Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜିଠାରୁ ଗଡିଲା ଭୁବନେଶ୍ୱରରୁ ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ, ଜାଣନ୍ତୁ ଟିକେଟ ମୂଲ୍ୟ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ଉଦଘାଟିତ ହୋଇଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରିବ। ଉକ୍ତ ଟ୍ରେନ ସୋମବାରକୁ ବାଦ ଦେଲେ ଅନ୍ୟ ସବୁ ଦିନରେ ଅର୍ଥାତ ସପ୍ତାହକୁ ୬ ଦିନ ଚାଲିବ।

ସମୟ ସାରଣୀ:

ଭୁବନେଶ୍ୱର- ସକାଳ ୫.୧୫ ଛାଡିବ

ଖୋର୍ଦ୍ଧା ରୋଡ- ସକାଳ ୫.୩୩

ବାଲୁଗାଁ- ସକାଳ ୬.୨୩

ବ୍ରହ୍ମପୁର- ସକାଳ ୭.୦୫

ଇଚ୍ଛାପୁରମ- ସକାଳ ୭.୧୮

ପଲାସା- ସକାଳ ୮.୧୮

ଶ୍ରୀକାକୁଲମ ରୋଡ- ସକାଳ ୯.୦୦

ବିଜୟାନାଗରମ- ସକାଳ ୯.୪୩

ବିଶାଖାପାଟନମ- ପୂର୍ବାହ୍ନ ୧୧ ଘଟିକାରେ ପହଞ୍ଚିବ।

ସେହିପରି ଭାବେ ବିଶାଖାପାଟନମରୁ ଭୁବନେଶ୍ବର ସମୟ ହେଲ

ବିଶାଖାପାଟନମ- ଅପରାହ୍ନ ୩.୩୦ରୁ ଛାଡିବ

ବିଜୟାନାଗରମ- ୪.୧୫

ଶ୍ରୀକାକୁଲମ ରୋଡ- ୫.୦୩

ପଲାସା- ୬.୧୦

ଇଚ୍ଛାପୁରମ- ୬.୪୦

ବ୍ରହ୍ମପୁର- ୭.୦୦

ବାଲୁଗାଁ- ୭.୫୨

ଖୋର୍ଦ୍ଧା ରୋଡ- ୮.୫୭

ଭୁବନେଶ୍ୱର- ରାତି ୯.୩୦ ରେ ପହଞ୍ଚିବ।

ତେବେ ଉକ୍ତ ଟ୍ରେନର ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ଏବଂ ଚେୟାର କାର ବର୍ଗ ହୋଇଥିବା ବେଳେ ଭୁବନେଶ୍ୱରରୁ ବିଶାଖାପାଟନମ ଦର ୧୧୧୫ ଟଙ୍କା ରହିଥିବା ଜଣାପଡିଛି।  ସେହିପରି ଭୁବନେଶ୍ୱରରୁ ବାଲୁଗାଁ ୪୪୫ ଟଙ୍କା, ଭୁବନେଶ୍ୱରରୁ ବ୍ରହ୍ମପୁର ୫୬୫ ଟଙ୍କା, ବାଲୁଗାଁଠୁ ବିଶାଖାପାଟନମ ୯୩୫ ଟଙ୍କା ଏବଂ ବାଲୁଗାଁଠାରୁ ବ୍ରହ୍ମପୁର ୪୪୦ ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 85,000 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ରେଳବାଇର ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଭାରତୀୟ ରେଳର ସଂଯୋଗୀକରଣ ପ୍ରକିୟାର ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ 12 ମାର୍ଚ୍ଚ 2024 ମଙ୍ଗଳବାର ଦିନ 85,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ (ପ୍ରାୟ 6000 ନମ୍ବର) ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ରାଷ୍ଟ୍ରକୁ ଉତ୍ସର୍ଗ କରିବେ। ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରେଳ ଷ୍ଟେସନରେ ଏକାସାଙ୍ଗରେ 10,000 ଲାଇଭ ସ୍କ୍ରିନ ମାଧ୍ୟମରେ ଭାରତର 764 ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା ସୂଚନା ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାରେ 274 ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡିକରେ 162 ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, 41 ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ (OSOP) ଷ୍ଟଲ୍, 50 ସୋଲାର୍ ପାୱାର୍ ଷ୍ଟେସନ୍, 5 ଗୁଡସ ଶେଡ୍, 9 ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, 4 ଅଟୋ ସିଗନାଲ୍ ସିଷ୍ଟମ୍, 1 ଟି ଗତି ଶକ୍ତି ଟର୍ମିନାଲ୍, 1 ଟି ଜନ ଔଷଧି କେନ୍ଦ୍ର ଏବଂ 1 ଟି ରେଳ କୋଚ୍ ରେଷ୍ଟୁରାଣ୍ଟ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଓଡିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟନମ ମଧ୍ୟରେ ଚାଲିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍ ଏବଂ ବିଜ଼ୀୟନଗରମ ଠାରେ ରହିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ 6 ଦିନ ଚାଲିବ।

ପ୍ରଧାନମନ୍ତ୍ରୀ 9 ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରକଳ୍ପ ଉତ୍ସର୍ଗ କରିବେ।

ଏହି ପ୍ରକଳ୍ପଗୁଡ଼ିକ ହେଉଛି …

ଭଦ୍ରକ-ନେରଗୁଣ୍ଡି ତୃତୀୟ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୨୩୪ କୋଟିର ହରିଦାସପୁର-ବଇରି (16.8 କିମି) ସେକ୍ସନ,

କୋରାପୁଟ-ରାୟଗଡା ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧ କୋଟିର ଦାମନ ଯୋଡି-ବାଇଗୁଡା (14.6 କିମି) ସେକ୍ସନ,

ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭ କୋଟିର ସିଙ୍ଗାପୁର ରୋଡ୍-ରାୟଗଡା (9.2 କିମି) ସେକ୍ସନ,

କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସିମିଲିଗୁଡା-ଆରକୁ-ଗୋରାପୁର (21.6 କିମି) ସେକ୍ସନ,

କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ 47 କୋଟିର କୋଟା-ବୋଡାବରା ରେଳ ସେକ୍ସନ,

ବିଳାସପୁର-ଝାରସୁଗୁଡା 4ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ 550 କୋଟିର ଝାରସୁଗୁଡା-ଜାମାଗା (53 କିମି) ସେକ୍ସନ,

ବଣ୍ଡାମୁଣ୍ଡା-ରାଞ୍ଚି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩ କୋଟିର ଲିଙ୍କ ବି-ଲିଙ୍କ ସି ବଣ୍ଡାମୁଣ୍ଡା ସେକ୍ସନ,

ରାଞ୍ଚି-ବଣ୍ଡାମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ129.95 କୋଟିର ନବଗାଓଁ-ଓରଗା (6.8 କିମି)ସେକ୍ସନ

ନାରାୟଣଗଡ-ଭଦ୍ରକ 4ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ 36.12 କୋଟିର ରାଣୀତାଲ-ରାଣୀତାଲ (L) 4ର୍ଥ ଲାଇନ (3 କିମି) ସେକ୍ସନ।

“ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” (OSOP) ଯୋଜନା ହେଉଛି ଭାରତ ସରକାରଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ଦର୍ଶନକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ / ସ୍ୱଦେଶୀ ଉତ୍ପାଦ ପାଇଁ ବଜାର ଯୋଗାଇବା ଏବଂ ସମାଜର ନିମ୍ନ ବର୍ଗଙ୍କ ପାଇଁ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବା। ଏହି ଯୋଜନାଟି ଦେଶର ରେଳ ଷ୍ଟେସନରେ ବିକ୍ରୟ ଆଉଟଲେଟ୍ ଯୋଗାଇ ସ୍ଥାନୀୟ କାରିଗର, କୁମ୍ଭାର, ବୁଣାକାର / ହସ୍ତତନ୍ତ ବୁଣାକାର, ଇତ୍ୟାଦିଙ୍କୁ ଜୀବିକା ନିର୍ବାହ ପାଇଁ ବର୍ଦ୍ଧିତ ସୁଯୋଗ ପ୍ରଦାନ କରିବା।

ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀ ଭାରତୀୟ ରେଳର ବିଜି ରୁଟରେ ଅଧିକ ଟ୍ରେନ୍ ଚଲାଇବା ପାଇଁ ଲାଇନ କ୍ଷମତା ବୃଦ୍ଧି କରିବ, ଅଟୋମେଟିକ୍ ବ୍ଲକ୍ ସିଗନାଲିଂ ଏକ ସ୍ୱଳ୍ପ ବ୍ୟୟବହୁଳ ସମାଧାନ। ସମଗ୍ର ଦେଶରେ 31.10.2023 ପର୍ଯ୍ୟନ୍ତ 4,111 ରୁଟ କିମିରେ ସ୍ୱୟଂଚାଳିତ ବ୍ଲକ ସିଗନାଲିଂ (ABS) ପ୍ରଦାନ କରାଯାଇଛି।

ରେଳ କୋଚ ରେଷ୍ଟୁରାଣ୍ଟ ଯାତ୍ରୀମାନଙ୍କୁ ଅନନ୍ୟ ଭୋଜନ ପରିବେଶ ଯୋଗାଇଥାଏ। ଯାତ୍ରୀ ଏବଂ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖିଥାଏ ରେଳ କୋଚ୍ ରେଷ୍ଟୁରାଣ୍ଟ। ଭାରତୀୟ ରେଳବାଇର ଏହି ପଦକ୍ଷେପ ଉଭୟ କୁଶଳୀ ଏବଂ ଅଜ୍ଞ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଗୁଡିକ ରେଳ ଷ୍ଟେସନ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିଶେଷ ସହାୟକ ହେବ। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଉପଲବ୍ଧ ଗୁଣାତ୍ମକ ଔଷଧ ଏବଂ ଉପଯୋଗୀ ସାମଗ୍ରୀ ଉପଲବ୍ଧ କରାଇବ। ଏହା ରୋଜଗାରର ସୁଯୋଗ ସୃଷ୍ଟି କରିବ।

ସୌର ବିଦ୍ୟୁତ୍ ଷ୍ଟେସନ୍ ଭାରତୀୟ ରେଳର ଟ୍ରାକ୍ସନ୍ ପାୱାର୍ ଆବଶ୍ୟକତାକୁ ପୂରଣ କରିବ ଏବଂ ଏକ ସମ୍ପୂର୍ଣ୍ଣ‘ ସବୁଜ ପରିବହନ ଧାରା ବିକଶିତ କରିବ ଏବଂ ରିନୁଏବଲ ଏନର୍ଜି ପ୍ରକଳ୍ପ ପାଇଁ ଖାଲି ପଡିଥିବା ରେଳ ଜମିର ସଦୁପଯୋଗ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଓ ଉତ୍ତର ଆନ୍ଧ୍ରରେ ସ୍ବଦେଶୀ ଅମୃତ ଭାରତ ଏକ୍ସପ୍ରେସକୁ ଭବ୍ୟ ସ୍ୱାଗତ

ଭୁବନେଶ୍ଵର: 30 ଡିସେମ୍ବର 2023 ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ମାଲଦା ଟାଉନ୍-ବେଙ୍ଗାଲୁରୁ ଅମୃତ ଭାରତ ସମେତ ଦୁଇଟି ଅମୃତ ଭରତ ଏକ୍ସପ୍ରେସ ଏବଂ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଶର ବିଭିନ୍ନ ଷ୍ଟେସନ ମାନଙ୍କରେ ଭବ୍ୟ ସ୍ୱାଗତ କରାଯାଇଅଛି। ମାଲଦା ଟାଉନ୍-ବେଙ୍ଗାଲୁରୁ ଅମୃତ ଭରତ ଏକ୍ସପ୍ରେସ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର ଓ ସୋରୋ ଏବଂ ପୂର୍ବତଟ ରେଳପଥ ପରିସୀମାରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ ମାନଙ୍କ ଠାରେ ବାଦ୍ୟ ବଜାଇ ଏବଂ ପାରମ୍ପାରିକ ନୃତ୍ୟ ଦ୍ୱାରା ବହୁ ପ୍ରଶଂସକଙ୍କୁ ନେଇ ଅମୃତ ଭାରତ ଟ୍ରେନ କୁ ଭବ୍ୟ ସ୍ୱାଗତ କରାଯାଇଅଛି।  ପୂର୍ବତଟ ରେଳପଥ ଅଧୀନରେ ଉତ୍ତର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ୍ ମାନଙ୍କରେ ମଧ୍ୟ ଅମୃତ ଭାରତ ଟ୍ରେନ କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସ୍ୱାଗତ କରାଯାଇଅଛି।

