ ଦେଶର ୧୪୦ କୋଟି ଜନ ସାଧାରଣ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛନ୍ତି।

ବନ୍ଧୁଗଣ, ଆମର ଏହି ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ।

ଏହି ଟ୍ରେନଟି ବ୍ରହ୍ମପୁର ଠାରୁ ଟାଟାକୁ 9 ଘଣ୍ଟା 05 ମିନିଟରେ ଅତିକ୍ରମ କରିବ ଏବଂ ଏହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଇତ୍ୟାଦି ଷ୍ଟେସନ ଗୁଡିକରେ ମଧ୍ୟ ରହଣି କରିବ।

ବ୍ରହ୍ମପୁର ଏକ ସମୃଦ୍ଧ ସହର ଯାହାକି ଏହାର ରେଶମ ଶାଢ଼ୀ ପାଇଁ ପ୍ରସିଦ୍ଧ, ଯାହାକୁ ବର୍‌ହମ୍‌ପୁରୀ ପାଟ କୁହାଯାଏ। ଏଥିପାଇଁ ବ୍ରହ୍ମପୁର “ରେଶମ ସହର” ଭାବରେ ପରିଚିତ। ଏହା ସହିତ ବ୍ରହ୍ମପୁର ମଧ୍ୟ ଆମ ରାଜ୍ୟର ଏକ ପ୍ରସିଦ୍ଧ ବାଣିଜ୍ୟିକ କେନ୍ଦ୍ର।

ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆସିବ।

ବର୍ତ୍ତମାନ ଆମ ରାଜ୍ୟରେ ପୁରୀ-ହାଓଡ଼ା, ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ବିଶାଖାପାଟନମ୍ ମଧ୍ୟରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ଏବଂ ଆଉ ତିନିଟି ବନ୍ଦେ ଭାରତ ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ।

ଏହି ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲାଇଫ୍ ଲାଇନ୍ ହେବ।

ବିଶେଷ କରି ଆମର ଆଦିବାସୀ ବହୁଳ ଅଞ୍ଚଳରେ ଯୋଗାଯୋଗର ବିକାଶ ହେବ ଏବଂ ସେମାନେ ଆମର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସାମିଲ ହୋଇ ପାରିବେ।

ଏହି ୬ଟି ବନ୍ଦେ ଭାରତ ଟ୍ରେନ୍ ଆମ ରାଜ୍ୟର ବିଭିନ୍ନ ସହରକୁ ପଡୋଶୀ ରାଜ୍ୟ ସହ ସଂଯୋଗ କରିବ। ଏହା ଓଡିଶାର ଦ୍ରୁତ ବିକାଶ ଏବଂ ପ୍ରଗତି କ୍ଷେତ୍ରରେ ସହାୟକ ହେବ |

ମୁଁ ବହୁତ ଖୁସି ଯେ ଭାରତୀୟ ରେଳବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସେବା ବ୍ୟତୀତ ଓଡିଶାରେ ରେଳ ସଂଯୋଗକୁ ଘନୀଭୂତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ନେଇଛି।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଆମ ରାଜ୍ୟରେ ଗୁଣପୁର-ଥେରୁବାଲି, ଜୁନାଗଡ-ନବରଙ୍ଗପୁର, ବାଦାମପାହଡ-କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି, ମାଲକାନାଗିରି-ପାଣ୍ଡୁରଙ୍ଗପୁରମ୍, ବାମରା-ଚକୁଳିଆ, ବରଗଡ ରୋଡ-ନୂଆପଡା ଓ ସରଡେଗା-ଭାଲୁମୁଣ୍ଡା।

ଏହିପରି ୮ଟି ନୂତନ ରେଳ ପଥ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏଥି ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ।

୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ବଜେଟ୍ ରେ ୧୦,୫୮୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପୁନଶ୍ଚ “ ଅମୃତ ଭାରତ ଷ୍ଟେସନ” ଅଧିନରେ ଆମ ରାଜ୍ୟର ଶ୍ରୀକ୍ଷେତ୍ର ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ମିଶାଇ ମୋଟ ୫୨ଟି ରେଳ ଷ୍ଟେସନର ଆଧୁନିକୀକରଣ ଓ ସଂପ୍ରସାରଣ ହେବ।

ଓଡ଼ିଶାର ସାମଗ୍ରୀକ ଉନ୍ନତି ପାଇଁ ମୋଦି ସରକାର କେବେ ହେଲେ ଅର୍ଥର ଅଭାବ ରଖିନାହାନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହେଉଥିବା ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆମ ଓଡ଼ିଶାବାସୀଙ୍କୁ ଭଲ ପାଇବା ଓ ପ୍ରତିବଦ୍ଧତାର ପ୍ରତୀକ। ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦରୁ ରାଜ୍ୟରେ ନୂଆ ସରକାର ଆସିଛି।

ଆମ ସରକାର ୧୦୦ଦିନ ପୂରଣ କରିବା ପୂର୍ବରୁ ଏହିପରି ଜନମଙ୍ଗଳକର କାର୍ଯ୍ୟଗୁଡିକ ଆଗେଇଚାଲିବା ରାଜ୍ୟ ପାଇଁ ଉତ୍ତମ ଭବିଷ୍ୟତର ସୂଚନା ଦେଉଛି। ରାଜ୍ୟରେ ଡବଲ୍ ଇଂଜିନର ସରକାର ଆସିସାରିଛି। ବିକାଶର ଗତିକୁ ଡବଲ୍ ଇଂଜିନ ଅଧିକ ବେଗରେ ଆଗକୁ ନେଉଛି ।

ଭାଇ ଓ ଭଉଣୀମାନେ, ମୁଁ ଏଠାରେ ଆପଣ ମାନଙ୍କୁ କହିବାକୁ ଚାହେଁ ଯେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୂତନ ରେଳ ପ୍ରକଳ୍ପ ଯୋଜନା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶା ପାଇଁ 70 ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ରେଳ ନେଟୱାର୍କର ଦକ୍ଷତା ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଆଜିର ଏହି ଶୁଭ ଅବସରରେ ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ ଶୁଭେଚ୍ଛା ଜଣାଉଛି।

Vande Bharat Express ବନ୍ଦେ ଭାରତ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ବଡ଼ ଝଟକା ଦେଲା ଆଇସିସି, ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବାର ଦାବିକୁ କଲା ପ୍ରତ୍ୟାଖ୍ୟାନ

January 7, 2026

ଆସନ୍ତାକାଲି ଆଇଏନଏସ ଚିଲିକାର ୨ ହଜାର ୭୦୦ ପ୍ରଶିକ୍ଷାର୍ଥୀଙ୍କ ପାସିଂଆଉଟ୍ ପରେଡ୍

January 7, 2026

ଶ୍ରୀମନ୍ଦିରରେ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

January 7, 2026

ଆଗାମୀ ବଜେଟ୍ ପ୍ରସ୍ତୁତି ନିମନ୍ତେ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ

January 7, 2026
Latest News

ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ

January 7, 2026

ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନରେ ପଥର ଫିଙ୍ଗା ମାମଲା: ପାଞ୍ଚ ଅଟକ

January 7, 2026

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

January 7, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଆଇସିସି, ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବାର ଦାବିକୁ କଲା ପ୍ରତ୍ୟାଖ୍ୟାନ

January 7, 2026

ଆସନ୍ତାକାଲି ଆଇଏନଏସ ଚିଲିକାର ୨ ହଜାର ୭୦୦ ପ୍ରଶିକ୍ଷାର୍ଥୀଙ୍କ ପାସିଂଆଉଟ୍ ପରେଡ୍

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.