ଭଦ୍ରକ ଷ୍ଟେସନରେ ମାନ୍ୟବର ସାଂସଦ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ବିଧାୟକ ସଞ୍ଜୀବ ମଲ୍ଲିକ ଏବଂ ସାମାଜିକ କର୍ମୀ ମନସ୍ମିତା ଖୁଣ୍ଟିଆ ଏହି ଉତ୍ସବରେ ଯୋଗ ଦେଇଥିଲେ।

କଟକ ରେଳ ଷ୍ଟେସନରେ ଆଜି ସକାଳେ ଯାତ୍ରୀ ସୁବିଧା କମିଟି ସଦସ୍ୟ ଦିଲୀପ ମଲ୍ଲିକ ଏବଂ ସାମାଜିକ କର୍ମୀ ଲଲାଟେନ୍ଦୁ ବଡୁ ଯୋଗଦାନ କରିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନରେ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁଲତା ଦେଓ ଓ ମୁଜ଼ୀବୁଲ୍ଲା ଖାଁ ଙ୍କ ସହିତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ ଏସ ବଜୱା ଯୋଗଦାନ କରି ଅମୃତ ଭାରତ ଟ୍ରେନ କୁ ସ୍ୱାଗତ କରିଥିଲେ।

ସେହିଭଳି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ମାନ୍ୟବର ବିଧାୟକ ସୁରେଶ କୁମାର ରାଉତ ଏବଂ ସାମାଜିକ କର୍ମୀ ରଶ୍ମୀ ରଞ୍ଜନ ମହାପାତ୍ର ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଏହା ବ୍ୟତୀତ ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ  ବିଧାୟକ ବିକ୍ରମ ପଣ୍ଡା ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଅଂଶଗ୍ରହଣ କରି ଅମୃତ ଭାରତ ଟ୍ରେନ କୁ ସ୍ୱାଗତ କରିଥିଲେ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଉତ୍ତର ଆନ୍ଧ୍ର ପ୍ରଦେଶରେ ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ୍ ମାନଙ୍କରେ ମଧ୍ୟ ଅମୃତ ଭାରତ ଟ୍ରେନକୁ ସ୍ଥାନୀୟ ଜଣ ପ୍ରତିନିଧି ବିଶେଷ ଭାବେ ମାନ୍ୟବର ସାଂସଦ ଓ ବିଧାୟକ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା।

ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ରେଳ ଉତ୍ସାହୀମାନେ, ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ମଧ୍ୟ ଅମୃତ ଭାରତ ଟ୍ରେନ ରେ କିଛି ଦୂର ଯାତ୍ରା କରି ଏହାର ଯାତ୍ରା ସୁବିଧା ଓ ବୈଶିଷ୍ଟ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଠାରେ ସାଧାରଣ ଜନତା ଅମୃତ ଭାରତ ଟ୍ରେନ୍ ସହିତ ସେଲଫି ନେବା ସହିତ ଫଟୋ ଉଠାଇବା ପାଇଁ ଉତ୍ସାହିତ ଥିଲେ। ବାଜା ବଜାଇ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ମଧ୍ୟରେ ଟ୍ରେନକୁ ବହୁ ଉତ୍ସାହର ସହିତ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବନ୍ଦେ ଭାରତ ଏକ୍ସପ୍ରେସ: ଯୁବବର୍ଗ ଓ କର୍ମଜୀବୀ ମାନଙ୍କ ମଧ୍ୟରେ ସର୍ବୋତ୍ତମ ଯାତ୍ରା ବିକଳ୍ପ

ନୂଆଦିଲ୍ଲୀ: ଦେଶର ଯୁବକ ଏବଂ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ ଗତି, ଆରାମ ଏବଂ ସମୟ ସଞ୍ଚୟ ପ୍ରତି ଆଗ୍ରହ ଦେଖାଯାଏ। ଯୁବବର୍ଗଙ୍କ ଆକାଂକ୍ଷାକୁ ପୂର୍ଣ୍ଣକରିବା ପାଇଁ ଭାରତୀୟ ରେଳବାଇ ବନ୍ଦେ ଭାରତ ଟ୍ରେନ୍ ସର୍ବୋତ୍ତମ ଯାତ୍ରା ବିକଳ୍ପ ହୋଇପାରିଛି।

ପୂର୍ବ ତଟ ଅଞ୍ଚଳର ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ତଥ୍ୟ ଅନୁଯାୟୀ, 25-50 ବର୍ଷ ବୟସରେ ଯୁବକ ଏବଂ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କିମ୍ବା ରୋଜଗାର ଶ୍ରେଣୀ ହାରାହାରି 47.6% ଯାତ୍ରୀ ଏହି ବୟସ ବର୍ଗର ଅଟନ୍ତି ଯେଉଁମାନେ ବନ୍ଦେ ଭାରତ ଏକ୍ସପ୍ରେସକୁ ଅନ୍ୟ ଗମନା ଗମନ ମାଧ୍ୟମ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି। ପୁରୀ-ହାଓଡ଼ା ଏବଂ ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ବୟସ ବର୍ଗର ଯାତ୍ରୀଙ୍କ ମଧ୍ୟରେ ଏହି ବୟସ ବର୍ଗ ଶ୍ରେଣୀ ସର୍ବାଧିକ ଅଟନ୍ତି।

ପୂର୍ବ ତଟ ଅଞ୍ଚଳର ମହିଳା ଯାତ୍ରୀମାନେ ମଧ୍ୟ ଆରାମ, ଗତି, ସୁରକ୍ଷା ଏବଂ ନିରାପତ୍ତା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ରେ ଯାତ୍ରା କରିବା ପାଇଁ ନିଜର ସମାନତା ପ୍ରଦର୍ଶନ କରୁଛନ୍ତି। ଏକ ତଥ୍ୟ ଅନୁଯାୟୀ, ପୂର୍ବ ତଟ ଅଞ୍ଚଳରେ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନ ମାନଙ୍କର ସମସ୍ତ ଯାତ୍ରୀଙ୍କ ମଧ୍ୟରେ ପାଖା ପାଖି 40% ମହିଳା ଯାତ୍ରୀ ଅଟନ୍ତି।

ପରିବହନ ଉଦ୍ୟୋଗ ଆକଳନ ଅନୁଯାୟୀ, ଚେନ୍ନାଇ- ବେଙ୍ଗାଲୁରୁ, ଥିରୁଅନନ୍ତପୁରମ-କାସରଗୋଡ୍, ମୁମ୍ବାଇ-ପୁଣେ, ଜାମନଗର- ଅହମ୍ମଦାବାଦ ଏବଂ ଦିଲ୍ଲୀ-ଜୟପୁର ମାର୍ଗରେ ବନ୍ଦେ ଭାରତର ଶୁଭାରମ୍ଭ ସହିତ ଏପ୍ରିଲ୍ ମାସ ସ୍ତରରୁ ଏହି କ୍ଷେତ୍ରର ବିମାନ ପରିବହନ 20-30% ହ୍ରାସ ପାଇଛି। ଏହି ମାର୍ଗରେ ବନ୍ଦେ ଭାରତର ଶୁଭାରମ୍ଭ ବିମାନ ସେବା ଗ୍ରାହକଙ୍କ 10-20 ପ୍ରତିଶତ ଉପରେ ବିଶେଷ ପ୍ରଭାବ ପକାଇଛି। ଏହାର ପ୍ରଭାବ ଏହି କ୍ଷେତ୍ରଗୁଡିକରେବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ପୂର୍ବରୁ ବିମାନ ତୁଳନାରେ ଏହି ମାର୍ଗରେ ବିମାନ ଚଳାଚଳ ହ୍ରାସ ପାଇଛି।

ଆହୁରି ମଧ୍ୟ ଲୋକମାନେ ନିଜ ଗାଡିରେ ଯାତ୍ରା କରିବା ଅପେକ୍ଷା ବନ୍ଦେ ଭାରତକୁ ପସନ୍ଦ କରୁଛନ୍ତି। ଉଦାହରଣ ସ୍ୱରୂପ, ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ୍ 07 ଘଣ୍ଟା 45 ମିନିଟ୍ ସମୟ ନେଇଥାଏ ଯାହାକି ତପସ୍ୱିନୀ ଏକ୍ସପ୍ରେସ୍ ( ଯାହା ଏହି ମାର୍ଗ ର ଦ୍ରୁତତମ ଟ୍ରେନ) ଦ୍ୱାରା 10 ଘଣ୍ଟା 45 ମିନିଟ୍ ଏବଂ ସଡ଼କ ଯାତ୍ରା ପ୍ରାୟ 12 ଘଣ୍ଟା ସମୟ ନେଇଥାଏ।

ବନ୍ଦେ ଭାରତ ଆଜି ସମଗ୍ର ଭାରତରେ ସବୁଠୁ ଅଧିକ ଚାହିଦାଯୁକ୍ତ ଟ୍ରେନ୍ ଭାବେ ନିଜକୁ ପରିଗଣିତ କରିପାରିଛି। ଲୋକ ମାନଙ୍କ ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଗୁଡିକର କ୍ରେଜ ସୋସିଆଲ ମିଡିଆରେ ଦେଖା ଯାଇପାରିବ ଯେଉଁଥିରେ ଲୋକମାନେ ସେଲଫି ଅପଲୋଡ୍ କରୁଛନ୍ତି ଏବଂ ଭାରତୀୟ ରେଳର ଏହି ନୂତନ ଟ୍ରେନ୍ ସହିତ ଭିଡିଓ ପ୍ରସ୍ତୁତ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ।

ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଅନ୍ୟ ସାଂସଦ ତଥା ବିଧାୟକଙ୍କ ସହ ଭୁବନେଶ୍ୱର ଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ଅନୁଗୃହୀତ୍ତ କରିବେ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ 05.00 ଘଣ୍ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12: 45 ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ, 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ 14:10 ଘଣ୍ଟାରେ ରାଉରକେଲା ଛାଡି ସେହି ଦିନ 21.40 ଘଣ୍ଟାରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ 11.50 ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ 10.25 ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ।

ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ଵିଶେଶ୍ୱତଃ ରହିଛି। ଯାତ୍ରୀମାନଙ୍କଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି।

ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ। ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଗଡିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ହେବ। ଏହାକୁ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏ ନେଇ ପୂର୍ବତଟ ରେଳ ବିଭାଗ ତରଫରୁ ପ୍ରସ୍ତୁତି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ବରରୁ ଯୋଗଦେବେ। ଭୁବନେଶ୍ବର ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକମାନେ ଉପସ୍ଥିତ ରହିବେ।

ସେହିପରି ପୁରୀ, କଟକ, ତାଳଚେର ରୋଡ, ଅନୁଗୁଳ, ରେଢାଖୋଲ,ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନରେ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଠାରେ ସ୍ଥାନୀୟ ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ରହିବେ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୧ଟି ରାଜ୍ୟ ପାଇଁ ୯ଟି ବନ୍ଦେ ଭାରତ ଏକ୍ପପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ସେହି ରାଜ୍ୟଗୁଡିକ ହେଲା ହେଲା ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ରେ ଯୋଗାଯୋଗ ବୃଦ୍ଧି କରିବ।

Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୨୪ରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୪, ୨୦୨୩ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୯ଟି ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ। ଯେଉଁ ନୂଆ ଟ୍ରେନ୍ ଗୁଡ଼ିକୁ ପତାକା ଦେଖାଇ

ଶୁଭାରମ୍ଭ କରାଯିବ ସେଗୁଡ଼ିକ ହେଲା:

– ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍
– ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍
– ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍
– ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍
– ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
– କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ
– ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
– ରାଞ୍ଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
– ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ।

ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ଟ୍ରେନ୍ ହେବ ଏବଂ ଯାତ୍ରୀଙ୍କ ଯଥେଷ୍ଟ ସମୟ ସଞ୍ଚୟ କରିବାରେ ସହାୟକ ହେବ। ଏହି ମାର୍ଗରେ ଚଳାଚଳ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ରାଉରକେଲା – ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୩ ଘଣ୍ଟା ଦ୍ରୁତ ହେବ। ହାଇଦ୍ରାବାଦ- ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ। ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ୨ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ। ରାଞ୍ଚି- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍, ପାଟନା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଜାମନଗର-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୧ ଘଣ୍ଟା; ଏବଂ ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ଅଧ ଘଣ୍ଟା ଦ୍ରୁତ ଗତିରେ ଚାଲିବ।

ଦେଶର ଗୁରୁତ୍ୱପୂର୍ଣ୍ଣ ଧାର୍ମିକସ୍ଥଳୀ ଗୁଡ଼ିକର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସହର ପୁରୀ ଏବଂ ମଦୁରାଇକୁ ସଂଯୋଗ କରିବ। ଏଥିସହିତ ବିଜୟୱାଡ଼ା – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ ଏବଂ ତିରୁପତି ତୀର୍ଥସ୍ଥଳକୁ ସଂଯୋଗ ପ୍ରଦାନ କରିବ।

ଏହି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦେଶରେ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ କରିବ। କବଚ ଟେକ୍ନୋଲୋଜି ସମେତ ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ଟ୍ରେନ୍ ସାଧାରଣ ଲୋକ, ପେଶାଦାର, ବ୍ୟବସାୟୀ, ଛାତ୍ର ସମୁଦାୟ ଏବଂ ପର୍ଯ୍ୟଟକ ମାନଙ୍କୁ ଆଧୁନିକ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପାଇଁ ଏକ ଉତ୍ସବ ଭେଟି: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ଵର: ଓଡ଼ିଶା ପାଇଁ ଏହି ପାର୍ବଣ ଅବସରରେ ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯିବ।

ପ୍ରଧାନମନ୍ତ୍ରୀ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଆସନ୍ତା 24 ସେପ୍ଟେମ୍ବର, 2023 ରେ ସମଗ୍ର ଦେଶରେ ଅନ୍ୟାନ ଆଠଟି ବନ୍ଦେ ଭରତ ଏକ୍ସପ୍ରେସ ସହ ଏହି ଟ୍ରେନର ଶୁଭାରମ୍ଭ କରିବେ।

ପ୍ରଗତିଶୀଳ ତଥା ଆତ୍ମନିର୍ଭରଶୀଳ ଭାରତର ପ୍ରତୀକ ଏହି ବନ୍ଦେ ଭାରତ ଏକ୍ସପ୍ରେସ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ “ଆତ୍ମନିର୍ଭାରଭାରତ” ଉଦ୍ୟମର ସଫଳତାର ପ୍ରମାଣ ଅଟେ। ଏହି ବନ୍ଦେ ଭାରତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ ଏବଂ ଏହା ଯାତ୍ରୀମାନଙ୍କୁ ଏକ ନୂତନ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଗତି, ନିରାପତ୍ତା ଏବଂ ସେବା ଏହି ଟ୍ରେନର ହଲମାର୍କ ଅଟେ।

ବନ୍ଦେ ଭାରତ ଏକ୍ସପ୍ରେସ ଉନ୍ନତ ମାନର ଵିଶେଶ୍ୱତଃ ସହ ଆରାମଦାୟକ ଯାତ୍ରାର ଅନୁଭୁତି ପ୍ରଦାନ କରିଥାଏ। ଓଡିଶାର କେତେକ ପ୍ରମୁଖ ସହର ଯଥା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର କୁ ସଂଯୋଗ କରିବା ସହିତ ଏହି ଟ୍ରେନ୍ଟି ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ କୁ ଯଥେଷ୍ଟ ଭାବରେ ହ୍ରାସ କରିବ ଏବଂ ଏହା ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଉପକୃତ କରିବ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ 05.00 ଘଣ୍ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12: 45 ରେ ରାଉରକେଲାରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ, 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ 14:10 ଘଣ୍ଟାରେ ରାଉରକେଲା ଛାଡି ସେହି ଦିନ 21.40 ଘଣ୍ଟାରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ 11.50 ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ 10.25 ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ।

ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ଵିଶେଶ୍ୱତଃ ରହିଛି। ଯାତ୍ରୀମାନଙ୍କଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି।

ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ। ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

Categories
ଆଜିର ଖବର ଜାତୀୟ ଖବର

ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୯-୦୫-୨୦୨୩) ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାରମ୍ଭ କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ ଗୌହାଟୀ ସହ ନ୍ୟୁ ଜଳପାଇଗୁଡ଼ିକୁ ଯୋଡ଼ିବ ଓ ଏହାର ଯାତ୍ରା ଅବଧି ସାଢ଼େ ପାଞ୍ଚ ଘଣ୍ଟା ରହିବ। ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ବିଦ୍ୟୁତକରଣ ହୋଇଥିବା ରେଳପଥ ସେକ୍ସନ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଆସାମର ଲାମଡିଙ୍ଗ ଠାରେ ନବନିର୍ମିତ ଡେମୁ/ମେମୁର ମଧ୍ୟ ଉଦଘାଟନ କରିଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଉତ୍ତର ପୂର୍ବାଞ୍ଚଳର ସଂଯୋଗୀକରଣ ଦୃଷ୍ଟିରୁ ଏକ ବିରାଟ ଦିନ। କାରଣ ଆଜି ଏକାଠି ତିନିଟି ବିକାଶ ମୂଳକ କାର୍ଯ୍ୟକ୍ରମ ସମାପିତ ହୋଇଛି। ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ପ୍ରଥମଟି ହେଉଛି ଉତ୍ତର ପୂର୍ବାଞ୍ଚଳ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି ଓ ପଶ୍ଚିମବଙ୍ଗକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି । ଦ୍ୱିତୀୟତଃ ଆସାମ ଓ ମେଘାଳୟରେ ପ୍ରାୟ ୪୨୫ କିଲୋମିଟର ଦୀର୍ଘ ରେଳପଥର ବିଦ୍ୟୁତକରଣ ସମ୍ପନ୍ନ ହୋଇଛି । ଏବଂ ତୃତୀୟରେ ଆସାମର ଲାମିଡିଙ୍ଗରେ ନୂତନ ଡେମୁ/ମେମୁ ସେଡ୍ ଉଦଘାଟିତ ହୋଇଛି । ଆସାମ, ମେଘାଳୟ ଓ ପଶ୍ଚିମବଙ୍ଗ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅପୂର୍ବ କ୍ଷଣ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୌହାଟୀ- ନ୍ୟୁ-ଜଳପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ ଆସାମ ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଶହ ଶହ ବର୍ଷର ସମ୍ପର୍କକୁ ଆହୁରି ମଜବୁତ କରିବ । ଏହା ଯାତ୍ରାକାଳୀନ ସୁଗମତା ସହ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୁବିଧାଜନକ ହେବ ଓ ପର୍ଯ୍ୟଟନ ଓ ବ୍ୟବସାୟ ଯୋଗୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ବନେ୍ଦ ଭାରତ ଏକ୍ସପ୍ରେସ ମା’ କାମାକ୍ଷା ମନ୍ଦିର, କାଜିରଙ୍ଗା ଓ ମାନସ ଜାତୀୟ ଉଦ୍ୟାନ ଓ ପବିତ୍ର ବନ୍ୟପ୍ରାଣୀ ଅଭୟାରଣ୍ୟ ସହ ସଂଯୋଗ ବୃଦ୍ଧି କରିବ । ଏହାଛଡ଼ା ମେଘାଳୟର ଶିଲଂ, ଚେରାପୁଞ୍ଜି, ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଓ ପାସିଘାଟରେ ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ।

ନଅ ବର୍ଷର ଏନଡିଏ ସରକାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମୟ ମଧ୍ୟରେ ନବ ଭାରତ ଗଠନ ଦିଗରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ସେ ସ୍ୱାଧୀନ ଭାରତର ଭବ୍ୟ ସଂସଦ ଭବନର ନୂତନ ଭାବେ ଉଦଘାଟନ ଉପରେ ଆଲୋକପାତ କରିବା ସହ ଏହା ହଜାର ବର୍ଷର ଗଣତାନ୍ତ୍ରିକ ଭାରତୀୟ ଇତିହାସ ସହ ଭବିଷ୍ୟତରେ ସମୃଦ୍ଧଶାଳୀ ଗଣତନ୍ତ୍ରକୁ ସଂଯୋଗ କରିବ ବୋଲି କହିଥିଲେ । ପୂର୍ବ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ନିକ୍ଷେପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୪ ପୂର୍ବରୁ ହେରାଫେରି ସବୁ ରେକର୍ଡ ଭାଙ୍ଗି ଦେଇଥିଲା ଓ ଏହା ଦ୍ୱାରା ଗରିବ ଓ ଅନଗ୍ରସର ହୋଇ ରହି ଯାଇଥିବା ରାଜ୍ୟଗୁଡ଼ିକ ବିକାଶ ଦୃଷ୍ଟିରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ।

“ଆମ ସରକାର ଗରୀବ କଲ୍ୟାଣକୁ ପ୍ରାଥମିକତା ଦେଉଛି” ବୋଲି କହି ପ୍ରଧାନମନ୍ତ୍ରୀ ଘର, ଶୌଚାଳୟ, ଟ୍ୟାପ ଯୋଗେ ପାଣି, ବିଦ୍ୟୁତ, ଗ୍ୟାସ ପାଇପ ଲାଇନ, ଏମ୍ସର ବିକାଶ, ସଡ଼କ, ରେଳପଥ, ବିମାନପଥ, ଜଳପଥ, ବନ୍ଦର ଓ ମୋବାଇଲ ସଂଯୋଗ ଇତ୍ୟାଦିର ଉଦାହରଣ ଦେଇଥିଲେ । ଏହି ସବୁ ଲକ୍ଷ୍ୟ ହାସଲ ପାଇଁ ସରକାର ପୂରା ଦମରେ କାର୍ଯ୍ୟ କରିଛନ୍ତି । ଭିତ୍ତିଭୂମିର ବିକାଶ ଯୋଗୁ ଜନସାଧାରଣଙ୍କ ଜୀବନଧାରଣ ସହଜ ହେବା ସହ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିକାଶର ମୂଳଦୁଆ ସ୍ଥାପନ କରିଛି । ଭାରତର ଭିତ୍ତିଭୂମି ବିକାଶର ଗତି ଆଜି ବୈଶ୍ୱିକ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ । ଏହି ଭିତ୍ତିଭୂମି ବିକାଶ ଗରୀବ ଓ ଅନଗ୍ରସରଙ୍କୁ ସଶକ୍ତ କରିବା ସହ ଦଳିତ, ଆଦିବାସୀ ଓ ସମାଜର ଅନ୍ୟାନ୍ୟ ବଂଚିତ ଜନସାଧାରଣଙ୍କୁ ମଧ୍ୟ ସଶକ୍ତ କରିଛି । “ଭିତ୍ତିଭୂମି ସମସ୍ତଙ୍କ ପାଇଁ, ଏଥିରେ କୌଣସି ବାଛ ବିଚାର ନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହା ହିଁ ପ୍ରକୃତ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଭିତ୍ତିଭୂମି ବିକାଶର ସବୁଠାରୁ ଅଧିକ ସୁବିଧା ପାଇଛନ୍ତି ଭରାତ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ । ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ ଦଶନ୍ଧି ଦଶନ୍ଧି ଧରି ଏପରିକି ମୌଳିକ ଆବଶ୍ୟକତାରୁ ମଧ୍ୟ ବଞ୍ଚôତ ଥିଲେ । ଅନେକ ଗ୍ରାମ ଓ ପରିବାର ନିକଟରେ ବିଦ୍ୟୁତ, ଟେଲିଫୋନ ଓ ସଡ଼କ ଓ ବିମାନ ଯୋଗାଯୋଗ ନଅ ବର୍ଷ ଆଗରୁ ନ ଥିଲା ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ସେ ଅଞ୍ଚଳରେ ରେଳ ସଂଯୋଗ ଏକ ସେବା ମନୋଭାବର ଉଦାହରଣ ସୃଷ୍ଟି କରାଇଲେ । ଉତ୍ତର ପୂର୍ବାଞ୍ଚଳରେ ରେଳ ସଂଯୋଗୀକରଣ ସରକାରଙ୍କ ଦ୍ରୁତ ଗତି, ଅଭିପ୍ରାୟର ଏକ ପ୍ରମାଣ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରିକି ଉପନିବେଶ କାଳରେ ମଧ୍ୟ ଆସାମ, ତ୍ରିପୁରା ଓ ବଙ୍ଗଳାକୁ ରେଳ ସଂଯୋଗ ପ୍ରାକୃତିକ ସମ୍ପଦ ଲୁଟ୍ ପାଇଁ ଥିଲା । ମାତ୍ର ସ୍ୱାଧୀନତା ପରେ ଏ ଅଞ୍ଚଳରେ ରେଳ ସମ୍ପ୍ରସାରଣକୁ ଉପେକ୍ଷା କରାଗଲା ଓ ୨୦୧୪ ପରେ ଏ ସରକାରଙ୍କ ଉପରେ ଏହା ନ୍ୟସ୍ତ ହେଲା । ଶ୍ରୀ ମୋଦୀ କହିଥିଲେ ଯେ ସେ ଉତ୍ତର ପୂର୍ବାଞ୍ଚଳ ଜନସାଧାରଣଙ୍କ ସମ୍ବେଦନଶୀଳତା ଓ ସୁବିଧାକୁ ସବୁବେଳେ ଅଗ୍ରାଧିକାର ଦେଇଥାନ୍ତି । ଏହି ପରିବର୍ତ୍ତନ ସବୁଆଡ଼େ ଅନୁଭୂତ ହୋଇଛି । ସେ କହିଥିଲେ ଯେ ୨୦୧୪ ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ନିମନ୍ତେ ହାରାହାରି ରେଳ ବଜେଟ ପରିମାଣ ୨୫୦୦ କୋଟି ଥିବାବେଳେ ଚଳିତ ବର୍ଷ ଏହା ଦଶ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ସିକିମ ଅବଶିଷ୍ଟ ଭାରତ ସହ ସଂଯୋଗ ହୋଇ ପାରିଛି । “ଖୁବଶୀଘ୍ର ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜଧାନୀଗୁଡ଼ିକ ଓସାରିଆ ରେଳପଥ ଦ୍ୱାରା ସଂଯୁକ୍ତ ହେବ” ବୋଲି ସେ କହିଥିଲେ । “ଏହିସବୁ ପ୍ରକଳ୍ପ ନିମନ୍ତେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ।”

“ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଆକାର ଓ ଗତି ବୃଦ୍ଧି ଅସ୍ୱାଭାବିକ”ହୋଇଥିବା ବେଳେ ଆଗ ଅପେକ୍ଷା ଉତ୍ତର ପୂର୍ବାଞ୍ଚଳରେ ନୂତନ ରେଳପଥ ବିସ୍ତାର ତିନିଗୁଣ ଅଧିକ ହୋଇଛି । ଓସାରିଆ ରେଳପଥ ବିସ୍ତାର ନଅଗୁଣ ବୃଦ୍ଧି ପାଇଛି । ଗତ ନଅ ବର୍ଷ ମଧ୍ୟରେ ରେଳପଥ ଦୋହରୀକରଣ ଗତି ଆରମ୍ଭ ହୋଇଥିବା ବେଳେ ସରକାର ଦ୍ରୁତ ଗତିରେ ଏହା ସମ୍ପୂର୍ଣ୍ଣ କରିବାକୁ ଲାକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତ୍ତର ପୂର୍ବାଞ୍ଚଳର ଅନେକ ଦୂରଦୂରାନ୍ତ ଅଞ୍ଚଳରେ ସଂଯୋଗ ଦ୍ରୁତ ଗତିରେ ରେଳ ବିକାଶ ଯୋଗୁ ସମ୍ଭବ ହୋଇଛି । ପ୍ରାୟ ଶହେ ବର୍ଷ ପରେ ନାଗାଲାଣ୍ଡ ଏହାର ଦ୍ୱିତୀୟ ରେଳପଥ ପାଇଛି । ବର୍ତ୍ତମାନ ବନେ୍ଦ ଭାରତ ସେମି ହାଇସ୍ପିଡ୍ ଟ୍ରେନ ଓ ତେଜସ ଏକ୍ସପ୍ରେସ ସେ ରାସ୍ତାରେ ଗତି କରୁଛି ଯେଉଁଠି ଆଗରୁ କେବଳ କମ୍ ଗତିରେ ଯାତ୍ରା କରିପାରୁଥିବା ଅଣଓସାର ରେଳପଥ ଥିଲା । ପର୍ଯ୍ୟଟକମାନଙ୍କ ନିମନ୍ତେ ରେଳବାଇର ଭିଷ୍ଟା ଡୋମ କୋଚ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

“ଭାରତୀୟ ରେଳବାଇ ବର୍ତ୍ତମାନ ଗତି ସହ ଜନମାନସର ହୃଦୟ, ସମାଜ ଓ ସୁଯୋଗକୁ ସଂଯୋଗ କରିବାର ମାଧ୍ୟମ ପାଲଟିଛି । ଗୌହାଟୀ ରେଳ ଷ୍ଟେସନରେ ପ୍ରଥମ ଉଭୟଲିଙ୍ଗ ଚା’ଷ୍ଟଲ ଆରମ୍ଭ ହୋଇଥିବା ସେ କହିଥିଲେ। ଯେଉଁମାନେ ସମାଜରୁ ସମ୍ମାନ ଓ ଭଲ ବ୍ୟବହାର ଆଶା କରିଥାନ୍ତି ସେମାନଙ୍କୁ ଏହି ସମ୍ମାନ ଦେବାକୁ ଚେଷ୍ଟା କରାଯାଉଛି” ବୋଲି ସେ କହିଥିଲେ । ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଯୋଜନାରେ ଉତ୍ତର ପୂର୍ବାଞ୍ଚଳ ରେଳ ଷ୍ଟେସନରେ ଷ୍ଟଲମାନ ସ୍ଥାପନ କରାଯିବା ଯୋଗୁ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଉଛନ୍ତି । “କେବଳ ଗତି ଓ ସମ୍ବେଦନଶୀଳତା ଜରିଆରେ ଉତ୍ତର ପୂର୍ବାଞ୍ଚଳ ପ୍ରଗତି ପଥରେ ଅଗ୍ରସର ହୋଇ ଏକ ବିକଶିତ ଭାରତର ରାସ୍ତା କାଢ଼ିପାରିବ” ବୋଲି ସେ କହିଥିଲେ ।

ପୃଷ୍ଠଭୂମି:-

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ସେ ଅଞ୍ଚଳର ଜନସାଧାରଣଙ୍କୁ ଦ୍ରୁତ ଓ ଆରାମଦାୟକ ସୁବିଧା ଦେଇପାରିବ । ଏହା ମଧ୍ୟ ଆଞ୍ଚଳିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । ଗୌହାଟୀରୁ ନ୍ୟୁ-ଜଳପାଇଗୁଡ଼ି ସଂଯୋଗ ଫଳରେ ଯାତ୍ରା ଅବଧି ଏକ ଘଣ୍ଟା ହ୍ରାସ ପାଇବ । ବର୍ତ୍ତମାନ ଦ୍ରୁତଗାମୀ ଟ୍ରେନରେ ଏହା ସାଢ଼େ ଛଅ ଘଣ୍ଟା ଲାଗୁଥିବା ବେଳେ, ବନ୍ଦେ ଭାରତ ଏକ୍ସପ୍ରେସରେ ସାଢ଼େ ପାଞ୍ଚ ଘଣ୍ଟା ଲାଗିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ନୂତନ ବିଦ୍ୟୁତକରଣ ରେଳପଥକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ଦ୍ୱାରା ଟ୍ରେନ ଦ୍ରୁତ ଗତିରେ ଯାତ୍ରା କରିବା ସହ ପ୍ରଦୂଷଣମୁକ୍ତ ରହିବ ଓ ଯାତ୍ରାର ଅବଧି ହ୍ରାସ ପାଇବ । ଏହା ଫଳରେ ଟ୍ରେନ ମେଘାଳୟକୁ ଯାତ୍ରା କରିବା ସୁଗମ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ସଡ଼କ ନିର୍ମିତ ଡେମୁ/ମେମୁ ସେତକୁ ଆସାମର ଲାମଡିଙ୍ଗ ଠାରେ ଉଦଘାଟନ କରିଛନ୍ତି । ଏହି ନୂତନ ସୁବିଧା ଡେମୁ ରେଳ ରକ୍ଷଣାବେକ୍ଷଣ ଦିଗରେ ସହାୟକ ହେବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍ କିମି ଉତ୍ସର୍ଗ କରିବେ। ଏହା ଅଧିକ ବେଗରେ ଚାଲୁଥିବା ଟ୍ରେନ୍ ଏବଂ ଟ୍ରେନର ଚାଲିବା ସମୟ ହ୍ରାସ ସହିତ ପ୍ରଦୂଷଣ ମୁକ୍ତ ପରିବହନ ଯୋଗାଇବାରେ ସାହାଯ୍ୟ କରିବ। ମେଘାଳୟରେ ପ୍ରବେଶ କରିବା ପାଇଁ ଏହା ବୈଦ୍ୟୁତିକ ଟ୍ରାକ୍ସନରେ ଚାଲୁଥିବା ଟ୍ରେନ୍ ପାଇଁ ମଧ୍ୟ ଦ୍ୱାର ଖୋଲିବ।

ପ୍ରଧାନମନ୍ତ୍ରୀ ଆସାମର ଲୁମଡିଙ୍ଗରେ ଏକ ନୂତନ ନିର୍ମିତ ଡେମୁ/ ମେମୁ ସେଡର ମଧ୍ୟ ଉଦଘାଟନ କରିବେ। ଏହି ନୂତନ ସୁବିଧା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଡେମୁ ରେକ୍‌ସକୁ ବଜାୟ ରଖିବାରେ ସହାୟକ ହେବ, ଯାହାକି ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 29 ତାରିଖ ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍ କିମି ଉତ୍ସର୍ଗ କରିବେ। ଏହା ଅଧିକ ବେଗରେ ଚାଲୁଥିବା ଟ୍ରେନ୍ ଏବଂ ଟ୍ରେନର ଚାଲିବା ସମୟ ହ୍ରାସ ସହିତ ପ୍ରଦୂଷଣ ମୁକ୍ତ ପରିବହନ ଯୋଗାଇବାରେ ସାହାଯ୍ୟ କରିବ। ମେଘାଳୟରେ ପ୍ରବେଶ କରିବା ପାଇଁ ଏହା ବୈଦ୍ୟୁତିକ ଟ୍ରାକ୍ସନରେ ଚାଲୁଥିବା ଟ୍ରେନ୍ ପାଇଁ ମଧ୍ୟ ଦ୍ୱାର ଖୋଲିବ।

ପ୍ରଧାନମନ୍ତ୍ରୀ ଆସାମର ଲୁମଡିଙ୍ଗରେ ଏକ ନୂତନ ନିର୍ମିତ ଡେମୁ/ ମେମୁ ସେଡର ମଧ୍ୟ ଉଦଘାଟନ କରିବେ। ଏହି ନୂତନ ସୁବିଧା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଡେମୁ ରେକ୍‌ସକୁ ବଜାୟ ରଖିବାରେ ସହାୟକ ହେବ, ଯାହାକି ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାର ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ଏହି ସ୍ବତନ୍ତ୍ର ଟ୍ରେନର କଣ ରହିଛି ବିଶେଷତ୍ବ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗତକାଲି ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଓଡିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ। ଏହି ଟ୍ରେନ୍ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ।

ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାଓଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ ଟା ୪୦, ଯାଜପୁର-କେନ୍ଦୁଝର ରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧା ରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ।

ବନ୍ଦେ ଭାରତ ଏକ୍ସପ୍ରେସ ଭାରତୀୟ ରେଳବାଇ ବଦଳୁଥିବା ସମୟ ସହିତ ତାଳ ଦେଇ ଏହାର ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ଆଣିଛି। ମୋଦୀ ସରକାରଙ୍କ ଏକ ମହତ୍ତ୍ଵର୍ଣ୍ଣ ଯୋଜନା ମଧ୍ୟରୁ ବନ୍ଦେ ଭାରତ ଟ୍ରେନ୍ ଏକ ସଫଳ ଯୋଜନା। ଶତପ୍ରତିଶତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ଏହି ଟ୍ରେନ୍ ପ୍ରସ୍ତୁତ କରାଯାଇଛି।

ବର୍ତ୍ତମାନ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ ହେଉଛି ଚେୟାର୍ କାର୍। ଏଭଳି ପରିସ୍ଥିତିରେ ଯାତ୍ରୀମାନେ କେବଳ ଏହି କୋଚରେ ବସି ଯାତ୍ରା କରିପାରିବେ। ଏଭଳି ପରିସ୍ଥିତିରେ ଏହି ଟ୍ରେନ୍ ଗୁଡିକ କେବଳ ଦିନରେ ଚାଲିଥାଏ, କିନ୍ତୁ ରେଳର ଏହି ପରିବର୍ତ୍ତନ ପରେ ଏହି ଟ୍ରେନ୍ ଗୁଡିକ ଦିନରାତି ଚାଲିବ। ଏହା ସହିତ ଯାତ୍ରୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ଚେୟାର କାର୍ ଏବଂ ସ୍ଳିପର କୋଚ୍ ମଧ୍ୟରେ ଚୟନ କରିପାରିବେ।

ବନ୍ଦେ ଭାରତ ଟ୍ରେନର ବିଶେଷତା କ’ଣ?:

ଏହି ଟ୍ରେନ୍ ଘଣ୍ଟା ପ୍ରତି ୦ ରୁ ୧୦୦ କିଲୋମିଟର ବେଗକୁ ମାତ୍ର ୫୨ ସେକେଣ୍ଡରେ ଗତି କରିପାରେ। ଏହା ସହିତ, ଏହି ଟ୍ରେନରେ ଥିବା ସମସ୍ତ କୋଚ୍ କୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରଖାଯାଇଛି। ଏହା ସହିତ ଟ୍ରେନର ସମସ୍ତ କବାଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟେ। ଏହି ଟ୍ରେନରେ ଜିପିଏସ୍ ସିଷ୍ଟମ୍ ଏବଂ ୱାଇଫାଇ ମଧ୍ୟ ସ୍ଥାପିତ ହୋଇଛି। ଏଥି ସହିତ, ଟ୍ରେନର ଏକ୍ଜିକ୍ୟୁଟିଭ କ୍ଳାସରେ ଯାତ୍ରୀମାନଙ୍କ ପାଇଁ ୩୬୦-ଡ଼ିଗ୍ରୀ ଘୂର୍ଣ୍ଣୟନ ଚେୟାର ଅଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ୮୦୦୦ କୋଟି ଟଙ୍କାର ପ୍ରକଳ୍ପ ସହ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର‌୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ – ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲାଇନ; ମନୋହରପୁର – ରାଉରକେଲା – ଝାରସୁଗୁଡା – ଜାମଗା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ୍ ଏବଂ ବିଛୁପାଲି – ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ ରହିଛି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକଙ୍କୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଦାନ କରାଯାଉଛି ଯାହା ଆଧୁନିକ ତଥା ଆକାଂକ୍ଷୀ ଭାରତର ପ୍ରତୀକ ଅଟେ। ଯେତେବେଳେ ବନ୍ଦେ ଭାରତ ଟ୍ରେନ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଥାଏ ସେତେବେଳେ ଭାରତର ଗତି ଏବଂ ପ୍ରଗତି ଦେଖିବାକୁ ମିଳେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଗତି ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଯାତ୍ରୀମାନଙ୍କ ପାଇଁ ଯାତ୍ରା କରିବାର ଅଭିଜ୍ଞତା ସହିତ ବିକାଶର ଅର୍ଥକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ। କୋଲକାତା ଠାରୁ ପୁରୀକୁ ଦର୍ଶନ ପାଇଁ ହେଉ କିମ୍ବା ଅନ୍ୟ କାର‌୍ୟ୍ୟରେ ହେଉ, ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଯାତ୍ରା ସମୟ ବର୍ତ୍ତମାନ ସାଢେ ଛଅ ଘଣ୍ଟାକୁ ହ୍ରାସ ପାଇବ, ଯାହାଦ୍ୱାରା ସମୟ ବଞ୍ଚିବ, ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦୂର ଯାତ୍ରା କରିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ରେଳ ହେଉଛି ପ୍ରଥମ ପସନ୍ଦ ଏବଂ ପ୍ରାଥମିକତା। ଅନ୍ୟାନ୍ୟ ରେଳ ବିକାଶ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଛନ୍ତି ଯାହା ମଧ୍ୟରେ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃର୍ନିମାଣ ଏବଂ ଆଧୁନିକୀକରଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥି ସହିତ ରାଜ୍ୟରେ ଅନେକ ରେଳ ଲାଇନର ଦୋହରିକରଣ ଏବଂ ଓଡିଶାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ କାର‌୍ୟ୍ୟର ଲୋକାର୍ପଣ କରାଯାଇଛି।

ଆଜାଦୀ କା ଅମୃତ କାଳର ଯୁଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ଏକତା ଏବଂ ଅଖଣ୍ଡତାକୁ ଦୃଢ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଦେଶ ଏକଜୁଟ ହୋଇ ରହିଲେ, ଦେଶର ସାମୂହିକ ଦକ୍ଷତା ଶିଖରରେ ପହଞ୍ଚିପାରିବ। ସେ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଏଭଳି ବିଶ୍ୱାସର ପ୍ରତିଫଳନ ଯେଉଁଠାରେ ଏହା ଭାରତର ବିକାଶକୁ ଆଗକୁ ବଢାଇବା ସହ ଦେଶ ପାଇଁ “ଏକ ଭାରତ ଶ୍ରେଷ୍ଠ ଭାରତ’ ଆବେଗ ସହ ବିକାଶର ଇଞ୍ଜିନ ପାଲଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ରେଳ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିଥାଏ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ସମାନ ଧାରଣା ଏବଂ ଚିନ୍ତାଧାରା ସହିତ ଆଗକୁ ବଢିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟ୍ରେନ୍ ପୁରୀ ଏବଂ ହାୱଡା ମଧ୍ୟରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଂଯୋଗକୁ ମଜବୁତ କରିବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ ପନ୍ଦରଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରି ଦେଶର ଅର୍ଥନୀତିକୁ ଆଗକୁ ବଢାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଂପ୍ରତିକ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଏହାର ବିକାଶର ଗତି ବଜାୟ ରଖିଛି। ଏହି ଯାତ୍ରାରେ ପ୍ରତ୍ୟେକ ରାଜ୍ୟର ଅଂଶଗ୍ରହଣକୁ ଶ୍ରୀ ମୋଦୀ ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟକୁ ନେଇ ଦେଶ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସମୟ ତୁଳନାରେ ନୂତନ ଭାରତ ସ୍ୱଦେଶୀ ଭାବରେ ଜ୍ଞାନକୌଶଳ ସୃଷ୍ଟି କରୁଛି ଏବଂ ଏହାକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ମଧ୍ୟ ନେଉଛି।

ବନ୍ଦେ ଭାରତ ଟ୍ରେନର ସ୍ୱଦେଶୀ ଉତ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସମୟରେ ଭାରତ ୫ଜି ଏବଂ ଟିକା ଭଳି ଜ୍ଞାନକୌଶଳ ବିକଶିତ କରିଛି। ସେ ଦର୍ଶାଇଛନ୍ତି ଯେ ଏହି ଉଦ୍ଭାବନଗୁଡ଼ିକ କେବଳ ଗୋଟିଏ ରାଜ୍ୟ କିମ୍ବା ସହରରେ ସୀମିତ ରହିଲା ନାହିଁ ବରଂ ସମାନ ଢଙ୍ଗରେ ସାରା ଦେଶରେ ନିଆଗଲା। ସେହିଭଳି ବନ୍ଦେ ଭାରତ ଦେଶର କୋଣ ଅନୁକୋଣକୁ ସ୍ପର୍ଶ କରୁଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବକା ସାଥ, ସବକା ବିକାଶର ଏହି ନୀତି ବିକାଶରେ ପଛରେ ପଡିଥିବା ସେହି ରାଜ୍ୟଗୁଡିକ ପାଇଁ ଲାଭଦାୟକ ଅଟେ। ସେ କହିଛନ୍ତି ଯେ ଓଡିଶାରେ ରେଳ ଯୋଜନା ପାଇଁ ବଜେଟ୍ ଯଥେଷ୍ଟ ବୃଦ୍ଧି ପାଇଛି। ସେ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ମାତ୍ର ୨୦ କିଲୋମିଟର ରେଳ ଲାଇନ ପ୍ରତିଷ୍ଠା କରାଯାଇଥିବାବେଳେ ୨୦୨୨-୨୩ ବର୍ଷରେ ମାତ୍ର ଗୋଟିଏ ବର୍ଷରେ ୧୨୦ କିଲୋମିଟର ଲମ୍ବା ଲାଇନ ପ୍ରତିଷ୍ଠା କରାଯାଇଥିଲା।

ସେ କହିଛନ୍ତି ଯେ ଖୋର୍ଦ୍ଧା ବୋଲାଙ୍ଗୀର ଲାଇନ ଏବଂ ହରିଦାସପୁର-ପାରାଦୀପ ଲାଇନ ଭଳି ଦୀର୍ଘ ଦିନରୁ ପଡି ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେଉଛି। ପଶ୍ଚିମବଙ୍ଗରେ ସମାନ ସଫଳତା ହାସଲ କରିବା ପାଇଁ ଦ୍ରୁତ ଗତିରେ କାର‌୍ୟ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଓଡିଶା ଦେଶର ସେହି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ହାସଲ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଟ୍ରେନ ଗତିର ସାମଗ୍ରିକ ବୃଦ୍ଧି ଘଟିବା ସହିତ ମାଲବାହୀ ଟ୍ରେନ୍ ପାଇଁ ସମୟ ସଞ୍ଚୟ ହୋଇଛି। ସେ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶା ରେଳ ଲାଇନର ବିଦ୍ୟୁତିକରଣ ଦ୍ୱାରା ବହୁ ଲାଭବାନ ହେବ ଯେଉଁଠାରେ ଡିଜେଲ ଇଞ୍ଜିନରୁ ପ୍ରଦୂଷଣ ବହୁ ମାତ୍ରାରେ ହ୍ରାସ ପାଇବ ଏବଂ ରାଜ୍ୟର ଶିଳ୍ପ ବିକାଶରେ ସହାୟକ ହେବ।

ଭିତ୍ତିଭୂମି ର୍ନିମାଣର ଅନ୍ୟ ଏକ ଦିଗ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି ଯାହା ବିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ। ସେ କହିଛନ୍ତି ଯେ ଭିତ୍ତିଭୂମି କେବଳ ଲୋକଙ୍କ ଜୀବନକୁ ସହଜ କରେ ନାହିଁ ବରଂ ସମାଜକୁ ସଶକ୍ତ କରିଥାଏ। ଯେଉଁଠାରେ ଭିତ୍ତିଭୂମି ଅଭାବ ରହିଛି ସେଠାରେ ଲୋକଙ୍କ ବିକାଶ ପଛରେ ପଡିଛି।

ଯେତେବେଳେ ଭିତ୍ତିଭୂମି ବିକଶିତ ହୁଏ, ସେତେବେଳେ ଲୋକମାନଙ୍କର ଦ୍ରୁତ ବିକାଶ ଏକ ସମୟରେ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକାଶମୂଳକ ପଦକ୍ଷେପକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିଏମ୍ ସୌଭାଗ୍ୟ ଯୋଜନାର ଉଦାହରଣ ଦେଇଛନ୍ତି ଯେଉଁଠାରେ ସରକାର ୨.୫ କୋଟିରୁ ଅଧିକ ପରିବାରକୁ ମାଗଣାରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛନ୍ତି ଯେଉଁଥିରେ ଓଡିଶାର ପ୍ରାୟ ୨୫ ଲକ୍ଷ ଘର ଏବଂ ପଶ୍ଚିମବଙ୍ଗର ୭.୨୫ ଲକ୍ଷ ଘର ରହିଛି।

ଦେଶର ବିମାନ ବନ୍ଦର ସଂଖ୍ୟା ଆଜି ୭୫ ରୁ ୧୫୦ କୁ ବୃଦ୍ଧି ପାଇଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଥିବା ବିଭିନ୍ନ ଫଟୋଗ୍ରାଫ ଏବଂ ଭିଡିଓ ପ୍ରତି ଧ୍ୟାନ ଦେଇଥିଲେ ଯେଉଁଠାରେ ଦେଶର ସାଧାରଣ ନାଗରିକମାନେ ସେମାନଙ୍କର ବିମାନ ଯାତ୍ରାର ଅଭିଜ୍ଞତା ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳତା ଆଜି ଅଧ୍ୟୟନର ବିଷୟ । ସେ କହିଛନ୍ତି ଯେ ଯେତେବେଳେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଆବଣ୍ଟନ କରାଯାଏ, ତାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରେ ଏବଂ ରେଳପଥ ଓ ରାଜପଥ ସଂଯୋଗ, ଯାତାୟତରେ ସୁଗମତା ଏବଂ କୃଷକମାନଙ୍କୁ ନୂତନ ବଜାର, ପର‌୍ୟ୍ୟଟକଙ୍କ ପାଇଁ ନୂତନ ଆକର୍ଷଣ ଏବଂ ସେମାନଙ୍କ ପସନ୍ଦ କଲେଜ ସହିତ ଛାତ୍ରମାନଙ୍କୁ ସଂଯୋଗ ମଧ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ “ଜନ ସେବା ହିଁ ପ୍ରଭୁ ସେବା” ର ଆବେଗ ସହିତ ଗତି କରୁଛି – ଲୋକଙ୍କ ସେବା ହେଉଛି ଈଶ୍ୱରଙ୍କ ସେବା। ସେ ଜଗନ୍ନାଥ ପରି ମନ୍ଦିର ଏବଂ ପୁରୀ ପରି ତୀର୍ଥସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ପ୍ରସାଦ ଶତାବ୍ଦୀ ଧରି ବଣ୍ଟନ କରାଯାଇଆସୁଛି ଏବଂ ହଜାର ହଜାର ଗରିବ ଲୋକଙ୍କୁ ଖାଇବାକୁ ଦିଆଯାଉଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା ଏବଂ ଆୟୁଷ୍ମାନ କାର୍ଡ, ଉଜ୍ଜ୍ୱଳା, ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ରହିଛି। ଆଜି ଗରିବମାନେ ସେହି ସମସ୍ତ ମୌଳିକ ସୁବିଧା ପାଇଛନ୍ତି ଯେଉଁଥିପାଇଁ ସେମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା।
ଭାରତର ଦ୍ରୁତ ବିକାଶ ପାଇଁ ରାଜ୍ୟଗୁଡିକର ସନ୍ତୁଳିତ ବିକାଶ ମଧ୍ୟ ସମାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳ ଅଭାବ ହେତୁ ବିକାଶ ଦୌଡ଼ରେ କୌଣସି ରାଜ୍ୟ ପଛରେ ପଡ଼ିବ ନାହିଁ।

ସେଥିପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି, ୧୫ ତମ ଅର୍ଥ କମିଶନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଇଁ ଅଧିକ ବଜେଟ୍ ସୁପାରିଶ କରିଥିଲେ। ଓଡ଼ିଶା ବିପୁଳ ପ୍ରାକୃତିକ ସମ୍ପଦର ଆଶୀର୍ବାଦ ପ୍ରାପ୍ତ ହୋଇଛି କିନ୍ତୁ ତ୍ରୁଟିପୂର୍ଣ୍ଣ ନୀତି ହେତୁ ନିଜ ସମ୍ବଳରୁ ବଞ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦକୁ ଦୃଷ୍ଟିରେ ରଖି ସରକାର ଖଣି ନୀତିରେ ସଂସ୍କାର ଆଣିଛନ୍ତି ଯାହା ଦ୍ୱାରା ସମସ୍ତ ରାଜସ୍ୱ ଯଥେଷ୍ଟ ବୃଦ୍ଧି ପାଇଛି ।

ଜିଏସଟି ଲାଗୁ ହେବା ପରେ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡିକର ଟିକସ ଆୟ ମଧ୍ୟ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ରାଜ୍ୟର ବିକାଶ ତଥା ଗ୍ରାମରେ ଗରିବ ଲୋକଙ୍କ ସେବା ପାଇଁ ଏହି ସମ୍ବଳ ବ୍ୟବହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶା କିଭଳି ପ୍ରାକୃତିକ ବିପର‌୍ୟ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବ ସେଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିପର‌୍ୟ୍ୟୟ ପରିଚାଳନା ତଥା ଏନଡିଆରଏଫ ପାଇଁ ସରକାର ରାଜ୍ୟକୁ ୮ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଓଡିଶା, ପଶ୍ଚିମବଙ୍ଗ ଏବଂ ସମଗ୍ର ଦେଶରେ ବିକାଶର ଗତି ବୃଦ୍ଧି ପାଇବ ଏବଂ ଆମେ ଏକ ରାଷ୍ଟ୍ର ଭାବରେ ନୂତନ ତଥା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବୁ। ଏହି ଉତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଆଜି ଓଡିଶାରେ ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଓଡିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ। ଏହି ଟ୍ରେନ୍ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପୁନଃବିକାଶ ହେଉଥିବା ଷ୍ଟେସନଗୁଡିକରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରର ଅଭିଜ୍ଞତା ପ୍ରଦାନ କରୁଥିବା ସମସ୍ତ ଆଧୁନିକ ସୁବିଧା ରହିବ।

ଓଡ଼ିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଏହା ଅପରେଟିଂ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ର୍ନିଭରଶୀଳତା ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ସମ୍ବଲପୁର-ଟିଟିଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ ଗଜ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା-ଜାମଗା ମଧ୍ୟରେ ତୃତୀୟ ଲାଇନ୍ ଏବଂ ବିଛୁପାଲି -ଝାରତରଭା ମଧ୍ୟରେ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ କରିବେ । ଓଡିଶାର ଇସ୍ପାତ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେତୁ ଏଗୁଡିକ ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ ଏବଂ ଏହି ରେଳ ସେକ୍ସନରେ ଯାତ୍ରୀ ପରିବହନ ଉପରେ ଚାପକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଆସନ୍ତାକାଲି ଉଦଘାଟନ

ପୁରୀ: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରେ ଗଡିବ। ଏହି ଦ୍ରୁତଗାମୀ ଟ୍ରେନଟି ଓଡିଶାରେ କେବେ ଗଡିବ ବୋଲି ଅପେକ୍ଷା କରାଯାଇଥିଲା। ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଏଥିପାଇଁ ପୁରୀ ଷ୍ଟେସନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଭର୍ଚ୍ୟୁୟାଲି ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପିନାକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗଦେବେ।

ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାଓଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ ଟା ୪୦, ଯାଜପୁର-କେନ୍ଦୁଝର ରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧା ରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଭୁବନେଶ୍ବରରୁ ଯିବ ପୁରୀ

ଭୁବନେଶ୍ବର: ଆଜି ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନଟି ହାୱାଡରୁ ବାହାରି ଭୁବନେଶ୍ବର ଦେଇ ପୁରୀ ଯିବ। ତେବେ ଏହା ହେଉଛି ଏକ ପରୀକ୍ଷା ମୂଳକ ଯାତ୍ରା। ଏହା ସଫଳତା ହାସଲ କରିବା ପରେ ଯାତ୍ରୀ ଯିବାର ବନ୍ଦୋବସ୍ତ କରାଯିବ।

ସୂଚନା ମୁତାବକ ଆଜି ଏହି ବନ୍ଦେ ଭାରତ ଏକ୍ସପ୍ରେସ ସକାଳ 6ଟା 10 ମିନିଟରେ ହାୱାଡାରୁ ବାହାରିଥିବ। ଏହା ଭୁବନେଶ୍ବରରେ ଦିନ 11 ଟା 22 ରେ ପହଁଚିବ। ଏଠାରେ ଦୁଇ ମିନିଟ ରହଣୀ ପରେ ପୁରୀ ଯିବ। ପୁରୀ ଏହି ଟ୍ରେନଟି ଦିନ 12 ଟା 35 ରେ ପହଁଚିବ ବୋଲି ଜଣାପଡିଛି।

ଏହି ଟ୍ରେନଟି ଚେନ୍ନାଇ କୋଚ ଫାକ୍ଟ୍ରିରୁ ହାୱାଡା ଅଭିମୁଖେ ଯିବା ବେଳେ ଚିଲିକା କୂଳ ଦେଇ ଗତି କରିଥିଲା। ଏହାର ଭିଜୁୟାଲ ଖୋଦ ରେଳମନ୍ତ୍ରୀ ନିଜ ଟୁଇଟରରେ ପୋଷ୍ଟ କରି ଲୋକଙ୍କୁ ସ୍ଥାନଟି ଚିହ୍ନଟ କରିବା ପ୍ରଶ୍ନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ସିକନ୍ଦରାବାଦ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ସିକନ୍ଦରାବାଦ ରେଳ ଷ୍ଟେସନରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ଅନୁଧ୍ୟାନ କରିଥିଲେ ଏବଂ ରେଳ କର୍ମଚାରୀ ଏବଂ ପିଲାମାନଙ୍କ ସହ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସିକନ୍ଦରାବାଦ ଏବଂ ତିରୁପତି ମଧ୍ୟରେ ସଂଯୋଗକୁ ବଢାଇଛି। ଏହି ଟ୍ରେନ୍ ପାଇଁ ମୁଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଲୋକଙ୍କୁ ଅଭିନନ୍ଦନ ଜଣାଉଛି।”

ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ, ହାଇଦ୍ରାବାଦର ଆଇଟି ସିଟି, ହାଇଦ୍ରାବାଦର ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ସହିତ ତିରୁପତିକୁ ସଂଯୋଗ କରୁଥିବା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ଯାହା ଖୁବ୍‍ କମ୍‍ ସମୟ ତିନି ମାସ ମଧ୍ୟରେ ତେଲେଙ୍ଗାନାରୁ ଆରମ୍ଭ ହୋଇଛି। ଏହି ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ ତିନି ଘଣ୍ଟା ହ୍ରାସ କରିବ ଏବଂ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତାମିଲସାଇ ସୁନ୍ଦରରାଜନ, ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ପର‌୍ୟ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବଙ୍ଗଳାରେ ନୁହେଁ ବିହାରରେ ଫିଙ୍ଗାଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଉକ୍ତ ଟ୍ରେନ ଉପରକୁ ଥରେ ନୁହେଁ ଦୁଇ ଦୁଇ ଥର ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଯାହାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଜି ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସରେ ଫୋପାଡାଯାଇଥିବା ପଥର ପଶ୍ଚିମବଙ୍ଗରେ ନୁହେଁ ବରଂ ପଡୋଶୀ ରାଜ୍ୟ ବିହାରରୁ ହୋଇଛି। ରାଜ୍ୟକୁ ବଦନାମ କରିବା ପାଇଁ ଯେଉଁ ଗଣମାଧ୍ୟମରେ ଏହା ପ୍ରକାଶ କରାଯାଇଛି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଯେ, “ଗତ ତିନି ଦିନ ଧରି ଅନେକ ନ୍ୟୁଜ୍ ଚ୍ୟାନେଲ ବଙ୍ଗଳାକୁ ବଦନାମ କରିଛି। ଭୁଲ ଖବର ପ୍ରଚାର କରି ସେମାନେ ବଙ୍ଗଳାକୁ ଅପମାନିତ କରିଛନ୍ତି। ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବଙ୍ଗଳାରେ ଘଟିନାହିଁ, ଏଭଳି ଘଟଣା ବିହାରରେ ଘଟିଛି। ”

ସେ କହିଛନ୍ତି ଯେ, “ବନ୍ଦେ ଭରତ କିଛି ବିଶେଷ ନୁହେଁ। ଏହା ସମାନ ପୁରୁଣା ରଙ୍ଗୀନ ଟ୍ରେନ୍, କେବଳ ଇଞ୍ଜିନ୍ ନୂତନ ଅଟେ। ପ୍ରକାଶ ଯେ, ହାୱାଡା-ନିୟୁ ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯିବାର କିଛି ଘଣ୍ଟା ପରେ ଏହା ଉପରକୁ ପଥର ଫିଙ୍ଗାଯାଇଥିଲା।

ପୂର୍ବ ରେଳ ବିବୃତ୍ତି ଅନୁଯାୟୀ ରେଳବାଇ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବିହାରରେ ମଧ୍ୟ ଏଭଳି ଘଟଣା ଘଟିଛି। ରେଳ ଅଧିକାରୀ ଗୁରୁବାର ଦିନ ଦାବି କରିଛନ୍ତି ଯେ, ଯେଉଁମାନେ ଟ୍ରେନରେ ପଥର ଫିଙ୍ଗିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ମାଡ, ଟିଏମସିକୁ ଦାୟୀ କଲା ବିଜେପି

କଲିକତା: ପଶ୍ଚିମବଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କିନ୍ତୁ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ସଂଘର୍ଷର ଖବର ନୁହେଁ, ବରଂ ବନ୍ଦେ ଭାରତ ଟ୍ରେନ୍ କୁ ନେଇ ଚର୍ଚ୍ଚା ହେଉଛି। ବାସ୍ତବରେ ନିକଟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆ ଜଲପାଇଗୁଡିରୁ ହାୱଡା ଫେରୁଥିବା ମାଲଦା ଜିଲ୍ଲାର କୁମାରଗଞ୍ଜ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗାଯାଇଛି। ପଥର ଫିଙ୍ଗିବା କାରଣରୁ ଉକ୍ତ ଟ୍ରେନର ସି-୧୩ ବଗି କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ଏଥି ସହ ଭାରତୀୟ ଜନତା ପାର୍ଟି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟିଏମସି କର୍ମୀଙ୍କୁ ବନ୍ଦେ ଭାରତ ଟ୍ରେନକୁ ପଥର ଫିଙ୍ଗିଥିବା ଅଭିଯୋଗ କରିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ଟିଏମସିର ଷଡଯନ୍ତ୍ର ବୋଲି କହିଛନ୍ତି। ପ୍ରକାଶ ଯେ, କେନ୍ଦ୍ର ସରକାର ଭାରତୀୟ ରେଳର ଆଧୁନିକୀକରଣ ପାଇଁ ରେକର୍ଡ ବିନିଯୋଗ କରୁଛନ୍ତି। ଏହି କ୍ରମରେ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ, ତେଜସ ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ ଭଳି ଆଧୁନିକ ଟ୍ରେନ ନିର୍ମାଣ କରାଯାଉଛି।

ଡିସେମ୍ବର ୩୦ ତାରିଖ ୨୦୨୨ରେ ବନ୍ଦେ ଭାରତ ଏକ୍ସପ୍ରେସ ହାୱଡା ଏବଂ ନୂଆ ଜଲପାଇଗୁଡି ମଧ୍ୟରେ ଚାଲିବା ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାତ୍ର ୨ ଦିନ ଚାଲିବା ପରେ ହିଁ ଏଭଳି ଘଟଣା ଘଟିବା ଏହାର ସୁରକ୍ଷା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ବନ୍ଦେ ଭାରତ ଟ୍ରେନରେ ଏହି ପ୍ରକାର ଆକ୍ରମଣ ପ୍ରଥମ ଥର ପାଇଁ ହୋଇନାହିଁ। ଅତୀତରେ ମଧ୍ୟ ଏହି ଟ୍ରେନ୍ ଅନେକ ଥର ଦୁର୍ବୃତ୍ତଙ୍କ ଶିକାର ହୋଇଆସୁଛି। ଡିସେମ୍ବର ୧୫ ତାରିଖ ୨୦୨୨ରେ ଛତିଶଗଡର ନାଗପୁର-ବିଲାସପୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ କରାଯାଇଥିଲା। ଏହି କାରଣରୁ ଟ୍ରେନର ଝରକା କାଚ ଭାଙ୍ଗି ଯାଇଥିଲା। ଦୁର୍ଗ ଏବଂ ଭିଲାଇ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା।

Categories
ବିଶେଷ ଖବର

ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଆଜି (୩୦.୧୨.୨୦୨୨) ହାଓଡାରୁ ନ୍ୟୁ-ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରାଇଛନ୍ତି। ଏହା ଆଭାସୀ ମାଧ୍ୟମରେ ସମ୍ପାଦିତ ହୋଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଜୋକା-ଏସପ୍ଲାନେଡ ମେଟ୍ରୋ ରେଳ ପ୍ରକଳ୍ପର ପର୍ପଲ ଲାଇନର ଜୋକା-ତାରତଲା ଖଣ୍ଡରେ ମେଟ୍ରୋ ଚଳାଚଳ ଶୁଭାରମ୍ଭ କରିଛନ୍ତି। ସେ ମଧ୍ୟ ଚାରିଟି ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେଗୁଡିକ ହେଲା ବୋଞ୍ଚି-ଶକ୍ତିଗଡ ତୃତୀୟ ଲାଇନ, ଡାଙ୍କୁଣୀ-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ, ନିମଟିଟା-ନ୍ୟୁ ଫାରାକ୍କା ଦୋହରା ଲାଇନ ଏବଂ ଆମ୍ବାରୀ ଫାଲକାଟା-ନ୍ୟୁ ମାୟାଁନାଗୁଡି-ଗୁମନିହାଟ ଦୋହରୀକରଣ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ମଧ୍ୟ ନ୍ୟୁ-ଜଳପାଇଗୁଡି ରେଳଷ୍ଟେସନ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।

ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି ସ୍ୱୟଂ ଉପସ୍ଥିତ ହୋଇପାରି ନ ଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ। ଆଜିର ଦିନରେ ବଙ୍ଗଭୂମିକୁ ନତମସ୍ତକ ହେବାର ସମୟ ଓ ସ୍ୱାଧୀନତା ସଂଗ୍ରାମରେ ବଙ୍ଗଳାର ପ୍ରତିଟି ଧୂଳିକଣା ମିଶି ରହିଛି ବୋଲି କହିଥିଲେ। “ଯେଉଁ ମାଟିରୁ ଦିନେ ବନ୍ଦେ ମାତରମ୍ର ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ସେହି ମାଟିରୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଡିସେମ୍ବର ୩୦, ୧୯୪୩ ମସିହାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ତ୍ରିରଙ୍ଗା ଉଡାଇବା ସହ ଭାରତର ସ୍ୱାଧୀନତା ସଂଗ୍ରାମର ଚକକୁ ଗତି ଦେଇଥିଲେ।

ସ୍ୱାଧୀନତାର ୭୫ତମ ବାର୍ଷିକୀରେ ଆଜିର ଦିନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଆଣ୍ଡାମାନ ଗସ୍ତର ସୁଯୋଗ ପାଇ ଆଣ୍ଡାମାନ ଦ୍ୱୀପକୁ ନେତାଜୀଙ୍କ ନାମରେ ନାମିତ କରିବାକୁ ଚାହିଁଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବରେ ଭାରତ ୪୭୫ଟି ବନ୍ଦେ ଭାରତ ଟ୍ରେନ ଚଳାଚଳକୁ ସଂକଳ୍ପ କରିଛି ଓ ଆଜି ହାଓଡାରୁ ନ୍ୟୁ-ଜଳପାଇଗୁଡିକୁ ଯାତ୍ରା ଆରମ୍ଭ କରିଥିବା ଟ୍ରେନ ସେଥିରୁ ଅନ୍ୟତମ। ଆଜି ଯେଉଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି ସରକାର ସେଥିପାଇାଁ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି।

ପରେ ପରେ ଗଙ୍ଗା ନଦୀର ସ୍ୱଚ୍ଛତା ଓ ପଶ୍ଚିମବଙ୍ଗକୁ ପାନୀୟଜଳ ଯୋଗାଣ ନେଇ କେତେକ ପ୍ରକଳ୍ପର ଲୋକାର୍ପଣ ନିମନ୍ତେ ସେ ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ନମାମି ଗଙ୍ଗେ ଯୋଜନାରେ ପଶ୍ଚିମବଙ୍ଗ ନିମନ୍ତେ ୨୫ଟିରୁ ଅଧିକ ବର୍ଜ୍ୟ ନିଷ୍ପାସନ ପ୍ରକଳ୍ପ ଅନୁମୋଦିତ ହୋଇଥିବାର ସେ ସୂଚନା ଦେଇଥିଲେ। ସେଥିରୁ ୧୧ଟିର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ସାତଟି କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହୋଇଛି। ପାଞ୍ଚଟି ନୂତନ ଯୋଜନା ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଆଜିଠାରୁ ଆରମ୍ଭ ହେଉଛି। ଆଜି ଗଙ୍ଗା ସ୍ୱଚ୍ଛତା ବୋଲି ଏକ ପ୍ରକଳ୍ପର ଭିତ୍ତିଭୂମି ୬୦୦କୋଟି ଟଙ୍କାର ସୃଷ୍ଟି କରାଯାଉଛି। ନଦୀ ସଫା ସହ କେନ୍ଦ୍ର ସରକାର ଅନେକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରୁଛନ୍ତି। ଆସନ୍ତା ୧୦ରୁ ୧୫ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇର ସଂସ୍କାର ଓ ବିକାଶକୁ ଦେଶର ବିକାଶ ସହ ସଂଯୋଗ କରିଥିଲେ। ସେଥିପାଇଁ କେନ୍ଦ୍ର ସରକାର ଆଧୁନିକ ରେଳ ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ରେକର୍ଡ ପୁଞ୍ଜି ବିନିଯୋଗ କରୁଛନ୍ତି। ଭାରତୀୟ ରେଳବାଇର ଅବସ୍ଥାନ୍ତର ନିମନ୍ତେ ଏକ ଦେଶବ୍ୟାପୀ ଅଭିଯାନ ଚାଲୁଛି ବୋଲି ସେ କହିଥିଲେ। ବନ୍ଦେ ଭାରତ, ତେଜସ୍, ହମ ସଫର ଭଳି ଆଧୁନିକ ଟ୍ରେନ ଏବଂ ବନ୍ଦେ ଡ୍ରୋମ ଭଳି କୋଚ, ନ୍ୟୁ ଜଳପାଇଗୁଡି ସମେତ ରେଳଷ୍ଟେସନ ନବୀକରଣ ରେଳପଥ ଦୋହରୀକରଣ ଏବଂ ବିଦୁତୀକରଣ ଏହି ଆଧୁନିକୀକରଣର ଦୃଷ୍ଟାନ୍ତ।

ସେ ମଧ୍ୟ ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଯାହାକି ଲଜିଷ୍ଟିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ। ରେଳବାଇ କ୍ଷେତ୍ରରେ ନିରାପତ୍ତା, ସ୍ୱଚ୍ଛତା, ସମନ୍ୱୟ,ସାମର୍ଥ୍ୟ, ସମୟାନୁବର୍ତ୍ତୀତା ଓ ସୁବିଧା ନେଇ ପରିବର୍ତ୍ତନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଗତ ଆଠବର୍ଷ ମଧ୍ୟରେ ଭାରତୀୟ ରେଳବାଇ ଆଧୁନିକତାର ଭିତ୍ତିଭୂମିକୁ ନେଇ କାର୍ଯ୍ୟ କରୁଛି ଓ ଆଗାମୀବର୍ଷରେ ରେଳବାଇ ତା’ର ଆଧୁନିକ ଯାତ୍ରାରେ ଉପନୀତ ହୋଇଥିବା ଲକ୍ଷ୍ୟ ହାସଲ କରିବା ଉପଲବ୍ଧ ହେବ। ଗତ ୭୦ବର୍ଷ ମଧ୍ୟରେ ୨୦ହଜାର କିଲୋମିଟର ରେଳପଥ ବିଦ୍ୟୁତିକରଣ ହୋଇଥିବାବେଳେ, କେବଳ ୨୦୧୪ ପରଠାରୁ ୩୨ହଜାର କିଲୋମିଟର ରେଳପଥର ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି। ମେଟ୍ରୋ ରେଳ ପଦ୍ଧତି ଆଜି ଭାରତୀୟ ଦ୍ରୁତ ଅଭିବୃଦ୍ଧିର ଉଦାହରଣ ପାଲଟିଛି। “୨୦୧୪ ମସିହା ପୂର୍ବରୁ ମାତ୍ର ୨୫୦ କିଲୋମିଟର ମେଟ୍ରୋ ନେଟୱାର୍କ ଓ ସବୁଠାରୁ ଅଧିକ ଦିଲ୍ଲୀ-ଏନସିଆରରେ ଥିବାବେଳେ,ଗତ ସାତ-ଆଠ ବର୍ଷ ମଧ୍ୟରେ ଏହା ୨୪ଟି ନଗରୀକୁ ସମ୍ପ୍ରସାରିତ ହୋଇଛି। ଆଜି ମେଟ୍ରୋ ଦେଶର ବିଭିନ୍ନ ନଗରୀରେ ପ୍ରାୟ ଆଠଶହ କିଲୋମିଟର ରାସ୍ତା ପରିକ୍ରମା କରୁଛି। ଏକ ହଜାର କିଲୋମିଟରରୁ ଅଧିକ ମେଟ୍ରୋ ରାସ୍ତା କାର୍ଯ୍ୟ ଚାଲୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ବିଗତ ବର୍ଷଗୁଡିକରେ ଭାରତରେ ଦେଖାଦେଇଥିବା ଆହ୍ୱାନଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ଦେଶ ବିକାଶ ଉପରେ ପ୍ରବଳ ନକରାତ୍ମକ ପ୍ରଭାବ ପକାଇଥିବା ପ୍ରକାଶ କରିଥିଲେ। ଦେଶର ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଗୁଡିକ ମଧ୍ୟରେ ସମନ୍ୱୟ ଅଭାବକୁ ସେ ଦର୍ଶାଇଥିଲେ। ବିଭିନ୍ନ ପରିବହନ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବର ନଜିର ଦେଇ ସେ ଗୋଟିଏ ସରକାରୀ ସଂସ୍ଥା ସମ୍ପର୍କରେ ତଥ୍ୟ ଅନ୍ୟ ସଂସ୍ଥା ପାଖରେ ନ ଥିଲା ବୋଲି କହିଥିଲେ।

“ଏହାର ସିଧାସଳଖ ପ୍ରଭାବ ଦେଶର ସଚ୍ଚୋଟ ଟିକସଦାତାଙ୍କ ଉପରେ ପଡିଥିଲା” ବୋଲି ସେ କହିଥିଲେ। ଯେତେବେଳେ ସେମାନଙ୍କ କଷ୍ଟକର ରୋଜଗାର ଅର୍ଥ ଗରିବଙ୍କ ପାଖକୁ ଯିବା ପରିବର୍ତ୍ତେ ଦୁର୍ନୀତି ଖୋର ଅଧିକାରୀଙ୍କ ପକେଟକୁ ଯିବ ସେତେବେଳେ ଅସନ୍ତୋଷ ବୃଦ୍ଧି ପାଇବା ସ୍ୱାଭାବିକ ବୋଲି ସେ କହିଥିଲେ। ସଂସ୍ଥାଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସରକାର ପିଏମ୍ ଗତିଶକ୍ତି ମଞ୍ଚ ଅଧୀନରେ ଆସିବେ। ସେ ଆହୁରି କହିଥିଲେ ପିଏମ ଗତିଶକ୍ତି କେବଳ ଦେଶର ବିଭିନ୍ନ ପରିବହନ ମାଧ୍ୟମରେ ସୀମିତ ନୁହଁ ବରଂ, ଏଗୁଡିକ ମଲଟି ମଡେଲ ପ୍ରକଳ୍ପ ଗୁଡିକୁ ମଧ୍ୟ ଗତି ପ୍ରଦାନ କରିଥାଏ। ନୂତନ ବିମାନବନ୍ଦର, ଜଳପଥ, ବନ୍ଦର ଓ ସଡକ ନିର୍ମାଣ ଦ୍ୱାରା ନାଗରିକମାନଙ୍କ ନିମନ୍ତେ ନିର୍ବିଘ୍ନ ସଂଯୋଗ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ଏକବିଂଶ ଶତାବ୍ଦୀରେ ଦେଶକୁ ଆଗେଇ ନେବାକୁ ହେଲେ ସାମର୍ଥ୍ୟର ସଠିକ୍ ଉପଯୋଗ କରିବାକୁ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶର ଜଳପଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିନଥିଲା ଯେତେବେଳେ ସମସ୍ତ କାର୍ଯ୍ୟ, ବ୍ୟବସାୟ ଓ ପର୍ଯ୍ୟଟନ ପାଇଁ ଜଳପଥ ଉପରେ ଜନସାଧାରଣ ବହୁତ ନିର୍ଭରଶୀଳ ଥିଲେ। ମାତ୍ର ପରେ ପରେ ଦାସତ୍ୱ ଯୋଗୁଁ ଏହା ଧ୍ୱଂସ ହୋଇଗଲା।” ଭାରତ ଏହାର ଜଳଶକ୍ତିକୁ ମଜବୁତ କରିବାକୁ ପୁଣି ଉଦ୍ୟମ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ। ଦୁଇ ନଦୀ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଭାରତ-ବାଂଲାଦେଶ ମଧ୍ୟରେ ଗଙ୍ଗା-ବ୍ରହ୍ମପୁତ୍ର ପ୍ରକଳ୍ପ ହାତକୁ ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଜାନୁୟାରୀ ୧୩, ୨୦୨୩ରେ ହେବାକୁ ଥିବା କାଶୀରୁ ଦିବ୍ରୁଗଡ ଜଳଜାହାଜ ଯାତ୍ରା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି ୩୨୦୦ କିଲୋମିଟର ଯାତ୍ରା ବିଶ୍ୱରେ ପ୍ରଥମ ଓ ଦେଶରେ ଜଳ ପର୍ଯ୍ୟଟନର ଏହା ପ୍ରତିଫଳନ ବୋଲି କହିଥିଲେ।

ପଶ୍ଚିମବଙ୍ଗ ଜନସାଧାରଣଙ୍କ ଦେଶପ୍ରେମ ଓ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରିବାରେ ଉତ୍ସାହ ଦେଶର ସସ୍କୃତିକ ଓ ଐତିହ୍ୟ ପ୍ରତି ସେମାନଙ୍କ ଜିଜ୍ଞାସା ଅନନ୍ୟ ବୋଲି ସେ କହିଥିଲେ। ବଙ୍ଗଳାର ଜନସାଧାରଣଙ୍କ ଉତ୍ସାହ ହେଉଛି ଦେଶ ଆଗ ଓ ଏପରିକି ପର୍ଯ୍ୟଟନରେ ମଧ୍ୟ ତାହା ପ୍ରତିଫଳିତ” ବୋଲି ଶ୍ରୀ ମୋଦୀ କହିଥିଲେ। “ଯେତେବେଳେ ଦେଶର ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ, ରେଳବାଇ, ଜଳପଥ ଓ ରାଜପଥ ଅଧିକ ଉନ୍ନତ ହେବ, ସେତେବେଳେ ଯାତ୍ରା ମଧ୍ୟ ସୁଗମ ହେବ ଓ ବଙ୍ଗବାସୀ ମଧ୍ୟ ତା’ର ଲାଭ ପାଇବେ”ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁ ରବୀନ୍ଦ୍ର ନାଥଙ୍କ କେଇ ଧାଡି କବିତା ଆବୃତ୍ତି କରିଥିଲେ ଯାହାର ଅନୁବାଦ ହେଲା “ ମୋ ଦେଶ ମାଟିରେ ମୁଁ ମଥାନତ୍ କରୁଛି’ କହି ତାଙ୍କର ଉଦ୍ବୋଧନ ସମାପ୍ତି ଘଟାଇଥିଲେ। ସ୍ୱାଧୀନତାର ଅମୃତକାଳରେ ସମସ୍ତେ ମାତୃଭୂମିକୁ ପ୍ରାଧାନ୍ୟ ଦେଇ ଏକାଠି କାମ କରିବା ଦରକାର ବୋଲି ସେ କହିଥିଲେ। “ସମଗ୍ର ବିଶ୍ୱ ଭାରତକୁ ଅନେକ ଆଶା ଭରସା ସହ ଚାହିଁ ରହିଛି” ଦେଶର ପ୍ରତ୍ୟେକ ନାଗରିକ ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି.ଆନନ୍ଦ ବୋଷ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜନ୍ ବାର୍ଲା, ଡକ୍ଟର ସୁବାଷ ସରକାର ଓ ଶ୍ରୀ ନିଶୀଥ ପରମାଣିକ ଓ ସଂସଦ ସଦସ୍ୟ ପ୍ରସୂନ ବାନାର୍ଜୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ପୃଷ୍ଟଭୂମି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଓଡା ଷ୍ଟେସନରେ ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ତାହାର ଚଳାଚଳ ଶୁଭାରମ୍ଭ କରିଥିଲେ। ଏହି ଅତ୍ୟାଧୁନିକ ମଧ୍ୟମ ଉଚ୍ଚଗତି ଯୁକ୍ତ ଟ୍ରେନରେ ସମସ୍ତ ଯାତ୍ରୀ ସୁବିଧା ରହିଛି। ଏହି ଟ୍ରେନ ମାଲଦା ଟାଉନ, ବାରସୋର ଓ କିଶନଗଞ୍ଜ ଷ୍ଟେସନରେ ଅଟକିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଜୋକା-ଏସ୍ପ୍ଲାନେଡ ଓ ମେଟ୍ରୋ ପ୍ରକଳ୍ପ (ପର୍ପଲଲାଇନ) ଅନ୍ତର୍ଗତ ଜୋକା-ତାରତଲା ମେଟ୍ରୋ ରାସ୍ତାର ଉଦ୍ଘାଟନ କରିଥିଲେ। ଏହି ୬.୫ କିଲୋମିଟର ରାସ୍ତାରେ ଛଅଟି ଷ୍ଟେସନ ରହିଛି। ସେଗୁଡିକ ହେଲା ଜୋକା, ଠାକୁରପୁକୁର, ସଖେରବାଜାର, ବିହାଲା ଚୌରସ୍ତା, ବିହେଲା ବଜାର ଏବଂ ତାରତଲା ଏହା ୨୪୭୫କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ହୋଇଛି। କୋଲକାତା ମହାନଗରୀର ଦକ୍ଷିଣପଟ ଯେପରିକି ସରସୁନା, ଡାକଘର, ମୁଚିପାଡା ଓ ଦକ୍ଷିଣ ଚବିଶ ପ୍ରଗଣାର ଯାତ୍ରୀମାନେ ଏହି ପ୍ର୍କଳ୍ପ ଉଦ୍ଘାଟନ ଫଳରେ ବିଶେଷ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ରେଳପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ବୋଇଅଚି-ଶକ୍ତିଗଡ ତୃତୀୟ ଲାଇନ ଯାହା ୪୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଡାଙ୍କୁଣୀ-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ ଯାହା ୫୬୫କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି। ନିମଟିଟା-ନ୍ୟୁ ଫାରାକ୍କା ଡବଲ ଲାଇନ ଯାହା ୨୫୪କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଅମ୍ବାରୀ-ଫାଲକାଟା -ନ୍ୟୁ ମାୟାଁଗୁଡି-ଗୁମନୀହାଟ ହୋହରା ପ୍ରକଳ୍ପ ୧୦୮୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ୩୩୫ କୋଟି ଟଙ୍କାର ନ୍ୟୁ ଜଳପାଇଗୁଡି ରେଳଷ୍ଟେସନ ନବୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ବର୍ଷ ସୁଦ୍ଧା ଟ୍ରାକରେ ଚାଲିବ ୭୫ ବନ୍ଦେ ଭାରତ ଏକ୍ସପ୍ରେସ, ଆଗାମୀ ୩ ବର୍ଷରେ ଦୌଡିବ ୪୦୦ ଟ୍ରେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରରୁ ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାଗପୁରରୁ ନୂତନ ବନ୍ଦେ ଭାରତକୁ ପତାକା ଦେଖାଇଛନ୍ତି। ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ୭୫ ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ରଖିବା ପାଇଁ ରେଳ ମନ୍ତ୍ରଣାଳୟର ଲକ୍ଷ୍ୟ ରହିଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଆର୍ଥିକ ବର୍ଷ ପାଇଁ ୩୫ ବନ୍ଦେ ଭରତ ରେକ୍ (ଇଞ୍ଜିନ ବ୍ୟତୀତ କୋଚକୁ ନେଇ ଗଠିତ ସମସ୍ତ ଟ୍ରେନ୍) ଅନୁମତି ଦିଆଯାଇଛି। ଏଥି ସହିତ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୭ ଟି ରେକ୍ ପାଇଁ ଅନୁମତି ଦିଆଯାଇଛି।

୧୫ ଫେବୃଆରୀ ୨୦୧୯ ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭରମ୍ବ କରାଯାଇଥିଲା। ଏହି ଟ୍ରେନ୍ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ, ଗତ ମାସର ୧୧ ତାରିଖ ଦିନ ମଇଶୁରରୁ ଚେନ୍ନାଇକୁ ପଞ୍ଚମ ଟ୍ରେନ୍ ଚାଲୁ କରାଯାଇଥିଲା।

୩ ବର୍ଷରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ:

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ, ଆଗାମୀ ୩ ବର୍ଷରେ ୪୦୦ ନୂତନ ପିଢିର ବନ୍ଦେ ଭାରତ ଟ୍ରେନ୍ ବିକଶିତ ଏବଂ ଉତ୍ପାଦନ ହେବ। ବନ୍ଦେ ଭାରତ ଏକ୍ସପ୍ରେସର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଅଟେ। ଏଥିରେ ଶତାଦ୍ଦୀ ଟ୍ରେନ୍ ପରି ଟ୍ରାଭେଲ୍ କ୍ଲାସ୍ ଅଛି କିନ୍ତୁ ଏହାଠାରୁ ସୁବିଧା ଭଲ। ବର୍ତ୍ତମାନ ବନ୍ଦେ ଭରତ ଏକ୍ସପ୍ରେସ ନୂଆଦିଲ୍ଲୀରୁ ଶ୍ରୀ ବୈଷ୍ଣୋ ଦେବୀ ମାତା, ନୂଆଦିଲ୍ଲୀରୁ ବାରାଣାସୀ, ଗାନ୍ଧିନଗର ରାଜଧାନୀରୁ ମୁମ୍ବାଇ ସେଣ୍ଟ୍ରାଲ, ଅମ୍ବ ଏଣ୍ଡୋରା ଠାରୁ ନୂଆଦିଲ୍ଲୀ ଏବଂ ମୈଶୁରରୁ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ କାର୍ଯ୍ୟ କରୁଛି।